Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଷ୍ଟ୍ରପତି ଭବନରୁ ଆସିଲା ଏକ ବିଶେଷ ମୁର୍ହୁତର ଫଟୋ, ସମସ୍ତଙ୍କୁ କରିଦେଉଛି ଭାବବିହ୍ବଳ
ଜାତୀୟ ଖବର

ରାଷ୍ଟ୍ରପତି ଭବନରୁ ଆସିଲା ଏକ ବିଶେଷ ମୁର୍ହୁତର ଫଟୋ, ସମସ୍ତଙ୍କୁ କରିଦେଉଛି ଭାବବିହ୍ବଳ

July 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରପତି ଭବନରୁ ଆସିଲା ଏକ ବିଶେଷ ମୁର୍ହୁତର ଫଟୋ, ସମସ୍ତଙ୍କୁ କରିଦେଉଛି ଭାବବିହ୍ବଳ

ନୂଆଦିଲ୍ଲୀ: ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କୁ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଏଥିସହିତ ରାଷ୍ଟ୍ରପତି ଭବନରେ ଦ୍ରୌପଦୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି।

ତେବେ ସମସ୍ତ ଔପଚାରିକ ସରିବା ପରେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରୁ ବିଦାୟ ନେଇଥିଲେ। ଏହା ପର୍ବରୁ ସେ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଆସନରେ ବସିବା ପାଇଁ ନିବେଦନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେହି ଆସନରେ ବସିଥିଲେ। ଆଉ ପାଖରେ ନିଜେ ଛିଡା ହୋଇ ଫଟୋ ଉଠାଇଥିଲେ ରାମନାଥ କୋବିନ୍ଦ।

ଏହି ଫଟୋଟି ଏକ ବିଶେଷ ମୁର୍ହତ ବା ବିରଳ ମୁର୍ହୁତର ଫଟୋ ବୋଲି କୁହାଯିବ। କାରଣ ଗତ ପାଞ୍ଚ ବର୍ଷ ଧରି ରାମାନାଥ କୋବିନ୍ଦ ଯେଉଁଠାକୁ ଯାଉଥିଲେ ସେଠାରେ ସେ ସର୍ବୋଚ୍ଚ ଆସନରେ ବସୁଥିଲେ। ତାଙ୍କ ଆଗରେ ଅନ୍ୟମାନେ ଛିଡା ହେଉଥିଲେ। ହେଲେ ଏହା ପ୍ରଥମ ଫଟୋ ଯାହା କି ଦ୍ରୌପଦୀ ମୁର୍ମୁ ଚ୍ୟାୟରରେ ବସିଛନ୍ତି କୋବିନ୍ଦ ତାଙ୍କ ପାଖରେ ଛିଡା ହୋଇଛନ୍ତି।

ଏହି ଫଟୋଟି ହେଉଛି ରାଷ୍ଟ୍ରପତି ଭବନର କମିଟ ରୁମର ଭିତର ଦୃଶ୍ୟ। ଯେଉଁଠାରେ ରାମନାଥ କୋବିନ୍ଦଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ରାମନାଥ କୋବିନ୍ଦ ତାଙ୍କୁ ସେ ବସୁଥିବା ଚ୍ୟାୟରରେ ବସିବା ପାଇଁ ନେଇଥିଲେ। ହେଲେ ଦ୍ରୌପଦୀ ହଠାତ ସେଠାରେ ବସିବାକୁ କୁଣ୍ଠାବୋଧ କରିଥିଲେ। ଏହି ସମୟରେ କୋବିନ୍ଦ ତାଙ୍କୁ ପୁଣି ଥରେ ବସିବା ପାଇଁ ନିବେଦନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବସିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟ ଆସନରେ ବସାଇ କୋବିନ୍ଦ ପାଖରେ ଥିବା ଅତିଥୀଙ୍କ ଆସନରେ ବସିଥିଲେ। ଏହାପରେ ରାଷ୍ଟ୍ରପତିଙ୍କ ନିକଟକୁ କର୍ମଚାରୀମାନେ ଏକ ଫାଇଲ ନେଇ ଆସିଥିଲେ। ସେ ସେହି ଫାଇଲ ପଢି ଦସ୍ତଖତ କରିବା ପର୍ଯ୍ୟନ୍ତ ରାମନାଥ କୋବିନ୍ଦ ଅତିଥୀ ପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ବସିଥିଲେ।

ଏହା ହେଉଛି ଭାରତୀୟ ଗଣତନ୍ତ୍ରର ପରଂପରା। ଯାହା ଦେଶର ସର୍ବୋଚ୍ଚ ପଦବୀରେ ମଧ୍ୟ ଘଟିପାରୁଛି। ଦୀର୍ଘ ବର୍ଷ ଧରି ଭାରତରେ ଏହି ପରଂପରା ଜାରୀ ରହିଛି। ଯେତେବେଳେ ନୂଆ ରାଷ୍ଟ୍ରପତି ଶପଥ ନିଅନ୍ତି ତାଙ୍କୁ ବିଦାୟୀ ରାଷ୍ଟ୍ରପତି ଦେଶର ତଥା ସମ୍ବିଧାନର ନିୟମ ପାଳନ କରି ନୂତନ ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ନିଜର ସମସ୍ତ ଦାୟିତ୍ବ ହସ୍ତାନ୍ତର କରନ୍ତି।

DroupadiMurmu ଦ୍ରୌପଦୀ ମୁର୍ମୁ ରାମାନାଥ କୋବିନ୍ଦ ରାଷ୍ଟ୍ରପତି ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Latest News

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.