Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର
ଜାତୀୟ ଖବର

୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର

July 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
୩୦ ଦିନ ମଧ୍ୟରେ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀ ଆଦେଶ ପତ୍ର ମିଳିବ : ପ୍ରଧାନ ମହାଲେଖାକାର

ଭୁବନେଶ୍ୱର : ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏ. ଜି ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ହୋଇଯାଇଛି।

ଉପ -ମହାଲେଖାକାର ଶ୍ରୀରାଜ ଅଶୋକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ପ୍ରଧାନ ମହାଲେଖାକାର ଶ୍ରୀ ଅନନ୍ତ କିଶୋର ବେହେରା ଯୋଗଦେଇ ଏ. ଜି କାର୍ଯ୍ୟଳୟରେ ପେନସନ ଓ ଭବିଷ୍ୟନିଧି କାଗଜପତ୍ର ପହଞ୍ଚିବାର ୩୦ ଦିନ ମଧ୍ୟରେ ପେନସନ ମଞ୍ଜୁରୀପତ୍ର ତତ୍କାଳ ପେନସନରମାନଙ୍କ ନିକଟକୁ ପଠାଇବାକୁ ନିର୍ଦେଶ ଦିଆ ଯାଇଅଛି ବୋଲି ପ୍ରକାଶ କରିଥିଲେ।

ବହୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ କାଗଜ ଜିଲ୍ଲା ସ୍ତରରେ ଥିବା ପେନସନ ମଂଜୁରକର୍ତ୍ତା ମାନଙ୍କ ନିକଟରେ ପଡି ରହିବା ଯୋଗୁଁ ପେନସନ ମଂଜୁର ବିଳମ୍ବିତ ହେଉଥିବାରୁ ଆସନ୍ତା ମାସରୁ ଜିଲ୍ଲାସ୍ତରୀୟ ପେନସନ ଅଦାଲତମାନ ଆୟୋଜନ କରାଯିବା ସହ ସେହିଠାରେ ସେମାନଙ୍କର ମଞ୍ଜୁରୀପତ୍ର ପ୍ରଦାନ କରାଯିବ। ଏହା ପୂର୍ବରୁ ପରୀକ୍ଷା ମୂଳକଭାବେ ମୟୁରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଦାଲତରେ ବହୁତ ପେନସନ ଅଭିଯୋଗ ଶୁଣାଣି କରାଯାଇ ସେହିଠାରେ ପେନସନ ମଂଜୁର କରାଯାଇଥିଲା।

ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗ ଯୋଗୁଁ ବହୁ ପେନସନର ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇ ପାରିଥିଲେ। ଏଥି ପାଇଁ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗ, ଜିଲ୍ଲାସ୍ତରୀୟ ପେନସନ ମଞ୍ଜୁରକର୍ତ୍ତା ଓ ପେନସନରମାନଙ୍କ ସକ୍ରିୟ ସହଯୋଗ ରହିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ପେନସନ କାଗଜ ପତ୍ର ଅବସରର ୬ ମାସ ପୂର୍ବରୁ ଏ. ଜି କାର‌୍ୟ୍ୟାଳୟକୁ ପଠାଇବାକୁ ନିୟମଥିଲେ ମଧ୍ୟ ଏହି ସମୟ ମଧ୍ୟରେ କେହି ପଠାଉ ନାହାନ୍ତି ଯାହା ଫଳରେ ସରକାରୀଙ୍କ ଅବସର ପୁର୍ବରୁ ସେମାନେ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ଅବସର ପୁର୍ବରୁ ପାଇ ପାରୁନାହାନ୍ତି।

ଏହି ଅଦାଲତରେ ଉପ -ମହାଲେଖାକାର (ପ୍ରଶାସନ ) କିଶୋର ରେଡ୍ଡୀ ପୋଲୁ,ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ୍ଟ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ, ଚାର ଓରାମ, ଅକ୍ଷୟ ମହାନ୍ତି, ପ୍ରଦୀପ ସେଠୀ ଗୌର ଚନ୍ଦ୍ର ସାହୁ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

ଏହି ଅଦାଲତରେ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ଆବେଦନ ଉପରେ ଶୁଣାଣି କରାଯାଇ ପେନସନ ଓ ଭବିଷ୍ୟନିଧି ମଞ୍ଜୁରୀପତ୍ର ପଠାଇବାକୁ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନ ମହାଲେଖାକାର ନିର୍ଦେଶ ଦେଇଥିଲେ। ଏହି କାର‌୍ୟ୍ୟକ୍ରମକୁ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପୁରୁଷୋତ୍ତମ ବଳ, ସହକାରୀ ଲେଖା ଅଧିକାରୀ କଲ୍ୟାଣ କୁମାର ପଣ୍ଡା, ଶରତ ନାୟକ, ବିଜୟ କୁମାର ନାୟକ, ଚନ୍ଦ୍ର ଶେଖର ବେହେରା ଓ ବବିତା ସେଠୀ ସଂଯୋଜନା କରିଥିଲେ।

ପେନସନ ପ୍ରଧାନ ମହାଲେଖାକାର
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.