Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆକ୍ରୋଶମୂଳକ ଭାବେ ସୋନିଆ ଗାନ୍ଧୀଙ୍କୁ ଇଡି ଡାକରା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସତ୍ୟାଗ୍ରହ
ବିଶେଷ ଖବର

ଆକ୍ରୋଶମୂଳକ ଭାବେ ସୋନିଆ ଗାନ୍ଧୀଙ୍କୁ ଇଡି ଡାକରା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସତ୍ୟାଗ୍ରହ

July 26, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆକ୍ରୋଶମୂଳକ ଭାବେ ସୋନିଆ ଗାନ୍ଧୀଙ୍କୁ ଇଡି ଡାକରା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରରୋଚିତ ପ୍ରବର୍ତନ ନିର୍ଦ୍ଦେଶାଳୟ ଯେପରି ଭାବରେ ରାଷ୍ଟ୍ରନେତା ତଥା ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ବାରମ୍ବାର ଜେରା କରିବାକୁ ଡାକି ନିର୍ଯ୍ୟାତନା ଦେଉଛନ୍ତି ତାହାର ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପିସିସି ପକ୍ଷରୁ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି ।

ଏହି ସତ୍ୟାଗ୍ରହରେ ସାରା ରାଜ୍ୟର ବହୁ କଂଗ୍ରେସ ନେତୃବର୍ଗ, ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ମହାତ୍ମା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ସଭାସ୍ଥଳିରେ ଯୋଗଦାନ କରିଥିଲେ । ନରେନ୍ଦ୍ର ମୋଦି ସରକାର ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ବିଶେଷ କରି କଂଗ୍ରେସ ଦଳକୁ ଜନମାନସରେ ନିନ୍ଦିତ କରିବା ପାଇଁ ଭାରତ ବର୍ଷର ସ୍ୱାଧୀନ ସଂସ୍ଥାମାନଙ୍କୁ ଅପବ୍ୟବହାର କରି ରାଜନୈତିକ ଫାଇଦା ହାସଲ କରିବାପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ କହିଛି ଶାସନ କ୍ଷମତାକୁ ଆସିବା ପୂର୍ବରୁ ଭାରତବର୍ଷର ଜନଗଣଙ୍କୁ ଯେଉଁ ପୂଳା ପୂଳା ପ୍ରତିଶ୍ରୁତି ଦେଇଥିଲେ ତନ୍ମମଧ୍ୟରୁ ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିବାରେ ନରେନ୍ଦ୍ର ମୋଦି ସରକାର ସକ୍ଷମ ହେଲେ ନାହିଁ । ପରଂନ୍ତୁ ଆଜି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଆଦିର ଅହେତୁକ ଦରବୃଦ୍ଧି, ବେରୋଜଗାରୀ, ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ଶିଳ୍ପ, କୃଷକ ଓ କୃଷି କ୍ଷେତ୍ରର ସମସ୍ୟା, ଆଦିବାସୀ ପଛୁଆ ବର୍ଗଙ୍କର ବିକାଶ, ପ୍ରବାସୀ ଶ୍ରମିକ ମାନଙ୍କର ସମସ୍ୟାକୁ ସମାଧାନ କରିବାରେ ମୋଦି ସରକାର ବିଫଳ ।

କଂଗ୍ରେସ ଅଭିଯୋଗକରିଛି ଯେ, ଏ ସରକାର ଗରିବ ଖଟିଖିଆ, ଚାଷୀ, ସାଧାରଣ ବର୍ଗ ଏବଂ ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗ ବଂଚିବା ପାଇଁ ନିର୍ଭର କରୁଥିବା ଚୂଡ଼ା, ଅଟା, ଚାଉଳ, ଚୂନା, ଖଇ, ଉଖୁଡ଼ା, ଦହି, ମୁଆଁ, ଲହୁଣି, ଗୁଡ଼ ଇତ୍ୟାଦି ଉପରେ ୫% ଜିଏସ୍‌ଟି ଆଦାୟ କରିବାକୁ ଭୁଲିଲେ ନାହିଁ । ଏପରିକି ଚିକିତ୍ସାଧିନ ରୋଗିମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଔଷଧ, ତୁଳା, ଗଜ, ସୂତା, ଛୁଂଚି ଇତ୍ୟାଦି ଉପରେ ୫% ରୁ ୧୮% ପର୍ଯ୍ୟନ୍ତ ଜିଏସ୍‌ଟି ଆଦାୟ କରୁଛନ୍ତି ।

ବେରୋଜଗାରୀ ଆଜି ସର୍ବୋଚ୍ଚ ସୀମାରେ ପଂହଚିଛି । ୪୨ କୋଟିରୁ ଅଧିକ ଆଜି ଦାରିଦ୍ର ଭିତରକୁ ଠେଲି ହୋଇଯାଇଛନ୍ତି । ମୁଦ୍ରାସ୍ପିତି ଗତ ୫ ମାସ ଧରି ୭%ରୁ ଅଧିକ ରହିଛି । ବାଣିଜ୍ୟକ ନିଅଂଟ ଆଜି ଚରମ ସୀମାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଦୃତ ଗତିରେ ହ୍ରାସ ପାଉଛି, ଏପରିକି ଗୋଟେ ଡଲାରର ମୂଲ୍ୟ ଆଜି ୮୦ଟଙ୍କା ଅତିକ୍ରମ କରିସାରିଛି ଏପରି ସ୍ଥଳେ ଏସବୁ ସମସ୍ୟାକୁ ନେଇ ଯେତେବେଳ ଶ୍ରୀମତୀ ସୋନିଆ ଗାନ୍ଧୀ ଓ ଶ୍ରୀ ରାହୁଲ ଗାନ୍ଧୀ ପାର୍ଲାମେଂଟ ଭିତରେ ଓ ବାହାରେ ସରକାରଙ୍କର ନୀତି ଓ ନିଷ୍ପତିକୁ କଡ଼ା ସମାଲୋଚନା କରିବା ଯୋଗୁଁ ଆଜି ଇଡି, ସିବିଆଇ ଓ ଆଇଟିର ଭୟ ଦେଖାଇ ସେମାନଙ୍କର ମୁଁହ ବନ୍ଦ କରିବାପାଇଁ ଚେଷ୍ଟା ଚଳାଇଛନ୍ତି ।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନରେନ୍ଦ୍ର ମୋଦି ସରକାରର ପ୍ରତିହିଂସା ପରାୟଣ ଓ ଆକ୍ରୋଶମୂଳକ ରାଜନୀତିକୁ ଦୃଢ଼ ନିନ୍ଦ୍ରା କରିବା ସହିତ ସାରା ରାଜ୍ୟର ସମସ୍ତ କଂଗ୍ରେସ ନେତୃବର୍ଗ, କର୍ମୀ ଓ ସାଧାରଣ ଜନତା ଶ୍ରୀମତୀ ଗାନ୍ଧୀଙ୍କ ପଛରେ ଛିଡ଼ା ହୋଇଛନ୍ତି । ଅସତ୍ୟକୁ କେବଳ ସତ୍ୟରେ ବିଜୟ କରିହେବ, ଏହି ଧର୍ମରେ କଂଗ୍ରେସ ଦଳ ତାର ପ୍ରତିବାଦ ଜାରି ରଖିଛି ।

ନ୍ୟାସନାଲ ହେରାଲ୍ଡ ଘଟଣାରେ କୌଣସି ପ୍ରକାର ଯେତେବେଳେ ଅର୍ଥ କାରବାର ହୋଇନାହିଁ ସେଥିରେ କିଭଳି ଅର୍ଥ ହେରାଫେରି ହେଲା ଏହାହିଁ ହେଉଛି କଂଗ୍ରେସର ସବୁଠାରୁ ବଡ଼ ପ୍ରଶ୍ନ । ଆଜିର ଏହି “ସତ୍ୟାଗ୍ରହ”ରେ କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ ବହୁ କର୍ମି ଉପସ୍ଥିତ ଥିଲେ।

ରାହୁଲ ଗାନ୍ଧୀ ଶରତ ପଟ୍ଟନାୟକ ସୋନିଆ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.