Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମିଡିଆ ବାଦସାହା ରାମୋଜୀ ରାଓଙ୍କୁ ସାକ୍ଷାତ କଲେ ଅମିତ ସାହା, ଭେଟଘାଟକୁ ନେଇ ଭିନ୍ନ ଚର୍ଚ୍ଚା
ଜାତୀୟ ଖବର

ମିଡିଆ ବାଦସାହା ରାମୋଜୀ ରାଓଙ୍କୁ ସାକ୍ଷାତ କଲେ ଅମିତ ସାହା, ଭେଟଘାଟକୁ ନେଇ ଭିନ୍ନ ଚର୍ଚ୍ଚା

August 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମିଡିଆ ବାଦସାହା ରାମୋଜୀ ରାଓଙ୍କୁ ସାକ୍ଷାତ କଲେ ଅମିତ ସାହା, ଭେଟଘାଟକୁ ନେଇ ଭିନ୍ନ ଚର୍ଚ୍ଚା

ହାଇଦ୍ରାବାଦ: ରବିବାର ଦିନ ଗୃହମନ୍ତ୍ରୀ ଅମିତ ସାହା ତେଲଙ୍ଗାନା ଗସ୍ତ କାଳରେ ସେ ମିଡିଆ ବାଦସାହା ତଥା ଚଳଚିତ୍ର ନିର୍ମାତା ରାମୋଜୀ ରାଓଙ୍କୁ ସାକ୍ଷାତ କରିଛନ୍ତି। ସାହା ରାମୋଜୀ ଫିଲ୍ମ ସିଟି ଯାଇ ରାମୋଜୀ ରାଓଙ୍କ ବାସଭବନରେ ପ୍ରାୟ 45 ମିନିଟ ବିତାଇଛନ୍ତି।

ଅମିତ ସାହା ତେଲେଙ୍ଗାନାରେ ସଭା ସାରି ବିମାନ ବନ୍ଦରକୁ ଯିବା ପୂର୍ବରୁ ରାମୋଜୀ ରାଓଙ୍କୁ ଏହି ସାକ୍ଷାତ କରିଛନ୍ତି। ରାମୋଜୀ ରାଓ ସାହାଙ୍କୁ ତାଙ୍କ ବାସ ଭବନ ବୁଲାଇବା ସହିତ ଭୁରି ଭୋଜନରେ ଅପାୟିତ ମଧ୍ୟ କରିଛନ୍ତି।

ତେବେ ରାଜନୈତିକ ବ୍ୟକ୍ତିଙ୍କଠାରୁ ସବୁବେଳେ ଦୂରେର ରହୁଥିବା ରାମୋଜୀ ରାଓ ଏବଂ ବିଜେପି ଚାଣକ୍ୟ ଅମିତ ସାହାଙ୍କ ଭେଟଘାଟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରୀ ରହିଛି। କୁହାଯାଉଛି ଯେ, ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣି ଥରେ ଏନଡିଏରେ ସାମିଲ ହେବା ପାଇଁ ପ୍ରୟାସ କରାଯାଉଛି। ସେଥିପାଇଁ ନାଇଡୁଙ୍କ ଏକାନ୍ତ ବିଶ୍ବସ୍ଥ ବନ୍ଧୁ ରାମୋଜୀ ରାଓଙ୍କୁ ମାଧ୍ୟମ କରାଯାଉଛି।

ଗତ ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁ ହାରିବା ପରେ ସେ ଏକ ପ୍ରକାରର ଏକାନ୍ତ ରାଜନୈତିକ ଜୀବନ ବିତାଉଛନ୍ତି। କାରଣ ପୂର୍ବରୁ ନାଇଡୁ ବିଜେପି ସହିତ ଥିବା ବେଳେ ବେଶ କ୍ଷମତା ଉପଭୋଗ କରି ଆସୁଥିଲେ। ହେଲେ ମେଣ୍ଟ ଭାଙ୍ଗିବା ପରେ ଚନ୍ଦ୍ରବାବୁ ଆଉ କ୍ଷମତାକୁ ଆସିପାରୁ ନାହାଁନ୍ତି।

ଦୀର୍ଘ ବର୍ଷ ଧରି କ୍ଷମତାରୁ ଦୂରରେ ରହିଥିବା ନାଇଡୁ ବର୍ତ୍ତମାନ ପୁଣି ଥରେ ବିଜେପି ସହିତ ମେଣ୍ଟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ନିକଟରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିନା ଅନୁରୋଧରେ ସମର୍ଥନ କରିଥିଲେ।

ବର୍ତ୍ତମାନ ନାଇଡୁ ଅନୁଭବ କରିସାରିଲେଣି ଯେ, ଆନ୍ଧ୍ରପ୍ରଦେଶରେ ଜଗନ ସରକାଙ୍କ ପ୍ରତି ଲୋକଙ୍କର ତୀବ୍ର ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି। ଫଳରେ ବର୍ତ୍ତମାନଠାରୁ ବିଜେପି ସହିତ ମେଣ୍ଟ କଲେ ଆସନ୍ତା ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଫେରିବାର ସମ୍ଭାବନା ରହିଛି ବୋଲି ସେ ଆଶା କରିଛନ୍ତି। ସେଥିପାଇଁ ସେ ରାମୋଜୀ ରାଓଙ୍କୁ ମାଧ୍ୟମ କରିଛନ୍ତି ବୋଲି ଚର୍ଚ୍ଚା ଚାଲିଛି।

ତେବେ ବିଜେପି ଏହାକୁ ନେଇ ବର୍ତ୍ତମାନ କୌଣସି ଚିନ୍ତା କରୁଥିବାର ଜଣାପଡି ନାହିଁ। କାରଣ ନାଇଡୁଙ୍କ ସହିତ ସଂପର୍କ ବିଜେପି ପାଇଁ ହୁଏତ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। କାରଣ ବର୍ତ୍ତମାନ ତେଲେଙ୍ଗାନାରେ ବିଜେପି ଭଲ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କ ସହିତ ବିଜେପିର ସଂପର୍କ ମଧ୍ୟ ଭଲ ରହିଛି। ଏପରିସ୍ଥିତିରେ ବିଜେପି ଟିଡିପି ସହିତ ଯିବ କି ନାହିଁ ତାହା ଜଣାପଡି ନାହିଁ।

ଅମିତ ସାହା ରାମୋଜୀ ରାଓ
Share. Facebook Twitter LinkedIn Email WhatsApp Copy Link

Related Posts

ସେଚେଲ୍ସ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ମୁରାଦାବାଦୀ ପିତ୍ତଳ କଇଁଛ ଉପହାର

June 30, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026

ICC Ranking: ଟି-୨୦ ରେ ଏହି ଭାରତୀୟ ଖେଳାଳି ନମ୍ବର-୧, ଜାଣନ୍ତୁ ତାଲିକା

June 30, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.