Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଗୁଜୁରାଟ ପାଇଁ ୩ଠ୫ଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
PIB_NEWS

ଗୁଜୁରାଟ ପାଇଁ ୩ଠ୫ଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

June 10, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ଗୁଜରାଟ ଗୌରବ ଅଭିଯାନ’କାର୍ଯ୍ୟକ୍ରମରେ ଆଜି ଯୋଗ ଦେଇଛନ୍ତି । ‘ଗୁଜରାଟ ଗୌରବ ଅଭିଯାନ’ କାଳରେ ପ୍ରଧାନମନ୍ତ୍ରୀ ନବସାରୀର ଏକ ଆଦିବାସୀ ବହୁଳ ଅଞ୍ଚଳ ଖୁଦଭେଲ ଠାରେ ଅନେକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ କରିଛନ୍ତି ।

ଏଥିରେ ସାତଟି ପ୍ରକଳ୍ପର ଉଦଘାଟନ, ୧୨ଟିର ଶିଳାନ୍ୟାସ ଓ ୧୪ଟି ପ୍ରକଳ୍ପର ଭୂମି ପୂଜନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ସେ ଅଞ୍ଚଳରେ ଜଳଯୋଗାଣ ସୁବିଧା କରିବା ସହ ସଂଯୋଗୀକରଣ ବୃଦ୍ଧି ସହ ସୁଖ ସ୍ୱାଚ୍ଛନ୍ଦ୍ୟରେ ବାସ କରିବା ନିମନ୍ତେ ସୁବିଧା ଯୋଗାଇବ। ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ରଜନୀକାନ୍ତ ପଟେଲ, କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଗଣ ଏବଂ ଜନ ପ୍ରତିନିଧି ଏହି ଅବସରରେ ଉପସ୍ଥିତ ଥିଲେ ।

ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଦିବାସୀ ବହୁଳ ଅଞ୍ଚଳର ସମବେତ ବିଶାଳ ଜନତାଙ୍କ ସମାବେଶରେ ପ୍ରଶଂସା କରିଥିଲେ। ଏହିଭଳି କାର୍ଯ୍ୟକ୍ରମର ଆୟୋଜନ ଆଦିବାସୀ ଭାଇ ଭଉଣୀଙ୍କ ନିରବଚ୍ଛିନ୍ନ ସ୍ନେହ ଭାବକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ । ସେ ନବସାରୀର ମାଟିକୁ ପ୍ରଣିପାତ କରି ଆଦିବାସୀ ଗୌରବମୟ ସାମର୍ଥ୍ୟ ଓ ସଂକଳ୍ପକୁ ସ୍ୱୀକୃତି ଜଣାଇଥିଲେ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟର ଗର୍ବ ଦ୍ରୁତ ଓ ସାମଗ୍ରିକ ବିକାଶ ଯୋଗୁ ହୋଇଥିବା ବେଳେ ଏଥିପାଇଁ ଏକ ନୂତନ ଆକାଂକ୍ଷାର ମଧ୍ୟ ସୃଷ୍ଟି ହୋଇଛି । ଡବଲ ଇଞ୍ଜିନ ସରକାର ନିଷ୍ଠାପର ଭାବେ ଏହି ଗୌରବମୟ ପରମ୍ପରାକୁ ଆଗେଇ ନେଉଛନ୍ତି। ଆଜିର ଏହି ପ୍ରକଳ୍ପଗୁଡ଼ିକ ସୁରତ, ନବସାରୀ, ଭାଲସାଦ ଓ ତାପି ଭଳି ଦକ୍ଷିଣ ଗୁଜରାଟ ଜିଲ୍ଲାଗୁଡ଼ିକରେ ଜୀବନମାନରେ ଉନ୍ନତି ଆଣିବ ବୋଲି ସେ କହିଥିଲେ।

ଆଠ ବର୍ଷ ପୂର୍ବରୁ ଗୁଜରାଟବାସୀ ତାଙ୍କୁ କିପରି ଦିଲ୍ଲୀ ପଠାଇଥିଲେ, ସେ ତା’ର ସ୍ମୃତିଚାରଣ କରିଥିଲେ। ଗତ ଆଠ ବର୍ଷ ମଧ୍ୟରେ ସରକାର ଅନେକ ଶ୍ରେଣୀର ବ୍ୟକ୍ତି ଓ ଅଞ୍ଚଳକୁ ବିକାଶ ପ୍ରକ୍ରିୟା ଓ ନୂତନ ଆକାଂକ୍ଷା ସହ ଯୋଡ଼ିବାରେ ସମର୍ଥ ହୋଇଛନ୍ତି ବୋଲି ସେ କହିଥିଲେ । ସମୟ ଥିଲା ଯେତେବେଳେ ଗରିବ, ବଞ୍ଚିତ, ଦଳିତ, ଆଦିବାସୀ, ମହିଳା ଓ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନେ କିପରି ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ସାରା ଜୀବନ ସଂଘର୍ଷ କରୁଥିଲେ, ତାହାକୁ ସେ ମନେ ପକାଇଥିଲେ।

ଆଗରୁ ସରକାରଗଣ ସେମାନଙ୍କ ବିକାଶକୁ ପ୍ରାଥମିକତା ଦେଉ ନ ଥିଲେ । ଅତ୍ୟଧିକ ସାହାଯ୍ୟ ଆବଶ୍ୟକ କରୁଥିବା ଶ୍ରେଣୀ ଓ ଅଞ୍ଚଳ ଏହି ସବୁ ସୁବିଧା ସୁଯୋଗରୁ ବଞ୍ଚିତ ରହୁଥିଲେ । ଗତ ଆଠ ବର୍ଷ ମଧ୍ୟରେ ସବକା ସାଥ, ସବକା ବିକାଶ ମନ୍ତ୍ରକୁ ଧରି ତାଙ୍କ ସରକାର ଗରିବ ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗଇ ଦେବା ସହ ସେମାନଙ୍କ କଲ୍ୟାଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ସେ କହିଥିଲେ ।

କଲ୍ୟାଣକାରୀ ଯୋଜନାର ସମ୍ପୂର୍ଣ୍ଣ ଉପଯୋଗ କରି ବର୍ତ୍ତମାନ ସରକାର ଗରିବମାନଙ୍କୁ ସଶକ୍ତ କରିବାରେ ଧ୍ୟାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ମୁଖ୍ୟ ସଭାମଞ୍ଚ ନିକଟରେ ପହଂଚିବା ଆଗରୁ ସେ ଆଦିବାସୀ ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଜନସାଧାରଣ ଓ ହିତାଧିକାରୀଙ୍କ ସହ ସମ୍ପର୍କ ବିକାଶର ଗତିକୁ ଏକ ବଡ଼ ସମର୍ଥନ ଦେଇଥାଏ ବୋଲି ସେ କହିଥିଲେ ।

ଗୁଜରାଟୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସ୍ଥାନୀୟ ଜନସାଧାରଣଙ୍କ ସହ ତାଙ୍କ ଦୀର୍ଘ ଦିନର ସମ୍ପର୍କ ବିଷୟରେ ସ୍ମୃତିଚାରଣ କରିଥିଲେ । ସେ ଯେତେବେଳେ ଏହି ଅଞ୍ଚଳରେ କାମ କରୁଥିଲେ ସେତେବେଳର ସ୍ଥାନୀୟ ଜନସାଧାରଣଙ୍କ ସ୍ନେହ ଓ ଆଦର ଯତ୍ନ ବିଷୟରେ ସେ ସ୍ମରଣ କରିଥିଲେ । “ଆପଣମାନଙ୍କ ସ୍ନେହ ଓ ଆଶୀର୍ବାଦ ହିଁ ମୋର ଶକ୍ତି” ବୋଲି ସେଠାକାର ଅଞ୍ଚଳ ପରିଦର୍ଶନରେ ଆନନ୍ଦିତ ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ ଆଦିବାସୀମାନେ ସମସ୍ତ ସୁଯୋଗ ପାଇବା ଉଚିତ ଓ ସେ ସେମାନଙ୍କ ସ୍ୱଚ୍ଛତା, ଗୁଣ, ବୁଦ୍ଧି, ସଂପାନ ଓ ଶୃଙ୍ଖଳା ବିଜ୍ଞାନର ପ୍ରଶଂସା କରିଥିଲେ । ସେ ମଧ୍ୟ ଆଦିବାସୀ ସମାଜ ଗୋଷ୍ଠୀର ମୂଲ୍ୟବୋଧ, ଜୀବନ ଓ ପରିବେଶ ସୁରକ୍ଷା ସମ୍ପର୍କରେ କହିଥିଲେ । ଆଜିର ତିନି ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ପୂର୍ବ ବର୍ଷର କାର୍ଯ୍ୟ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ । ସେତେବେଳେ ଏ ଅଞ୍ଚଳରେ ଗୋଟେ ଛୋଟ ଜଳାଶୟ ଉଦଘାଟନ ମଧ୍ୟ ମସ୍ତକରେଖା ଖବର ବିବେଚିତ ହେଉଥିଲା ବୋଲି ସେ କହିଥିଲେ । ନିରବଚ୍ଛିନ୍ନ କଲ୍ୟାଣ ଓ ବିକାଶ ତାଙ୍କ ପ୍ରଶାସନିକ ଧାରା ବହୁଦିନ ଧରି ପାଲଟିଥିବା ବେଳେ ଏହା କେବଳ ଜନ ମଙ୍ଗଳ ବା ଗରିବ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଓ ଏଥିରେ ନିର୍ବାଚନୀ ବିଚାରଧାରା ନାହିଁ ବୋଲି ସେ କହିଥିଲେ ।

ପ୍ରତ୍ୟେକ ଗରିବ, ପ୍ରତ୍ୟେକ ଆଦିବାସୀ ଯେତେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିଲେ ମଧ୍ୟ ସେମାନେ ପରିଷ୍କାର ପାଣି ପାଇଁ ହକଦାର । ସେଥିପାଇଁ ବଡ଼ ବଡ଼ ପ୍ରକଳ୍ପମାନ ହାତକୁ ନିଆଯାଉଛି। ପ୍ରମାଣଚିହ୍ନ ଭାବେ ଉଭୟ ଶିଳାନ୍ୟାସ ଓ ଉଦଘାଟନ ଭଳି କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ପନ୍ନ କରିବା ଭଳି କର୍ମସଂସ୍କୃତି ପରିବର୍ତ୍ତନ ଯୋଗୁ ସମୟାନୁସାରେ ପ୍ରକଳ୍ପର କାର୍ଯ୍ୟ ଶେଷ ହେଉଛି । “ଆମେ ସରକାରରେ ରହିବା ଯୋଗୁ ସେବା ପାଇଁ ସୁଯୋଗ ପାଉଛୁ” ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ ।

ଆମର ପୂର୍ବ ପିଢ଼ି ଯେଉଁ ସମସ୍ୟା ମଧ୍ୟ ଦେଇ ଗତି କରିଛନ୍ତି, ଆମ ପର ପିଢ଼ି ଯେପରି ଏହାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ଆମେ ସଂକଳ୍ପବଦ୍ଧ। ସେଥିପାଇଁ ଏହି ଯୋଜନାଗୁଡ଼ିକ ସଫା ପାଣି, ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରୁଛୁ। ସେ ସ୍ମରଣ କରି କହିଥିଲେ ଯେ ସମୟ ଥିଲା ଯେତେବେଳେ ସେ ଅଞ୍ଚଳରେ ଗୋଟେ ବି ବିଜ୍ଞାନ ମହାବିଦ୍ୟାଳୟ ନ ଥିଲା। ମାତ୍ର ଏବେ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟମାନ ସ୍ଥାପିତ ହୋଇଛି। ଜୀବନରେ ଭିତ୍ତିଭୂମି, ଶିକ୍ଷା, ବ୍ୟବସାୟ, ବିଶେଷକରି ଦୂରଦୂରାନ୍ତ ଅଞ୍ଚଳରେ ସଂଯୋଗକାରୀ ଯୋଜନା ଯୋଗୁ ଅନେକ ପରିବର୍ତ୍ତନ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସେ ମଧ୍ୟ ଦକ୍ଷିଣ ଗୁଜରାଟ ଦାଙ୍ଗ ଜିଲ୍ଲାରେ ପ୍ରାକୃତିକ କୃଷିର ପ୍ରଶଂସା କରିଥିଲେ। ମାତୃଭାଷାରେ ଶିକ୍ଷା, ଏପରିକି ମେଡିକାଲ ଓ ଇଞ୍ଜିନିୟରିଂରେ ମଧ୍ୟ ଓବିସି ଓ ଆଦିବାସୀ ପିଲାମାନଙ୍କ ନିମନ୍ତେ ସୁଯୋଗର ବାଟ ଫିଟିବ । ବନବନ୍ଧୁ ଯୋଜନାରେ ନୂତନ ପର୍ଯ୍ୟାୟ ତ୍ୱରାନ୍ୱିତ କରାଇବା ଯୋଗୁ ସେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ । ଆମେମାନେ ସାମଗ୍ରିକ, ଅନ୍ତର୍ଭୁକ୍ତି ଓ ସମାନ୍ତରାଳ ବିକାଶ ପାଇଁ କାର୍ଯ୍ୟ କରୁଛୁ ବୋଲି କହି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ସମାପନ କରିଥିଲେ।

ପ୍ରଧାନମନ୍ତ୍ରୀ ୯୬୧ କୋଟି ଟଙ୍କା ବ୍ୟୟରେ ତାପି, ନବସାରୀ ଓ ସୁରତ ଜିଲ୍ଲାର ଜନସାଧାରଣଙ୍କ ନିମନ୍ତେ ୧୩ଟି ଜଳ ଯୋଗାଣ ପ୍ରକଳ୍ପର ଭୂମି ପୂଜନ କରିଥିଲେ । ୫୪୨ କୋଟି ଟଙ୍କାରେ ନିର୍ମିତ ହେଉଥିବା ନବସାରୀ ଜିଲ୍ଲାର ଏକ ମେଡିକାଲ କଲେଜର ମଧ୍ୟ ସେ ଭୂମି ପୂଜନ କରିଥିଲେ। ଏହା ସେ ଅଞ୍ଚଳର ଜନସାଧାରଣଙ୍କୁ କମ ମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବ।

୫୮୬ କୋଟି ଟଙ୍କାରେ ନିର୍ମିତ ମଧୁବନ ବନ୍ଧଭିତ୍ତିକ ଆଷ୍ଟଲ ଆଞ୍ଚଳିକ ଜଳ ଯୋଗାଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ଏଥିରେ ଜଳ ଯୋଗାଣର ଅପୂର୍ବ ଯାନ୍ତ୍ରିକ କୌଶଳ ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ୧୬୩ କୋଟି ଟଙ୍କା ବ୍ୟୟରେ ‘ନଲ ସେ ଜଲ’ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ସୁରତ, ନବସାରୀ, ଭାଲସାଦ ଓ ତାପି ଜିଲ୍ଲାର ଅଧିବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବ।

ପ୍ରଧାନମନ୍ତ୍ରୀ ମଧ୍ୟ ବୀରପୁର-ଭାରା ସବଷ୍ଟେସନ ଉଦଘାଟନ କରିଥିଲେ ଯାହାକି ୮୫ କୋଟି ଯଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହା ତାପି ଜିଲ୍ଲାର ଅଧିବାସୀଙ୍କୁ ବିଦୁତ ଯୋଗାଇବ । ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଭାଲସାଦ ଜିଲ୍ଲାର ଭାଗୀ ସହରରେ ୨ଠ କୋଟି ଟଙ୍କା ବ୍ୟୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ମଧ୍ୟ ଉଦଘାଟିତ ହୋଇଛି। ୨୧ କୋଟି ଟଙ୍କା ବ୍ୟୟରେ ନବସାରୀରେ ନିର୍ମିତ ସରକାରୀ କ୍ୱାର୍ଟର୍ସକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ପିପଳାଇ ଦେବୀ-ଜୁନେର-ଟିକଭିର-ପିପଲଦହାଡ଼ ମଧ୍ୟରେ ନିର୍ମିତ ଏକ ରାସ୍ତା, ଦାଙ୍ଗରେ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଦ୍ୟାଳୟ ଭବନ ମଧ୍ୟ ସେ ଉଦଘାଟନ କରିଥିଲେ ।

ସୁରାଟ, ନବସାରୀ, ଭାଲସାଦ ଓ ତାପି ଜିଲ୍ଲା ଅଧିବାସୀମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ୫୪୯ କୋଟି ଯଙ୍କା ବ୍ୟୟରେ ଆଠଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଖେଡ଼ଗାମ ଓ ପିପଲଖେଡ଼କୁ ସଂଯୋଗ କରୁଥିବା ୩୩ କୋଟି ଟଙ୍କା ବ୍ୟୟରେ ଏକ ସଡ଼କ ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନବସାରୀ ଜିଲ୍ଲାରେ କରିଥିଲେ। ସୁପାଦେଇ ନବସାରୀ ଓ ବର୍ଦୋଳି ମଧ୍ୟରେ ୨୭ କୋଟି ଟଙ୍କା ବ୍ୟୟରେ ଏକ ଚାରିଥାକିଆା ରାସ୍ତାର ମଧ୍ୟ ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ୨୮ କୋଟି ଟଙ୍କା ବ୍ୟୟରେ ଦାଙ୍ଗରେ ପଞ୍ଚାୟତ ଭବନର ଶିଳାନ୍ୟାସ କରିଥିଲେ।

ଗୁଜରାଟ ଗୌରବ ଅଭିଯାନ ନବସାରୀ ଭୂପେନ୍ଦ୍ର ରଜନୀକାନ୍ତ ପଟେଲ
Share. Facebook Twitter LinkedIn Email WhatsApp Copy Link

Related Posts

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.