Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ମୟୁରଭଂଜ ଝିଅକୁ ନେଇ ଜାତୀୟ ରାଜନୀତିରେ ହଲଚଲ, ସେବେ ରାଷ୍ଟ୍ରପତି ଏବେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ପୁଣି ମୟୁରଭଂଜ ଝିଅକୁ ନେଇ ଜାତୀୟ ରାଜନୀତିରେ ହଲଚଲ, ସେବେ ରାଷ୍ଟ୍ରପତି ଏବେ ମୁଖ୍ୟମନ୍ତ୍ରୀ

August 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ମୟୁରଭଂଜ ଝିଅକୁ ନେଇ ଜାତୀୟ ରାଜନୀତିରେ ହଲଚଲ, ସେବେ ରାଷ୍ଟ୍ରପତି ଏବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ରାଜନୀତିରେ ମୟୁରଭଂଜର ଆଉ ଜଣେ ଝିଅକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୟୁରଭଂଜର ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେଲା ସେତେବେଳେ ମଧ୍ୟ ଏହି ଜିଲ୍ଲା ଜାତୀୟ ରାଜନୀତିର ଦୃଷ୍ଟିକୁ ଆସିଥିଲା। କାରଣ ମୟୁରଭଂଜର ଜଣେ ଆଦିବାସୀ ଝିଅ ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିଲେ।

ତେବେ ସହି ଚର୍ଚ୍ଚା ଶେଷ ହେବ ପରେ ବର୍ତ୍ତମାନ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ତାହା ହେଲା ସେହି ମୟୁରଭଂଜ ଜିଲ୍ଲାର ଜଣେ ଝିଅ ଏବେ ମୁଖ୍ୟମନ୍ତ୍ରୀ ହେବେ। ତେବେ ଓଡିଶାର ନୁହେଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ।

କଳ୍ପନା ସୋରେନ ହେଉଛନ୍ତି ଓଡିଆ ଝିଅ। ଘର ତାଙ୍କର ମୟୁରଭଂଜ ଜିଲ୍ଲାରେ। ସେ ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନଙ୍କୁ ୨୦୦୬ ଫେବ୍ରୁଆରୀ ୭ରେ ବିବାହ କରିଛନ୍ତି। ଶିବୁ ସୋରେନ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ମୁଖ୍ୟ। ଶିବୁ ସୋରେନଙ୍କ ଦୁର୍ନିତି ନେଇ ଯେତେବେଳେ ତଦନ୍ତ ହୋଇଥିଲା ସେତେବେଳେ ସିବିଆଇ ଝାଡଖଣ୍ଡର ବିଭିନ୍ନ ସ୍ଥାନ ସହିତ ମୟୁରଭଂଜରେ ମଧ୍ୟ ଚଢାଉ କରିଥିଲା।

ବର୍ତ୍ତମାନ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବା ପରେ ସେ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତେବେ ସେ ଏହି ପଦଟି ଆଉ କାହାକୁ ନ ଦେଇ ନିଜ ପରିବାର ମଧ୍ୟରେ ରଖିବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ସେହି ଅନୁସାରେ ତିନିଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି। ସେ ହେଉଛନ୍ତି ହେମନ୍ତଙ୍କ ବାପା ଶିବୁ ସୋରେନ, ମାଆ ରୁପି ସୋରେନ ଏବଂ ଧର୍ମପତ୍ନୀ କଳ୍ପନା ସୋରେନ।

କଳ୍ପନାଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିର ଅଭିଜ୍ଞତା ନାହିଁ। ଅନ୍ୟପକ୍ଷରେ ସେ ମଧ୍ୟ କୌଣସି ରାଜନୈତିକ ପରିବାରରୁ ଆସି ନାହାଁନ୍ତି। କଳ୍ପନା ବର୍ତ୍ତମାନ ଝାଡଖଣ୍ଡରେ ଏକ ସ୍କୁଲ ପରିଚାଳନା କରୁଛନ୍ତି। ତେଣୁ ବର୍ତ୍ତମାନ ଝାଡଖଣ୍ଡର ରାଜନୈତିକ ପରିସ୍ଥିତିକୁ କିପରି ମୁକାବିଲା କରିବା ତାହା ସନ୍ଦେହ ଜନକ। ଏହା ନିଶ୍ଚିତ ଯେ, ହେମନ୍ତ ସୋରେନା କଳ୍ପନାଙ୍କୁ ଚଉକି ଦେଇ ନିଜେ ସବୁ ଶାସନ କରିବେ। ବିବାହ ପରେ ସ୍ବାମୀଙ୍କ ସହିତ ଯେତେଦିନି ରାଜନୀତି ସହିତ ସାମିଲ ଅଛନ୍ତି ତାହା ହିଁ ତାଙ୍କର ଅଭିଜ୍ଞତା।

କୌଣସି କାରଣରୁ ଯଦି କଳ୍ପନା ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଜାତୀୟ ରାଜନୀତିରେ ମୟୁରଭଂଜ ପୁଣି ଚର୍ଚ୍ଚାକୁ ଆସିବ। ସେହି ଜିଲ୍ଲାର ଜଣେ ରାଷ୍ଟ୍ରପତି ହୋଇଛନ୍ତି, ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବେ।

କଳ୍ପନା ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ରାଜନୀତି ମୟୁରଭଂଜ ଜିଲ୍ଲା ଶିବୁ ସୋରେନ
Share. Facebook Twitter LinkedIn Email WhatsApp Copy Link

Related Posts

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026
Latest News

Crude Oil: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚିଲା ୧,୩୫,୩୩୫ ମେଟ୍ରିକ୍ ଟନ୍ ଅଶୋଧିତ ତେଲ

March 12, 2026

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.