Close Menu
The Samikhsya OdiaThe Samikhsya Odia
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The Samikhsya OdiaThe Samikhsya Odia
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The Samikhsya OdiaThe Samikhsya Odia
    Home»ଜାତୀୟ ଖବର»ଶେଷ ହେଲା ମହାରାଷ୍ଟ୍ରର ମହାନାଟକ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ
    ଜାତୀୟ ଖବର

    ଶେଷ ହେଲା ମହାରାଷ୍ଟ୍ରର ମହାନାଟକ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

    June 30, 2022No Comments1 Min Read
    Share Facebook Twitter LinkedIn Email WhatsApp Copy Link
    ଶେଷ ହେଲା ମହାରାଷ୍ଟ୍ରର ମହାନାଟକ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

    ନୂଆଦିଲ୍ଲୀ: ଶେଷ ହେଲା ମହାରାଷ୍ଟ୍ରର ମହାନାଟକ। ପ୍ରାୟ ଏକ ସପ୍ତାହ ଧରି ଚାଲିଥିବା ରାଜନୈତିକ ଅଶାନ୍ତିର ଅନ୍ତ ଘଟିଛି। ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍  ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶାରି ଶପଥ ପାଠ କରାଇଥିଲେ।

    ମହାରାଷ୍ଟ୍ରର ରାଜନୈତିକ ଅସ୍ତିରତା ଚରମ ସୀମାରେ ପହଞ୍ଚିଥିଲା। ଉଦ୍ଦବ ଠାକରେ ତାଙ୍କର ପଦବୀ ସୁରକ୍ଷିତ ରଖିବା ସହଜ ହୋଇନଥିଲା। ଏପରିକି ରାଜ୍ୟରେ ଶାସନ ଭାର କିଏ ଗ୍ରହଣ କରିବ ସେ ନେଇ ସମସ୍ତେ ସନ୍ଦେହରେ ଥିଲେ।

    ହେଲେ ଏକ ଅପ୍ରତ୍ୟାଶିତ ଘଟଣାରେ ଫଡନାଭିସ୍ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଏକନାଥ ସିନ୍ଦେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ। ସିନ୍ଦେ ଏବଂ ଫଡନାଭିସ୍ ରାଜଭବନରେ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟିବାକୁ ଯାଇ କିଛି ସମୟ ପରେ ଏହି ଘୋଷଣା କରାଯାଇଥିଲା।

    ଏହାପରେ ସମସ୍ତେ ନିଶ୍ଚିତ ହେଲେ ଯେ, ବିଜେପି ସମର୍ଥନରେ ସିନ୍ଦେ ଶାସନ କରିବେ। ଏହାପରେ ଅମିତ ସାହା ଟୁଇଟ କରି ଜଣାଇ ଦେଲେ ଯେ, ଫଡନାଭିସ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ। ଫଳରେ ଉଭୟ ସିନ୍ଦେ ଏବଂ ଫଡନାଭିସ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

    ଏକନାଥ ସିନ୍ଦେ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ରାଜନୀତି ଶପଥ ଗ୍ରହଣ
    Share. Facebook Twitter LinkedIn Email WhatsApp Copy Link

    Related Posts

    ୩୧ ଜୁଲାଇ ପର୍ଯ୍ୟନ୍ତ ଖୋଲା ରହିଛି ପଦ୍ମ ପୁରସ୍କାର-୨୦୨୬ ପାଇଁ ମନୋନୟନ 

    July 15, 2025

    ଅଲିମ୍ପିକ୍ସ ପାଇଁ କ୍ରିକେଟ୍ କାର୍ଯ୍ୟସୂଚୀ ପ୍ରକାଶ, କେତେ ଦଳ ଅଂଶଗ୍ରହଣ କରିବେ ଏବଂ ଫାଇନାଲ୍ ତାରିଖ କ’ଣ? ଜାଣନ୍ତୁ ସବୁକିଛି

    July 15, 2025

    ଜୁଲାଇ ୧୭ ରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    July 15, 2025

    ଏଭିଜିସି-ଏକ୍ସଆର୍‌ କ୍ଷେତ୍ରରେ ଆଧୁନିକ ପାଠ୍ୟକ୍ରମ ଘୋଷଣା କଲା ଆଇଆଇସିଟି

    July 15, 2025
    Latest News

    ମୃତ ଛାତ୍ରୀଙ୍କ ପରିବାରକୁ ଭେଟିଲା ପ୍ରଦେଶ କଂଗ୍ରେସ ଏବଂ ବିଜୁ ଜନତା ଦଳ

    July 15, 2025

    ଛାତ୍ରୀ ମୃତ୍ୟୁ ନେଇ ଆସନ୍ତାକାଲି ବିଜେଡିର ବନ୍ଦ ଡାକରା, ଲୋକସେବା ଭବନ ଘେରାଉ

    July 15, 2025

    ପୂର୍ବତଟ ରେଳପଥର ସୁରକ୍ଷା ପଦକ୍ଷେପ ସମୀକ୍ଷା କଲେ ରେଲୱେ ବୋର୍ଡର ସୁରକ୍ଷା ମହାନିର୍ଦ୍ଦେଶକ

    July 15, 2025

    ୩୧ ଜୁଲାଇ ପର୍ଯ୍ୟନ୍ତ ଖୋଲା ରହିଛି ପଦ୍ମ ପୁରସ୍କାର-୨୦୨୬ ପାଇଁ ମନୋନୟନ 

    July 15, 2025

    ଅଲିମ୍ପିକ୍ସ ପାଇଁ କ୍ରିକେଟ୍ କାର୍ଯ୍ୟସୂଚୀ ପ୍ରକାଶ, କେତେ ଦଳ ଅଂଶଗ୍ରହଣ କରିବେ ଏବଂ ଫାଇନାଲ୍ ତାରିଖ କ’ଣ? ଜାଣନ୍ତୁ ସବୁକିଛି

    July 15, 2025
    Load More
    The Samikhsya Odia
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2025 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.