Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜିଠୁ ଚିଲିକା ହ୍ରଦରେ ଆରମ୍ଭ ହେଲା ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ସେବା: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଆଜିଠୁ ଚିଲିକା ହ୍ରଦରେ ଆରମ୍ଭ ହେଲା ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ସେବା: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

June 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜିଠାରୁ ଚିଲିକା ହ୍ରଦରେ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ସେବା ଆରମ୍ଭ ହୋଇଛି। ଉକ୍ତ ହାଉସ ବୋଟର ନାମ ‘ଗରୁଡ଼’ ରହିଥିବା ବେଳେ ଏହାକୁ ଆଜି ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼କୁଳ ପାନ୍ଥନିବାସ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ଭରଚୁଆଲି ଭାବେ ‘ଗରୁଡ଼’ କୁ ଉଦଘାଟିତ କରିଥିବା ବେଳେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସପି ସିଦ୍ଧାର୍ଥ କାଟାରିଆ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବ, ବିକାଶ ଇକୋ ରିସୋର୍ଟସର ପରିଚାଳନା ନିର୍ଦ୍ଦେଶକ ମୁରଲୀ କ୍ରିଷ୍ଣା ଦଶରୀ ଏବଂ ଅନ୍ୟାନ୍ୟ ଜନ ପ୍ରତିନିଧି ମାନେ ଉପସ୍ଥିତି ଥିଲେ।

ଜାଣନ୍ତୁ ‘ଗରୁଡ଼’ ବୋଟ‌ର ବୈଶିଷ୍ଟ୍ୟ:

ଡବଲ୍‌ ଇଞ୍ଜିନ୍‌ ବିଶିଷ୍ଟ ‘ଗରୁଡ଼’ ବୋଟ‌ର ଲମ୍ବା ୧୦୫ ଫୁଟ ଏବଂ ଓସାର ୨୨ଫୁଟ ଥିବା ବେଳେ ଚିଲିକାର ଜଳବାୟୁ ଅନୁଯାୟୀ ଏହାକୁ ନିର୍ମାଣ କରାଯାଇଛି। ବୋଟ‌ର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର‌ ଓ ଲାଉଞ୍ଜ ଅଛି, ଯେଉଁଠାରେ ଏକକାଳୀନ ଭାବେ ସର୍ବାଧିକ ୩୦ ଜଣ ବ୍ୟକ୍ତି ଏକାଠି ହୋଇପାରିବେ।

ସେହିପରି ଭାବେ ବୋଟକୁ ସର୍ବାଧିକ ୬ ଦମ୍ପତି ୨୪ ଘଣ୍ଟିଆ ପ୍ୟାକେଜ ଅନୁଯାୟୀ ବୁକ କରିପାରିବେ। ଜଳଖିଆ, ମଧ୍ୟାହ୍ନ ଭୋଜନ, ସନ୍ଧ୍ୟା ଜଳଖିଆ ଏବଂ ରାତ୍ରଭୋଜନ ବ୍ୟବସ୍ଥା ଉକ୍ତ ପ୍ୟାକେଜରେ ଅନ୍ତର୍ଭୁକ୍ତ ଅଟେ।

ବିଶେଷ ଆକର୍ଷଣ ଭାବେ ଚିଲିକା ପ୍ରସିଦ୍ଧ ଚିଙ୍ଗୁଡ଼ି, କଙ୍କଡା ଏବଂ ଖଈଙ୍ଗା ମାଛ ମଧ୍ୟ ଖାଦ୍ୟରେ ରହିବ। ବୋଟର ପ୍ରାଇଭେଟ ଲାଉଞ୍ଜରେ ଚାରି ଗୋଟି ପ୍ରିମିୟମ ରୁମ ରହିଛି ଏବଂ ଦୁଇ ଗୋଟି ସୁଟ ରୁମ ଅଛି ଯେଉଁଥିରେ ପର୍ଯ୍ୟଟକ ମାନେ ଚିଲକାକୁ ୧୮୦ ଡିଗ୍ରୀରୁ ଉପଭୋଗ କରିପାରିବେ ଏବଂ ବସିବା ଲାଗି କିଙ୍ଗ ସାଇଜ ବେଡ଼ ଓ ସୋଫାର ବ୍ୟବସ୍ଥା ଅଛି।

ବେଳାଭୂମିରେ ସନ‌ବାଥ‌, ମସାଜ ‌, କ୍ରୀଡ଼ା, ଗୀତ ନାଚ, ଡ଼ଲଫିନ ଓ ବିଦେଶୀ ପକ୍ଷୀ ଦେଖିବା, ଚିଲିକାରେ ବିଶେଷ ସମୟ କଟାଇବାର ଆଦି ମଜା ନେଇପାରିବେ ପର୍ଯ୍ୟଟକ ମାନେ। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟରେ ଜୀବନ ରକ୍ଷାକାରି ଉପକରଣ ରହିବା ସମେତ ଜରୁରୀକାଳିନ ପରିସ୍ଥିତିରେ ସେମାନଙ୍କୁ ବୋଟରୁ ସ୍ଥାନାନ୍ତର ନିମନ୍ତେ ଏକ ବ୍ୟାକ‌ଅପ‌ ବୋଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ‌ସୁରକ୍ଷା ସେନସର ଏବଂ ଅଗ୍ନି ନିରାପତ୍ତା ଉପକରଣ ବ୍ୟବସ୍ଥା ମଧ୍ୟ ରହିଛି ଏହି ବୋଟରେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଟ ଚାଲିବା ସମୟରେ ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ଏବଂ ଏଥିଲାଗି ବିଏସଭିଆଇ ଇଂଜିନ ବୋଟରେ ଲଗାଯାଇଛି।

ତେବେ ପର୍ଯ୍ୟଟକଙ୍କୁ ‘ ଗରୁଡ଼’ ବୋଟର ମଜା ନେବା ପାଇଁ ଗଣିବାକୁ ପଡିବ ୨୦-୨୫ ହଜାର ଟଙ୍କା, ଯାହାକି ୨୪ ଘଣ୍ଟା ପ୍ୟାକେଜ ପାଇଁ ଉପଲବ୍ଧ। ଏଥି ନିମନ୍ତେ ସେମାନଙ୍କୁ www.vikashecoresorts.com ୱେବସାଇଟ ରୁ ଅନଲାଇନ ବୁକିଂ କରିବାକୁ ପଡ଼ିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ତେବେ ଅନଲାଇନ ବୁକିଂ ବ୍ୟବସ୍ଥା ଆସନ୍ତା ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି। ସୂଚନା ଥାଉ କି ‘ ବିକାଶ ଇକୋ ରିସୋର୍ଟସ’ ଖୁବ କମ ଦିନ ମଧ୍ୟରେ ଓଡ଼ିଶାରେ ଏହାର ବ୍ୟବସାୟକୁ ଶୀର୍ଷରେ ପହଞ୍ଚାଇ ଲୋକପ୍ରିୟ ହୋଇପାରିଛି।

ଅନଲାଇନ ବୁକିଂ ଓଡିଶା ଗରୁଡ଼ ଚିଲିକା ହ୍ରଦ ମୁଖ୍ୟମନ୍ତ୍ରୀ ନବୀନ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026

ଦିଦିଙ୍କ ହାତରୁ ଖସିବ କି ଟିଏମସି?: ଆସନ୍ତାକାଲି ପୃଥକ ଗୋଷ୍ଠୀ ଦାବି କରିବେ ବିଦ୍ରୋହୀ ସାଂସଦ

June 14, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ସମ୍ପର୍କର ଦେଶରେ ସମ୍ପର୍କହୀନତା! ନିଃସଙ୍ଗତା ରିପୋର୍ଟ ଉଠାଇଲା ବଡ଼ ପ୍ରଶ୍ନ

June 13, 2026
Latest News

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ବିଜୟ ସହିତ ଟି-20 ବିଶ୍ୱକପ୍ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ

June 15, 2026

ଆଜି ରଜ ସଂକ୍ରାନ୍ତିରେ ଏହି ସାତୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

June 15, 2026

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026

ମଦ ଦୋକାନରେ ପଶି ହାଣିଲେ

June 14, 2026

ଫାୟାରିଂରେ ଗ୍ୟାରେଜ ମାଲିକ ମୃତ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.