Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜୀବନବ୍ୟାପି ଲୋକସେବା ପାଇଁ ନୂଆଦିଲ୍ଲୀରେ ପୁରସ୍କୃତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଜାତୀୟ ଖବର

ଜୀବନବ୍ୟାପି ଲୋକସେବା ପାଇଁ ନୂଆଦିଲ୍ଲୀରେ ପୁରସ୍କୃତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

September 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜୀବନବ୍ୟାପି ଲୋକସେବା ପାଇଁ ନୂଆଦିଲ୍ଲୀରେ ପୁରସ୍କୃତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଆଜି ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପି ଲୋକସେବା ପାଇଁ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନଲ ସେଣ୍ଟର ପ୍ରେକ୍ଷାଳୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଭାରତର ପୂର୍ବତ୍ତନ ମୁଖ୍ୟ ବିଚାରପତି ଏମ ଭି ରମଣା ନବୀନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ଉତ୍ସବରେ ବିଚାରପତି ଏ କେ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ପୂର୍ବକ ତାଙ୍କ ସଂପର୍କରେ ବିସ୍ତୁତ ତଥ୍ୟ ପ୍ରଦାନ କରିଥିଲେ। ଓଡିଶାରେ ମହିଳାମାନଙ୍କ ରୋଜଗାର, ସଂରକ୍ଷଣ, ହେଲଥକାର୍ଡ, ଘରେଘରେ ପାଇପ ପାଣି ପ୍ରଭୃତି ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ। ସେ ହଲଥ କାର୍ଡର କିପରି ବିନିଯୋଗ ହେଉଛି ତାହା ଜାଣିବା ପାଇଁ ତିନୋଟି ଜିଲ୍ଲା ଗସ୍ତ କରିଥିଲେ।

ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଐତିହାସିକ ପଦକ୍ଷେପ ଆଜି ସାରା ବିଶ୍ବ ପ୍ରଶଂସା କରୁଛି ବୋଲି ସେ ଏହି ଉତ୍ସବରେ କହିଥିଲେ। ସେହିପରି ପୁରସ୍କାର ପ୍ରଦାନ କରି ପୂର୍ବତନ ମୁଖ୍ୟ ବିଚାରପତି ରମଣା ମଧ୍ୟ ନବୀନଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ। ତାଙ୍କୁ ଓଡିଶାର ଲୋକେ ଭଲ ପାଉଥିବାରୁ ସେ ଆଜି ଦେଶରେ ଅନ୍ୟତମ ଦୀର୍ଘ ସମୟର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି।

ପୁରସ୍କାର ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟକୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିସହିତ ଏହି ପୁରସ୍କାରକୁ ସେ ଓଡିଶା ସାଢେ ଚାରି କୋଟି ଲୋକଙ୍କୁ ସମର୍ପଣ କଲେ ବୋଲି ଘୋଷଣା କରିଥିଲେ। କାରଣରେ ସେ କହିଥିଲେ ଯେ, ଆଜି ଓଡିଶାର ଲୋକେ ମୋତେ 22 ବର୍ଷ ଧରି ଆର୍ଶିବାଦ ଦେଇଆସିଛନ୍ତି। ସେହିମାନଙ୍କ ବିଶ୍ବାସ ଆଜି ଓଡିଶାକୁ ସଶକ୍ତ କରିବା ମୋ ପାଇଁ ବଡ ଅସ୍ତ୍ର ବୋଲି ନବୀନ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଓଡିଶା ବର୍ତ୍ତମାନ ବିଶ୍ବବାସୀଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶା ବିଶ୍ବରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ଏକଦା ଖାଦ୍ୟ ଅଭାବ ରାଜ୍ୟ ଆଜି ଖାଦ୍ୟ ବଳକା ରାଜ୍ୟ ଭାବେ ବିଶ୍ବ ନିକଟରେ ପରିଚିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ସ୍ବାସ୍ଥ୍ୟ, ଶିକ୍ଷା ଗମାନଗମନ ଏବଂ ଶିଳ୍ପ କ୍ଷେତ୍ରରେ ଓଡିଶା ବେଶ ଆଗକୁ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କେତେକ ବ୍ୟକ୍ତିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଜୀବନବ୍ୟାପି ଲୋକସେବା ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁର ଉପମୁଖ୍ୟମନ୍ତ୍ରୀ!: ବିହାର ସରକାରଙ୍କ ନୂତନ ରୂପରେଖା ପ୍ରକାଶ

March 6, 2026

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

March 6, 2026

ଅମିତ ଶାହଙ୍କୁ ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 6, 2026

ଦିଲ୍ଲୀରେ ରହି ବିହାରକୁ ‘ନିୟନ୍ତ୍ରଣ’ କରିବେ କି ନୀତିଶ କୁମାର?: ବିଜେପି ସମ୍ମୁଖରେ ରଖିଲେ ଏହି ବଡ ସର୍ତ୍ତ!

March 6, 2026
Latest News

ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁର ଉପମୁଖ୍ୟମନ୍ତ୍ରୀ!: ବିହାର ସରକାରଙ୍କ ନୂତନ ରୂପରେଖା ପ୍ରକାଶ

March 6, 2026

୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

March 6, 2026

ଅମିତ ଶାହଙ୍କୁ ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 6, 2026

ଦିଲ୍ଲୀରେ ରହି ବିହାରକୁ ‘ନିୟନ୍ତ୍ରଣ’ କରିବେ କି ନୀତିଶ କୁମାର?: ବିଜେପି ସମ୍ମୁଖରେ ରଖିଲେ ଏହି ବଡ ସର୍ତ୍ତ!

March 6, 2026

ଭୁବନେଶ୍ବରରେ ପହଞ୍ଚିଲେ ଗୃହ ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.