Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବନ୍ୟା ପରିସ୍ଥିତିରେ ଚାଷୀଙ୍କୁ ସାହାଯ୍ୟ ପାଇଁ କୃଷି ବିଭାଗ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌
ଜାତୀୟ ଖବର

ବନ୍ୟା ପରିସ୍ଥିତିରେ ଚାଷୀଙ୍କୁ ସାହାଯ୍ୟ ପାଇଁ କୃଷି ବିଭାଗ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

August 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ୟା ପରିସ୍ଥିତିରେ ଚାଷୀଙ୍କୁ ସାହାଯ୍ୟ ପାଇଁ କୃଷି ବିଭାଗ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର: ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଖରିଫ ଫସଲର ପରିଚାଳନା ଏବଂ ଆବଶ୍ୟକ ସ୍ଥଳେ ବିକଳ୍ପ ଫସଲ ଚାଷ ନିମନ୍ତେ ପଦକ୍ଷେପ ନେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ଏ ଦିଗରେ ପୂର୍ବପ୍ରସ୍ତୁତି ସହିତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଚଳିତ ଖରିଫରେ ବିକଳ୍ପ ଚାଷର କଣ୍ଟିଜେନ୍‌ସି ପ୍ଲାନ୍‌ ଅଗଷ୍ଟ ୨୨ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ପ୍ରସ୍ତୁତ ହୋଇଥିବା ବିପର୍ଯ୍ୟୟ ପରିଚାଳନାର ମାର୍ଗଦର୍ଶିକାକୁ ଅନୁପାଳନ ସମେତ ବନ୍ୟା ପରିସ୍ଥିତିରେ ଚାଷୀମାନେ କଅଣ କରିବେ ଓ କଅଣ କରିବେ ନାହିଁ, ସେ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀମାନଙ୍କୁ ଫସଲର ସୁରକ୍ଷା ନିମନ୍ତେ ଧାନଜମିରୁ ଉଦ୍‌ବୃତ ଜଳକୁ ତୁରନ୍ତ ନିଷ୍କାସନ ବ୍ୟବସ୍ଥା କରିବା ନିମନ୍ତେ ପରାମର୍ଶ ଦିଆଯାଇଛି।

ଏଥି ସହିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୃଷକମାନଙ୍କ ନିମନ୍ତେ ଜାରି କରାଯାଇଥିବା ଫସଲ ପରିଚାଳନା ପରାମର୍ଶଗୁଡ଼ିକୁ ଚାଷୀମାନଙ୍କୁ ତୁରନ୍ତ ଅବଗତ କରାଇବା ପାଇଁ କ୍ଷେତ୍ର କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଆଡ୍‌ଭାଇଜରୀରେ ଧାନ ସହିତ ମକା, ଡାଲିଜାତୀୟ ଫସଲ, ଚିନାବାଦାମ ଓ କପା ଫସଲର ସୁରକ୍ଷା ଦିଗରେ ଚାଷୀମାନଙ୍କୁ ବିସ୍ତୃତ ଭାବରେ ପରାମର୍ଶ ଦିଆଯାଉଛି।

ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ‘ଆମ କୃଷି’ ହେଲ¬ଲାଇନ୍‌ ଟୋଲଫି୍ର ନମ୍ବର-୧୫୫୩୩୩ରେ ଫୋନ କରି ଚାଷୀମାନଙ୍କୁ କୃଷି ବିଶେଷଜ୍ଞମାନଙ୍କଠାରୁ ଏ ଦିଗରେ ଆବଶ୍ୟକ ପରାମର୍ଶ ନେବା ପାଇଁ କୁହାଯାଇଛି । ବନ୍ୟା ପରିସ୍ଥିତିରେ ଧାନ ଫସଲରେ ରୋଗପୋକ ଲାଗିବାର ସମ୍ଭାବନା ଥିବାରୁ ରୋଗପୋକ ନିୟନ୍ତ୍ରଣ ନିମନ୍ତେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥି ସହିତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ନିୟମିତ ଭାବରେ ବନ୍ୟାର ପରିସ୍ଥିତି ଓ ଫସଲର ସ୍ଥିତି ସଂପର୍କରେ ନିର୍ଦ୍ଦେଶାଳୟକୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୃଷି ଅଧିକାରୀମାନେ ଫସଲର ସ୍ଥିତି ସଂପର୍କରେ ପ୍ରତିଦିନ ରିପୋର୍ଟ ପ୍ରଦାନ କରିବେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଭବନଠାରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ (ଫୋନ୍‌ ନମ୍ବର ୦୬୭୪-୨୩୯୩୨୪୨) କାର୍ଯ୍ୟକ୍ଷମ କରାଯାଇଛି ଏବଂ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ନୋଡାଲ ଅଧିକାରୀଙ୍କୁ ନିୟମିତ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ଏବଂ କ୍ଷେତ୍ର କୃଷି ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରି ବନ୍ୟା ପରିସ୍ଥିତିରେ ଫସଲ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଯୁଗ୍ମ ସର୍ଭେକ୍ଷଣ ପରେ ଫସଲ କ୍ଷୟକ୍ଷତିର ରିପୋର୍ଟ ବିଭାଗକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

flood ବନ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Latest News

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.