Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସାମିଲ ହେଲେ ଏକ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ର
ଜାତୀୟ ଖବର

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସାମିଲ ହେଲେ ଏକ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ର

July 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସାମିଲ ହେଲେ ଏକ ଲକ୍ଷରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ର

ନୂଆଦିଲ୍ଲୀ:  ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍)ଅନ୍ତର୍ଗତ ହେଲ୍ଥ ଫ୍ୟାସିଲିଟି ରେଜିଷ୍ଟ୍ରୀ(ଏଚଏଫ୍ଆର୍)ରେ ଏକ ଲକ୍ଷରୁ ଅଧିକ ସରକାରୀ ଓ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କେନ୍ଦ୍ର( ହେଲଥ୍ କେୟାର ଫ୍ୟାସିଲିଟି) ସଫଳତାର ସହ ସଂଯୁକ୍ତ ହୋଇଛି। ଏହି ଐତିହାସିକ ସଫଳତା ଦେଶରେ ଡିଜିଟାଲ ହେଲ୍ଥ ପ୍ଲାଟଫର୍ମ ଓ ସେବାକୁ ଅଧିକରୁ ଅଧିକ ପ୍ରସାରିତ କରିବାରେ ବିଶେଷ ସହାୟକ ହେବ। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ନେଶନାଲ ହେଲଥ ଅଥରିଟି (ଏନଏଚ୍ଏ)ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର‌୍ୟ୍ୟକ୍ରମ। ଏହା ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା କାର‌୍ୟ୍ୟକାରୀ ହେଉଛି । ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ଯେଉଁ ହେଲଥ ଫ୍ୟାସିଲିଟି ରେଜିଷ୍ଟ୍ରୀ ବା ଏଚଏଫ୍ଆର୍ ତିଆରି ହେଉଛି ସେଥିରେ ଦେଶର ପାରମ୍ପରିକ ଓ ଆଧୁନିକ ଚିକିତ୍ସା ସେବା ପ୍ରଦାନ କରୁଥିବା କେନ୍ଦ୍ରଗୁଡିକର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇ ସେଗୁଡିକୁ ଡିଜିଟାଲ ବ୍ୟବସ୍ଥା ସହ ଯୋଡା ଯାଉଛି । ଏଥିରେ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗର ହସ୍ପିଟାଲ, କ୍ଲିନକ୍, ଡାଇଗ୍ନୋଷ୍ଟିକ କେନ୍ଦ୍ର ଓ ଇମେଜିଂ ସେଣ୍ଟ ଆଦି ଅନ୍ତର୍ଭୁକ୍ତ ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶରେ ଏକ ପୂର୍ଣ୍ଣାଙ୍ଗ ଅନ୍ଲାଇନ ପ୍ଲାଟଫର୍ମ ସୃଷ୍ଟି କରିବା ଲକ୍ଷ୍ୟରେ କାମ କରୁଛି। ଏହି ପ୍ଳାଟଫର୍ମରେ ସମସ୍ତ ତଥ୍ୟ ଯେପରି ନିର୍ବିଘ୍ନରେ ଜନସାଧାରଣ ପାଇପାରିବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ତଃକ୍ରିୟା (ଇଣ୍ଟର ଅପରେବିଲିଟି)କୁ ସହଜ ଓ ସୁଗମ କରିବ । ଏଥିପାଇଁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ବିଲ୍ଡିଂ ବ୍ଲକ ଓ ଇଣ୍ଟରଅପରେବଲ ଏପିଆଇଜ୍ (ଆପ୍ଲିକେସନ ପ୍ରୋଗାମିଂ ଇଣ୍ଟରଫ୍ରେସ)ବିକଶିତ କରିଛି। ଏହା ମାଧ୍ୟମରେ ଡିଜିଟାଲ ସ୍ୱାସ୍ଥ୍ୟସେବା ଓ ଯତ୍ନ ସଂକ୍ରାନ୍ତ ଅନୁଭୂତି ଓ ଉପଲବ୍ଧି ସବୁ ସମ୍ପୃକ୍ତ ପକ୍ଷଙ୍କୁ ସହଜରେ ଯୋଗାଇ ଦେଇ ହେବ।

ଏହା ମାଧ୍ୟମରେ ଚିକିତ୍ସା ସୁବିଧା, ଚିକିତ୍ସା କେନ୍ଦ୍ର, ରୋଗୀ ଓ ସ୍ୱାସ୍ଥ୍ୟସେବା ପେସାଦାରମାନଙ୍କ ବିଷୟରେ ସବିଶେଷ ତଥ୍ୟ ସହଜରେ ମିଳିପାରିବ। ଯେଉଁ ଟେକ୍ନିକାଲ ବିଲ୍ଡିଂ ବ୍ଲକ ସବୁ ତିଆରି ହେଊଛି ସେଥିମଧ୍ୟରୁ ଅନ୍ୟତମ ହେଲା ହେଲ୍ଥ ଫ୍ୟାସିଲିଟି ରେଜିଷ୍ଟ୍ରୀ।
ଏଚ୍ଏଫ୍ଆର୍ର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇ ଏନ୍ଏଚଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଡକ୍ଟର ଆର.ଏସ. ଶର୍ମା କହିଛନ୍ତି- “ଆମର ଲକ୍ଷ୍ୟ ହେଲା ଏକ ବିଶ୍ୱସନୀୟ ଜାତୀୟ ପ୍ଳାଟଫର୍ମ ତିଆରି କରିବା, ଯେଉଁଠୁ ରୋଗୀ ପଞ୍ଜୀକୃତ ଚିକିତ୍ସିକ, ଚିକିତ୍ସା ସୁବିଧା ଓ କେନ୍ଦ୍ର ସମ୍ପର୍କରେ ସମଗ୍ର ଦେଶରେ ଯେକୌଣସି ଅଞ୍ଚଳରୁ ସହଜରେ ସୂଚନା ପାଇପାରିବେ।”

“ଏ କ୍ଷେତ୍ରରେ ଆମେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନକାରୀ ଅନୁଷ୍ଠାନ/ ସଂସ୍ଥାଙ୍କଠାରୁ ଉତ୍ସାହଜନକ ସହଯୋଗ ପାଉଛୁ। ସେମାନେ ବିଶେଷ ଆଗ୍ରହର ସହିତ ଏଥିରେ ସାମିଲ ହେଉଛନ୍ତି । ଏହି ପ୍ରକ୍ରିୟାରେ ଅନେକ ସରକାରୀ ଓ ବେସରକାରୀ ଚିକିତ୍ସା ପ୍ରଦାନକାରୀ ସଂସ୍ଥା/ସଂଗଠନ ଜାତୀୟ ହେଲ୍ଥ ରେଜିଷ୍ଟ୍ରୀରେ ସାମିଲ ହୋଇଛନ୍ତି ।

ରୋଗୀ ସହଜରେ ଏବିଡିଏମ୍ ନେଟୱାର୍କକୁ ସର୍ଚ୍ଚ କରି ଦେଶର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ପ୍ରକାର ଚିକିତ୍ସା ସୁବିଧା ସମ୍ପର୍କରେ ତଥ୍ୟ ପାଇପାରିବେ। ଏସବୁ ଚିକିତ୍ସା କେନ୍ଦ୍ର ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାସବୁ ଏବିଡିଏମ୍ ସହିତ ସହବନ୍ଧିତ ଏବଂ ପଞ୍ଜୀକୃତ। ଏସବୁ କେନ୍ଦ୍ରରେ ଏଲୋପାଥି ଭଳି ଆଧୁନିକ ଚିକିତ୍ସାଠାରୁ ଆରମ୍ଭ କରି ଆୟୁର୍ବେଦ, ଦନ୍ତଚିକିତ୍ସା, ହୋମିଓପାଥି, ଫିଜିଓଥେରାପୀ, ୟୁନାନୀ, ସିଦ୍ଧ କିମ୍ବା ସୋୱା ରିଗ୍ପା ଭଳି ଚିକିତ୍ସା ସୁବିଧା ଏସବୁ ପଞ୍ଜୀକୃତ ଚିକିତ୍ସାଳୟ/ ହସ୍ପିଟାଲରେ ଉପଲବ୍ଧ।”

ସେ ଆହୁରି କହିଛନ୍ତି ଯେ ଆମେ ମଧ୍ୟ ରୋଗୀ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ବିଶେଷଜ୍ଞ ଓ ପେସାଦାରଙ୍କ ପାଇଁ ରେଜିଷ୍ଟ୍ରୀରେ “ଆଭା” ନମ୍ବରର ବ୍ୟବସ୍ଥା କରିଛୁ। ରୋଗୀ ଏହି ନମ୍ବର ମାଧ୍ୟମରେ ଚିକିତ୍ସକ, ନର୍ସ ଓ ପାରାମେଡିକାଲ କର୍ମୀ ତଥା ପେସାଦାରଙ୍କ ସହିତ ଯୋଗାଯୋଗ କରିପାରିବେ। ଏହି ଜାତୀୟ ରେଜିଷ୍ଟ୍ରୀ ଦେଶରେ ଉନ୍ନତମାନର ଚିକିତ୍ସା ସୁବିଧା ସମସ୍ତଙ୍କୁ ସୁଲଭ ମୂଲ୍ୟରେ ପ୍ରଦାନ କରିବାରେ ସହାୟକ ହେବ ବୋଲି ଡକ୍ଟର ଶର୍ମା କହିଛନ୍ତି।

ଏଚଏଫ୍ଆର୍ରେ ପଞ୍ଜୀକରଣ ଦ୍ୱାରା ସ୍ୱାସ୍ଥ୍ୟାସେବା ପ୍ରଦାନକାରୀ ହସ୍ପିଟାଲ ଓ କ୍ଲିନିକ ଆଦି ଏକ୍ ବିଶ୍ୱସନୀୟ ଜାତୀୟ ପ୍ଲାଟଫର୍ମରେ ସ୍ଥାନିତ ହେବାର ସୁଯୋଗ ପାଇବେ। ଏହା ମାଧ୍ୟମରେ ସେସବୁ ଏବିଡିଏମ୍ ଅନୁକୂଳ ସଫ୍ଟଓୟାର ସଲ୍ୟୁସନ୍ସ ସହିତ ସମ୍ପୃକ୍ତ ହୋଇ ଦେଶର ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବେ। ଏହାଫଳରେ ଜନସାଧାରଣ ଭରସାଯୋଗ୍ୟ ଚିକିତ୍ସା ସୁବିଧା ସଂକ୍ରାନ୍ତ ତଥ୍ୟ ସହଜରେ ପାଇପାରିବେ। ଏଥିପାଇଁ ଖୁବ୍ ଶୀଘ୍ର ଏକ ୟୁନିଫାଏଡ୍ ହେଲ୍ଥ ଇଣ୍ଟରଫେସ୍ ଆରମ୍ଭ ହେବ। ସମ୍ପୃକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା https://facility.abdm.gov.in/ ୱେବସାଇଟ୍ କିମ୍ବା ହେଲଥ୍ ଟେକ୍ ପ୍ଲେୟାରଙ୍କ ଭଳି ବିଭିନ୍ନ ଇଣ୍ଟ୍ରିଗ୍ରେଟରଙ୍କ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ।

ଏଯାଏ ପଞ୍ଜୀକୃତ ଓ ପ୍ରମାଣିକୃତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା/ସଂଗଠନ ମଧ୍ୟରୁ ୯୭% ସରକାରୀ କ୍ଷେତ୍ରର। ଏଥିରେ ସର୍ବାଧିକ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡର ସଂସ୍ଥା/ ସଂଗଠନ ରହିଛନ୍ତି। ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ଏଡିଏମ୍ ପବ୍ଲିକ ଡ୍ୟାଶବୋର୍ଡ https://dashboard.abdm.gov.in/abdm/ ରୁ ମିଳିପାରିବ।

ଏହି ଜାତୀୟ ସ୍ତରର ରେଜିଷ୍ଟ୍ରୀରୁ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡିକର ତଥ୍ୟ ଦୈନିକ, ମାସିକ ଓ ସାମଗ୍ରିକ ଧାରା ଅନୁସାରେ ମିଳିପାରିବ । ରେଜିଷ୍ଟ୍ରୀର ଅନ୍ତର୍ଭୁକ୍ତ ହୋଇଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟସେବା ଯୋଗାଣକାରୀ କେନ୍ଦ୍ରକୁ ଏକ ୟୁନିକ ଆଇଡେଣ୍ଟିଫାୟାର ପ୍ରଦାନ କରାଯାଇଛି । ଏହାକୁ ବ୍ୟବହାର କରି ଏବିଡିଏମ୍ ବ୍ୟବସ୍ଥାରେ ଥିବା ଦେଶର ସବୁ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା/କେନ୍ଦ୍ରଙ୍କ ବିଷୟରେ ତଥ୍ୟ ଜାଣିହେବ ଏବଂ ସେସବୁର ଅବସ୍ଥିତି ସମ୍ପର୍କରେ ରୋଗୀ ସୂଚନା ପାଇପାରିବେ।

ଏହି ୟୁନିକ୍ ଆଇଡେଣ୍ଟିଫାୟରକୁ ସମ୍ପୃକ୍ତ କେନ୍ଦ୍ର/ସଂସ୍ଥାର ସମ୍ମତିକ୍ରମେ ଅନ୍ୟମାନେ ବ୍ୟବହାର କରିପାରିବେ। କେଉଁଠି କି ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ତାହା ଏହା ଦ୍ୱାରା ସହଜରେ ଜାଣିହେବ। ଏବିଡିଏମ୍ ଅନୁକୂଳ ସଲ୍ୟୁସନ୍ସ ଏ ସଂକ୍ରାନ୍ତ ସମସ୍ତ ପୂର୍ଣ୍ଣାଙ୍ଗ ତଥ୍ୟ ରୋଗୀ ଓ ଅନ୍ୟ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଯୋଗାଇ ଦେବ।

ଆୟୁଷ୍ମାନ ଭାରତ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଜୁଲାଇ ୩ ରେ ଆରମ୍ଭ ହେବ ଅମରନାଥ ଯାତ୍ରା: ଜାଣନ୍ତୁ ପଞ୍ଜୀକରଣ ପକ୍ରିୟା

June 27, 2026
Latest News

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଆଜି ଜୁନ୍ ୨୮ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.