Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକା-୨୦୨୨’ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ବିଶେଷ ଖବର

‘ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକା-୨୦୨୨’ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

July 15, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଯୁବପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ କାର୍ଯ୍ୟ କରୁଛନ୍ତି। ତେବେ ଏହି ଉଚ୍ଚ ଶିକ୍ଷା ପରିସଂସ୍ଥାନର ଗୁଣାତ୍ମକ ମାନ ବୃଦ୍ଧି କରିବାରେ ଏକ ସୁଦୃଢ ତଥା ଆସେସମେଂଟ୍‌, ଆକ୍ରେଡିଟେସନ ଓ ର‌୍ୟାଙ୍କିଂ ପାଇଁ ଉଦ୍ଦେଶ୍ୟମୂଳକ ଫ୍ରେମୱାର୍କ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ ଇନଷ୍ଟିଚ୍ୟୁସନ ର‌୍ୟାକିଙ୍ଗ୍ ଫେମୱାର୍କ (ଏନଆଇଆରଏଫ) ଅନ୍ତର୍ଗତ ଇଣ୍ଡିଆ ର‌୍ୟାକିଙ୍ଗସ୍‌- ୨୦୨୨କୁ ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରିବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେ ନବସୃଜନ ଏବଂ ପ୍ରôଯୁକ୍ତିବିଦ୍ୟା ଯୁକ୍ତ ଶିକ୍ଷା ଆଧାରିତ ଅର୍ଥନୀତି ଗଠନ କରିବାରେ ଅଗ୍ରସର ହେଉଛୁ । ଆମର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଭାରତକୁ ବୈଶ୍ୱିକ ନବସୃଜନ ତଥା ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ଆଗକୁ ନେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ସମାଜର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଗୁଣାତ୍ମକ ଶିକ୍ଷାକୁ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଆକ୍ରେଡିଟେସନ ଏବଂ ଆସେସମେଂଟ୍ ଆଗକୁ ବାଧ୍ୟତାମୂଳକ ହେବ ଓ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଆକ୍ରିଡେଟେଡ୍ ହେବାକୁ ପଡିବ। ଆତ୍ମଘୋଷଣା(ସେଲଫ ଡିକ୍ଲାରେସନ) ଏବଂ ପାରଦର୍ଶିତା ମୂଲ୍ୟାଙ୍କନ ଏବଂ ଆକ୍ରେଡିଟେସନ ଆଧାରରେ ସମସ୍ତ ଶିକ୍ଷାନୁଷ୍ଠାନ ଆଗାମୀ ଦିନରେ ଏନଆଇଆରଏଫର ର‌୍ୟାଙ୍କିଂ ବ୍ୟବସ୍ଥାର ଅଂଶ ହେବେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଶିକ୍ଷା ବର୍ଷରୁ ଏନଆଇଆରଫ୍ ର‌୍ୟାକିଙ୍ଗରେ ଇନୋଭେସନ ଏବଂ ଉଦ୍ୟମିତା ବିଭାଗ ମଧ୍ୟ ସାମିଲ କରାଯିବ। ସ୍କୁଲ, ଆଇଟିଆଇ ଏବଂ ପଲିଟେକନିକକୁ ର‌୍ୟାଙ୍କିଂ ଫ୍ରେମଓା୍ୱର୍କରେ ସାମିଲ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି। ଆମ ଆକ୍ରେଡିଟେସନ ଏବଂ ର‌୍ୟାଙ୍କିଂ ବ୍ୟବସ୍ଥା ଅନ୍ତରାଷ୍ଟ୍ରୀୟ କରାଯିବ। ବିଦେଶୀ ଶିିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ଏଥିରେ ଭାଗିଦାରୀ ହେବା ପାଇଁ ନିମନ୍ତ୍ରଣ ଦିଆଯିବ। ଆଗାମୀ ଶିକ୍ଷା ବର୍ଷରୁ ନାକ୍ ଏବଂ ଏନବିଏ ଦ୍ୱାରା କରାଯାଉଥିବା ଆକ୍ରିଡେସନକୁ ଏକୀକରଣ କରାଯିବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ନୂଆ ଜାତୀୟ ଶିକ୍ଷା ନୀତିରେ ମଲଟି ଡିସପ୍ଲିନାରୀକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ନୂଆ କ୍ରେଡିଟ ଫ୍ରେମୱାର୍କରେ ଛାତ୍ରଛାତ୍ରୀମାନେ ପଢୁଥିବା ପାଠକୁ ଅଭିଭାବକମାନେ ଅବଗତ ହେବା ଦିଗରେ ବ୍ୟବସ୍ଥା କରାଯାଉଛି। ସେହିପରି ଶିକ୍ଷାକୁ ସୁଲଭ କରିବା ପାଇଁ ଭାରତ ସରକାର ଡିଜିଟାଲ ବିଶ୍ୱବିଦ୍ୟାଳୟର କଳ୍ପନା କରିଛନ୍ତି। ତେଣୁ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ଶିକ୍ଷାକୁ ବ୍ୟବସାୟୀକରଣ ନ କରି ସାଧାରଣ ଘରର ବିଦ୍ୟାର୍ଥୀଙ୍କ ପାଖରେ କିପରି ଶିକ୍ଷା ପହଁଚାଯିବ ଏବଂ ସେଥିପାଇଁ କେଉଁ ଟେକ୍ନୋଲୋଜିର ବ୍ୟବହାର କରାଯିବ, ଏ ଦିଗରେ ଭାବିବା ଉଚିତ୍। ଦେଶର ସାଧାରଣ ଘରର ପିଲାଙ୍କୁ ଶିକ୍ଷା ମାଧମରେ ଆଗକୁ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏନଆଇଆରଏଫ ତାଲିକାରେ ସର୍ବଭାରତୀୟ ସ୍ତରରେ ସାମଗ୍ରିକ ବା ଓଭରାଲ ବର୍ଗରେ ଆଇଆଇଟି ମାଡ୍ରାସ୍‌‌ ପ୍ରଥମ ସ୍ଥାନରେ ଥିବା ବେଳେ ଆଇଆଇଏସସି ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ଏବଂ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି। ସେହିପରି ବିଶ୍ୱବିଦ୍ୟାଳୟ ବର୍ଗରେ ଆଇଆଇଏସ୍‌‌ସି ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ନୂଆଦିଲ୍ଲୀ ସ୍ଥିତ ଜେଏନ୍‌‌ୟୁ ଏବଂ ତୃତୀୟ ସ୍ଥାନରେ ଜାମିଆ ମିଲିଆ ଇସ୍‌‌ଲାମିଆ ରହିଛି। ଇଞ୍ଜିିନିୟରିଂ ଶିକ୍ଷାନୁଷ୍ଠାନ ବର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବମ୍ବେ ରହିଛି।

ସେହିପରି ମ୍ୟାନେଜମେଂଟ୍ ବର୍ଗରେ ଆଇଆଇଏମ୍‌‌ ଅହମଦାବାଦ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି ଆଇଆଇଏମ ବାଙ୍ଗାଲୋର ଓ ଆଇଆଇଏମ କୋଲକାତା। ଫାର୍ମାସି ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ଜାମିଆ ହମ୍‌‌ଦର୍ଦ ତାଲିକାର ପ୍ରଥମ ସ୍ଥାନରେ  ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ହାଇଦ୍ରାବାଦର ନ୍ୟାସ୍‌‌ନାଲ୍‌‌ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍‌‌ ଫାର୍ମାସ୍ୟୁଟିକାଲ୍‌‌ ଏଜୁକେସନ୍‌‌ ଆଣ୍ଡ୍‌‌ ରିସର୍ଚ ଏବଂ ତୃତୀୟ ସ୍ଥାନରେ ରହିଛି ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ। ଏହାବ୍ୟତିତ କଲେଜ ବର୍ଗରେ ପ୍ରଥମ ସ୍ଥାନରେ ଦିଲ୍ଲୀର ମିରାଣ୍ଡା ହାଉସ, ଆର୍କିଟେକଚରରେ ଆଇଆଇଟି ରୁରକି, ଆଇନରେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ଲ’ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟି ଏବଂ ମେଡିକାଲ୍‌‌ କଲେଜ ବର୍ଗରେ ଏମ୍ସ ଦିଲ୍ଲୀ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଡେଂଟାଲରେ ଚଳିତ ବର୍ଷ ଚେନ୍ନାଇ ସ୍ଥିତ ସବିଥା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ୍ ଟେକ୍ନିକାଲ ସାଇନ୍ସ ଏବଂ ରିସର୍ଚ୍ଚ ବିଭାଗରେ ଆଇଆଇଏସସି ବେଙ୍ଗାଲୁରୁ ତାଲିକାର ଶୀର୍ଷରେ ରହିଛି।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ସଚିବ କେ ସଞ୍ଜୟ ମୁର୍ଥୀ,  ଅନିତା କରୱାଲ, ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ.ଜଗଦେଶ କୁମାର,ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନିଲ ସହସ୍ରବୁଦ୍ଧେ, ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର କୁଳପତି ଏବଂ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ଉଚ୍ଚ ଶିକ୍ଷାନୁଷ୍ଠାନ ଏନଆଇଆରଏଫ କେନ୍ଦ୍ର ଶିକ୍ଷାମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.