Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ତିନିଠାକୁର ବାହାରକୁ ଆସିଲେ ତାଙ୍କ ମସ୍ତକରେ ଶୋଭା ପାଏ ଟାହିଆ, ଏହା କଣ, କିଏ କରେ
ଧର୍ମ

ତିନିଠାକୁର ବାହାରକୁ ଆସିଲେ ତାଙ୍କ ମସ୍ତକରେ ଶୋଭା ପାଏ ଟାହିଆ, ଏହା କଣ, କିଏ କରେ

July 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତିନିଠାକୁର ବାହାରକୁ ଆସିଲେ ତାଙ୍କ ମସ୍ତକରେ ଶୋଭା ପାଏ ଟାହିଆ, ଏହା କଣ, କିଏ କରେ

ଭୁବନେଶ୍ବର: ତିନିଠାକୁର ଯେତେବେଳେ ମନ୍ଦିର ବାହାରକୁ ଆସନ୍ତି ସେତେବେଳେ ତାଙ୍କ ମସ୍ତକରେ ଶୋଭା ପାଇଥାଏ ଟାହିଆ ବା ମୁକୁଟ। ଏହି ଟାହିଆ ଯେତେବେଳେ ଝୁଲେ ସେତେବେଳେ ଭକ୍ତର ମନପ୍ରାଣ ଉଲ୍ଲସିତ ହୋଇଯାଏ। ସାଧାରଣତଃ ସ୍ନାନ ପୂର୍ଣ୍ଣିମା ବେଳେ କିମ୍ବା ରଥକୁ ତିନିଠାକୁର ବିଜେ ବେଳେ ଏହି ଟାହିଆ ଲାଗି ହୋଇଥାଏ।

ପୁରୀର ରାଘବ ଦାସ ମଠରେ ଟାହିଆକୁ ଶିଳ୍ପୀମାନେ ପାରମ୍ପରିକ ଶୈଳୀରେ ନିର୍ମାଣ କରିଥାନ୍ତି। ଏହା ବାଉଁଶ କାଠି, କଦଳି ପଟୁକା, ସୋଲ, ଜରି, ରଙ୍ଗୀନ କନା, ସୁତାରେ ଏହି ଟାହିଆ ପ୍ରସ୍ତୁତି କାରାଯାଇଥାଏ। ପ୍ରଥମେ ବାଉଁଶ କାଠିକୁ ସ୍ୱତନ୍ତ୍ର କାଠ ନିର୍ମିତ ଯନ୍ତାରେ ଖଞ୍ଜାଯାଏ। ଟାହିଆର ସମସ୍ତ କାମ ସରିବା ପର୍ଯ୍ୟନ୍ତ ଏହା ଯନ୍ତାରେ ରହିଥାଏ। ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହାକୁ ଯନ୍ତାରୁ କାଢ଼ିନିଆଯାଏ।

ଟାହିଆ ସମ୍ପୁର୍ଣ୍ଣ ହେବା ପୂର୍ବରୁ ଏଥିରେ ମଲ୍ଲୀ, ମାଳତୀ, ଟଗର, ପଦ୍ମ, ଏବଂ ଦୂବ  ଆଦି ଖଞ୍ଜା ଯାଇଥାଏ। ଟାହିଆର ଅଗ୍ରଭାଗରେ ଦୂବ ଓ କିଆ ଲଗାଯାଇଥାଏ। ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ। ସୋଲ ତିଆରି କଦମ୍ବ ଫୁଲ, ଟାହିଆକୁ ଆକର୍ଷଣୀୟ କରିଥାଏ। ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ।

ତିନିଠାକୁର ପହଣ୍ଡି ବିଜେ ନିମନ୍ତେ ସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥାନ୍ତି। ତାହାକୁ ସେନାପଟା କୁହାଯାଏ। ପହଣ୍ଡି ସମୟରେ ବୀରବେଶୀ ଜଗନ୍ନାଥଙ୍କୁ ସୁଦୃଶ୍ୟ ଟାହିଆ ପିନ୍ଧାଯାଇଥାଏ। ବିଗ୍ରହମାନଙ୍କୁ ସେନାପଟା ଲାଗି ବେଶ ପରେ ମଙ୍ଗଳା ଅର୍ପଣ କରାଯାଇ ଡୋର କରାଯାଇଥାଏ।  ସ୍ନାନ ପୂର୍ଣ୍ଣିମା ଦିବସରେ ରତ୍ନବେଦୀରୁ ବିଗ୍ରହମାନେ ପହଣ୍ଡି ବିଜେରେ କଳାହାଟ ଦ୍ୱାର ଜୟବିଜୟ ଦ୍ୱାର, ଜଗମୋହନ, ସାତପାହାଚ, ପାଟ ଅଗଣା, ଆନନ୍ଦ ବଜାର ଦେଇ ସ୍ନାନବେଦୀକୁ ଆସନ୍ତି।

ସାତ ପାହାଚରେ ବିଗ୍ରହମାନଙ୍କୁ ଟାହିଆ ପିନ୍ଧା ଯାଇଥାଏ। ଗୋଟି ପହଣ୍ଡି ଓ ଧାଡ଼ି ପହଣ୍ଡିରେ ବିଜେ ଟାହିଆ ଲାଗି ହୋଇଥାଏ। ସ୍ନାନବେଦୀକୁ ଗୋଟି ପହଣ୍ଡି ସମୟରେ, ସ୍ନାନବେଦୀରୁ ଅଣସର ପିଣ୍ଡିକୁ ଧାଡ଼ି ପହଣ୍ଡିରେ, ଶ୍ରୀମନ୍ଦିରରୁ ରଥକୁ, ରଥରୁ ଆଡପ ମଣ୍ଡପରେ ଅବସ୍ଥାନ, ଯଜ୍ଞବେଦୀରୁ ବାହୁଡ଼ା ରଥକୁ ଧାଡ଼ି ପହଣ୍ଡିରେ, ନୀଳାଦ୍ରୀବିଜେ ସମୟରେ ଗୋଟି ପହଣ୍ଡିରେ ବିଗ୍ରହମାନଙ୍କୁ ଟାହିଆ ଲାଗି କରାଯାଇଥାଏ।

ତିନିଠାକୁର ପୁରୀ ରଥଯାତ୍ରା ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରାଣାନ୍ତକ ଆକ୍ରମଣ : ଭୁଜାଲି ଚୋଟରେ ଛିଣ୍ଡିଲା ହାତ ପାପୁଲି ଓ ବୁଢ଼ା ଆଙ୍ଗୁଠି

May 28, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ଆଜି ମେ ୨୮ ତାରିଖ ଗୁରୁବାରରେ ଏହି ଛଅଟି ରାଶି ଉପରେ ଶ୍ରୀଗଣେଶଙ୍କର ରହିଛି କୃପା

May 28, 2026
Latest News

ପ୍ରାଣାନ୍ତକ ଆକ୍ରମଣ : ଭୁଜାଲି ଚୋଟରେ ଛିଣ୍ଡିଲା ହାତ ପାପୁଲି ଓ ବୁଢ଼ା ଆଙ୍ଗୁଠି

May 28, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

୨୦୨୫-୨୬ରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ରେକର୍ଡ ୧.୮୭ ଲକ୍ଷ କୋଟିର ବିକ୍ରୟ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ମାରାତ୍ମକ ହୋଇପାରେ ଏସିର ବ୍ୟବହାର, ଜାଣନ୍ତୁ କାରଣ କଣ ?

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.