Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଭିନ୍ନ ଯୋଜନା ପାଇଁ ଆବଣ୍ଟିତ ଅର୍ଥକୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କର, କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଜାତୀୟ ଖବର

ବିଭିନ୍ନ ଯୋଜନା ପାଇଁ ଆବଣ୍ଟିତ ଅର୍ଥକୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କର, କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

July 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଭିନ୍ନ ଯୋଜନା ପାଇଁ ଆବଣ୍ଟିତ ଅର୍ଥକୁ ନିର୍ଦ୍ଧାରିତ ସମୟରେ ଖର୍ଚ୍ଚ କର, କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ବିଭିନ୍ନ ଯୋଜନାରେ ଆବଣ୍ଟିତ ଅର୍ଥର ପ୍ରଥମ ତ୍ରୈମାସିକ ଖର୍ଚ୍ଚ ଓ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ କୃଷି ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବିଭିନ୍ନ ଯୋଜନା ନିମନ୍ତେ ବଜେଟ୍‌ର ଆବଣ୍ଟିତ ଅର୍ଥର ଠିକ୍‌ ସମୟରେ ଉଦ୍ଦିଷ୍ଟ ଯୋଜନାରେ ବିନିଯୋଗ କରି କୃଷି ଉତ୍ପାଦନ ବୃଦ୍ଧି ସହିତ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା।

ବୈଠକରେ ସମନ୍ୱିତ କୃଷି, ଭୂତଳ ଜଳର ବ୍ୟବହାର, କୃଷି ଯାନ୍ତ୍ରିକୀକରଣ, ଚାଷରେ ବିବିଧିକରଣ ଆଣି ଅଣଧାନ ଫସଲ, ଡାଲି, ତୈଳବୀଜ, କପା, ଝୋଟ ଆଦି ଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ଯୋଜନାର ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କୃଷିରେ ମହିଳାମାନଙ୍କ ଭାଗୀଦାରିତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।

ଏଥି ସହିତ ବୈଠକରେ ଫଳ, ପନିପରିବା, ମସଲା ଚାଷ ସମେତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧିି, ରିୱାର୍ଡ, ପରମ୍ପରାଗତ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ମିଲେଟ୍‌ ମିଶନ, ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବିକ୍ରିବଟା, ଚାଷୀଙ୍କୁ ରିହାତି ପ୍ରଦାନ ଆଦିରେ ପ୍ରଥମ ତ୍ରୈମାସିକରେ ହୋଇଥିବା ଖର୍ଚ୍ଚ ସଂପର୍କରେ ବିଶଦ ଭାବେ ଆଲୋଚନା ହୋଇଥିଲା। ସେହିପରି ପଣସ ମିଶନ, ଛତୁ ମିଶନ, ଫୁଲ ମିଶନ ଓ ମସଲା ମିଶନର ସଠିକ୍‌ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶ୍ରୀ ସଂଜୀବ ଚୋପ୍ରା, ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026

ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

April 21, 2026
Latest News

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.