Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଣପୁର ପଞ୍ଚୁଆ ଫତୁରି ଓ ଭାରତୀୟ ଇଂରାଜୀ ଉପନ୍ୟାସର ଉନ୍ମେଷ
ବିଶେଷ ଖବର

ବାଣପୁର ପଞ୍ଚୁଆ ଫତୁରି ଓ ଭାରତୀୟ ଇଂରାଜୀ ଉପନ୍ୟାସର ଉନ୍ମେଷ

August 13, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଡକ୍ଟର ସତ୍ୟ ଷଡ଼ଙ୍ଗୀ

୧୮୧୭ ମସିହାରେ ବକ୍ସି ଜଗବନ୍ଧୁ ବାଣପୁରଠାରେ ଯେଉଁ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ, ଇଂରେଜ ପଲଟଣ ତାହାକୁ ଦମନ କଲେ। କିନ୍ତୁ ୧୮୩୬ ମସିହାରେ ପୁଣି ଏଠାରେ ମୁଣ୍ଡ ଟେକିଲା ଆଉ ଏକ ମୁକ୍ତି ସଂଗ୍ରାମ – ଯାହା ଇତିହାସରେ ‘ପଞ୍ଚୁଆ ଫତୁରି’ ନାମରେ ଜଣାଶୁଣା। ଆଶ୍ଚର୍ଯ୍ୟ ଜନକ ଭାବରେ ଏହି ଘଟଣା ସହ ଭାରତୀୟ ଇଂରାଜୀ କଥା ସାହିତ୍ୟର ଯୋଗସୂତ୍ର ରହିଛି।

ପଞ୍ଚୁଆ ଫତୁରିର ମୁଖ୍ୟ ନାୟକ ଥିଲେ ଅରାଙ୍ଗ ଦଳବେହେରା କୃତ୍ତିବାସ ପାଟ୍ଟଶାଣୀ। ତାଙ୍କ ସଂଗ୍ରାମ ଏତେ ପ୍ରଭାବଶାଳୀ ଥିଲା ଯେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକୃତ ଭାରତର ରାଜଧାନୀ କଲିକତାରେ ଅବସ୍ଥାପିତ ଜଣେ ବଙ୍ଗୀୟ ବୁଦ୍ଧିଜୀବୀ ତଥା ଲେଖକ ଶଶୀ ଚନ୍ଦ୍ର ଦତ୍ତ ଗୋଟିଏ ସଂକ୍ଷିପ୍ତ ଉପନ୍ୟାସ ବା Novelette ରଚନା ନିମନ୍ତେ ତହିଁରୁ ପ୍ରେରଣା ଲାଭ କରିଥିଲେ। ପ୍ରସିଦ୍ଧ ‘ଆନନ୍ଦ ମଠ’ (୧୮୮୨) ଉପନ୍ୟାସ ପାଇଁ ବଙ୍କିମ ଚନ୍ଦ୍ର ସନ୍ନ୍ୟାସୀ ବିଦ୍ରୋହ ଦ୍ୱାରା ଅନୁପ୍ରେରିତ ହେଲା ଭଳି ତାହାର ଯଥେଷ୍ଟ ପୂର୍ବରୁ ୧୮୪୫ ମସିହାରେ ପ୍ରକାଶ ପାଇଥିବା ଏହି ରଚନା ପାଇଁ ଶଶୀ ଚନ୍ଦ୍ର ଦତ୍ତ ବାଣପୁର ମୁକ୍ତି ସଂଗ୍ରାମରୁ ପ୍ରେରଣା ପାଇଥିଲେ। କଥାକାର Novelette ର ନାମ ରଖିଥିଲେ – The Republic of Orissa।

ସାଧାରଣତଃ ଯେଉଁ ରାଜ୍ୟର ମୁଖ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି, ସେହି ରାଜ୍ୟକୁ ରିପବ୍ଲିକ୍ କୁହାଯାଏ। ଆଦର୍ଶ ରାଷ୍ଟ୍ରକୁ ମଧ୍ୟ ରିପବ୍ଲିକ୍ କୁହାଯାଏ। ପ୍ଲାଟୋଙ୍କ ରାଷ୍ଟ୍ର ନୀତିଶାସ୍ତ୍ର ଗ୍ରନ୍ଥର ନାମ ରିପବ୍ଲିକ୍। ଆଜି ଭାରତ ମଧ୍ୟ ଗୋଟିଏ ରିପବ୍ଲିକ୍। ପଞ୍ଚୁଆ ଫତୁରିରେ ତାହା ହିଁ ଘଟିଥିଲା।

ସଂଗ୍ରାମର ନେତା ବୀର କୃତ୍ତିବାସଙ୍କ ଆହ୍ୱାନରେ ଅରାଙ୍ଗ ଠାରେ ୧୮୩୬ ଜୁନ୍ ପହିଲାରେ ପାଞ୍ଚଶହ କନ୍ଧ ଓ ପାଇକଙ୍କ ବୈଠକ ବସିଥିଲା। ସେଥିରେ ରୋଡଙ୍ଗରୁ ଆସିଥିବା ପଞ୍ଚାନନ ନାୟକଙ୍କୁ ରାଜା ଘୋଷଣା କରାଗଲା। ଲୋକମତରେ ପଞ୍ଚାନନ ଜଣେ ବଳଦ ବେପାରୀ। ତାଙ୍କର ନୂଆ ନାମ ହେଲା ରାଜା ଶରଣ ସିଂହ। କୃତ୍ତିବାସ ହେଲେ ସେନାପତି ଓ ମନ୍ତ୍ରୀ। ସେହିଦିନ ରାଜା ଶରଣ ସିଂହ ଇଂରେଜ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ।

ଓଡିଶାର ଏହି ଅଭିନବ ଘଟଣା ଜାତୀୟତାବାଦୀ ଶିକ୍ଷିତ ଶଶୀ ଚନ୍ଦ୍ର ଦତ୍ତଙ୍କୁ ସ୍ପର୍ଶ କରିଥିଲା।
The Saturday Evening Harkaru ପତ୍ରିକାରେ ପ୍ରକାଶିତ ଉପରୋକ୍ତ କ୍ଷୁଦ୍ର କାହାଣୀଟିକୁ ଓଡିଆରେ ଅନୁବାଦ କରି ଡ. ସୋମା ଚାନ୍ଦ ତାଙ୍କ ‘ଭିନ୍ନ ଦୃଷ୍ଟିରେ ଓଡିଶା’ ପୁସ୍ତକରେ ସ୍ଥାନୀତ କରିଛନ୍ତି। ତାଙ୍କ ମତରେ, “ଓଡ଼ିଆଙ୍କ ସ୍ୱାଧୀନ ଚେତନା, ବିଦ୍ରୋହାତ୍ମକ ଆଭିମୁଖ୍ୟ ବୁଦ୍ଧିଜୀବୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ତେଣୁ ତାଙ୍କର ଜାତୀୟତାବୋଧ ଭିତ୍ତିକ ଏହି କଳ୍ପିତ କାହାଣୀରେ ଓଡିଶାକୁ ଅଗ୍ରଗଣ୍ୟ ଭୂମିକା ଦେବାରେ କାର୍ପଣ୍ୟ କରିନାହାନ୍ତି।” ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟ ଆହୁରି ଗୌରବ ଦାୟକ।

ଭାରତୀୟ ଇଂରାଜୀ କଥା ସାହିତ୍ୟ ଧାରାରେ ଲେଖକ ଶଶୀ ଚନ୍ଦ୍ର ଦତ୍ତଙ୍କ ଉପରୋକ୍ତ କାହାଣୀର କ୍ରମ ହେଉଛି ୨ୟ। ସେ ମହାଶୟଙ୍କର ଅନ୍ୟ ଗୋଟିଏ ଦୀର୍ଘକାୟ ଉପନ୍ୟାସ ମଧ୍ୟ ଅଛି। ତାହାର ଶୀର୍ଷକ ହେଉଛି – The Young Zamindar। ୧୮୮୫ ରେ ବହିଟି ପ୍ରକାଶ ପାଇଥିଲା। ବିସ୍ମୟକର ଭାବରେ ଏହାର ଷଷ୍ଠ ଅଧ୍ୟାୟରେ ବାଣପୁରର ଭୌଗୋଳିକ ବିବରଣୀ, ଅରାଙ୍ଗ ଗଡ଼ର ବର୍ଣ୍ଣନା ସହିତ କୃତ୍ତିବାସ ପାଟ୍ଟଶାଣୀଙ୍କ ସଂଗ୍ରାମର ଗୋଟିଏ ଝଲକ ଦେଖିବାକୁ ମିଳେ।

୧୮୩୬ ଜୁନ୍ ମାସ ୬ ତାରିଖରେ କୃତ୍ତିବାସ ଚିଲିକା ଉପକଣ୍ଠ ବଡକୂଳ ଆକ୍ରମଣ କରିଥିଲେ। ଲେଖକ କାହାଣୀ ଛଳରେ ସେହି ଦୃଶ୍ୟ ପରିବେଷଣ କରି ବାଣପୁର ପଞ୍ଚୁଆ ଫତୁରି ତଥା ଏହାର ନାୟକ ଯୋଦ୍ଧା କୃତ୍ତିବାସଙ୍କୁ ସ୍ୱୀକୃତି ଦେବା ସହ ଅମର କରିଦେଇଛନ୍ତି। (Odisha Review, ଅଗଷ୍ଟ ୨୦୧୭ ସଂଖ୍ୟାରେ ଲେଖକଙ୍କ ପ୍ରକାଶିତ ଲେଖା ଦ୍ରଷ୍ଟବ୍ୟ) The Young Zamindar ଉପନ୍ୟାସରେ କୃତ୍ତିବାସଙ୍କ ଚାକ୍ଷୁସ ବର୍ଣ୍ଣନା ପ୍ରଦାନ କରାଯାଇଥିବା ହେତୁ ଏହା ବଳିଷ୍ଠ ଭାବେ ପ୍ରମାଣିତ ହୁଏ ଯେ The Republic of Orissa ରଚନା ପଛରେ ମଧ୍ୟ କୃତ୍ତିବାସଙ୍କ ପ୍ରେରଣା ବିଦ୍ୟମାନ। ‘ଆଜାଦୀ କୀ ଅମୃତ ମହୋତ୍ସବ’ ପାଳନର ଉଲ୍ଲାସରେ ଏହି ତଥ୍ୟ ଆମମାନଙ୍କ ମନରେ ନୂଆ ଉନ୍ମାଦନା ଭରିଦେଉ।

ଡକ୍ଟର ସତ୍ୟ ଷଡ଼ଙ୍ଗୀ (ଅବସର ପ୍ରାପ୍ତ ଅଧ୍ୟାପକ, ବାଣପୁର), ଯୋଗାଯୋଗ ନଂ- ୯୪୩-୮୩୬-୦୫୧୬ 

ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇକ ବିଦ୍ରୋହ ବକ୍ସି ଜଗବନ୍ଧୁ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026
Latest News

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.