Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଆଜତକ୍ ଚ୍ୟାନେଲରେ ଆସିଲା ସୁଧୀର ଚୌଧୁରୀଙ୍କ ନୂଆ କାର୍ଯ୍ୟକ୍ରମ ‘ ବ୍ଲାକ ଆଣ୍ଡ ହ୍ବାଇଟ’

ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ବାଦିକ ସୁଧୀର ଚୌଧୁରୀଙ୍କ ନୂଆ କାର୍ଯ୍ୟକ୍ରମ ଆଜତକ୍ ଚ୍ୟାନେଲରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ନାମ ରହିଛି ‘ବ୍ଲାକ ଆଣ୍ଡ ହ୍ବାଇଟ’। ଜୀ ନ୍ୟୁଜରେ ତାଙ୍କର ଲୋକପ୍ରିୟ କାର୍ଯ୍ୟକ୍ରମ ଡିଏନଏ ଠାରୁ ଟିକିଏ ଭିନ୍ନ ଧରଣର କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବେଶ୍ ଉତ୍ସାହ ଓ ଉଦ୍ଦିପନାର ସହ ଇଣ୍ଡିଆ ଟୁଡେ ଗ୍ରୁପ ଲଞ୍ଚ କରାଇଛି।

ଏହି କାର୍ଯ୍ୟକ୍ରମ ଗତକାଲି ପରଦାକୁ ଆସିଥିଲା। ପ୍ରଥମେ ଆଜତକର ପ୍ରତିଷ୍ଠିତ ଆଙ୍କର ସ୍ବେତା ସିଂ ଲାଇଭ ଷ୍ଟୁଡିଓରେ ଏହି କାର୍ଯ୍ୟକ୍ରମ ସଂପର୍କରେ ଘୋଷଣା କରିଥିଲେ। ଏହାପରେ ସୁଧୀର ଚାଲିଚାଲି ମୁଖ୍ୟ ଷ୍ଟୁଡିଓରେ ପ୍ରବେଶ କରିବା ପରେ ସେତ୍ବା ସୁଧୀରଙ୍କୁ ଅଲ ଦ ବେଷ୍ଟ କହି ଚାଲିଯାଇଥିଲେ। ଏହି କାର୍ଯ୍ୟକ୍ରମ ଏଣିକି ଆଜତକ ରେ ପ୍ରତିଦିନ ରାତି ନଅଟାରେ ପ୍ରସାରଣ ହେବ। ଏହାର ସଫଳତା ନେଇ ଇଣ୍ଡିଆ ଟୁଡେ ଗ୍ରୁପ ବେଶ ଆଶାବାଦୀ ଅଛି।

Categories
ଜାତୀୟ ଖବର ବିଶେଷ ଖବର

ଆଜତକ୍ ନ୍ୟୁଜ ଚ୍ୟାନେଲରେ ଯୋଗଦେଲେ ପ୍ରତିଷ୍ଠିତ ସାମ୍ବାଦିକ ସୁଧୀର ଚୌଧୁରୀ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଶେଷରେ ଆଜତକରେ ଯୋଗ ଦେଇଛନ୍ତି ଲୋକପ୍ରିୟ ସାମ୍ବାଦିକ ସୁଧୀର ଚୌଧୁରୀ। ଏ ନେଇ ଆଜି ଇଣ୍ଡିଆ ଟୁଡେ ଗ୍ରୁପର ଉପାଧ୍ୟକ୍ଷ କାଲି ପୁରୀ ଘୋଷଣା କରିଛନ୍ତି। ଆଜତକ ଏବଂ ସୁଧୀର ମିଶିଲେ ସାମାଜିକ ଗଣମାଧ୍ୟମରେ 100 ମିଲିୟନ ଦର୍ଶକ ଯୋଡି ହେବେ ବୋଲି କଂପାନୀ ଆଶା କରିଛି।

ଏହି କଂପାନୀରେ ସୁଧୀର ବର୍ତ୍ତମାନ କନସୁଲଟିଙ୍ଗି ଏଡିଟର ଭାବେ ଯୋଗ ଦେଇଛନ୍ତି। ସେ ଆଜତକ ଚ୍ୟାନେଲରେ ମଧ୍ୟ ତାଙ୍କର ସେହି ଲୋକପ୍ରିୟ ସୋ ଡିଏଏନ ପରି ଏକ କାର୍ଯ୍ୟକ୍ରମ କରିବେ। ଏହାର ନାମ ଖୁବ ଶିଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି। ଏହି ସୋ ଟି ଆଜତକ ର ନ୍ୟୁଜ ଡାଇରେକ୍ଟର ସୁପ୍ରିୟା ପ୍ରସାଦଙ୍କ ତତ୍ବାବଧାନରେ ପ୍ରସ୍ତୁତ ହେବ।

ସୁଧୀର ଜୀ ନ୍ୟୁଜ୍ ଛାଡିବା ପରେ ସେ ନିଜେ କିଛି କରିବେ ବୋଲି ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ସେ ଆଜତକ ରେ ଯୋଗଦେଇଛନ୍ତି। ମୁଖ୍ୟତଃ ତାଙ୍କ ଫ୍ୟାନମାନଙ୍କୁ ନିରାଶ ନ କରିବା ପାଇଁ ସେ ଆଉ ଏକ ଚ୍ୟାନେଲରେ ଯୋଗଦେବା ପାଇଁ ବାଧ୍ୟ ହେଲେ ବୋଲି ସୁଧୀରଙ୍କ ନିକଟତମ ମହଲରୁ ଜଣାପଡିଛି।

ମୁଖ୍ୟତଃ ସୁଧୀରଙ୍କ ‘ଡିଏନଏ’ କାର୍ଯ୍ୟକ୍ରମ ସାରା ଭାରତରେ ବେଶ ଲୋକପ୍ରିୟ କାର୍ଯ୍ୟକ୍ରମ ହୋଇ ପାରିଛି। ତାଙ୍କର ଉପସ୍ଥାପନା ଶୈଳୀ ସହିତ ବିସ୍ତୁତ ତଥ୍ୟ ସଂଗ୍ରହ ଏହି କାର୍ଯ୍ୟକ୍ରମକୁ ବେଶ୍ ଲୋକପ୍ରିୟ କରାଇ ପାରିଛି। ସୁଧୀର ପ୍ରଥମେ ଜୀରେ ଯୋଗ ଦେଇ 2003 ମସିହାରେ ଏହି ସଂସ୍ଥା ଛାଡିଥିଲେ। ଏହାପରେ ସେ ସାହାର ଗ୍ରୁପରେ ଯୋଗ ଦେଇ ବିଭିନ୍ନ ଆଞ୍ଚଳିକ ଚ୍ୟାନେଲ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଏହାପରେ ସେ ଇଣ୍ଡିଆ ଟିଭି ରେ କିଛି ମାସ ପାଇଁ କାର୍ଯ୍ୟ କରିଥିଲେ। ସୁଧୀର ପୁଣି 2012 ରେ ଜୀ ମିଡିଆରେ ଯୋଗ ଦେଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ। ଜୀ ନ୍ୟୁଜ ଦ୍ବାରା ସେ ବେଶ ଲୋକପ୍ରିୟ ହୋଇପାରିଛନ୍ତି। ବର୍ତ୍ତମାନ ଆଜତକ ପରି ଏକ ଲୋକପ୍ରିୟ ଚ୍ୟାନେଲରେ ଜଣେ ଲୋକପ୍ରିୟ ସାମ୍ବାଦିକ ଯୋଗ ଦେଲେ ଏହା ନିଶ୍ଚିତ ଭାବେ ଭାରତୀୟ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।