Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧାନ କୁଇଣ୍ଟାଲ ୧୦୦ ଟଙ୍କା ବଢାଇବା ଓଡିଶାର ଚାଷୀଙ୍କ ପ୍ରତି ଉପହାସ: ବିଜେଡି
ବିଶେଷ ଖବର

ଧାନ କୁଇଣ୍ଟାଲ ୧୦୦ ଟଙ୍କା ବଢାଇବା ଓଡିଶାର ଚାଷୀଙ୍କ ପ୍ରତି ଉପହାସ: ବିଜେଡି

June 9, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ର ସରକାର ଗତକାଲି ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଫଳରେ ୨୦୨୧-୨୨ ରୁ କୁଇଣ୍ଟାଲ ପ୍ରତି ୧୯୪୦ ଟଙ୍କା ଥିବା ସାଧାରଣ ଧାନର ଦର ୨୦୨୨-୨୩ ବର୍ଷ ପାଇଁ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କା ହୋଇଛି। ଧାନର ଏଭଳି ନଗଣ୍ୟ ଦରବୃଦ୍ଧି ଓଡିଶା ଚାଷୀକୂଳ ପ୍ରତି ଉପହାସ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଡକ୍ଟର ସସ୍ମିତ ପାତ୍ର।

ଧାନର ମୂଲବୃଦ୍ଧି ଉପରେ ଡକ୍ଟର ପାତ୍ର କହିଛନ୍ତି ଯେ ସ୍ୱାମୀନାଥନ୍ କମିଶନ ଧାନର ଏମ୍‍ଏସ୍‍ପିକୁ ଉତ୍ପାଦନ ମୂଲ୍ୟର ସି୨ ହାରରେ ୧.୫ ଗୁଣ ବୃଦ୍ଧି କରିବାକୁ ଯେଉଁ ସୁପାରିଶ କରିଥିଲେ ତାହା କେନ୍ଦ୍ର କରିନାହିଁ। ୨୫ ମାର୍ଚ୍ଚ, ୨୦୧୭ ରେ, ଓଡ଼ିଶା ବିଧାନସଭା ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରି ସାଧାରଣ ଧାନର ଏମଏସପି କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି। ବିଜେପି, କଂଗ୍ରେସ ଏବଂ ବିଜେଡିର ସମସ୍ତ ବିଧାୟକ ଏହାକୁ ସର୍ବସମ୍ମତି କ୍ରମେ ସମର୍ଥନ କରିଛନ୍ତି। କିନ୍ତୁ ଏହି ସଂକଳ୍ପ ପାରିତ ହେବାର ପାଞ୍ଚ ବର୍ଷ ପରେ ମଧ୍ୟ ବିଜେଡି ସାଂସଦଙ୍କ ସଂସଦ ତଥା ଓଡ଼ିଶା ବିଧାନସଭାରେ ରଖାଯାଇଥିବା ଅନେକ ଦାବି ପରେ ମଧ୍ୟ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରି ନାହିଁ।

ଧାନର ଏମଏସ୍‍ପି କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପ୍ରସଙ୍ଗ ବ୍ୟତିତ କେନ୍ଦ୍ର ମଧ୍ୟ ଓଡିଶାରୁ ଅତିରିକ୍ତ ଉଷୁନା ଚାଉଳ ଉଠାଇବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଓଡିଶାରେ ଉତ୍ପାଦିତ ଅଧିକାଂଶ ଚାଉଳ ହେଉଛି ଉଷୁନା ଚାଉଳ ଏବଂ ଦେଶର ପିଡିଏସ୍‍ ଚାଉଳରେ ଅବଦାନ ପାଇଁ ଏହା ଏକ ଅଗ୍ରଣୀ ରାଜ୍ୟ ଅଟେ। ବଳକା ଉଷୁନା ଚାଉଳ ଉଠାଇବା ବନ୍ଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତି ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଏବଂ ପଶ୍ଚିମ ଓଡିଶାରେ ମଧ୍ୟ ଏହା ଅଧିକ ପ୍ରଭାବ ପକାଇବ।

୨୦୨୧-୨୨ ଖରିଫ ମାର୍କେଟିଂ ସିଜିନ (କେଏମଏସ୍‍)ରେ ୫୨ ଲକ୍ଷ ଟନ୍ ଚାଉଳ ସଂଗ୍ରହ ମଧ୍ୟରୁ, ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍) ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ଅଧୀନରେ ରାଜ୍ୟର ବ୍ୟବହାର ପ୍ରାୟ ୩୯ ଲକ୍ଷ ଟନ୍ ହେବ। ରାଜ୍ୟରେ ୧୩ ଲକ୍ଷ ଟନ୍ ଚାଉଳ ବଳକା ହେବାର ସମ୍ଭାବନା ଅଛି ଯାହାକୁ ତୁରନ୍ତ ଉଠାଇବା ଉଚିତ୍‍। କିନ୍ତୁ କେନ୍ଦ୍ର ଏହି ପ୍ରସଙ୍ଗରେ ନିରବ ରହିଛି।

ଏଥିସହ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧିନରେ ଥିବା ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଦ୍ୱାରା ଦିଆଯାଇଥିବା ଲକ୍ଷ୍ୟ ଅନୁଯାୟୀ ପାଞ୍ଚ ଲକ୍ଷ ଟନ୍ ଭିଟାମିନଯୁକ୍ତ ଉଷୁନା ଚାଉଳକୁ ଏଫସିଆଇରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ୨୦୨୧-୨୨ କେଏମଏସ୍‍ ସମୟରେ ଅଧିକ ପରିମାଣର ଭିଟାମିନଯୁକ୍ତ ଉଷୁନା ଚାଉଳ ବିତରଣ କରିବା ସ୍ଥିତିରେ ରାଜ୍ୟ ଅଛି ଏବଂ ଡିଏଫପିଡି କୁ ଭିଟାମିନଯୁକ୍ତ ଚାଉଳର ଅତିରିକ୍ତ ଲକ୍ଷ୍ୟ ଦେବାକୁ ଅନୁରୋଧ କରାଯାଇଛି। କିନ୍ତୁ ଅଧିକ ପରିମାଣର ଲକ୍ଷ୍ୟ ପାଇଁ କେନ୍ଦ୍ର ପକ୍ଷରୁ ଏପର୍ଯ୍ୟନ୍ତ ରାଜ୍ୟକୁ ସୂଚିତ କରାଯାଇନାହିଁ।

ଓଡିଶା ସରକାର ୧୦,୩୩୩ କୋଟି ଟଙ୍କା ଖାଦ୍ୟ ସବସିଡି ବିଲ୍ ପ୍ରଦାନ କରିବାକୁ ଦାବି କରିଥିଲେ। ରାଜ୍ୟରେ ଧାନ ସଂଗ୍ରହ କରୁଥିବା ସଂସ୍ଥାକୁ ଆର୍ଥିକ ଚାପରୁ ମୁକୁଳାଇବା ପାଇଁ କେନ୍ଦ୍ର ତୁରନ୍ତ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ଦାବି କରୁଥିବା ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ରାଜ୍ୟ ସରକାରଙ୍କ ପାଇଁ ଧାନ ଖରିଦ ସକାଶେ ନିଯୁକ୍ତ ସଂସ୍ଥା ଓଡିଶା ରାଜ୍ୟ ଯୋଗାଣ ନିଗମର ୨୦୨୨ ଏପ୍ରିଲ୍‍ ଶେଷ ସୁଦ୍ଧା ୭୯୩୧.୯୦ କୋଟି ଟଙ୍କାର ଅସ୍ଥାୟୀ ସବସିଡି ଏବଂ ୨୪୦୨.୧୯ କୋଟି ଟଙ୍କାର ଅଗ୍ରୀମ ସବସିଡି ଏହିଭଳି ମୋଟ୍‍ ୧୦,୩୩୪ କୋଟି ଟଙ୍କା ହୋଇଗଲାଣି। ଆହୁରି ମଧ୍ୟ ଅତିରିକ୍ତ ସୁଧ ପ୍ରଦାନରେ ବିଳମ୍ବ ଏବଂ ସବସିଡିର ସ୍ୱଳ୍ପ ମଞ୍ଜୁର ହେତୁ ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ପ୍ରାୟ ୫୪୫୪.୬୭ କୋଟି ଟଙ୍କାର ଅତିରିକ୍ତ ବୋଝ ହୋଇଛି ଯାହା ଭରଣା କରାଯାଇ ପାରୁନାହିଁ। କେନ୍ଦ୍ର ସୁଧ ବାବଦ ଦେୟ ପ୍ରଦାନ କରିବା ଉଚିତ୍‍, ଏହା ନହେଲେ ରାଜ୍ୟ ଅତିରିକ୍ତ ବୋଝ ବହନ କରିବ। କିନ୍ତୁ କେନ୍ଦ୍ର ଏ ବାବଦରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି।

ଓଡିଶା ଧାନ ବିଜେଡି ସର୍ବନିମ୍ନ ସହାୟକ ମୂଲ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026
Latest News

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ: ୩ ମୃତ, ୫ରୁ ଅଧିକ ଆକ୍ରାନ୍ତ

October 1, 2026

କଂଗ୍ରେସ ଭବନ ବାହାରେ ଓକିଲଙ୍କ ମୃତଦେହ

October 1, 2026

ଧାରୁଆ ଅସ୍ତ୍ରରେ ଗଳା କାଟି ଯୁବତୀଙ୍କ ଆତ୍ମହତ୍ୟା

October 1, 2026

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ: ଥରିଲା ହିନ୍ଦୁକୁଶ, ଲୋକେ ଭୟଭୀତ

October 1, 2026

ଅକ୍ଟୋବର ଆରମ୍ଭରୁ ମହଙ୍ଗା ବାଣିଜ୍ୟିକ ଏଲପିଜି

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.