Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୨୦ ବ୍ୟାଚର ଆଇଏଏସ ଅଧିକାରୀମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରାମର୍ଶ
ବିଶେଷ ଖବର

୨୦୨୦ ବ୍ୟାଚର ଆଇଏଏସ ଅଧିକାରୀମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରାମର୍ଶ

August 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ସହକାରୀ ସଚିବ ଭାବେ କାର୍ଯ୍ୟରତ ୨୦୨୦ ବ୍ୟାଚର ୧୭୫ ଜଣ ଆଇଏଏସ ଅଧିକାରୀ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ଅଧିକାରୀମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଲେ ଯେ ଜନସେବକ ଭାବେ ଭାରତ ଏକ ବୈଶ୍ୱିକ ଜ୍ଞାନକେନ୍ଦ୍ର, ନବୋନ୍ମୋଷ, ପ୍ରଯୁକ୍ତି ବିକାଶ ଓ ଅନ୍ୟାନ୍ୟ କ୍ଷେତ୍ରରେ କିପରି ପ୍ରତିଷ୍ଠା ଲାଭ କରିବ ତାହା ସୁନିଶ୍ଚିତ କରିବା ନେଇ ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥି ସହିତ ଭାରତ ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ପରିବେଶର ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ନେଇଥିବା ନେତୃତ୍ୱ ମଧ୍ୟ ଶକ୍ତିଶାଳୀ କରିବାକୁ ହେବ।

୨୦୪୭ କଥା ଚିନ୍ତା କଲେ ୨୦୨୦ ବ୍ୟାଚର ଅଧିକାରୀମାନେ ସେତେବେଳକୁ ଅତି ବରିଷ୍ଠ ନିଷ୍ପତ୍ତି ଗ୍ରହଣକାରୀ ହୋଇସାରିଥିବେ ବୋଲି କହି ରାଷ୍ଟ୍ରପତି କହିଥିଲେ ଯେ ଅନୁରାଗ ଓ ଅଭିମାନ ସହ କାର୍ଯ୍ୟ କଲେ ସେମାନେ ଏକ ସମୃଦ୍ଧ, ମଜଭୁତ ଓ ବିକଶିତ ୨୦୪୭ ସୁନିଶ୍ଚିତ କରିପାରିବେ। ୨୦୪୭କୁ ପରିବର୍ତ୍ତିତ ରୂପ ଦେବାପାଇଁ ସେମାନଙ୍କୁ ଆଧୁନିକ ଓ ସେବାଭିତ୍ତିକ ମନୋଭାବ ନେଇ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ। ମିଶନ କର୍ମଯୋଗୀ ଆମର ଲୋକସେବକମାନଙ୍କୁ ଅଧିକ ଆଧୁନିକ, ସମ୍ବେଦନଶୀଳ ଓ ଗତିଶୀଳ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ସେ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ, ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଯୋଗୁଁ ଦେଶର ଦୂରଦୂରାନ୍ତରେ ପହଞ୍ଚିବା ଆଜି ଖୁବ ସହଜ ହୋଇଛି। ପ୍ରତ୍ୟେକ ଲୋକ ସେବକ ତାଙ୍କ ଦାୟୀତ୍ୱରେ ଥିବା ଅଞ୍ଚଳର ସବୁଠାରୁ ବଞ୍ଚିତ ଓ ଅବହେଳିତ ବ୍ୟକ୍ତି ନିକଟରେ ପହଞ୍ଚି ତାର ଜୀବନଧାରଣ ମାନ ଉନ୍ନତ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଯେଉଁମାନେ ବିଭିନ୍ନ କଲ୍ୟାଣକାରୀ ବା ବିକାଶ ଯୋଜନା ସମ୍ପର୍କରେ ଅନଭିଜ୍ଞ ସେମାନଙ୍କୁ ସେମାନେ ତାର ସୁଯୋଗ ଦେବା ଦରକାର। ପ୍ରତ୍ୟେକ କଲ୍ୟାଣକାରୀ ପଦକ୍ଷେପ ପ୍ରକୃତପକ୍ଷେ ସଫଳ ହେବ ଯଦି ତାହାର ସୁବିଧା ସମାଜର ଗରୀବ, ଅବହେଳିତ ଓ ସମାଜର ସବୁଠାରୁ ନିମ୍ନ ସ୍ତରରେ ରହୁଥିବା ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚେ ବୋଲି ସେ ସେମାନଙ୍କୁ ମନେ ପକାଇ ଦେଇଥିଲେ।

ଲୋକସେବକମାନେ ସେଭଳି ସୁବିଧାରୁ ବଞ୍ଚିତ ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚିବାର ଦରକାର ବୋଲି ସେ କହିଥିଲେ। ସୁବିଧାରୁ ବଞ୍ଚିତ ବ୍ୟକ୍ତିମାନେ ସେମାନଙ୍କ ନିକଟରେ ସାହାଯ୍ୟ ଯେପରି ପହଞ୍ଚେ ତାହା ସୁନିଶ୍ଚିତ ହେବା ଦରକାର।

ରାଷ୍ଟ୍ରପତି କହିଥିଲେ ଯେ ଲୋକ ସେବକ ଜନସେବା ପ୍ରତି ଉତ୍ସର୍ଗୀକୃତ ରଖିବା ସହ ଦୁର୍ବଳ ଶ୍ରେଣୀ ଲୋକମାନଙ୍କ ପ୍ରତି ଦୟା ଓ ସହାନୁଭୂତିଶୀଳ ହେବା ସହ ସର୍ବୋଚ୍ଚ ସାଧୁତା ନିରପେକ୍ଷତା ଓ ବସ୍ତୁନିଷ୍ଠତା ପ୍ରଦର୍ଶନ କରିବା ଦରକାର। ସେମାନେ ପଞ୍ଚାୟତିରାଜ ଅନୁଷ୍ଠାନ, ସୂଚୀଭୁକ୍ତ ଅଞ୍ଚଳ ଓ ତଫସିଲଭୁକ୍ତ ଉପଜାତି ଏବଂ ଷଷ୍ଠ ସୂଚୀଭୁକ୍ତ ଉତ୍ତର ପୂର୍ବାଞ୍ଚଳରେ ଆଦିବାସୀ ବହୁଳ ଅଞ୍ଚଳରେ ସମ୍ବିଧାନରେ ଥିବା ବିଧିବ୍ୟବସ୍ଥା ପ୍ରତି ସମ୍ମାନ ଦେବା ଦରକାର।

ରାଷ୍ଟ୍ରପତି କହିଥିଲେ ଯେ ଲୋକସେବକମାନେ ତାଙ୍କ ନିଜ କର୍ମକ୍ଷେତ୍ରକୁ ମାନବିକ ବିକାଶ ସୂଚକାଙ୍କରେ ଯେପରି ସର୍ବଶ୍ରେଷ୍ଠ ହେବ ସେଥିପାଇଁ ଅହରହ ଚେଷ୍ଟା କରିବା ଆବଶ୍ୟକ। ବିଭିନ୍ନ ସୁବିଧାରୁ ବଞ୍ଚିତ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣି ସେମାନେ ଗର୍ବିତ ହେବା ଦରକାର। ଯେଉଁମାନଙ୍କ ସେବା କରିବା ସେମାନଙ୍କ କର୍ତ୍ତବ୍ୟ, ସେମାନଙ୍କ ପ୍ରତି ସେମାନେ ସମ୍ବେଦନଶୀଳ ହେବା ଦରକାର।

ସେ କହିଥିଲେ ଯେ “ବସୁଧୈବ କୁଟୁମ୍ବକମ” ସମଗ୍ର ବିଶ୍ୱ ଏକ ବିରାଟ ପରିବାର ହେଉଛି ଭାରତୀୟ ଲୋକାଚାରର ଅଂଶ ବିଶେଷ। “ଭାରତମେବ କୁଟୁମ୍ବକମ” ସାରା ଭାରତ ମୋର ପରିବାର ସର୍ବଭାରତୀୟ ସେବାର ଲୋକସେବକମାନଙ୍କ ନିମନ୍ତେ ଏକ ଅଭିନ୍ନ ଅଂଶ ହେବା ଦରକାର ବୋଲି ସେ କହିଥିଲେ।

ଆଇଏଏସ ଅଧିକାରୀ ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.