Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟସ୍ତରୀୟ ବିଶାଳ ମହିଳା ପାଇକ ଆଖଡା ସମାବେଶ, ଜନଗର୍ଜନ ଶୋଭାଯାତ୍ରା
ଜାତୀୟ ଖବର

ରାଜ୍ୟସ୍ତରୀୟ ବିଶାଳ ମହିଳା ପାଇକ ଆଖଡା ସମାବେଶ, ଜନଗର୍ଜନ ଶୋଭାଯାତ୍ରା

August 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ବିଶାଳ ମହିଳା ପାଇକ ଆଖଡା ସମାବେଶ, ଜନଗର୍ଜନ ଶୋଭାଯାତ୍ରା

ଭୁବନେଶ୍ବର: ରାଜ୍ୟ ସରକାର ବରୁଣେଇ ପାଦ ଦେଶରେ ପ୍ରାୟ ୩୨ କୋଟି ଟଙ୍କାର ୧୦ ଏକର ଜାଗାକୁ ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି । ସେହିପରି କେନ୍ଦ୍ର ସରକାର ୧୯୦ କୋଟି ଟଙ୍କା ପ୍ରଦାନ କରିଥିବାରୁ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଛି ।

ଏହି ଦୃଷ୍ଟିକୋଣରୁ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଗତକାଲି ଏକ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ଆସି ଭୁବନେଶ୍ୱରଶ୍ୱରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରୁ ଏକତ୍ରିତ ହୋଇଥିଲେ । ସେଠାରୁ ଯୁଦ୍ଧବାଦ୍ୟର ତାଳେ ତାଳେ ଖଣ୍ଡା, ତଲୱାର, ଗଦା, ମୁଦ୍‌ଗର, ବାଡ଼ି ଆଦି ଚାଳନା କରି ମହିଳା ପାଇକ ଆଖଡ଼ା ଦଳମାନ ଏକ ଜନଗର୍ଜନ ଶୋଭାଯାତ୍ରାରେ ଆସି ଜୟଦେବ ଭବନ ନିକଟରେ ଏକ୍ରତିତ ହୋଇଥିଲେ ।

ସେଠାରେ ପାଇକ ଆଖଡ଼ା ପ୍ରଦର୍ଶନ କରି, ବାଣ ଫୁଟାଇ ହରିବୋଲ, ହୁଳହୁଳି ପକାଇ ବିଜୟ ପର୍ବ ପାଳନ କରିଥିଲେ । ଏହି ଅବସରରେ ଓଡ଼ିଶାରୁ ଆସିଥିବା ପାଇକ ବାହିନୀ ଓଡ଼ିଶା ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନଙ୍କୁ ପାଇକ କୁଳର ମଉଡ଼ ମଣି ଉପାଧି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଏହାପରେ ଜୟଦେବ ଭବନ ପରିସରରେ ଆୟୋଜିତ ବିଜୟ ଉତ୍ସବର ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ସ୍ୱାଗତ ଭାଷଣ ଦେବା ସହ ଓଡ଼ିଆ ଜାତିର ଅସ୍ମିତା ଓ ଗୌରବଜ୍ଜ୍ୱଳ ଇତିହାସର ସ୍ୱର୍ଣ୍ଣାବ ଚିତ୍ର ଭାବରେ ପାଇକ ସ୍ମାରକୀ ଓ ସ୍ମୃତିସ୍ତମ୍ଭ ସମଗ୍ର ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ସହ ଓଡ଼ିଆ ଜାତିର ବୀରତ୍ୱପୂର୍ଣ୍ଣ ଇତିହାସର ପରିଚୟ ପ୍ରଦାନ କରିବ ବୋଲି କହିଥିଲେ ।

ଏଥିରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରମତୀ ଜୟଶ୍ରୀ ଧଳ, ବିଶିଷ୍ଟ ସମାଜସେବୀକା ସ୍ମିତା ଭ୍ରମରବର ରାୟ, ପୂର୍ଣ୍ଣିମା ଦାସ, ଲିପ୍ସା ମହାନ୍ତି, ଡଃ ଅଶୋକ ସୁନ୍ଦରାୟ, ଦୀପକ ଗଡ଼ନାୟକ, ରଞ୍ଜନ କୁମାର ବିଶୋୟୀ, ଅବନୀ ଜେନାଙ୍କ ସମେତ ବହୁ ପାଇକ ସର୍ଦ୍ଦାର, ପାଇକ ଗୁରୁ, ଦଳେଇ, ଦଳବେହେରା ପ୍ରମୁଖ ଅତିଥି ରୂପେ ଯେଗଦେଇ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦୃଢ ଦାବି ଉପସ୍ଥାପନ କରିଥିଲେ ।

ଏହାପରେ ପ୍ରତ୍ୟେକ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ଓ ପାଇକ ସର୍ଦ୍ଦାର ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ସୂଚକ କୃତଜ୍ଞତା ପତ୍ର ପ୍ରଦାନ କରାଯାଇଥିଲା ।

ପାଇକ ସ୍ମୃତି ସ୍ମାରକୀ ବରୁଣେଇ ମହିଳା ପାଇକ ଆଖଡା
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.