Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଗତି ମଇଦାନ ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଜାତୀୟ ଖବର

ପ୍ରଗତି ମଇଦାନ ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

June 19, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଗତି ମଇଦାନ ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନ ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ୍ ଏବଂ ପାଞ୍ଚଟି ଭୂତଳ ରାସ୍ତା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପ ହେଉଛି ପ୍ରଗତି ମଇଦାନ ପୁନଃ ବିକାଶ ପ୍ରକଳ୍ପର ଏକ ଅଂଶବିଶେଷ । ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ, ଶ୍ରୀ ହରଦୀପ ସିଂହ ପୁରୀ, ଶ୍ରୀ ସୋମ ପ୍ରକାଶ, ଶ୍ରୀମତୀ ଅନୁପ୍ରିୟା ପଟେଲ ଏବଂ ଶ୍ରୀ କୌଶଲ କିଶୋର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଦିଲ୍ଲୀବାସୀଙ୍କୁ ଏକ ବଡ ଉପହାର ବୋଲି କହିଛନ୍ତି । ଟ୍ରାଫିକ୍ ସମସ୍ୟା ଏବଂ ମହାମାରୀ ଯୋଗୁଁ ପ୍ରକଳ୍ପ ସଂପୂର୍ଣ୍ଣ କରିବାରେ ଆହ୍ୱାନକୁ ସେ ସ୍ମରଣ କରିଥିଲେ । ସେ ଏହି କାର‌୍ୟ୍ୟ ସମାପ୍ତ କରିବା ପାଇଁ ନୂତନ ଭାରତର ନୂତନ କାର‌୍ୟ୍ୟ ସଂସ୍କୃତି ଏବଂ ଶ୍ରମିକ ଏବଂ ଯନ୍ତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଏକ ନୂତନ ଭାରତ ଯାହା ସମସ୍ୟାର ସମାଧାନ କରିଥାଏ, ନୂତନ ପ୍ରତିଶ୍ରୁତି ଦେଇଥାଏ ଏବଂ ସେହି

ପ୍ରଗତି ମଇଦାନ କେନ୍ଦ୍ର ସରକାରଙ୍କ ଦ୍ୱାରା ବିକଶିତ ଆଧୁନିକ ଭିତ୍ତିଭୂମି ଦିଲ୍ଲୀର ଚିତ୍ର ବଦଳାଇ ଏହାକୁ ଆଧୁନିକୀକରଣ କରୁଛି । ଚିତ୍ରରେ ଏହି ପରିବୟର୍ତ୍ତନ ଭାଗ୍ୟ ପରିବର୍ତ୍ତନ କରିବାର ଏକ ମାଧ୍ୟମ ବୋଲି ସେ କହିଛନ୍ତି । ସାଧାରଣ ଲୋକଙ୍କ ପାଇଁ ସହଜ ଜୀବନ ଯାପନ ସକାଶେ ଭିତ୍ତିଭୂମିର ଆଧୁନିକୀକରଣ ଉପରେ ଧ୍ୟାନ ଦିଆଯାଉଛି । ପରିବେଶ ସମ୍ବେଦନଶୀଳ ତଥା ଜଳବାୟୁ ସଚେତନ ଭିତ୍ତିଭୂମି ବିକାଶର ଆବଶ୍ୟକତାକୁ ସେ ଦୋହରାଇଛନ୍ତି ।

ଗତ ୮ ବର୍ଷ ମଧ୍ୟରେ ଦିଲ୍ଲୀ-ଏନସିଆରରେ ମେଟ୍ରୋ ସେବା ୧୯୩ କିଲୋମିଟରରୁ ୪୦୦ କିଲୋମିଟରକୁ ବୃଦ୍ଧି ପାଇଛି ଯାହାକି ଦୁଇ ଗୁଣରୁ ଅଧିକ । ମେଟ୍ରୋ ଏବଂ ସାଧାରଣ ପରିବହନ ବ୍ୟବହାର କରିବାର ଅଭ୍ୟାସ ବଢାଇବାକୁ ମୋଦୀ ଲୋକଙ୍କୁ କହିଛନ୍ତି । ସେହିଭଳି ପୂର୍ବ ଏବଂ ପଶ୍ଚିମ ପେରିଫେରାଲ୍ ଏକ୍ସପ୍ରେସୱେ, ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ଦିଲ୍ଲୀର ନାଗରିକମାନଙ୍କୁ ବହୁତ ସାହାଯ୍ୟ କରିଛି । କାଶୀ ରେଳ ଷ୍ଟେସନରେ ନାଗରିକ ତଥା ଅନ୍ୟ ହିତାଧିକାରୀଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଲୋକଙ୍କ ମାନସିକତାରେ ଏକ ବଡ଼ ପରିବର୍ତ୍ତନ ଆସିଛି ଏବଂ ସେହି ପରିବର୍ତ୍ତନ ଅନୁଯାୟୀ କାର‌୍ୟ୍ୟ ଜାରି ରଖିବାକୁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି ।

ସେ ଦର୍ଶାଇଛନ୍ତି ଯେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ, ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ, ଦିଲ୍ଲୀ-ଅମୃତସର ଏକ୍ସପ୍ରେସୱେ, ଦିଲ୍ଲୀ-ଚଣ୍ଡିଗଡ଼ ଏକ୍ସପ୍ରେସୱେ ଏବଂ ଦିଲ୍ଲୀ-ଜୟପୁର ଏକ୍ସପ୍ରେସୱେ ଦିଲ୍ଲୀକୁ ବିଶ୍ୱର ସର୍ବୋତ୍ତମ ସଂଯୋଗକାରୀ ରାଜଧାନୀ ଭାବେ ପରିଣତ କରୁଛି । ସେ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦିଲ୍ଲୀର ମିରଟ୍ ଦ୍ରୁତ ରେଳ ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିବା ସହିତ ଦିଲ୍ଲୀର ପରିଚୟକୁ ଭାରତର ରାଜଧାନୀ ଭାବରେ ପରିଣତ କରୁଥିବା ଏବଂ ଏହା ଦ୍ୱାରା ବୃତ୍ତିଧାରୀ, ସାଧାରଣ ଲୋକ, ଛାତ୍ର, ଯୁବକ, ବିଦ୍ୟାଳୟ ଏବଂ ଅଫିସ୍ ଯାଉଥିବା ଲୋକେ, ଟ୍ୟାକ୍ସି ଅଟୋ ଡ୍ରାଇଭର ଏବଂ ବ୍ୟବସାୟୀ ଗୋଷ୍ଠି ଉପକୃତ ହେବେ ବୋଲି କହିଥିଲେ ।

ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ସରକାର ଏତେ ବୃହତ ପରିମାଣରେ ସହରାଞ୍ଚଳ ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । ସହରୀ ଗରିବ ଠାରୁ ଆରମ୍ଭ କରି ସହରୀ ମଧ୍ୟବିତ୍ତଙ୍କ ପର‌୍ୟ୍ୟନ୍ତ ସମସ୍ତଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ କାର‌୍ୟ୍ୟ କରାଯାଉଛି । ଗତ ୮ ବର୍ଷ ମଧ୍ୟରେ ସହରାଞ୍ଚଳର ୧ କୋଟିରୁ ୭୦ ଲକ୍ଷ ଗରିବ ଲୋକଙ୍କୁ ପକ୍କା ଘର ସୁନିଶ୍ଚିତ କରାଯାଇଛି ।

ମଧ୍ୟବିତ୍ତ ପରିବାରର ଲକ୍ଷ ଲକ୍ଷ ଲୋକଙ୍କୁ ମଧ୍ୟ ସେମାନଙ୍କ ଘର ର୍ନିମାଣ ପାଇଁ ସହାୟତା ଦିଆଯାଇଛି । ଯଦି ସହରଗୁଡିକରେ ଆଧୁନିକ ସାଧାରଣ ପରିବହନ ଉପରେ ଧ୍ୟାନ ଦିଆଯାଏ, ତେବେ ସିଏନଜି ଆଧାରିତ ଗମନାଗମନ ଏବଂ ବୈଦ୍ୟୁତିକ ପରିବହନ ଭିତ୍ତିଭୂମିକୁ ମଧ୍ୟ ଅଗ୍ରାଧିକାର ମିଳିବ । କେନ୍ଦ୍ର ସରକାରଙ୍କ ଏଫଏଏମ୍‍ଇ ଯୋଜନା ଏହାର ଏକ ଉତ୍ତମ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗାଡିରୁ ଓହ୍ଲାଇ ଟନେଲରେ ଚାଲୁଥିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟନେଲରେ ଥିବା କଳାକୌଶଳ ଯୋଜନାବଦ୍ଧ କାର‌୍ୟ୍ୟଠାରୁ ଅଧିକ ମୂଲ୍ୟ ଯୋଗ କରିଛି ଏବଂ ଏହା ଏକ ଭରତ ଶ୍ରେଷ୍ଠ ଭାରତର ଏକ ମହାନ ଅଧ୍ୟୟନ କେନ୍ଦ୍ର ଅଟେ । ସେ କହିଛନ୍ତି, ବୋଧହୁଏ, ଏହା ଦୁନିଆର ସବୁଠୁ ଦୀର୍ଘ ଆର୍ଟ ଗ୍ୟାଲେରୀ ମଧ୍ୟରେ ଅଛି । ସେ ପରାମର୍ଶ ଦେଇଛନ୍ତି ଯେ ରବିବାର ଦିନ କିଛି ସମୟ ପାଇଁ ଏହି ଟନେଲକୁ କେବଳ ସ୍କୁଲ ପିଲା ଏବଂ ପଥଚାରୀଙ୍କ ପାଇଁ ଖୋଲା ରଖାଯିବା ଉଚିତ ଯାହାଦ୍ୱାରା କି କଳାକୌଶଳ ଏବଂ ଆବେଗକୁ ପ୍ରଶଂସା କରାଯାଇ ପାରିବ ।

ଅନୁପ୍ରିୟା ପଟେଲ ନରେନ୍ଦ୍ର ମୋଦୀ ପୀୟୁଷ ଗୋଏଲ ହରଦୀପ ସିଂହ ପୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.