Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଇରଙ୍ଗପୁରରୁ ରାଇସିନା ହିଲ, ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଯାତ୍ରା
ଜାତୀୟ ଖବର

ରାଇରଙ୍ଗପୁରରୁ ରାଇସିନା ହିଲ, ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଯାତ୍ରା

June 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଇରଙ୍ଗପୁରରୁ ରାଇସିନା ହିଲ, ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଯାତ୍ରା

ଭୁବନେଶ୍ବର : ସବୁ ଆଶା ଓ ଆଶଙ୍କାକୁ ପଛରେ ପକାଇ ଶେଷରେ ଓଡିଶାର ଦ୍ରୌପଦୀ ମୁର୍ମୂଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛି ଏନଡିଏ। ଯାହା ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଦ୍ରୌପଦୀଙ୍କ ନାମ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଓଡିଶା ରାଜନୀତିରେ ଏକ ହଲଚଲ ସୃଷ୍ଟି ହୋଇଯାଇଛି।

ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବହୁ ସମୀକ୍ଷା ପରେ ଆମେ ଏକ ସିଦ୍ଧାନ୍ତରେ ଉପନୀତ ହୋଇଛୁ। ବହୁ ତର୍କ ପରେ ଆମେ ଅନୁଭବ କଲୁ ଯେ, ଦେଶର ପୂର୍ବାଞ୍ଚଳ ପ୍ରତି ଗୁରୁତ୍ବ ଦିଆଯାଉ। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା କୌଣସି ଆଦିବାସୀ ଦେଶର ଏହି ସର୍ବୋଚ୍ଚ ପଦବୀରେ ବସି ନାହାଁନ୍ତି। ସେଥିପାଇଁ ସମସ୍ତଙ୍କ ମତାମତ ପରେ ଆମେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରୁଛୁ।

ଏହି ଘୋଷଣା ପରେ ଓଡିଶା ରାଜନୀତିରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇପାରେ ବୋଲି ଆଶା କରାଯାଇଥିଲା। ଯାହା ପରବର୍ତ୍ତି ସମୟରେ ତାହା ସତ ହୋଇଛି। ଏକଦା ଓଡିଶା ରାଜନୀତିରେ ବେଶ ସକ୍ରିୟା ଥିବା ଦ୍ରୌପଦୀ ମୁର୍ମୁ ପରବର୍ତ୍ତି ସମୟରେ ଝାଡଖଣ୍ଚ ରାଜ୍ୟପାଳ ଭାବେ ଅବସ୍ଥାପତ ହୋଇଥିଲେ।

ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁରର ବେଶ୍ ପରିଚିତ ବ୍ୟକ୍ତିତ୍ବ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ସେ  ପ୍ରଥମେ ୧୯୯୭ ମସିହାରେ ଜଣେ କାଉନସିଲର ଭାବେ ବିଜୟୀ ହୋଇ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ। ଏହାପରେ ସେ ଦୁଇଥର ବିଧାୟିକା ଭାବେ ନିର୍ବାଚି ହୋଇଥିଲେ। ସେ ୨୦୦୦ ଏବଂ  ୨୦୦୪ ମସିହାରେ ସେ ବିଧାୟିକା ଥିଲେ। ତେବେ ତାଙ୍କର ଏଭଳି କାମ ପରେ ତାଙ୍କୁ ବିଜେପି ଏସଟି ମୋର୍ଚ୍ଚାର ନ୍ୟାସନାଲ ଏକ୍ସକୁଟିଭ୍ ମେମ୍ବର ପଦ ମିଳିଥିଲା, ସେ ରାଜ୍ୟ ବିଜେପି ଏସଟି ମୋର୍ଚ୍ଚାର ସଭାପତି ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ।

ବିଜେପିର ଜଣେ ନେତ୍ରୀ ଭାବେ ସେ ବିଭିନ୍ନ ପଦପଦବୀରେ ତାଙ୍କୁ ମଧ୍ୟ ଅବସ୍ଥାପିତ କରାଯାଇଛି। ସେ ୨୦୧୦ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ମୟୁରଭଞ୍ଜର ଜିଲ୍ଲା ବିଜେପି ସଭାପତି ରହିଥିଲେ । ଏହାପରେ ସେ ୨୦୧୫ ମସିହାରେ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ପାଇଥିଲେ। ସେ ଏହି ପଦବୀରେ ୨୦୨୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ। ଗତ ବର୍ଷ ସେ ରାଜ୍ୟପାଳ ପଦବୀରୁ ଅବସର ନେବା ପରେ ପୁଣିଥରେ ସେ ତାଙ୍କର ଜନ୍ମ ମାଟିକୁ ଫେରିଆସିଥିଲେ। ବର୍ତ୍ତମାନ ସୁଦ୍ଧା ସେ ମୟୁରଭଂଜରେ ଅବସ୍ଥାନ କରୁଛନ୍ତି।

ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ତାଙ୍କ ଘର ରାଇରଙ୍ଗପୁରରୁ ରାଇସିନା ହିଲରେ ଅବସ୍ଥାପିତ ରାଷ୍ଟ୍ରପିତ ଭବନକୁ ଯିବେ।

Draupadi Murmu ଦ୍ରୌପଦ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.