Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ନବୀନ ପଟ୍ଟନାୟକଙ୍କ ପାଖରେ କିଛି କୁହୁକ ରହିଛି କି ?
ବିଶେଷ ଖବର

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ନବୀନ ପଟ୍ଟନାୟକଙ୍କ ପାଖରେ କିଛି କୁହୁକ ରହିଛି କି ?

May 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ୧୯୯୯ ମହାବାତ୍ୟାର ଭୟଙ୍କର ସ୍ମୃତିକୁ ବହୁ ପଛରେ ପକାଇ ସାରିଛି। ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ଏବେ ଦେଶରେ କେବଳ ନୁହଁ, ବରଂ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିଛି। ୧୯୯୯ ପରଠୁ ଯେହେତୁ ନବୀନ ପଟ୍ଟନାୟକ ଓଡିଶା ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଅଛନ୍ତି, ସ୍ଵାଭାବିକ ଭାବରେ ଏହାର ଶ୍ରେୟ ତାଙ୍କ ପାଖକୁ ଇ ଯାଉଛି। ତେବେ ୧୯୯୯ ଓ ୨୦୧୯ ଭିତରେ ଏମିତି କଣ ବିଶେଷ ପରିବର୍ତ୍ତନ ଘଟିଛି, ଯାହାକୁ ଆମେ ଆମର ବଡ ସଫଳତା ବୋଲି କହି ଗର୍ବ କରିପାରିବା? ୧୯୯୯ ମହାବାତ୍ୟାରେ ଯେତେ ଲୋକ ମୃତ୍ୟୁ ବରଣ କରିଥିଲେ ତାହା ବୋଧହୁଏ ୧୮୬୬ ନ’ ଅଙ୍କ ଦୁର୍ଭିକ୍ଷ ପରେ ସବୁଠୁ ବଡ ମାନବୀୟ ସଙ୍କଟ ଥିଲା। ମହାବାତ୍ୟାରୁ ଆମେ ମଣିଷ ଜୀବନକୁ ସୁରକ୍ଷିତ ରଖିବାର ଏକ ଆହ୍ଵାନ ପାଇଥିଲୁ ଓ ଗତ କୋଡିଏ ବର୍ଷରେ ଓଡିଶାକୁ ଆସିଥିବା ଚାରୋଟି ଯାକ ବାତ୍ୟା- ଫାଇଲିନ, ହୁଡହୁଡ, ତିତିଲି ଓ ଫନି କବଳରୁ ଆମେ ବହୁ ସଂଖ୍ୟକ ଜୀବନ ବଞ୍ଚାଇବାରେ ସଫଳ ହୋଇଛୁ। ଏହାକୁ ଯାଦୁକରୀ ସଫଳତା ବୋଲି ଗ୍ରହଣ କରିନେବାରେ ଆମର କୌଣସି ଅସୁବିଧା ନାହିଁ। ଆମେରିକା ଭଳି ଅତ୍ୟନ୍ତ ଶକ୍ତିଶାଳୀ ଓ ସମ୍ପନ୍ନ ରାଷ୍ଟ୍ର ଏବେବି ଘୂର୍ଣ୍ଣିଝଡର ମୁକାବିଲା କରି ଜୀବନ ସୁରକ୍ଷାରେ ବିଫଳ ହେଉଛି।

୨୦୧୭ ମସିହାରେ ଆମେରିକାରେ ଆସିଥିବା ତିନୋଟି ଭୟଙ୍କର ଘୂର୍ଣ୍ଣିଝଡ ହାର୍ଭେ, ଇର୍ମା ଓ ମାରୀଆ ର ବିଶ୍ଳେଷଣ କରି ସେଠିକାର ସାମ୍ବାଦିକମାନେ କହୁଛନ୍ତି, ଆଜି ମଧ୍ୟ ଆମେରିକା ଲୋକଙ୍କୁ ବାତ୍ୟା କବଳରୁ ଉଦ୍ଧାର କରିବାରେ ସଫଳ ହେଉନାହିଁ। ୨୦୧୭ ରେ ମାରୀଆ ଝଡର ପ୍ରକୋପରେ ଆମେରିକାର ପୁଏର୍ତ୍ତୋ ରିକୋ ଅଞ୍ଚଳରେ ୨୯୭୫ ଲୋକ ପ୍ରାଣ ହରାଇଥିଲେ। ସେହି ତୁଳନାରେ ଓଡିଶା ନିଜର ମୁକାବିଲା ମନୋଭାବକୁ ବହୁ ଅଧିକ ପ୍ରଭାବଶାଳୀ କରିଛି। ଗତ ଚାରୋଟି ଯାକ ବାତ୍ୟାରେ ଓଡିଶାରେ ଜନଜୀବନର ମୃତ୍ୟୁ ସଂଖ୍ୟା ସୀମିତ ରହିଛି। ସେଥିଲାଗି ଆମେରିକାର ପ୍ରସିଦ୍ଧ ଖବର କାଗଜ “ନ୍ୟୁୟର୍କ ଟାଇମ୍ସ” ଏ ସଙ୍କ୍ରାନ୍ତରେ ଏକ ସ୍ଵତନ୍ତ୍ର ବିଶ୍ଳେଷଣ ପ୍ରସ୍ତୁତ କରି ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳତା କେମିତି ହାସଲ କରାଯାଏ ତାହା ଓଡିଶା ପାଖରୁ ଶିଖିବାର ଅଛି ବୋଲି କହିଛି।

ଯେ କୌଣସି ପ୍ରାକୃତିକ ବିପର୍ଯୟର ମୁକାବିଲାରେ ଜୀବନ ରକ୍ଷା ପ୍ରାଥମିକ ଲକ୍ଷ୍ୟ ହେବାକୁ ବାଧ୍ୟ। ଓଡିଶା ସେ ଲକ୍ଷ୍ୟ ପୂରଣ କରିଛି। ହେଲେ ବାତ୍ୟା ପରବର୍ତ୍ତୀ ଜୀବନ କୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବା ଲାଗି ଓଡ଼ିଶାକୁ ଆହୁରି ଅନେକ ଯୋଜନା କରିବାକୁ ପଡିବ। ଗତ କୋଡିଏ ବର୍ଷ ଭିତରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବହୁତ ଭଲ କାମ ହୋଇଛି। ତେବେ ସହରାଞ୍ଚଳରେ ବାତ୍ୟା ମୁକାବିଲା ପାଇଁ ଆମର ପ୍ରସ୍ତୁତି ଏବେ ମଧ୍ୟ ଢେର ପଛରେ ରହିଛି। “ଫନୀ’ ଓଡିଶାର ତିନୋଟି ପ୍ରମୁଖ ସହରକୁ ପ୍ରବଳ ମାଡ କରିଛି। କଟକ, ଭୁବନେଶ୍ଵର ଓ ପୁରୀର ସାଧାରଣ ଜୀବନରେ ଘୋର ବିପର୍ଯୟକୁ ହୁଏତ ସୀମିତ କରାଯାଇପାରିଥାନ୍ତା। ପାଣି ଓ ବିଜୁଳି ପରିଚାଳନା ବ୍ୟବସ୍ଥା ପୂରାପୂରି ଭୁଷୁଡି ପଡିବା ଅନେକଙ୍କୁ ବ୍ୟଥିତ କରିଛି। ଦଶ ଦିନ ଧରି ବିଜୁଳି ନ ଆସିବାର କ୍ଷୋଭ ଲୋକଙ୍କ ମନରେ ରହିବା ସ୍ଵାଭାବିକ।

ଗୋଟେ ଭୟଙ୍କର ପ୍ରାକୃତିକ ଦୁର୍ବିପାକରୁ ରାତାରାତି ମୁକୁଳିବାର କିଛି ବାଟ ଅଛି କି? ଆମେରିକା ଓ ୟୁରୋପ ଭଳି ସବୁ ଶକ୍ତି ତଥା ସାଧନ ରହିଥିବା ଦେଶ ମଧ୍ୟ ପ୍ରାକୃତିକ ବିପର୍ଯୟ ସମୟରେ ଅସହାୟ ହୋଇପଡନ୍ତି। ଓଡିଶା ସେ ତୁଳନାରେ ପଛରେ ପଡିଛି କି? ସପ୍ତାହେ ଭିତରେ ଭୁବନେଶ୍ବରରେ ଯେଉଁ ପ୍ରକାର ସାଧାରଣ ଜୀବନ ବ୍ୟବସ୍ଥା ଫେରି ଆସୁଛି, ସେଥିରୁ ମନେ ହେଉଛି, ଯେ କୌଣସି ବଡ ବିପତ୍ତିରୁ ଉଠିପାରିବାର ଶକ୍ତି ଆମ ପାଖରେ ରହିଛି। ବାତ୍ୟା ପରେ ସରକାର ଯେଉଁ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି, ତାହା ସର୍ବକାଳୀନ ବଡ ସହାୟତା ବୋଲି କୁହାଯାଇପାରିବ।

ଏତେ ସତ୍ତ୍ୱେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାର ସୁଯୋଗ ହାତଛଡା କରିବାକୁ କେହି ଚାହୁଁ ନାହାନ୍ତି। ଜଣେ ଇଂରାଜୀ ପତ୍ରିକାର ସମ୍ପାଦକ ଲେଖିଛନ୍ତି, ୧୯୯୯ ତୁଳନାରେ ଯଦିଓ ଓଡିଶାର ମୁକାବିଲା ସାମର୍ଥ୍ୟ ବଢିଛି, ତଥାପି ଏହା “ପରଫେକ୍ଟ” ନୁହଁ। କୌଣସି ପ୍ରଶାସନିକ ବ୍ୟବସ୍ଥା ୧୦୦% ପରଫେକ୍ଟ ହୋଇ ପାରିବା ସମ୍ଭବ ନୁହେଁ। ନବୀନ ପଟ୍ଟନାୟକଙ୍କ ପ୍ରାକୃତିକ ବିପର୍ଯୟ ପରିଚାଳନା ଦକ୍ଷତାର ଏକ ବଡ ପରୀକ୍ଷା ଏଥର ହେବାକୁ ଯାଉଛି। ନବୀନଙ୍କ ଲାଗି ସବୁଠୁ ବଡ ସମସ୍ୟା ହେଉଛି, ତାଙ୍କ ଉପରେ ରହିଥିବା ଲୋକ ବିଶ୍ଵାସ। ନବୀନଙ୍କ ଶାସନରେ ୧୦ ଦିନ ଧରି ରାଜଧାନୀ ଅନ୍ଧାରରେ ରହିବ, ଏକଥା କେହି ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏପରିକି ଲୋକ ଏକଥା ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହନ୍ତି ଯେ ୨୩ ମଇ ନିର୍ବାଚନ ଫଳ ବାହାରିବା ପର୍ଯନ୍ତ ନବୀନଙ୍କ କ୍ଷମତା ଏକ ପ୍ରକାର ସଙ୍କୁଚିତ।

ଲୋକେ ନବୀନଙ୍କ ସୀମା ବିଷୟରେ ଚିନ୍ତା କରିବାକୁ ପ୍ରସ୍ତୁତ ନୁହନ୍ତି। ଲୋକଙ୍କ ବିଶ୍ବାସକୁ ସମ୍ମାନ ଦେବାକୁ ନବୀନ ବାଧ୍ୟ। ତାଙ୍କ ଅଧିକାରୀମାନେ କହିପାରିବେ ନାହିଁ ଯେ, ଆମ ପାଖରେ ଏତିକି ସାଧନ ନାହିଁ। ନବୀନଙ୍କ କୁହୁକ ଦେଖାଇବାକୁ ହେଲେ ଲୋକଙ୍କୁ ତାଙ୍କର ସାଧାରଣ ଜୀବନ ର ପ୍ରବାହକୁ ଯଥାଶୀଘ୍ର ଗତିଶୀଳ କରାଇବାକୁ ପଡିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ସେପଟେ ପାକିସ୍ଥାନରେ ଯୁଦ୍ଧ ରୋକିବାକୁ ବୈଠକ, ଏପଟେ ଭାରତ ଏବଂ ଆମେରିକା ମଧ୍ୟରେ ହେଲା ବଡ଼ ଚୁକ୍ତି

April 10, 2026
Latest News

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.