Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ନିର୍ମାଣ ହେବ କୁକୁର ପାର୍କ, ବିଡିଏ ତରଫରୁ ଆରମ୍ଭ ହେଲା ପଦକ୍ଷେପ
ଜାତୀୟ ଖବର

ଭୁବନେଶ୍ବରରେ ନିର୍ମାଣ ହେବ କୁକୁର ପାର୍କ, ବିଡିଏ ତରଫରୁ ଆରମ୍ଭ ହେଲା ପଦକ୍ଷେପ

August 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ନିର୍ମାଣ ହେବ କୁକୁର ପାର୍କ, ବିଡିଏ ତରଫରୁ ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ବର: ରାଜଧାନୀର କୁକୁର ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। କାରଣ ଖୁବ ଶିଘ୍ର ବିଡିଏ ଭୁବନେଶ୍ବରରେ କୁକୁରମାନଙ୍କ ପାଇଁ ନିର୍ମାଣ କରିବାକୁ ଯାଉଛି ଏକ ପାର୍କ। ଯେଉଁ ପାର୍କରେ କୁକୁର ମାଲିକମାନେ ସେମାନଙ୍କ ପୋଷା କୁକୁରକୁ ଧରି ଅନାୟସରେ ଭ୍ରମଣ କରିପାରିବେ। କାରଣ ବର୍ତ୍ତମାନ ଭୁବନେଶ୍ବରରେ ଯେଉଁ ପାର୍କ ରହିଛି ସେଥିରେ କୁକୁର ମାଲିକମାନେ କୁକୁରକୁ ଧରି ଯାଇପାରୁ ନାହିଁନ୍ତି। କାରଣ ସେଠାରେ ସେପରି କିଛି ସୁବିଧା ନାହିଁ।

ହେଲେ ବର୍ତ୍ତମାନ ଏହି ନୂଆ ପାର୍କରେ କୁକୁରମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇ ନିର୍ମାଣ ହେବ। ଏଥିପାଇଁ ଭୁବନେଶ୍ବରର ଭରତପୁର ଅଞ୍ଚଳରେ ବିଡିଏ ଜାଗା ଚିହ୍ନଟ କରିଛି। ସେଠାରେ ପ୍ରାୟ ପାଞ୍ଚ ଏକର ପରିମିତ ସ୍ଥାନରେ ଏହି ପାର୍କ ନିର୍ମାଣ କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିପାଇଁ ବିଡିଏ ଅଧିନରେ ଥିବା ଭୁବନେଶ୍ବର ଅର୍ବାନ କେନ୍ଦ୍ରକୁ ଦାୟିତ୍ବ ଦିଆଯାଇଛି। ଏହି କେନ୍ଦ୍ରର ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରି ଏହି ପାର୍କର ଡିଜାଇନିଂ ପ୍ରସ୍ତୁତ କରିଛନ୍ତି।

ଏହି ପାର୍କରେ ସବୁ ପ୍ରକାରର ବ୍ରିଡ ଭ୍ରମଣ କରିବା ପରି ବ୍ୟବସ୍ଥା କରାଯିବ। ବଡ ପ୍ରଜାତିର କୁକୁରଠାରୁ ଆରମ୍ଭ କରି ଛୋଟ ପ୍ରଜାତିର କୁକୁର ବିନା ବାଧାରେ ଭ୍ରମଣ କରିବାର ବନ୍ଦୋବସ୍ତ କରାଯିବ। ଏଥିସହିତ କୁକୁରମାନଙ୍କ ପାଇଁ ସ୍ବତନ୍ତ୍ର ପାଇଖେନା ମଧ୍ୟ ଏହି ପାର୍କରେ ନିର୍ମାଣ କରାଯିବ। ଫଳରେ କୁକୁର ପ୍ରେମୀ ସେମାନଙ୍କର କୁକୁରଙ୍କ ନିତ୍ୟକର୍ମ ପାଇଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଆଉ ହେବ ନାହିଁ।

ଏହି ପାର୍କକୁ ସଂପୂର୍ଣ୍ଣ ଭାବେ ପ୍ରାକୃତିକ ଢାଞ୍ଚାରେ କରାଯିବ। ପାର୍କ ମଝିରେ ସ୍ବତନ୍ତ୍ର ଟାଇଲରେ ନିର୍ମିତ ଚଲାରାସ୍ତା ମଧ୍ୟ କରାଯିବ। ସେହିପରି ପାର୍କ ଚାରିପଟେ ଇକୋଫ୍ରେଣ୍ଡଲି ଚ୍ୟାୟର ନିର୍ମାଣ କରାଯିବ। ସେଥିରେ କୁକୁର ମାଲିକମାନେ ବସାଉଠା କରିପାରିବେ। ଏପରିକି ବୟସ୍କ ବ୍ୟକ୍ତିମାନଙ୍କ ସୁବିଧା ପାଇଁ କେତେକ ନିର୍ମାଣ କରାଯିବ ବୋଲି ବିଡିଏ ତରଫରୁ କୁହାଯାଇଛି।

ଏଥିରେ ପିଲାମାନେ ଖେଳିବା ପରେ ବିଭିନ୍ନ ପ୍ରକାରର ସଂରଜାମ କୁକୁରମାନଙ୍କ ପାଇଁ ମଧ୍ୟ ରଖାଯିବ। ଯେପରି ସିଡିରେ ଚଢିବା, କାଠ ପୋଲ ଭିତରେ ଗଳି ଆରପଟକୁ ବାହାରିବା, କାଠର ଚକାକୁ ପେଲିପେଲି ନେବା ଇତ୍ୟାଦି ବିଭିନ୍ନ ସଂରଜାମ ରଖାଯିବ। ଏହି ପାର୍କରେ ଯେପରି ଉଭୟ କୁକୁର ଓ ମାଲିକ ସନ୍ତୁଷ୍ଠ ହେବେ ସେ ନେଇ ସମସ୍ତ ବନ୍ଦୋବସ୍ତ କରାଯିବ। ତେବେ ଏହାର ପ୍ରବେଶ ଫି ନିଆଯିବ କି ନାହିଁ ସେ ନେଇ କୌଣସି ନିଷ୍ପତି ହୋଇ ନାହିଁ।

ବର୍ତ୍ତମାନ ଏହିପରି ଏକ ପାର୍କ କେବଳ ହାଇଦ୍ରାବାଦରେ ରହିଛି। ଭୁବନେଶ୍ବରରେ ଏହି ପାର୍କ ନିର୍ମାଣ ହେଲେ ତାହା ଦେଶର ଦ୍ବିତୀୟ ପାର୍କ ହେବ।

ବିଡିଏ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.