Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡ଼ିର ନିଜସ୍ଵ ସ୍ଥିତି ପାଇଁ ସମଦୂରତା ହିଁ ଏକମାତ୍ର ବାଟ; ମଇ ୨୩ ପରେ ବିଜେଡି କୌଣସି ଗୋଷ୍ଠୀରେ ସାମିଲ ନ ହେବାର ସମ୍ଭାବନା ଅଧିକ
ବିଶେଷ ଖବର

ବିଜେଡ଼ିର ନିଜସ୍ଵ ସ୍ଥିତି ପାଇଁ ସମଦୂରତା ହିଁ ଏକମାତ୍ର ବାଟ; ମଇ ୨୩ ପରେ ବିଜେଡି କୌଣସି ଗୋଷ୍ଠୀରେ ସାମିଲ ନ ହେବାର ସମ୍ଭାବନା ଅଧିକ

May 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?
ରାଜ୍ୟସଭା ନିର୍ବାଚନ: ଏଥର ବିଜେପି କୁ ସମର୍ଥନ ନା କଂଗ୍ରେସ ସହ ମିଶି ଖେଳ ବିଗାଡ଼ିବ ବିଜେଡ଼ି?

କେଦାର ମିଶ୍ର

ବାତ୍ୟା ପରବର୍ତ୍ତୀ ଓଡିଶା ରାଜନୀତିରେ ପ୍ରଶଂସା ଓ ଧନ୍ୟବାଦର ଚର୍ଚ୍ଚା ଟିକେ ବଢି ଯାଇଛି। ବାତ୍ୟା କବଳରୁ ଲକ୍ଷ ଲକ୍ଷ ଜୀବନକୁ ବଞ୍ଚାଇ ପାରିବାର ସଫଳତା ଓ ବାତ୍ୟା ପରବର୍ତ୍ତୀ ସ୍ଥିତିର ପରିଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ଏହାର ପ୍ରତିଦାନରେ ନବୀନ ବାବୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଅପ୍ରତ୍ୟାଶ୍ୟିତ ଭାବରେ ବିଜେପି ସଭାପତି ଅମିତ ଶାହ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ରାଜନୈତିକ ମହଲରେ ଏକପ୍ରକାର ଭୂକମ୍ପନ ସୃଷ୍ଟି କରିଛି।ବିଜେଡି ଛାଡି ଯେଉଁ କଟ୍ଟର ନବୀନ ବିରୋଧୀମାନେ ବିଜେପିକୁ ଯାଇଥିଲେ, ସେମାନଙ୍କ ଅବସ୍ଥା ଏବେ “ଏ କୁଳର ହେଲୁ ନା ସେ କୁଳର ହେଲୁ” ଅବସ୍ଥାକୁ ଚାଲି ଆସିଛି। ଏହି ଗୋଷ୍ଠୀର ସବୁଠୁ ବେଶୀ କୁହାଳିଆ ନେତା ଦାମୋଦର ରାଉତ ତେଣୁ କହିବା ଆରମ୍ଭ କରିଛନ୍ତି ଯେ, ରାଜନୀତିରେ ଏବେ ନୀତି ନୈତିକତା ଆଉ ନାହିଁ। ତେବେ ମରିଗଲେ ମଧ୍ୟ ବିଜେପି ଭଳି ଏକ ସାମ୍ପ୍ରଦାୟିକ ଦଳକୁ ଯିବିନାହିଁ ବୋଲି କହିଥିବା ଦାମ ବାବୁ ଯେତେବେଳେ ଗେରୁଆ ଟୋପି ପିନ୍ଧିଲେ, ସେତେବେଳେ ନୈତିକତା କେଉଁଠି ମୁହଁ ଲୁଚାଇ ବସିଥିଲା, ସେକଥା ଅବଶ୍ୟ ଆମକୁ କେହି କହିବେ ନାହିଁ!

ତେବେ ମୋଦୀ ଓ ଶାହାଙ୍କ ପ୍ରଶଂସା ନବୀନଙ୍କ ହୃଦୟ ତରଳାଇ ଦେଇଛି କି? ମଇ ୨୩ ପରେ ବିଜୁ ଜନତା ଦଳର ଲୋକସଭା ସଦସ୍ୟମାନେ ଏନଡିଏ ସରକାରକୁ ସମର୍ଥନ କରିବେ କି? ନରେନ୍ଦ୍ର ମୋଦୀଙ୍କୁ କେନ୍ଦ୍ରରେ ଆଉଥରେ ପ୍ରଧାନମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକଙ୍କ ସମର୍ଥନ ର ଆବଶ୍ୟକତା ପଡିଲେ, ନବୀନ ତାହା ଦେବେ କି? ଏ ସବୁ ପ୍ରଶ୍ନର ଉତ୍ତର ଆଦୌ ସହଜ ନୁହେଁ। କେନ୍ଦ୍ରରେ ସରକାର ଗଠନ ଅପେକ୍ଷା ରାଜ୍ୟରେ ବିଜେଡ଼ିର ସ୍ଥିତି ଓ ଭବିଷ୍ୟତ ନବୀନଙ୍କ  ଲାଗି ବେଶୀ ଚିନ୍ତାର ବିଷୟ। ଆଜି ପର୍ଯନ୍ତ ବିଧାନସଭାରେ କଂଗ୍ରେସ ବିଜେଡ଼ିର ମୁଖ୍ୟ ବିରୋଧୀ ଥିଲା। ୨୦୧୯ ରେ କଂଗ୍ରେସ ବଦଳରେ ବିଜେପି ଯଦି ମୁଖ୍ୟ ବିରୋଧୀ ଦଳ ହୁଏ ତାହେଲେ ବିଜେଡି ବିଜେପିକୁ ସମର୍ଥନ କରିବା ଆଦୌ ସମ୍ଭବ ହେବନାହିଁ। ତେବେ ଓଡିଶା ବିଧାନସଭାରେ ବିଜେଡି ଲାଗି ବିଜେପି ସମର୍ଥନର ଆବଶ୍ୟକତା ପଡିପାରେ ବୋଲି ବିଜେପିର ଏକ ପ୍ରଚାରକ ଗୋଷ୍ଠୀ ଯାହା ପ୍ରଚାର କରିଚାଲିଛନ୍ତି, ତାହାର କୌଣସି ବିଶେଷ ଆଧାର ନାହିଁ। ବିଧାନସଭାରେ ବିଜେଡି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇବାରେ କୌଣସି ସନ୍ଦେହର ଅବକାଶ ନାହିଁ। ବିଜେଡି ସଂଖ୍ୟା ଗରିଷ୍ଠତା ପାଇବନାହିଁ ବୋଲି ଭାବିବାର ଏକମାତ୍ର କାରଣ ହୋଇପାରେ କିଛି ଅଲୌକିକ ସମ୍ଭାବନା!

କେନ୍ଦ୍ରରେ ଉଭୟ ବିଜେପି ଓ କଂଗ୍ରେସଠାରୁ ବିଜେଡି ନିଜର ସମଦୂରତା ନୀତି ବଜାୟ ରଖିବାର  ସମ୍ଭାବନା ଅଧିକ। ବିଜେଡି ଅନ୍ୟ କାହା ସରକାରରେ ସାମିଲ ନ ହୋଇ ଆବଶ୍ୟକ ପଡିଲେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ବା ବାହ୍ୟ ସମର୍ଥନ କଥା ଉଠାଇପାରେ।  ୟୁପିଏ ହେଉ ବା ଏନଡିଏ ଯିଏ ସରକାର ଗଢିବାକୁ ସମର୍ଥ ହେବ ବିଜେଡି ତାକୁ ପରୋକ୍ଷ ସମର୍ଥନ ଦେବ। ନିର୍ବାଚନ  ପ୍ରଚାର ସମୟରେ ନବୀନ ବାବୁ ଜାତୀୟ ଗଣମାଧ୍ୟମକୁ ଯାହା କହିଥିଲେ ସେହି ଆଧାରରେ ଆଜି ମଧ୍ୟ ଓଡିଶାର ସ୍ଵାର୍ଥ ପ୍ରସଙ୍ଗରେ ବିଜେଡି ସହିତ କଂଗ୍ରେସ ଓ ବିଜେପିର ଯୋଗାଯୋଗ ରହିଛି ବୋଲି କୁହାଯାଇପାରେ।

ବିଜେଡି ମୁଖିଆ ଭଲ ଭାବରେ ଜାଣନ୍ତି ଯେ ମୋଦୀ ଓ ଶାହାଙ୍କ ନେତୃତ୍ୱ ଆଡଭାନୀ-ବାଜପାୟୀ ନେତୃତ୍ୱ ସହିତ ତୁଳନୀୟ ନୁହେଁ।  ବିଜେପି ନିଜର ସହଯୋଗୀ ଶିବସେନା ଓ ଅକାଳୀ ଦଳକୁ ଖତମ କରିଦେବାକୁ କି ପ୍ରକାର ଉଦ୍ୟମ କରିଛି, ସେ ବିଷୟରେ ନବୀନ ଭଲ ଭାବରେ ଅବଗତ। ନିଜର ସ୍ଥିତି ସୁଧାରିବାକୁ ଯାଇ ଆଞ୍ଚଳିକ ଦଳମାନଙ୍କୁ ଖତମ କରିଦେବାର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବିଜେପିର ରହିଛି। ତେଣୁ ବିଜେପି ସହିତ ବୁଝାମଣା ବିଜେଡି ଲାଗି ସବୁଠୁ ବଡ ବିପଦ ହୋଇପାରେ। ବିଜେପି ସରକାର ସହିତ ହୁଏତ ମୁଖ୍ୟମନ୍ତ୍ରୀ ଭାବରେ ନବୀନ, ଅତ୍ୟନ୍ତ ନରମ ଆଭିମୁଖ୍ୟ ରଖିଥାଇପାରନ୍ତି, ବିଜେଡି ମୁଖିଆ ଭାବରେ ଏହି ସ୍ଥିତି ସମାନ ରହିବ ବୋଲି କୁହାଯାଇ ନପାରେ। ଯେ କୌଣସି ସରକାର କେନ୍ଦ୍ରରେ ରହିଲେ ମଧ୍ୟ, ତାଙ୍କ ସହିତ ଏକ ଶିଷ୍ଟ ବୁଝାମଣା କରିବାର କଳା ନବୀନଙ୍କୁ ଜଣା। ତେଣୁ ସେ ନରେନ୍ଦ୍ର ମୋଦୀ ବା ସୋନିୟା ଗାନ୍ଧୀ, କାହାକୁ ନିରାଶ କରିବାକୁ ଚାହାନ୍ତି ନାହିଁ।

କେନ୍ଦ୍ରରେ ସରକାର ଗଢିବାରେ ବିଜେଡି ଏକ ପ୍ରମୁଖ ଭୂମିକା ନେବ ବୋଲି ନବୀନ ଆଶାବାଦୀ ଅଛନ୍ତି। ନୂଆ ସରକାରରେ ବିଜେଡି ର ଭୂମିକା ବିଲକୁଲ ନିର୍ଣ୍ଣାୟକ ହେବ। କିନ୍ତୁ କୌଣସି ସରକାରରେ କେନ୍ଦ୍ରରେ ସାମିଲ ହେବା ବିଜେଡି ପକ୍ଷେ ସମ୍ଭବ ନୁହେଁ। ବିଜେଡି ଲାଗି ସମଦୂରତା ହେଉଛି ସବୁଠୁ ବିଶୁଦ୍ଧ ଅମ୍ଳଜାନ। ଏହି ନୀତିକୁ ବିଜେଡି ସହଜରେ ଛାଡିବାର ସମ୍ଭାବନା ନାଇଁ।

BJD politics
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026
Latest News

ଡାକ ବିଭାଗ ପକ୍ଷରୁ ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ: ବିଜେତାଙ୍କୁ ୫୦ ହଜାର ପର୍ଯ୍ୟନ୍ତ ପୁରସ୍କାର

August 1, 2026

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.