ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଆଜି ଆସିପାରେ ସ୍ପଷ୍ଟ ଚିତ୍ର, ବସୁଛି ସମନ୍ବୟ ବୈଠକ

Published: Jun 19, 2022, 11:51 am IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ନୂଆଦିଲ୍ଲୀରେ ବସୁଛି ସମନ୍ବୟ ବୈଠକ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିସ୍ତୃତ ଭାବେ ଆଲୋଚନା ହେବ। ଏଥିପାଇଁ ବିଜେପି ୧୪  ଜଣିଆ କମିଟ ଗଠନ କରିଛି।

ବିଜେପି ପକ୍ଷରୁ ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ସହମତି କରିବା ପାଇଁ ଦାୟିତ୍ୱ ଦିଆଯାଇଛି।  ସେହିପରି ନିଜ ରାଜ୍ୟ ୟୁନିଟ୍ ଓ ସହଯୋଗୀଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ବିଜେପି ୧୪ ଜଣିଆ ସମନ୍ୱୟ କମିଟି ଗଠନ କରିଛି। ଏହି ବୈଠକରେ କମିଟି ସଦସ୍ୟଙ୍କ ଭୂମିକା ଓ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସେମାନଙ୍କ ଦାୟିତ୍ୱକୁ ବୁଝାଯିବ ବୋଲି ଜଣାପଡିଛି।

ଜୁଲାଇ ୧୮ ତାରିଖରେ ୧୬ତମ ରାଷ୍ଟ୍ରପତି ନିର୍ବାଚନ ହେବ। ସେହିପରି ଜୁଲାଇ ୨୧ ତାରିଖରେ ଭୋଟ୍ ଗଣତି ହେବ । ଜୁନ୍ ୩୦ ତାରିଖରେ ନାମାଙ୍କନ ପତ୍ର ଯାଂଚ ଓ ଜୁଲାଇ ୨ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

Related posts