Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସର୍ବେକ୍ଷଣ ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା: କହିଲେ, ବିରୋଧୀ ଶୂନ୍ୟ ହେବ ଓଡିଶା
ବିଶେଷ ଖବର

ସର୍ବେକ୍ଷଣ ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା: କହିଲେ, ବିରୋଧୀ ଶୂନ୍ୟ ହେବ ଓଡିଶା

July 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ରେ ଓଡିଶା ବିରୋଧୀ ଶୂନ୍ୟ ହେବ। ବର୍ତ୍ତମାନ ସରକାରୀ ଦଳ ବିଜୁ ଜନତା ଦଳ ବିଧାନସଭାର ସମସ୍ତ ଆସନ ଏବଂ ଲୋକସଭାର ସମସ୍ତ ଆସନ ହାତେଇବ। ଜାତୀୟ ଗଣମାଧ୍ୟମ ସର୍ବେକ୍ଷଣର ରିପୋର୍ଟକୁ ନେଇ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୃହରେ ଏଭଳି ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ବିଜେଡ଼ି ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ।

ଲୋକଙ୍କ ସମସ୍ୟା ସହ ବିଜେଡି ସବୁବେଳେ ଯୋଡ଼ି ହୋଇଛି। ଏଠାରେ ବିରୋଧୀଙ୍କ କୌଣସି ପ୍ରଭାବ ରହିବ ନାହିଁ। ପଞ୍ଚାୟତ ଓ ପୌର ନିର୍ବାଚନରେ ଯେଉଁଭଳି ଭାବେ ବିଜେଡି ପ୍ରଦର୍ଶନ କରିଛି, ସେହିଭଳି ଆଗାମୀ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ। ବିଜେଡିର ଭୋଟ ପରିମାଣ ବଢ଼ିଛି। କିନ୍ତୁ ବିଜେପିକୁ କଂଗ୍ରେସ ଭୋଟ ଯାଇଛି।

କେନ୍ଦ୍ରମନ୍ତ୍ରୀମାନଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଯୋଗୁଁ ଏହାର ପ୍ରଭାବ ପଡିବ କି ବୋଲି ପ୍ରଶ୍ନରେ ଉତ୍ତରରେ ସେ କହିଛନ୍ତି କି କେନ୍ଦ୍ର ମନ୍ତ୍ରୀମାନଙ୍କ ଗସ୍ତରେ ବିଜେପି ପାଇଁ କିଛି ଲାଭ ହେବ ନାହିଁ। ସେମାନେ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସମସ୍ୟା ସୃଷ୍ଟି କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ‘ଇଣ୍ଡିଆ ଟିଭି-ମାଟ୍ରାଇଜ୍‌ ନିଉଜ୍‌ କମ୍ୟୁନିକେସନ୍‌’ ପକ୍ଷରୁ ଏକ ସର୍ଭେକ୍ଷଣ’ କରାଯାଇଛି। ବର୍ତ୍ତମାନ ଯଦି ଲୋକସଭା ନିର୍ବାଚନ ହୁଏ, ତେବେ କେଉଁ ଦଳକୁ କେତେ ଆସନ ମିଳିବ, ସେ ନେଇ ସର୍ବେକ୍ଷଣ କରାଯାଇଛି।

ସର୍ବେକ୍ଷଣ ଅନୁଯାୟୀ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) କୁ ୫୪୩ ଟି ଆସନରୁ ୩୬୨ ଆସନ ମିଳିବ ଏବଂ କଂଗ୍ରେସ ନେତୃତ୍ଵାଧୀନ ୟୁପିଏକୁ ମାତ୍ର ୯୭ ଟି ଆସନ ମିଳିପାରେ। ସେହିପରି ଅନ୍ୟାନ୍ୟ ଦଳଗୁଡିକ ୮୪ ଟି ଆସନ ଅକ୍ତିଆର କରିପାରନ୍ତି।

ତେବେ ଓଡିଶାର ଲୋକସଭା ଆସନ ସର୍ବେକ୍ଷଣରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ଶାସକ ଦଳ ବିଜେଡ଼ି ଠାରୁ ବିଜେପି ଭଲ ପ୍ରଦର୍ଶନ କରୁଛି। ଓଡ଼ିଶାର ମୋଟ ୨୧ ଟି ଲୋକସଭା ଆସନରୁ ବିଜେପିକୁ ୧୧ ଟି ଆସନ ମିଳିପାରେ ବୋଲି ରିପୋର୍ଟରେ କୁହାଯାଇଛି। ସେହିଭଳି ବିଜେଡ଼ିକୁ ୮ ଟି ଆସନ ମିଳୁଥିବା ବେଳେ କଂଗ୍ରେସକୁ ମାତ୍ର ୨ ଟି ଆସନ ମିଳିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଓଡିଶା ପ୍ରମିଳା ମଲ୍ଲିକ ସର୍ବେକ୍ଷଣ ରିପୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.