Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଋଣ ଛାଡ ଏବଂ ଚାଷ ପାଇଁ ୧୨ ଘଣ୍ଟିଆ ବିଦ୍ୟୁତ୍ ‘, ଚାଷୀଙ୍କ ପାଇଁ ୬ ଟି ବଡ ଘୋଷଣା କଲେ କେଜ୍ରିୱାଲ
ବିଶେଷ ଖବର

ଋଣ ଛାଡ ଏବଂ ଚାଷ ପାଇଁ ୧୨ ଘଣ୍ଟିଆ ବିଦ୍ୟୁତ୍ ‘, ଚାଷୀଙ୍କ ପାଇଁ ୬ ଟି ବଡ ଘୋଷଣା କଲେ କେଜ୍ରିୱାଲ

September 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତରେ ଅଛନ୍ତି। ଆଜି ସେ ଗୁଜୁରାଟର ଦ୍ୱାରକାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, “ଦିଲ୍ଲୀରେ ୨୪ ଘଣ୍ଟା ବିଦ୍ୟୁତ ଦେବା ପରେ ମଧ୍ୟ ଶୂନ ବିଲ ଆସେ। ଏହା ଯାଦୁ ନୁହେଁ କି? ମୋତେ ଏହି ଯାଦୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ପ୍ରାପ୍ତ ହୋଇଛି। ବର୍ତ୍ତମାନ ଭଗବାନ ସୁଦର୍ଶନ ଚକ୍ର ଚଳାଇ ଡିସେମ୍ବରରେ ଆପ ସରକାର ଆଣିବେ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଜୁରାଟରେ ସରକାର ଗଠନର ତିନି ମାସ ପରେ ଶୂନ ବିଦ୍ୟୁତ୍ ବିଲ୍ ଆସିବ ଏବଂ ସମସ୍ତ ପୁରୁଣା ବିଲ୍ ଛାଡ କରାଯିବ। ପ୍ରତି ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ। ସାଧାରଣ ସଭାରେ ଗୁଜୁରାଟର ଚାଷୀଙ୍କ ପାଇଁ ଅରବିନ୍ଦ କେଜ୍ରିୱାଲ ୬ ଟି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, “ପ୍ରଥମେ ଗ୍ୟାରେଣ୍ଟି, ଯଦି ଜଣେ କୃଷକ ଏମଏସପିରେ ଫସଲ ବିକ୍ରୟ କରିବାକୁ ଚାହାଁନ୍ତି, ତେବେ ସରକାର ଏହାକୁ କିଣିବେ। ଆମେ ଏହାକୁ ୫ ଟି ଫସଲ (ଗହମ, ଚାଉଳ, ଚଣା, କପା ଏବଂ ବାଦାମ) ରୁ ଆରମ୍ଭ କରିବୁ, ତା’ପରେ ଧୀରେ ଧୀରେ ଏହାକୁ ବୃଦ୍ଧି କରିବୁ। ”

କୃଷକମାନଙ୍କ ପାଇଁ ଅନେକ ବଡ଼ ଘୋଷଣା:

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, “ଦ୍ୱିତୀୟ ଗ୍ୟାରେଣ୍ଟି, ଚାଷ ପାଇଁ ଦିନକୁ ୧୨ ଘଣ୍ଟା ବିଦ୍ୟୁତ ଦିଆଯିବ। ତୃତୀୟ ଗ୍ୟାରେଣ୍ଟି, ଜମିର ସମସ୍ତ ପୁରୁଣା ସର୍ଭେ ବାତିଲ ହେବ, ଚାଷୀଙ୍କ ସହ ନୂତନ ସର୍ଭେ କରାଯିବ। ଚତୁର୍ଥ ଗ୍ୟାରେଣ୍ଟି, ଫସଲ କ୍ଷେତ୍ରରେ ୨୦ ଏକର ପିଛା ହଜାରେ ଟଙ୍କା କ୍ଷତିପୂରଣ ଦିଆଯିବ। ପଞ୍ଚମ ଗ୍ୟାରେଣ୍ଟି, ନର୍ମଦା ଡ୍ୟାମର କମାଣ୍ଡ ଅଞ୍ଚଳରେ ଥିବା ପ୍ରତ୍ୟେକ କୋଣକୁ ଜଳ ଯୋଗାଇବ। ଷଷ୍ଠ ଗ୍ୟାରେଣ୍ଟି- ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ଋଣ ଛାଡ କରାଯିବ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ” ମୁଁ ରାଜନୀତି କରିବା ଜଣା ନାହିଁ, ମୁଁ ଭାରତକୁ ଏକ ନମ୍ବର ଦେଶ କରିବାକୁ ଚାହୁଁଛି। କେବଳ ଭାଷଣ ଭାରତକୁ ଏକ ନମ୍ବର ଦେଶ କରିବ ନାହିଁ। ଡାକ୍ତରଖାନା, ବିଦ୍ୟାଳୟ ନିର୍ମାଣ କରିବାକୁ ପଡିବ, ତା’ହେଲେ ଭାରତ ବିଶ୍ୱରେ ଏକ ନମ୍ବର ହେବ। ଆମେ ପ୍ରତ୍ୟେକ ଯୁବକଙ୍କୁ ୩ ହଜାର ଟଙ୍କା ବେକାରୀ ଭତ୍ତା ଦେବୁ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, “ଯଦି ସରକାର ଗଠନ ହୁଏ, ତେବେ ୧୦ ଲକ୍ଷ ସରକାରୀ ଚାକିରି ସୃଷ୍ଟି ହେବ।

ଅରବିନ୍ଦ କେଜ୍ରିୱାଲ ଆମ୍ ଆଦମୀ ପାର୍ଟି ଋଣ ଛାଡ଼ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦ୍ୱାରକା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026
Latest News

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.