Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ବିଶେଷ ଖବର

ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

August 16, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: “ଭାରତ ସରକାର ସହଯୋଗ ଓ ସମନ୍ୱୟମୂଳକ ସଂଘୀୟ ବ୍ୟବସ୍ଥା ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବହୁବିଧ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ କାର୍ଯ୍ୟ କରୁଛନ୍ତି।” କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଭାଷୀ ମାଧ୍ୟମରେ ବିଭିନ୍ନ ଫ୍ଲାଗସିପ ଯୋଜନାର କାର୍ଯ୍ୟ ସମୀକ୍ଷା କାଳରେ ଆଜି ଏହା ପ୍ରକାଶ କରିଛନ୍ତି। ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ), ଜରୁରୀକାଳୀନ କୋଭିଡ ରେସପନ୍ସ କ୍ୟାକେଜ, ଇସିଆରପି-୨, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ-ଏବିଏଚଆଇଏମ) ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭିଏଫସି) ସାମିଲ ଥିଲେ। ସେ କୋଭିଡ ଟିକାକରଣ ଅମୃତ ମହୋତ୍ସବ ଅଧୀନରେ ପ୍ରତିଷେଧକ କୋଭିଡ ଟିକାକରଣର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା କରାଯାଇଥିବା ତଥା ଦେଶରେ ବିଭିନ୍ନ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତିକରଣ ନେଇ ବିଭିନ୍ନ ବୈଠକର ଏହା ଅଂଶବିଶେଷ।

ଯୋଗ ଦେଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନେ ହେଲେ- ଡକ୍ଟର ରାଜୀବ ସାଇଜଲ (ହିମାଚଳ ପ୍ରଦେଶ), ବୀନା ଜର୍ଜ (କେରଳ), ଡକ୍ଟର କେ. ସୁଧାକର (କର୍ଣ୍ଣାଟକ), ଡକ୍ଟର ଧାନ ସିଂ ରାୱତ (ଉତ୍ତରାଖଣ୍ଡ), ନିଧାଧଲା ରଜନୀ (ଆନ୍ଧ୍ର ପ୍ରଦେଶ), କେଶବ ମହାନ୍ତ (ଆସାମ), ଆଲୋ ଲିବାଙ୍ଗ (ଅରୁଣାଚଳ ପ୍ରଦେଶ), ଅନୀଲ ଭିଗ୍ (ହରିୟାଣା), ବାନା ଗୁପ୍ତା (ଝାଡ଼ଖଣ୍ଡ), ମଣି କୁମାର ଶର୍ମା (ସିକିମ), ତିରୁମା ସୁବ୍ରମନିୟମ (ତାମିଲନାଡୁ), ଟି. ହରିଶ ରାଓ (ତେଲେଙ୍ଗାନା), ଟି. ଏସ. ସିଂଦେଓ (ଛତିଶଗଡ଼), ତିରୁ ଏନ ରଙ୍ଗସ୍ୱାମୀ (ପୁଡୁଚେରୀ), ଏଲ ଜୟନ୍ତ କୁମାର ସିଂହ (ମଣିପୁର), ଜେମସ କେ. ସାଙ୍ଗମା (ମେଘାଳୟ), ପ୍ରସାଦୀ ଲାଲ ମୀନା (ରାଜସ୍ଥାନ), ବିକ୍ରମ ପାଠକ (ଉତ୍ତର ପ୍ରଦେଶ), ଡକ୍ଟର ପ୍ରଭୁରାମ ଚୌଧୁରୀ (ମଧ୍ୟ ପ୍ରଦେଶ), ଋଷିକେଶ ପଟେଲ (ଗୁଜରାଟ) ଏବଂ ଶ୍ରୀନମିଶା ସୁଥାଲ, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଗୁଜରାଟ।

ଯେକୌଣସି ପ୍ରତିକୂଳ ଅବସ୍ଥାକୁ ଏକ ସୁଯୋଗ ଭାବେ ବିବେଚନା କରିବା ଭଳି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନର ଶିକ୍ଷାଲାଭ ଆମର ବ୍ୟବସ୍ଥାକୁ ମଜବୁତ କରିବା ନେଇ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ ବୈଶ୍ୱିକ ମହାମାରୀ ଆମକୁ ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରରେ ଜଟିଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଦିଗରେ ବିନିଯୋଗ କରାଇବାକୁ ଶିକ୍ଷା ଦେଇଛି। ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହଜ ଲବ୍ଧ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଅଙ୍ଗୀକାରବଦ୍ଧ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କେତେକ ରାଜ୍ୟରେ କେନ୍ଦ୍ରୀୟ ପାଣ୍ଠିର କମ ବିନିଯୋଗ ଉପରେ ଉଦବେଗ ପ୍ରକାଶ କରି ସେ କହିଥିଲେ ଯେ “କେନ୍ଦ୍ର ପାଣ୍ଠିର କମ ବିନିଯୋଗ ସମୀକ୍ଷା କରିବା ସହ ରାଜ୍ୟମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରି ସ୍ୱାସ୍ଥ୍ୟ ଯୋଜନାର ଦ୍ରୁତ କାର୍ଯ୍ୟକାରିତା ନିମନ୍ତେ ଅଧିକ ପାଣ୍ଠି କେନ୍ଦ୍ରକୁ ମାଗିବା ଉଚିତ।” ବିଭିନ୍ନ ଫ୍ଲାଗସିପ ପ୍ୟାକେଜ କାର୍ଯ୍ୟକ୍ରମ ଜରିଆରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଗଠନ ନିମନ୍ତେ ପାଣ୍ଠିର ସମୟୋଚିତ ବିନିଯୋଗ ନେଇ ରାଜ୍ୟମାନଙ୍କୁ ଅନେକ ନମନୀୟତା ପ୍ରଦର୍ଶନ କରାଯାଇଛି। ଡିସେମ୍ବର ୨ଠ୨୨ ପର୍ଯ୍ୟନ୍ତ ପ୍ୟାକେଜ ଉପଲବ୍ଧ ଥିବା ଦୃଷ୍ଟିରୁ ଇସିଆରପି-୨ ଅଧୀନରେ ମିଳୁଥିବା ପାଣ୍ଠିର ଯଥାଶୀଘ୍ର ବିନିଯୋଗ କରାଯିବା ଉଚିତ।

ଡକ୍ଟର ମାଣ୍ଡଭ୍ୟ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଗଣଙ୍କୁ ପାଣ୍ଠି ବିନିଯୋଗ ନେଇ ତାଙ୍କ ସହ ଆଲୋଚନା ପାଇଁ ଆମନ୍ତ୍ରଣ କରିବା ସହ ଏ ଦିଗରେ ସେମାନଙ୍କୁ ପ୍ରସ୍ତାବ ଦେବାକୁ ମଧ୍ୟ ନିବେଦନ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ନେଇ ଯେପରି ବ୍ୟକ୍ତିଗତ ତଦାରଖ କରିବା ସହ ସମୀକ୍ଷା କରିଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇଥିଲେ। ଯେପରି ପାଣ୍ଠି ବିନିଯୋଗ ନ ହୋଇ ପଡ଼ିରହେ ତାହାର ବ୍ୟକ୍ତିଗତ ଭାବେ ସମୀକ୍ଷା ପାଇଁ ଡକ୍ଟର ମାଣ୍ଡଭ୍ୟ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ନିବଦେନ କରିଥିଲେ। ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଜନାର ଆର୍ଥିକ ପ୍ରଗତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପୋର୍ଟାଲର ଅପଡେଟ ନେଇ ମଧ୍ୟ ସେ ଅନୁରୋଧ କରିଥିଲେ।

କୋଭିଡ ଟୀକାକରଣର ସଫଳତା ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡଭ୍ୟ ରାଜ୍ୟଗୁଡ଼ିକୁ ୧୮ ବର୍ଷରୁ ଅଧିକ ହିତାଧିକାରୀମାନଙ୍କୁ ପ୍ରତିଷେଧକ ମାତ୍ରା ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦, ୨୦୨୨ ମଧ୍ୟରେ ୭୫ ଦିନ ପାଇଁ ପାଳନ କରାଯାଉଥିବା ଟୀକାକରଣ ଅମୃତ ମହୋତ୍ସବ କାଳରେ ଏହାକୁ ତ୍ୱରାନ୍ୱିତ କରିିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଯେଉଁମାନେ ଦ୍ୱିତୀୟ ମାତ୍ରା ନେବାର ଛଅ ମାସ ବା ୨୬ ସପ୍ତାହ ଅତିକ୍ରମ କରି ସାରିଛନ୍ତି ସେମାନେ ମାଗଣାରେ ସମସ୍ତ ସରକାରୀ ଟୀକାକରଣ କେନ୍ଦ୍ରରେ ଏହା ନେଇପାରିବେ । ସେ ମଧ୍ୟ ଏକାଭଳି ପ୍ରତିଷେଧକ ମାତ୍ରା କାର୍ବୋଭେକ୍ସ ଟୀକାର ଉପଲବ୍ଧତା ନେଇ ପ୍ରଚାର କରିବା ସହ ବସଷ୍ଟାଣ୍ଡ, ରେଳ ଷ୍ଟେସନ, ବିମାନବନ୍ଦର, ବିଦ୍ୟାଳୟ, ମହାବିଦ୍ୟାଳୟ, ଧାର୍ମିକ ଯାତ୍ରା ପଥ ଓ ସ୍ଥଳ ଇତ୍ୟାଦିରେ ଟୀକାଦାନ ଶିବିର ଆୟୋଜନ ଉପରେ ମଧ୍ୟ ପରାମର୍ଶ ଦେଇଥିଲେ। ଏ ପର୍ଯ୍ୟନ୍ତ ୧୨.୩୬ କୋଟି ପ୍ରତିଷେଧକ ମାତ୍ରା ପ୍ରଦାନ କରାଯାଇଛି।

ପ୍ରତ୍ୟେକ ଟୀକାର ଅବଧି ଯେପରି ଅତିକ୍ରାନ୍ତ ନ ହୁଏ ସେଥିପାଇଁ (ଏଫଇଏଫଓ) ନୀତି ପ୍ରଥମ ଅବଧି ପୂର୍ଣ୍ଣ ଟୀକାର ପ୍ରଥମ ବିନିଯୋଗ କରି ଏହାର ଅବଧି ଯେପରି ଅତିକ୍ରାନ୍ତ ହେବା ଆଗରୁ ବିନିଯୋଗ ହୁଏ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। “ଟୀକା ବହୁମୂଲ୍ୟ ଜାତୀୟ ସମ୍ପଦ ଓ ଗୋଟେ ବି ମାତ୍ରାର ଅବଧି ଯେପରି ଅତିକ୍ରାନ୍ତ ନ ହୁଏ ସେଥିପାଇଁ ସାବଧାନତାର ସହ ଯୋଜନା ଓ ନିୟମିତ ସମୀକ୍ଷା ହେବାର ଆବଶ୍ୟକତା” ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

“ଆସନ୍ତୁ ଆମେ ସମସ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ଶୀଘ୍ର ପିଏମଜେଏୱାଇ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଅଧୀନକୁ ଆଣିବା ସହ ଅବଶିଷ୍ଟ ହିତାଧିକାରୀଙ୍କୁ ପିଏମଜେଏୱାଇ କାର୍ଡ ଶିବିର ଆୟୋଜନ କରି ପ୍ରଦାନ କରିବା” ପିଏମଜେଏୱାଇ ସମୀକ୍ଷା କାଳରେ ଡକ୍ଟର ମାଣ୍ଡଭ୍ୟ ରାଜ୍ୟମାନଙ୍କୁ ଏହି ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ମଜବୁତ (ପିଏମ-ଏବିଏଚଆଇଏମ) ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ବାବଦରେ ଏକ ସର୍ବଭାରତୀୟ ଯୋଜନା। ପାଞ୍ଚ ବର୍ଷ (୨୦୨୫-୨୬ ବର୍ଷ) ପର୍ଯ୍ୟନ୍ତ ବ୍ୟୟବରାଦ ହୋଇଥିବା ୬୪,୧୮୦ କୋଟି ଟଙ୍କା ଦେଶର ପ୍ରାଥମିକ, ପ୍ରାରମ୍ଭିକ ଓ ସମସ୍ତ ସ୍ୱାସ୍ଥ୍ୟ ପଦ୍ଧତିକୁ ମଜବୁତ କରିବା ସହ ବର୍ତ୍ତମାନ ଓ ଭବିଷ୍ୟତ ବୈଶ୍ୱିକ ମହାମାରୀ ଓ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ। ବ୍ଲକ, ଜିଲ୍ଲ, ଆଞ୍ଚଳିକ ଓ ଜାତୀୟ ସ୍ତରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ପରିଚାଳିତ ରୋଗ ପର୍ଯ୍ୟବେକ୍ଷଣ ପଦ୍ଧତି ବିକଶିତ କରାଇବା ଏହି ମିଶନର ଲକ୍ଷ୍ୟ। ଏହା ସମସ୍ତ ଅଞ୍ଚଳରେ ରୋଗର ନିଦାନ, ନିରାକରଣ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିରେ ମଧ୍ୟ ଅନୁଷ୍ଠାନ କରିବ।

୨୦୧୭ ନମେଭ୍ୱରରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ ୨୦୨୦-୨୫ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟରେ କନସୋଲିଡେଟେଡ ପାଣ୍ଠି ବୃଦ୍ଧି ଲାଗି ସୁପାରିସ କରିବାକୁ ଗଠିତ ହୋଇଥିଲା। ୨୦୨୨ ସୁଦ୍ଧା ବଜେଟରେ ସ୍ୱାସ୍ଥ୍ୟ ବାବଦ ଅଂଶ ଠାରୁ ଅଧିକ ଅନୁ୍ୟନ ଶତକଡ଼ା ଆଠଗୁଣା ବୃଦ୍ଧି ପାଇଁ ଅୟୋଗ ସୁପାରିସ କରିଥିଲେ। ଏହାଛଡ଼ା କେନ୍ଦ୍ରୀୟ ପାଣ୍ଠି ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକର ମଧ୍ୟ ଗ୍ରହଣ ପାଇଁ ନମନୀୟ ପଦ୍ଧତି ଘୋଷଣା କରିଥିଲେ। କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଗ୍ରହଣ କରି ସ୍ଥାନୀୟ ସରକାର ପାଇଁ ଶତକଡ଼ା ୩୭ ଭାଗ (୨୬,୧୨୩ କୋଟି) (ମୋଟ ୭୦,୦୫୧ କୋଟି ପାଣ୍ଠି)ରୁ ସହରାଞ୍ଚଳ ସ୍ୱାସ୍ଥ୍ୟସେବା ପାଇଁ ଆବଣ୍ଟନ କରିଥିବା ବେଳେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା ଲାଗି ୪୩,୯୨୮ କୋଟି ଟଙ୍କା ଆବଣ୍ଟନ କରିଥିଲା।

ଭାରତ କୋଭିଡ-୧୯ ଜରୁରୀକାଳୀନ ରେସପନ୍ସ ଆଣ୍ଡ ହେଲଥ ସିଷ୍ଟମ ପ୍ରସ୍ତୁତି ପ୍ୟାକେଜ ଦ୍ୱିତୀୟ ପର୍ଯ୍ୟାୟ (ଇସିଆରପି-୨)କୁ ପ୍ୟାକେଜ ବାବଦ ୨୩,୧୨୩ କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟ ଜୁଲାଇ ୮, ୨୦୨୧ରେ ଅନୁମୋଦନ କରିଛନ୍ତି। ଜୁରୁରୀକାଳୀନ ଭିତ୍ତିରେ ରୋଗ ଚିହ୍ନଟ ଓ ନିରାକରଣ ଓ ଭିତ୍ତିଭୂମି ବିକାଶ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ଇତ୍ୟାଦି ଦିଗରେ ଏହା ବିନିଯୋଗ ହେବ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଭାରତ ସରକାର ସ୍ୱାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.