Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜତକ୍ ନ୍ୟୁଜ ଚ୍ୟାନେଲରେ ଯୋଗଦେଲେ ପ୍ରତିଷ୍ଠିତ ସାମ୍ବାଦିକ ସୁଧୀର ଚୌଧୁରୀ
ଜାତୀୟ ଖବର

ଆଜତକ୍ ନ୍ୟୁଜ ଚ୍ୟାନେଲରେ ଯୋଗଦେଲେ ପ୍ରତିଷ୍ଠିତ ସାମ୍ବାଦିକ ସୁଧୀର ଚୌଧୁରୀ

July 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଶେଷରେ ଆଜତକରେ ଯୋଗ ଦେଇଛନ୍ତି ଲୋକପ୍ରିୟ ସାମ୍ବାଦିକ ସୁଧୀର ଚୌଧୁରୀ। ଏ ନେଇ ଆଜି ଇଣ୍ଡିଆ ଟୁଡେ ଗ୍ରୁପର ଉପାଧ୍ୟକ୍ଷ କାଲି ପୁରୀ ଘୋଷଣା କରିଛନ୍ତି। ଆଜତକ ଏବଂ ସୁଧୀର ମିଶିଲେ ସାମାଜିକ ଗଣମାଧ୍ୟମରେ 100 ମିଲିୟନ ଦର୍ଶକ ଯୋଡି ହେବେ ବୋଲି କଂପାନୀ ଆଶା କରିଛି।

ଏହି କଂପାନୀରେ ସୁଧୀର ବର୍ତ୍ତମାନ କନସୁଲଟିଙ୍ଗି ଏଡିଟର ଭାବେ ଯୋଗ ଦେଇଛନ୍ତି। ସେ ଆଜତକ ଚ୍ୟାନେଲରେ ମଧ୍ୟ ତାଙ୍କର ସେହି ଲୋକପ୍ରିୟ ସୋ ଡିଏଏନ ପରି ଏକ କାର୍ଯ୍ୟକ୍ରମ କରିବେ। ଏହାର ନାମ ଖୁବ ଶିଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି। ଏହି ସୋ ଟି ଆଜତକ ର ନ୍ୟୁଜ ଡାଇରେକ୍ଟର ସୁପ୍ରିୟା ପ୍ରସାଦଙ୍କ ତତ୍ବାବଧାନରେ ପ୍ରସ୍ତୁତ ହେବ।

ସୁଧୀର ଜୀ ନ୍ୟୁଜ୍ ଛାଡିବା ପରେ ସେ ନିଜେ କିଛି କରିବେ ବୋଲି ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ସେ ଆଜତକ ରେ ଯୋଗଦେଇଛନ୍ତି। ମୁଖ୍ୟତଃ ତାଙ୍କ ଫ୍ୟାନମାନଙ୍କୁ ନିରାଶ ନ କରିବା ପାଇଁ ସେ ଆଉ ଏକ ଚ୍ୟାନେଲରେ ଯୋଗଦେବା ପାଇଁ ବାଧ୍ୟ ହେଲେ ବୋଲି ସୁଧୀରଙ୍କ ନିକଟତମ ମହଲରୁ ଜଣାପଡିଛି।

ମୁଖ୍ୟତଃ ସୁଧୀରଙ୍କ ‘ଡିଏନଏ’ କାର୍ଯ୍ୟକ୍ରମ ସାରା ଭାରତରେ ବେଶ ଲୋକପ୍ରିୟ କାର୍ଯ୍ୟକ୍ରମ ହୋଇ ପାରିଛି। ତାଙ୍କର ଉପସ୍ଥାପନା ଶୈଳୀ ସହିତ ବିସ୍ତୁତ ତଥ୍ୟ ସଂଗ୍ରହ ଏହି କାର୍ଯ୍ୟକ୍ରମକୁ ବେଶ୍ ଲୋକପ୍ରିୟ କରାଇ ପାରିଛି। ସୁଧୀର ପ୍ରଥମେ ଜୀରେ ଯୋଗ ଦେଇ 2003 ମସିହାରେ ଏହି ସଂସ୍ଥା ଛାଡିଥିଲେ। ଏହାପରେ ସେ ସାହାର ଗ୍ରୁପରେ ଯୋଗ ଦେଇ ବିଭିନ୍ନ ଆଞ୍ଚଳିକ ଚ୍ୟାନେଲ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଏହାପରେ ସେ ଇଣ୍ଡିଆ ଟିଭି ରେ କିଛି ମାସ ପାଇଁ କାର୍ଯ୍ୟ କରିଥିଲେ। ସୁଧୀର ପୁଣି 2012 ରେ ଜୀ ମିଡିଆରେ ଯୋଗ ଦେଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ। ଜୀ ନ୍ୟୁଜ ଦ୍ବାରା ସେ ବେଶ ଲୋକପ୍ରିୟ ହୋଇପାରିଛନ୍ତି। ବର୍ତ୍ତମାନ ଆଜତକ ପରି ଏକ ଲୋକପ୍ରିୟ ଚ୍ୟାନେଲରେ ଜଣେ ଲୋକପ୍ରିୟ ସାମ୍ବାଦିକ ଯୋଗ ଦେଲେ ଏହା ନିଶ୍ଚିତ ଭାବେ ଭାରତୀୟ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Sudhir Chaudhary ଆଜତକ୍ ଜୀ ନ୍ୟୁଜ ସୁଧୀର ଚୌଧୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026
Latest News

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.