Categories
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲା ଜର୍ମାନୀ: ଜାଣନ୍ତୁ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ଉପରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଏକ ପ୍ରଶ୍ନର ଉତ୍ତରରେ ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ରାହୁଲଙ୍କ ବିରୋଧରେ ନିଆଯାଇଥିବା କୌଣସି କାର୍ଯ୍ୟ ନ୍ୟାୟିକ ସ୍ଵାଧୀନତା ମଧ୍ୟରେ ଏବଂ ତାଙ୍କର ମୌଳିକ ଅଧିକାରକୁ ଦୃଷ୍ଟିରେ ରଖି କରାଯାଇଥିବ।

ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆମର ଜ୍ଞାନ ଅନୁଯାୟୀ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାର ବିକଳ୍ପ ରହିଛି। ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ନିଶ୍ଚିତ ଯେ ରାହୁଲ ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳେ କିମ୍ବା ତାଙ୍କ ପକ୍ଷ ଶୁଣିବା ସମୟରେ ନ୍ୟାୟିକ ସ୍ଵାଧୀନତା ଏବଂ ତାଙ୍କର (ରାହୁଲଙ୍କ) ମୌଳିକ ଅଧିକାରର ଯତ୍ନ ନିଆଯିବ।

ଜର୍ମାନୀର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତି ପରେ ଏପର୍ଯ୍ୟନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ତେବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ତାଙ୍କ ସଂସଦ ସଦସ୍ୟତା ରଦ୍ଦ କିମ୍ବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏହି ଦେଶରେ କେହି ସୁପ୍ରିମକୋର୍ଟଙ୍କ ଉପରେ ନାହାଁନ୍ତି ଏବଂ ଏଥିପାଇଁ ନ୍ୟାୟିକ ଏବଂ ସାମ୍ବିଧାନିକ ଅନୁଷ୍ଠାନ ଅଛି।

Categories
ବିଶେଷ ଖବର

ଜର୍ମାନୀ ଓ ୟୁଏଇ ଗସ୍ତ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଜର୍ମାନ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛି। ଗତ ମାସର ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଫଳପ୍ରଦ ବିଚାରବିମର୍ଶ ପରେ ଚାନସେଲର ସୋଜଙ୍କୁ ପୁଣି ଦେଖାକରିବା ଏକ ନିଶ୍ଚିତ ଭାବେ ସୁଖଦ ଅବସର।

ମାନବତା ଉପରେ ପ୍ରଭାବ ବିସ୍ତାରକାରୀ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ସମସ୍ୟାକୁ ନେଇ ଆନ୍ତର୍ଜାତିକ ସହଯୋଗକୁ ମଜବୁତ କରିବା ନିମନ୍ତେ ଜର୍ମାନୀ ଏବଂ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ଯଥା ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଜି୭ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରିଛୁ। ଶିଖର ସମ୍ମିଳନୀର ଅଧିବେଶନ କାଳରେ ମୁଁ ଜି-୭ ଦେଶ ସମୂହ, ଜି-୭ ସହଯୋଗୀ ରାଷ୍ଟ୍ର ଓ ଅତିଥି ଆନ୍ତର୍ଜାତିକ ସଂଗଠନଗୁଡ଼ିକ ସହ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ, ସୁରକ୍ଷା, ସ୍ୱାସ୍ଥ୍ୟ, ଆତଙ୍କବାଦ ନିରୋଧ, ଲିଙ୍ଗଗତ ସମାନତା ଓ ଗଣତନ୍ତ୍ର ଉପରେ ମତ ବିନିମୟ କରିବି। ସମ୍ମିଳନୀ କାଳରେ ମୁଁ କେତେକ ଜି-୭ ଅଂଶଗ୍ରହଣକାରୀ ଦେଶ ଓ ଅତିଥି ଦେଶ ନେତୃବୃନ୍ଦଙ୍କ ସହ ଆଲୋଚନା କରିବି।

ଜର୍ମାନୀ ଗସ୍ତ କାଳରେ ମୁଁ ମଧ୍ୟ ୟୁରୋପର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କ ସହ ସାକ୍ଷାତ କରିବି। ସେମାନେ ସ୍ଥାନୀୟ ଅର୍ଥନୀତିକୁ ଏକ ବିରାଟ ଅବଦାନ ଦେବା ସହ ୟୁରୋପୀୟ ଦେଶଗୁଡ଼ିକ ସହ ଆମର ସୁସମ୍ପର୍କ ପାଇଁ ଅନେକ କିଛି କରିଛନ୍ତି।

ଭାରତ ପ୍ରତ୍ୟାବର୍ତ୍ତନ କାଳରେ ମୁଁ ୟୁଏଇ ରାଜଧାନୀ ଆବୁଧାବିରେ ଅଳ୍ପ ସମୟ ପାଇଁ ଜୁନ ୨୮, ୨୦୨୨ରେ ଅଟକି ୟୁଏଇ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ମହାମହିମ ଶେଖ ମହମ୍ମଦବିନ ଜାୟେଦ ଆଲ ନାହ୍ୟାନଙ୍କୁ ଭେଟିବି। ତାଙ୍କୁ ମୁଁ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖାଲିଫାବିନ ଜାୟେଦ ଆଲ ନାହ୍ୟାନଙ୍କ ଶୋକ ସନ୍ଦେଶ ବ୍ୟକ୍ତିଗତ ଭାବେ ଜଣାଇବି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭରତ ବାୟୋଟେକର ଟିକାକୁ ଅନୁମୋଦନ ଦେଲା ଜର୍ମାନୀ, ଲକ୍ଷ ଲକ୍ଷ ଲୋକ ପାଇବେ ଆଶ୍ଵସ୍ତି

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ଭରତ ବାୟୋଟେକର କରୋନା ଟିକା, କୋଭାକ୍ସିନକୁ ଜର୍ମାନୀ ଅନୁମୋଦନ କରିଛି। ଏହି ଅନୁମୋଦନକୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିଲା। ଯାହା ପରେ ବର୍ତ୍ତମାନ ସେହି ସମସ୍ତ ଲୋକ ଯେଉଁମାନେ ଜର୍ମାନୀ ଭ୍ରମଣ କରନ୍ତି ସେମାନେ ଏକ ବଡ଼ ଆଶ୍ଵସ୍ତି ପାଇବାକୁ ଯାଉଛନ୍ତି। ଭ୍ରମଣକାରୀ ଭାରତୀୟମାନଙ୍କୁ ଜୁନ୍ ୧ ତାରିଖରୁ ଟୀକାକରଣ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ ନାହିଁ। ଭ୍ରମଣ ପାଇଁ କୋଭାକ୍ସିନକୁ ଭ୍ରମଣ ପାଇଁ ଏହି ଅନୁମୋଦନ ଦିଆଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଜୁନିଅର ହକି ବିଶ୍ଵକପ: ଜର୍ମାନୀକୁ ହରାଇ ଆର୍ଜେଣ୍ଟିନା ହେଲା ଚାମ୍ପିୟନ୍

ଭୁବନେଶ୍ବର: ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଖେଲାଯାଉଥିବା ଜୁନିଅର ହକି ବିଶ୍ଵକପର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଯାଇଛି। ଜର୍ମାନୀ-ଆର୍ଜେଣ୍ଟିନା ମଧ୍ୟରେ ଏହି ଫାଇନାଲ ମ୍ଯାଚ ଖେଳାଯାଇଥିଲା। ଜର୍ମାନୀକୁ ହରାଇ ଆର୍ଜେଣ୍ଟିନା ଦଳ ବିଜୟ ଲାଭ କରିଛି। ଜର୍ମାନୀକୁ ୪-୨ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ଚାମ୍ପିୟାନ ହୋଇଛି। ଦ୍ଵିତୀୟ ଥର ପାଇଁ ଆର୍ଜେଣ୍ଟିନା ଏହି ସଫଳତା ଲାଭ କରିଛି।