Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଛାଡିଲେନି ସାଇବର ଠକ, ତାଙ୍କ ନାମରେ ମାଗିଲେ ଟଙ୍କା
ଅପରାଧ

ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଛାଡିଲେନି ସାଇବର ଠକ, ତାଙ୍କ ନାମରେ ମାଗିଲେ ଟଙ୍କା

July 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟଶାସନ ସଚିବଙ୍କୁ ମଧ୍ୟ ଛାଡିଲେନି ସାଇବର ଠକ, ତାଙ୍କ ନାମରେ ମଧ୍ୟ ମାଗିଲେ ଟଙ୍କା

ଭୁବନେଶ୍ବର: ଦିନକୁ ଦିନ ସାଇବର ଠକଙ୍କ ପ୍ରର୍ଦୁଭାବ ବଢିବାରେ ଲାଗିଛି। ସେମାନେ ବର୍ତ୍ତମାନ ନୂଆ ତରିକାରେ ଠକିବା ଆରମ୍ଭ କରିଛନ୍ତି। ତାହା ହେଲା ସେମାନେ ବଡବଡିଆଙ୍କ ଫଟୋ ଲଗାଇ ହ୍ବାଟସଆପ ଆକାଉଣ୍ଟ କରି ପାଇସା ମାଗିବାରେ ଲାଗିଛନ୍ତି। ପୂର୍ବରୁ ବହୁ ବରିଷ୍ଠ ଅଧିକାରୀଙ୍କ ନାମରେ ସେମାନେ ଏହିପରି କାରନାମା କରିଆସୁଥିଲେ। ହେଲେ ବର୍ତ୍ତମାନ ଏକ ନୂଆ କାରନାମ ଧରାପଡିଛି। ତାହା ହେଲା ଯେ, ଶେଷରେ ସାଇବର ଠକମାନେ ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମଧ୍ୟ ଛାଡିଲେ ନାହିଁ।

ଘଟଣାରୁ ଜଣାପଡିଛି ଯେ, ଏହି ସାଇବର ଠକମାନେ ୯୩୧୫୬୪୧୭୮୪ ମୋବାଇଲ ନମ୍ବରରେ ମୁଖ୍ୟ ଶାସନ ସଚିବଙ୍କ ଫଟୋ ଲଗାଇ ହ୍ବାଟସଆପ ଗ୍ରୁପ ତିଆରି କରିଛନ୍ତି। ଏଥିରେ ସେମାନେ ବିଭିନ୍ନ ଲୋକଙ୍କୁ ଆମାଜନରୁ ଏକ ଜିନିଷ କିଣିଛି ତାହାକୁ ପଇଠ କରିଦିଅନ୍ତୁ ବୋଲି ମେସେଜ ପଠାଉଛନ୍ତି। ଫଳରେ ଯେଉଁମାନଙ୍କ ପାଖକୁ ଏହି ମେସେଜ ଯାଉଛି ସେମାନେ ମୁଖ୍ୟଶାସନ ସଚିବ ପଠାଇଛନ୍ତି ବୋଲି ଭାବୁଛନ୍ତି। ଏପରି ପରିସ୍ଥିତିରେ ସେମାନେ କଣ କରିବେ କିଛି ଜାଣିପାରୁ ନାହାଁନ୍ତି।

ଏହିପରି ବିଭିନ୍ନ ଲୋକଙ୍କ ପାଖକୁ ହ୍ବାଟସଆପ ମେସେଜ ଯିବା ପରେ ଶେଷରେ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଖବର ଆସିଲା। ସେ ଏପରି ମେସେଜ ପାଇ ବିଚଳିତ ହୋଇପଡିଲେ। ସଙ୍ଗେ ସଙ୍ଗେ ସାଇବର ପୋଲିସଙ୍କୁ ଅବଗତ କରାଇଛନ୍ତି। ଏହା ଜାଣିବା ପରେ ମୁଖ୍ୟ ଶାସନ ସଚିବଙ୍କ ନାମରେ ସାଇବର ଠକ ଏପରି ବଡ କ୍ରାଇମ କରିପାରିବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଏ ନେଇ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟାଳୟରୁ ଏକ ସୂଚନା ମଧ୍ୟ ପ୍ରଦାନ କରାଯାଇଛି। ସେଥିରେ କୁହାଯାଇଛି ଯେ, କେତେକ ଠକ ମୁଖ୍ୟଶାସନ ସଚିବଙ୍କ ଫୋଟକୁ ଯୋଡି ସାମାଜିକ ଗଣମାଧ୍ୟମରେ ପଇସା ମାଗୁଛନ୍ତି। ମୁଖ୍ୟଶାସନ ସଚିବଙ୍କ କାହାକୁ କେବେ ବିଲ ପଇଠ ବା ଟଙ୍କା ପଇଠ କରିବାକୁ କୁହନ୍ତି ନାହିଁ। ଏଥିପାଇଁ ଜନସାଧାରଣ ସତର୍କ ରହିବାକୁ ନିବେଦନ କରିଛନ୍ତି। ଏପରି ଘଟଣା ଆସିଲେ ତୁରନ୍ତ ସାଇବର ପୋଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।

ଯଦି କୌଣସି ବ୍ୟକ୍ତି କିଛି ଟଙ୍କା ପଇଠ କରେ ତେବେ ମୁଖ୍ୟ ଶାସନ ସଚିବ ଏଥିପାଇଁ ଦାୟି ରହିବେ ନାହିଁ ବୋଲି କୁହାଯାଇଛି। ଏପରି ଘଟଣା ପଦାକୁ ଆସିବା ପରେ ସାଇବର ପୋଲିସ ତରଫରୁ ତତ୍ପରତା ପ୍ରକାଶ ପାଇଛି। ସଂପୃକ୍ତ ମୋବାଇଲ ନମ୍ବରକୁ ଟ୍ରାକ କରି ଠକକୁ ଧରିବା ପାଇଁ ଉଦ୍ୟମ କରାଯାଉଛି।

ମୁଖ୍ୟ ଶାସନ ସଚିବ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୁରେଶ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

୪୦ ପରେ ସ୍ୱାସ୍ଥ୍ୟକୁ ଅଣଦେଖା ନୁହେଁ: ପ୍ରତ୍ୟେକ ପୁରୁଷଙ୍କ ପାଇଁ ଜରୁରୀ ଏହି ସ୍ୱାସ୍ଥ୍ୟ ପରୀକ୍ଷା

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.