Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାରାଣସୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ ଉଦଘାଟିତ
ବିଶେଷ ଖବର

ବାରାଣସୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ ଉଦଘାଟିତ

July 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବାରାଣସୀ: ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ଶିକ୍ଷାକୁ ଏକ ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାର କରିବା ଏବଂ ଏହାକୁ ଏକବିଂଶ ଶତାବ୍ଦୀର ଆଧୁନିକ ଚିନ୍ତାଧାରା ସହିତ ଯୋଡିବା ବୋଲି ଗୁରୁବାର ଉତର ପ୍ରଦେଶର ବାରାଣସୀ ଠାରେ ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’କୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ରାଷ୍ଟ୍ରୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ପାଇଁ ବିଚାରବିମର୍ଷ କରିବା ଦିଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଶିଶୁଙ୍କ ପ୍ରତିଭା ଏବଂ ସେମାନଙ୍କର ଇଚ୍ଛାନୁସାରେ କୁଶଳୀ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

ରାଷ୍ଟ୍ରୀୟ ଶିକ୍ଷା ନୀତି ଯୁବ ବର୍ଗଙ୍କୁ କୁଶଳୀ, ଆତ୍ମବିଶ୍ୱାସ, ପ୍ରାକ୍ଟିକାଲ, କାଲକୁଲେଟିଭ୍ କରିବା ଦିଗରେ କାର୍ଯ୍ୟ କରୁଛି। ଆମର ଶିକ୍ଷା ବ୍ୟବସ୍ଥା କେବଳ ଡିଗ୍ରୀଧାରୀ ଯୁବକ ପ୍ରସ୍ତୁତ କରିବା ନୁହେଁ ବରଂ ଦେଶକୁ ଆଗକୁ ନେବା ପାଇଁ ଦରକାର ଥିବା ମାନବ ସମ୍ବଳ ଦେଶକୁ ପ୍ରଦାନ କରୁ। ଏହି ସଂକଳ୍ପନାର ନେତୃତ୍ୱ ଆମର ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନକୁ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଶିକ୍ଷା ନୀତି ଦ୍ୱାରା ଏବେ ମାତୃଭାଷାରେ ଶିକ୍ଷାଦାନର ରାସ୍ତା ବାହାର କରାଯାଉଛି।

ଏହି କ୍ରମରେ ସଂସ୍କୃତ ଭଳି ପ୍ରାଚୀନ ଭାରତୀୟ ଭାଷାକୁ ବି ଆଗକୁ ବଢ଼ାଯାଉଛି। ଜାତୀୟ ଶିକ୍ଷା ନୀତି ପାଇଁ ଦେଶର ଶିକ୍ଷା ବ୍ୟବସ୍ଥାର ଢାଂଚାଗତ ପରିବର୍ତନ ପାଇଁ କାମ କରାଯାଇଛି। ଆଜି ଦେଶରେ ବ୍ୟାପକ ଭାବେ ନୂଆ କଲେଜ, ନୂଆ ବିଶ୍ୱବିଦ୍ୟାଳୟ ଖୋଲାଯିବା ସହ ଆଇଆଇଟି ଏବଂ ଆଇଆଇଏମର ସ୍ଥାପନା କରାଯାଉଛି।

ଏହି ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଅସମ୍ଭବର ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ପୂରଣ କରିବା ହିଁ ଭବିଷ୍ୟତର ସଫଳତାର ପୁଞ୍ଜି। ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ଏକ ଦାର୍ଶନିକ ଦସ୍ତାବିଜ। ସମ୍ବିଧାନ ପରେ ଜାତୀୟ ଶିକ୍ଷା ନୀତି ଏଭଳି ଏକ ଦସ୍ତାବିଜ ; ଯାହାକୁ ସମଗ୍ର ଦେଶରେ ଅନେକ ସ୍ତରରେ ବିଚାରବିମର୍ଷ, ଚର୍ଚ୍ଚା କରାଯିବା ସହ ଜନଭାଗିଦାରୀର ରୂପ ଦିଆଯାଇଛି। ସମ୍ବିଧାନ ସମତୁଲ୍ୟ ଜାତୀୟ ଶିକ୍ଷା ନୀତି ଆମ ଦେଶର ଅସୁବିଧା, ଦ୍ୱନ୍ଦରୁ ମୁକ୍ତି ହେବାର ବିଚାର ସହ ଆତ୍ମବିଶ୍ୱାସ ଓ କାର୍ଯ୍ୟରେ ଭାରତୀୟ ହେବାର ଗର୍ବ ଅନୁଭବ ପ୍ରଦାନ କରେ।

ଭାରତରେ ୧୫ ବର୍ଷରୁ ୨୫ ବର୍ଷ ଯୁବ ବର୍ଗଙ୍କ ସଂଖ୍ୟା ବିଶ୍ୱରେ ଅଧିକ। ଦେଶରେ ପାଖାପାଖି ୨୫ କୋଟି ଯୁବବର୍ଗ ଥିବା ବେଳେ ଆସନ୍ତା ୨୫ ବର୍ଷ ଆମ ପାଇଁ ମହତ୍ୱପୂର୍ଣ୍ଣ। ଅମୃତ କାଳ ସମୟରେ ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠା କରିବା ପାଇଁ ଜାତୀୟ ଶିକ୍ଷା ନୀତି ହେଉଛି ଏକ ମାର୍ଗଦର୍ଶକ। ଏହି ସମୟରେ ଯୁବବର୍ଗଙ୍କ କ୍ଷମତା, ଉର୍ଜାକୁ ସମ୍ପୂର୍ଣ୍ଣ ଭାବରେ ଉପଯୋଗ କରିବା ତଥା ଜ୍ଞାନ ଓ ଶିକ୍ଷାରେ ପୂରା ଦୁନିଆରେ ନେତୃତ୍ୱ ନେବା ହେଉଛି ଜାତୀୟ ଶିକ୍ଷା ନୀତିର ଦିଗଦର୍ଶନ। ସେହିପରି ବିଶ୍ୱବିଦ୍ୟାଳୟ ଗୁଡ଼ିକ କେବଳ ବିଦ୍ୟାର୍ଥୀ ଓ ଶିକ୍ଷାର୍ଥୀଙ୍କ ଜୀବନକୁ ଉତମ କରିବା ନୁହେଁ ବରଂ ରାଷ୍ଟ୍ରର କଲ୍ୟାଣ କରିବା ହିଁ ଉଦ୍ଦିଷ୍ଟ। ସେହିପରି ଆମର ଭାରତୀୟ ଜ୍ଞାନ ପରମ୍ପରା ଆଧାରରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଭବିଷ୍ୟତର ସ୍ୱର୍ଣ୍ଣିମ ଆକାର ଦେବାକୁ ହେବ। ଏକବିଂଶ ଶତାବ୍ଦୀ ଜ୍ଞାନର ଶତାବ୍ଦୀ। ଏହି ସମୟରେ ଯୁବ ବର୍ଗଙ୍କୁ କେବଳ ନିଯୁକ୍ତି ଖୋଜିବା ନୁହେଁ ବରଂ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହନ ଦେବାକୁ ହେବ।

ଐତିହାସିକ ସହର ବାରାଣସୀରେ ଶିକ୍ଷା ଜଗତର ଏଭଳି ଭବ୍ୟ ସମ୍ମିଳନୀ ହେବା ଏବଂ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ମାର୍ଗଦର୍ଶନ ସାଜିବା ଖୁସିର ବିଷୟ। ଜାତୀୟ ଶିକ୍ଷା ନୀତିର ଘୋଷଣା ପରେ ନୀତିର କ୍ରିୟାନ୍ୱୟନ ପାଇଁ ପ୍ରତିଟି ମୁହୂର୍ତରେ ପ୍ରଧାନମନ୍ତ୍ରୀ ମୋଦି ମାର୍ଗଦର୍ଶନ ଦେଇଛନ୍ତି। ଆଜିର ସମାଗମରେ ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତି ସମସ୍ତଙ୍କ ମଧ୍ୟରେ ନୂଆ ଉର୍ଜା ଓ ପ୍ରେରଣା ଦେଇଛି। ବିଗତ ଦିନ ମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ମୁଖ୍ୟ ସଚିବମାନେ ସାରା ଦେଶରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନକୁ ଗତି ଦେବା ଦିଗର ବିଚାରବିମର୍ଷ କରିଥିଲେ।

ଏହି ବିଚାରବିମର୍ଷକୁ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉପରକୁ ନେବ। ତିନିଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମୟର ଆବଶ୍ୟକତା ଅନୁସାରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ଦକ୍ଷତା ପ୍ରଦାନ କରାଯିବା ବିଷୟରେ ଚର୍ଚ୍ଚା ହେବା ଦରକାର। ସେହିପରି ଆମର ପାଠ୍ୟକ୍ରମ ଯୁବବର୍ଗଙ୍କ ଆକାଂକ୍ଷାର ଅନୁରୂପ କି? ନିଜର କରିକୁଲମ କୋର୍ସ ଓ ଉଚ୍ଚ ଶିକ୍ଷା, କୌଶଳ ତଥା ଅନୁସନ୍ଧାନ ପ୍ରତି ଦୃଷ୍ଟିକୋଣରେ ପରିବର୍ତନର ଆବଶ୍ୟକତା ଅଛି କି? ଜାତୀୟ ଶିକ୍ଷା ନୀତି କଠୋର ସ୍ଥିତିକୁ ସାମ୍ନା କରିବା ତଥା ପ୍ରଗତିଶୀଳ ମାନସିକତା କିମ୍ବା ରାଷ୍ଟ୍ରର ପରିବର୍ତନ ହେବାର ବାର୍ତା କଣ ହେବା ଉଚିତ୍‌, ସେ ଉପରେ ଆଲୋଚନା ହେବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତ୍ୟବକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଡା. ସୁବାଷ ସରକାର, ଡା.ରାଜକୁମାର ରଞ୍ଜନ ସିଂହ, ରାଜ୍ୟ ଶିକ୍ଷା ମନ୍ତ୍ରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି, ଶିକ୍ଷାବିତ୍ ଏବଂ ଅନେକ ଷ୍ଟେକହୋଲଡର ଉପସ୍ଥିତ ଥିଲେ।

ଅଖିଳ ଭାରତୀୟ ଶିକ୍ଷା ସମାଗମ ଜାତୀୟ ଶିକ୍ଷା ନୀତି ବାରାଣସୀ
Share. Facebook Twitter LinkedIn Email WhatsApp Copy Link

Related Posts

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ଓଡ଼ିଶା ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ: ୧୦୦ ସପ୍ତାହର ବ୍ୟାପକ ‘ଜନ-ଆନ୍ଦୋଳନ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

August 2, 2026

Flood Situation: ତିନୋଟି ରାଜ୍ୟର ବନ୍ୟା ସ୍ଥିତି ରହିଛି ଗମ୍ଭୀର, ଓଡିଶାରେ ସାମାନ୍ୟ ସୁଧାର

August 2, 2026
Latest News

ପୁଅକୁ ବଞ୍ଚାଇବାକୁ ଯାଇ ମହାନଦୀରେ ଭାସିଗଲେ ବାପା

August 2, 2026

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ୧୪ ମୃତ

August 2, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.