Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଜଗଦୀପ ଧନଖଡ଼
ବିଶେଷ ଖବର

ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଜଗଦୀପ ଧନଖଡ଼

August 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଆଜି (୧୧-ଠ୮-୨ଠ୨୨) ଭାରତର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଛନ୍ତି। ଜଣେ ସ୍ୱନାମଧନ୍ୟ ଆଇନଜ୍ଞ ଓ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଶ୍ରୀ ଧନଖଡ଼ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଶପଥ ପାଠ କରାଇଥିଲେ।

ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀ ଧନଖଡ଼ ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। “ପୂଜ୍ୟ ବାପୁଙ୍କୁ ସମ୍ମାନ ପ୍ରଦର୍ଶନ କରି ନିଜକୁ ଅନୁପ୍ରାଣିତ ଓ ଉତ୍ସାହୀ ହୋଇ ରାଜଘାଟର ପୂଣ୍ୟ ପରିବେଶରେ ଭାରତର ସେବା ପାଇଁ ବ୍ରତୀ ହେବେ” ବୋଲି ଟ୍ୱିଟ୍ କରିଛନ୍ତି।

ଜଗଦୀପ ଧନଖଡ଼ଙ୍କ ସମ୍ପର୍କରେ ସମ୍ୟକ ସୂଚନା ନିମ୍ନରେ ପ୍ରଦତ୍ତ ହୋଇଛି–

ଶ୍ରୀ ଧନଖଡ଼ ତାଙ୍କର ପ୍ରାଥମିକ ଶିକ୍ଷା କିଥନା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଲାଭ କରିଥିଲେ। ତା’ପରେ ସେ ଗର୍ଧନାର ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଚିତ୍ତୋରଗଡ଼ର ସୈନିକ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ। ମହାବିଦ୍ୟାଳୟ ଶିକ୍ଷା ପାଇଁ ଶ୍ରୀ ଧନଖଡ଼ ମହାରାଜା କଲେଜରେ ଯୋଗଦେଇ ପଦାର୍ଥ ବିଜ୍ଞାନ ସମ୍ମାନ ସହ ବିଏସସି ଉତ୍ତୀର୍ଣ୍ଣ ହେଲେ। ତା’ପରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହେଲେ।

ଜଗଦୀପ ଧନଖଡ଼ ଜଣେ ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ତାଙ୍କ ବଂଶର ପ୍ରଥମ ବୃତ୍ତିଧାରୀ ହେବା ସତ୍ତ୍ୱେ ସେ ଦେଶର ଜଣେ ବିଶିଷ୍ଟ ଆଇନ ବିଶାରଦ ଭାବେ ଖ୍ୟାତି ଅର୍ଜନ କରିଥିଲେ। ୧୯୯ଠ ମସିହାରେ ସେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବରିଷ୍ଠ ଆଡଭୋକେଟ ମାନ୍ୟତା ପାଇଥିଲେ। ତା’ ପରଠାରୁ ଜଗଦୀପ ଧନଖଡ଼ ସୁପ୍ରିମକୋର୍ଟରେ ପ୍ରାଥମିକ ଆଇନ ବ୍ୟବସାୟ କରୁଥିଲେ। ଇସ୍ପାତ, କୋଇଲା, ଖଣିଜ ଓ ଅନ୍ତର୍ଜାତୀୟ ବାଣିଜ୍ୟିକ ମଧ୍ୟସ୍ଥତା ଇତ୍ୟାଦି ତାଙ୍କର ପ୍ରମୁଖ କ୍ଷେତ୍ର ଥିଲା। ସେ ଦେଶର ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ନ୍ୟାୟିକ ସେବା କରିବା ସହ ଜୁଲାଇ ୩ଠ, ୨ଠ୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ରାଜ୍ୟର ବରିଷ୍ଠତମ ଆଡଭୋକେଟ ଭାବେ କାର୍ଯ୍ୟ କରିଥିଲେ। ଆଇନ ବୃତ୍ତି କାଳରେ ଶ୍ରୀ ଧନଖଡ଼ ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନ ଜୟପୁରର ସର୍ବକନିଷ୍ଠ ସଭାପତି ଭାବେ ୧୯୮୭ ମସିହାରେ ନିର୍ବାଚିତ ହୋଇଥିଲେ। ବର୍ଷକ ପରେ ସେ ୧୯୮୮ରେ ରାଜସ୍ଥାନ ବାର କାଉନସିଲର ଜଣେ ସଦସ୍ୟ ମଧ୍ୟ ହୋଇ ପାରିଥିଲେ।

ସଂସଦ ଓ ସାଧାରଣ ଜୀବନ

ଜଗଦୀପ ଧନଖଡ଼ ୧୯୮୯ରେ ଝୁନଝୁନ ସଂସଦୀୟ କ୍ଷେତ୍ରରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ପରେ ସେ ୧୯୯ଠ ମସିହାରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ। ୧୯୯୩ ମସିହାରେ ସେ ଆଜମେର ଜିଲ୍ଲା କିଶନଗଡ଼ ନିର୍ବାଚନ ମଣ୍ଡଳୀରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଧାୟକ ଭାବେ ଶ୍ରୀ ଧନଖଡ଼ ଲୋକସଭା ଓ ରାଜସ୍ଥାନ ବିଧାନସଭାର ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। କେନ୍ଦ୍ରମନ୍ତ୍ରୀ ଭାବେ ସେ ସଂସଦୀୟ ପ୍ରତିନିଧି ଦଳର ଉପନେତା ଭାବେ ୟୁରୋପୀୟ ସଂସଦକୁ ଯାଇଥିଲେ। ଜୁଲାଇ ୨ଠ୧୯ରେ ଶ୍ରୀ ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ।

ବ୍ୟକ୍ତିଗତ ବୃତ୍ତାନ୍ତ

ନାମ: ଜଗଦୀପ ଧନଖଡ଼

ପିତାଙ୍କ ନାମ: ସ୍ୱର୍ଗତଃ ଗୋଲଖ ଚାନ୍ଦ

ମାତାଙ୍କ ନାମ: ସ୍ୱର୍ଗତଃ କେଶରୀ ଦେବୀ

ଜନ୍ମ ତାରିଖ: ମେ’ ୧୮, ୧୯୫୧

ଜନ୍ମ ସ୍ଥାନ: ଗ୍ରାମ- କିଥନା, ଜିଲ୍ଲା ଝୁନଝୁନ, ରାଜସ୍ଥାନ

ବୈବାହିକ ସ୍ଥିତି: ବିବାହିତ (୧୯୭୯ ମସିହା)

ପତ୍ନୀଙ୍କ ନାମ: ଡକ୍ଟର ସୁଦେଶ ଧନଖଡ଼

ସନ୍ତାନ: ଏକମାତ୍ର କନ୍ୟା (ଶ୍ରୀମତୀ କାମନା)

ପୁସ୍ତକ ପଠନ ପ୍ରବୀଣ ଶ୍ରୀ ଧନଖଡ଼ ମଧ୍ୟ ଜଣେ କ୍ରୀଡ଼ାପ୍ରେମୀ। ସେ ରାଜସ୍ଥାନ ଅଲିମ୍ପିକ ସଂଘ ଓ ରାଜସ୍ଥାନ ଟେନିସ୍ ସଂଘର ସଭାପତି ଥିଲେ। ସଂଗୀତ ଓ ଭ୍ରମଣରେ ତାଙ୍କର ଅନ୍ୟତମ ରୁଚି ରହିଛି। ସେ ଯୁକ୍ତରାଷ୍ଟ, କାନାଡ଼ା, ୟୁକେ, ଇଟାଲୀ, ସ୍ୱିଜରଲାଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଚୀନ, ହଂକଂ ଓ ସିଙ୍ଗାପୁର ଇତ୍ୟାଦି ଦେଶ ସମେତ ଅନେକ ରାଷ୍ଟ୍ର ଗସ୍ତ କରିଛନ୍ତି।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଦ୍ରୌପଦୀ ମୁର୍ମୁ ରାଜ୍ୟସଭା ଅଧ୍ୟକ୍ଷ ରାଷ୍ଟ୍ରପତି ଭବନ ଶପଥ ଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

ବୁଡ଼ଗାମ୍‌ ଏନ୍‌କାଉଣ୍ଟର: ‘ଅପରେସନ୍ କୋରାଗ’ରେ ଲଶ୍କର ଟପ୍ କମାଣ୍ଡର ମୂସା ନିପାତ

September 30, 2026

ଘର ଦୁଆରେ ପହଞ୍ଚିବ ସରକାରୀ ସେବା, ୧ରୁ ୧୦ ଦିନିଆ ‘ସେବା ସେତୁ’ ଅଭିଯାନ

September 29, 2026

ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

September 29, 2026

ରାଜଧାନୀରେ ଇଣ୍ଡିଆ ବ୍ଲକର ବିକ୍ଷୋଭ, ଚାରିଟି ଦାବୀ ନେଇ ଗର୍ଜ୍ଜିଲେ କଂଗ୍ରେସ ଓ ସମର୍ଥିତ ଦଳର କର୍ମି

September 29, 2026
Latest News

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

September 30, 2026

୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

September 30, 2026

ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍‌ର ବଡ଼ ସଫଳତା: ୩୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ

September 30, 2026

ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସରକାରଙ୍କ ସ୍ୱଚ୍ଛତା ଓ ବକେୟା କାର୍ଯ୍ୟ ହ୍ରାସ ଅଭିଯାନ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.