Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମିଶନ ଶକ୍ତି’ ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କଲା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ
ବିଶେଷ ଖବର

‘ମିଶନ ଶକ୍ତି’ ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କଲା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ

July 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ministry of women and child
ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

ଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ‘ମିଶନ ଶକ୍ତି’ ଯୋଜନା ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭାରତ ସରକାର ୧୫ଦଶ ଅର୍ଥ ଆୟୋଗର ୨୦୨୧- ୨୨ରୁ ୨୦୨୫ -୨୬ ଅବଧି  ମଧ୍ୟରେ ମହିଳା ମାନଙ୍କର ସୁରକ୍ଷା, ନିରାପତା ଏବଂ ସଶକ୍ତିକରଣ ନିମନ୍ତେ ଏକ ସମନ୍ୱିତ ଯୋଜନା ରୂପରେ ‘ମିଶନ ଶକ୍ତି’ – ଏକ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ‘ମିଶନ ଶକ୍ତି’ର ମାନଦଣ୍ଡ ଗୁଡିକ ୦୧.୦୪.୨୦୨୨ରୁ ଲାଗୁ ହେବ।

‘ମିଶନ ଶକ୍ତି’ ମିଶନ ମୋଡ ଅନ୍ତର୍ଗତ ଏକ ଯୋଜନା ଅଟେ, ଯାହାର ଉଦ୍ଦେଶ୍ୟ ହେଉଛି ମହିଳା ସୁରକ୍ଷା, ନିରାପତା ଏବଂ ସଶକ୍ତିକରଣ ନିମନ୍ତେ ହସ୍ତକ୍ଷେପକୁ ସୁଦୃଢ଼ କରିବା। ଏହା ଜୀବନ – ଚକ୍ରରେ  ନିୟମିତ ଭାବରେ ମହିଳା ମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟା ଗୁଡିକର ସମାଧାନ କରି ଏବଂ ସେମାନଙ୍କୁ ସମ୍ମିଳିତ କରି ଏବଂ ନାଗରିକ ଭାଗିଦାରୀ ମାଧ୍ୟମରେ ରାଷ୍ଟ୍ର – ନିର୍ମାଣ କ୍ଷେତ୍ରରେ ସମାନ ଭାଗୀଦାର କରିବା ସହିତ “ମହିଳା – ନେତୃତ୍ୱାଧୀନ ବିକାଶ” ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାକୁ ସାକାର କରିବାର ପ୍ରୟାସ କରିଥାଏ।

ଏହି ଯୋଜନା ମହିଳା ମାନଙ୍କୁ ହିଂସା ଏବଂ ବିପଦ ମୁକ୍ତ ପରିବେଶରେ ନିଜର ମସ୍ତିଷ୍କ ଏବଂ ଶରୀର ଉପରେ ସ୍ୱତନ୍ତ୍ର ବିକଳ୍ପର ପ୍ରୟୋଗ କରାଇ ଆର୍ôଥକ ରୂପରେ ସଶକ୍ତ କରିବା ପାଇଁ ପ୍ରୟାସ କରିଥାଏ। ଏହା ମହିଳା ମାନଙ୍କ ଉପରେ ଘରୋଇ ଦାୟିତ୍ୱ/ ଯତ୍ନର ବୋଝକୁ କମ୍ କରି ଏବଂ ଦକ୍ଷତା ବିକାଶ, କ୍ଷମତା ବିକାଶ, ବିତୀୟ ସାକ୍ଷରତା, କ୍ଷୁଦ୍ର ଋଣ (ମାଇକ୍ରୋ – କ୍ରେଡିଟ୍‌) ନିକଟରେ ପହଂଚିବା ଇତ୍ୟାଦିକୁ ପ୍ରୋତ୍ସାହିତ କରି ମହିଳା ଶ୍ରମ ଶକ୍ତିର ଭାଗୀଦାରୀତାକୁ ବୃଦ୍ଧି କରିବା ନିମନ୍ତେ ଚେଷ୍ଟା କରିଥାଏ।

ମିଶନ ଶକ୍ତିର ଦୁଇଟି ଉପ – ଯୋଜନା ରହିଛି, ସେଗୁଡିକ ହେଉଛି, ‘ସମ୍ବଳ’ ଏବଂ ‘ସାମର୍ଥ୍ୟ’। “ସମ୍ବଳ” ଉପ – ଯୋଜନା ମହିଳା ମାନଙ୍କ ସୁରକ୍ଷା ଏବଂ ନିରାପତା ନିମନ୍ତେ ରହିଥିବା ବେଳେ, “ସାମର୍ଥ୍ୟର୍ ଉପ – ଯୋଜନା ମହିଳା ମାନଙ୍କର ସଶକ୍ତିକରଣ ନିମନ୍ତେ ହୋଇଥାଏ। ‘ସମ୍ବଳ’ ଉପ – ଯୋଜନାର ଉପାଦାନ ଗୁଡିକ ମଧ୍ୟରେ ୱାନ୍ ଷ୍ଟପ୍ ସେଂଟର (ଓଏସ୍‌ସି), ମହିଳା ହେଲ୍ପ ଲାଇନ୍ (ଡବ୍ଲ୍ୟୁଏଚ୍‌ଏଲ୍‌) ବେଟୀ ବଚାଓ ବେଟୀ ପଢ଼ାଓ (ବିବିବିପି) ଯୋଜନା ଗୁଡିକ ରହିଛି, ଯେଉଁଥିରେ ଏକ ନୂତନ ଉପାଦାନ ନାରୀ ଅଦାଲତ –  ମହିଳା ମାନଙ୍କର ସାମୂହିକ ବିକଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ସୁବିଧା ପ୍ରଦାନ କରିବା ନିମନ୍ତେ ସମାଜରେ ଏବଂ ପରିବାର ଗୁଡିକ ଭିତରେ ବିବାଦ – ସମାଧାନ ଏବଂ ଲିଙ୍ଗ ଭିତିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

‘ସାମର୍ଥ୍ୟ’ ଉପ – ଯୋଜନାର ଉପାଦାନ ଗୁଡିକ ଭିତରେ ଉଜ୍ଜ୍ୱଳା, ସ୍ୱାଧାର ଗୃହ ଏବଂ କାମ କରୁଥିବା ମହିଳା ମାନଙ୍କ ପାଇଁ ଛାତ୍ରୀ ନିବାସ ବ୍ୟବସ୍ଥାର ପୂର୍ବବର୍ତୀ ଯୋଜନା ଗୁଡିକରେ ସଂଶୋଧନ ସହିତ ସାମିଲ୍ ଅଟେ। ଏହା ସହିତ, କାର୍ଯରତ ମାଆ ମାନଙ୍କର ଛୁଆ ମାନଙ୍କ ନିମନ୍ତେ ଜାତୀୟ କ୍ରେଚ୍ ଯୋଜନା ଏବଂ ଛତ୍ର ଆଇସିଡିଏସ୍ ଅଧୀନରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ)ର ବର୍ତମାନ ପ୍ରଚଳିତ ଯୋଜନା ଗୁଡିକୁ ସାମର୍ଥ୍ୟରେ ସାମିଲ୍ କରା ଯାଇଛି। ସାମର୍ଥ୍ୟ ଯୋଜନାରେ ବିତୀୟ ସଶକ୍ତିକରଣ ନିମନ୍ତେ ଗ୍ୟାପ୍ ଫଣ୍ଡିଂ ନାମରେ ଏକ ନୂତନ ଉପାଦାନ ଯୋଡା ଯାଇଛି।

‘ମିଶନ ଶକ୍ତି’ ଯୋଜନାର ବିସ୍ତୃତ ନିର୍ଦ୍ଦେଶାବଳୀ ଏଥିରେ ଉପଲବ୍ଧ ଅଛି।

ନିର୍ଦ୍ଦେଶାବଳୀ ଜାରି ଭାରତ ସରକାର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ମିଶନ ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026

ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି: ବାଣିଜ୍ୟ ଚୁକ୍ତି ଏବଂ ପ୍ରତିରକ୍ଷା ବିଷୟରେ ହେଲା ଆଲୋଚନା

September 30, 2026

କ୍ୟାବିନେଟ୍‌ ର ବଡ଼ ନିଷ୍ପତ୍ତି: ଗହମ ସମେତ ଏହି ୬ ଟି ଫସଲର ବଢିଲା ଏମଏସପି

September 30, 2026
Latest News

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.