Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦ୍ଵିତୀୟ ପର୍ଯ୍ୟାୟ ଗଣତି: ବଡ଼ ବିଜୟ ଆଡକୁ ଗତି କରୁଛନ୍ତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଯଶୱନ୍ତ ସିହ୍ନାଙ୍କ ସ୍ଥିତି
ଜାତୀୟ ଖବର

ଦ୍ଵିତୀୟ ପର୍ଯ୍ୟାୟ ଗଣତି: ବଡ଼ ବିଜୟ ଆଡକୁ ଗତି କରୁଛନ୍ତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଯଶୱନ୍ତ ସିହ୍ନାଙ୍କ ସ୍ଥିତି

July 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗଣନା ଚାଲିଛି। ଦ୍ୱିତୀୟ ରାଉଣ୍ଡରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭଲ ଅଗ୍ରଣୀ ହାସଲ କରିଛନ୍ତି ଏବଂ ସେ ଏକ ବଡ ବିଜୟ ଆଡକୁ ଯାଉଥିବା ଜଣାପଡିଛି। ଦ୍ୱିତୀୟ ରାଉଣ୍ଡରେ ଏପର୍ଯ୍ୟନ୍ତ ସମୁଦାୟ ୧୧୩୮ ଭୋଟ ଗଣନା କରାଯାଇଛି, ଯାହାର ମୂଲ୍ୟ ୧ ଲକ୍ଷ ୪୯ ହଜାର ୫୭୫ ଅଟେ। ଏହି ରାଉଣ୍ଡରେ ଦ୍ରୌପଦୀ ମୁର୍ମୁ ୮୦୯ ଭୋଟ୍ ପାଇଛନ୍ତି ଯାହାର ମୂଲ୍ୟ ୧ ଲକ୍ଷ ୫ ହଜାର ୨୯୯ ଏବଂ ଯଶୱନ୍ତ ସିହ୍ନା ୩୨୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୪୪ ହଜାର ୨୭୬ ଅଟେ।

ତେବେ ପ୍ରଥମ ପର୍ଯ୍ୟାୟ ଗଣନାରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ସାଂସଦଙ୍କ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଭୋଟ୍। ଅନ୍ୟପକ୍ଷରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ୨୦୮ ସାଂସଦଙ୍କ ଭୋଟ୍ ପାଇଥିଲେ, ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ଅଟେ। ସାଂସଦମାନେ ମୋଟ ୭୪୮ ଭୋଟ୍ ଦେଇଥିଲେ, ଯାହାର ମୂଲ୍ୟ ୫ ଲକ୍ଷ ୨୩ ହଜାର ୬୦୦ ଥିଲା।

ଏକାସାଙ୍ଗରେ ସମୁଦାୟ ୧୮୮୬ ଭୋଟ ଗଣନା କରାଯାଇଛି, ଯାହାର ମୂଲ୍ୟ ୬ ଲକ୍ଷ ୭୩ ହଜାର ୧୭୫ ଅଟେ। ଏଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୧୩୪୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୪ ଲକ୍ଷ ୮୩ ହଜାର ୨୯୯ ଏବଂ ଯଶୱନ୍ତ ସିହ୍ନା ୫୩୭ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧ ଲକ୍ଷ ୮୯ ହଜାର ୮୭୬ ଅଟେ। ଏପର୍ଯ୍ୟନ୍ତ ଏନଡିଏ ପ୍ରାର୍ଥୀ ଦଦ୍ରୌପଦୀ ମୁର୍ମୁ ମତଦାନର ମୋଟ ଭୋଟର ୭୧.୭୯ ପ୍ରତିଶତ ପାଇଛନ୍ତି।

ଦ୍ରୌପଦୀ ମୁର୍ମୁ ଦ୍ଵିତୀୟ ପର୍ଯ୍ୟାୟ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

April 12, 2026

ଆଜି ଏପ୍ରିଲ ୧୨ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

April 12, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ଡିଜେଲ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି

April 11, 2026
Latest News

ନିଯୁକ୍ତି ସନ୍ଧାନକାରୀ ନୁହେଁ, ନିଯୁକ୍ତି ସୃଷ୍ଟିକାରୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

April 12, 2026

ବିଭିନ୍ନ ମନ୍ଦିର ପରିଚାଳନା ଏବଂ ‘ଦେବୋତ୍ତର ଆଇନ’ର ସମୀକ୍ଷା କଲେ ଆଇନ ମନ୍ତ୍ରୀ

April 12, 2026

ଆଜି ଏପ୍ରିଲ ୧୨ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

April 12, 2026

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.