Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜର୍ମାନୀ ଓ ୟୁଏଇ ଗସ୍ତ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
ବିଶେଷ ଖବର

ଜର୍ମାନୀ ଓ ୟୁଏଇ ଗସ୍ତ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

June 25, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜର୍ମାନ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛି। ଗତ ମାସର ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଫଳପ୍ରଦ ବିଚାରବିମର୍ଶ ପରେ ଚାନସେଲର ସୋଜଙ୍କୁ ପୁଣି ଦେଖାକରିବା ଏକ ନିଶ୍ଚିତ ଭାବେ ସୁଖଦ ଅବସର।

ମାନବତା ଉପରେ ପ୍ରଭାବ ବିସ୍ତାରକାରୀ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ସମସ୍ୟାକୁ ନେଇ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବା ନିମନ୍ତେ ଜର୍ମାନୀ ଏବଂ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ଯଥା ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଜି୭ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରିଛୁ। ଶିଖର ସମ୍ମିଳନୀର ଅଧିବେଶନ କାଳରେ ମୁଁ ଜି-୭ ଦେଶ ସମୂହ, ଜି-୭ ସହଯୋଗୀ ରାଷ୍ଟ୍ର ଓ ଅତିଥି ଆନ୍ତର୍ଜାତିକ ସଂଗଠନଗୁଡ଼ିକ ସହ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ, ସୁରକ୍ଷା, ସ୍ୱାସ୍ଥ୍ୟ, ଆତଙ୍କବାଦ ନିରୋଧ, ଲିଙ୍ଗଗତ ସମାନତା ଓ ଗଣତନ୍ତ୍ର ଉପରେ ମତ ବିନିମୟ କରିବି। ସମ୍ମିଳନୀ କାଳରେ ମୁଁ କେତେକ ଜି-୭ ଅଂଶଗ୍ରହଣକାରୀ ଦେଶ ଓ ଅତିଥି ଦେଶ ନେତୃବୃନ୍ଦଙ୍କ ସହ ଆଲୋଚନା କରିବି।

ଜର୍ମାନୀ ଗସ୍ତ କାଳରେ ମୁଁ ମଧ୍ୟ ୟୁରୋପର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ସାକ୍ଷାତ କରିବି। ସେମାନେ ସ୍ଥାନୀୟ ଅର୍ଥନୀତିକୁ ଏକ ବିରାଟ ଅବଦାନ ଦେବା ସହ ୟୁରୋପୀୟ ଦେଶଗୁଡ଼ିକ ସହ ଆମର ସୁସମ୍ପର୍କ ପାଇଁ ଅନେକ କିଛି କରିଛନ୍ତି।

ଭାରତ ପ୍ରତ୍ୟାବର୍ତ୍ତନ କାଳରେ ମୁଁ ୟୁଏଇ ରାଜଧାନୀ ଆବୁଧାବିରେ ଅଳ୍ପ ସମୟ ପାଇଁ ଜୁନ ୨୮, ୨୦୨୨ରେ ଅଟକି ୟୁଏଇ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମହାମହିମ ଶେଖ ମହମ୍ମଦବିନ ଜାୟେଦ ଆଲ ନାହ୍ୟାନଙ୍କୁ ଭେଟିବି। ତାଙ୍କୁ ମୁଁ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖାଲିଫାବିନ ଜାୟେଦ ଆଲ ନାହ୍ୟାନଙ୍କ ଶୋକ ସନ୍ଦେଶ ବ୍ୟକ୍ତିଗତ ଭାବେ ଜଣାଇବି।

ଜର୍ମାନୀ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ୟୁଏଇ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

May 26, 2026

ଓଇଆରସି ପଦବୀରୁ ଇସ୍ତଫା ଦେଲେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

May 25, 2026

ଦଳରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେବା ପରେ ଏବେ କୁଆଡେ ଯିବେ ଦେବାଶିଷ ସାମନ୍ତରାୟ?

May 25, 2026

ବିଜେଡିରେ ବଡ କମ୍ପନ, ଦଳରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ, କହିଲେ…..

May 25, 2026
Latest News

ଇବୋଲା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା

May 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

May 26, 2026

ମଙ୍ଗଳବାରରେ ଏହି ସାତୋଟି ରାଶି ହେବ ମାଲେମାଲ, ମିଳିବ ଅଦୃଶ୍ୟ ଶକ୍ତିର ସାହାଯ୍ୟ

May 26, 2026

ରାଜଧାନୀରେ ବୁଲିଲା ଖଣ୍ଡା

May 25, 2026

ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍‌ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ର ପାଇଲେ ପଦ୍ମଶ୍ରୀ ପୁରସ୍କାର

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.