Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଭବିଷ୍ୟତର ୭୫ ସୃଜନଶୀଳ ମସ୍ତିଷ୍କ’ ନିମନ୍ତେ ଆବେଦନ ପତ୍ର ଆମନ୍ତ୍ରଣ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଜାତୀୟ ଖବର

‘ଭବିଷ୍ୟତର ୭୫ ସୃଜନଶୀଳ ମସ୍ତିଷ୍କ’ ନିମନ୍ତେ ଆବେଦନ ପତ୍ର ଆମନ୍ତ୍ରଣ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

September 5, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ
ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

ଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ‘କ୍ରିଏଟିଭ୍ ମାଇଣ୍ଡସ ଅଫ୍ ଟୁମରୋ’ / ‘ଭବିଷ୍ୟତର ୭୫ ସୃଜନଶୀଳ ମସ୍ତିଷ୍କ’ ନିମନ୍ତେ ଆବେଦନ ପାଇଁ ଆଜି ଆମନ୍ତ୍ରଣ ଆରମ୍ଭ କରି ଦେଇଛି। ଫିଲ୍ମ ନିର୍ମାଣର ବିଭିନ୍ନ ଦିଗ ସହିତ ଜଡିତ ଯୁବ ସୃଜନଶୀଳ ପ୍ରତିଭା ମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଗୋଆରେ ଆୟୋଜିତ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଏକ ବାର୍ଷିକ ମଂଚ ଅଟେ।

ଏହି ପଦକ୍ଷେପ ଏବେ ଦ୍ୱିତୀୟ ବର୍ଷରେ ପାଦ ଦେଇଛି। ଏହା ‘ଆଜାଦୀର ଅମୃତ ମହୋତ୍ସବ’ ପାଳନର ଏକ ଅଂଶ ବିଶେଷ ଭାବରେ ଭାରତର ସ୍ୱାଧୀନତାର ୭୫ ତମ ବର୍ଷକୁ ଚିହ୍ନିତ କରିବା ନିମନ୍ତେ ୨୦୨୧ ରେ ଆରମ୍ଭ କରା ଯାଇଥିଲା। ମାନ୍ୟତା ପ୍ରାପ୍ତ ଫିଲ୍ମ ନିର୍ମାତା ମାନଙ୍କର ସଂଖ୍ୟା ଭାରତୀୟ ସ୍ୱାଧୀନତାର ବର୍ଷର ପ୍ରତୀକ ଅଟେ। ଏହା ଆଶା କରା ଯାଉଛି ଯେ, ଆସନ୍ତା ବର୍ଷ ମାନଙ୍କରେ ପ୍ରୟାସର ଭାବନାକୁ ଜୀବିତ ରଖିବା ନିମନ୍ତେ କ୍ରିଏଟିଭ୍ ମାଇଣ୍ଡସ (ସୃଜନଶୀଳ ମସ୍ତିସ୍କ)ରେ ଅଂଶ ଗ୍ରହଣ କରିଥିବା ଯୁବକ ମାନଙ୍କର ସଂଖ୍ୟା ଜଣେ ଜଣେ କରି ବୃଦ୍ଧି ପାଇବ।

ଭାରତର ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ୫୩ ତମ ସଂସ୍କରଣ ପୂର୍ବରୁ ଜାତୀୟ ଫିଲ୍ମ ବିକାଶ ନିଗମର ତତ୍ୱାବଧାନରେ ଜଣେ ପ୍ରତିଷ୍ଠିତ ଜୁରୀଙ୍କ ଦ୍ୱାରା ୭୫ ଜଣ ସୃଜନଶୀଳ ମସ୍ତିଷ୍କକୁ ସେମାନଙ୍କର ପ୍ରସ୍ତୁତି ଆଧାରରେ ପ୍ରଥମେ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରା ଯିବ ଏବଂ ପରେ ଚୟନ କରାଯିବ। ଏହି କାର୍ଯ୍ୟକ୍ରମ ଯୁବ ନବୋଦିତ ଫିଲ୍ମ ନିର୍ମାତା ମାନଙ୍କୁ ଚିହ୍ନଟ କରିଥାଏ ଏବଂ ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ଫିଲ୍ମ ନିର୍ମାତା ମାନଙ୍କ ସହିତ ବାର୍ତାଳାପ କରିବା ଏବଂ ସେମାନଙ୍କ ଠାରୁ ଶିଖିବା ପାଇଁ ଏକ ମଂଚ ପ୍ରଦାନ କରିଥାଏ। ଏହା ନିଜ କ୍ଷେତ୍ରରେ ଏକ ବିଶେଷ ମଂଚ ଅଟେ, ଯେଉଁଠାରେ ସାରା ବିଶ୍ୱର କୌଣସି ବି ପ୍ରମୁଖ ଫିଲ୍ମ ସମାରୋହରେ ଏକ ପ୍ରତିଯୋଗିତା ମାଧ୍ୟମରେ ଯୁବ ସୃଜନଶୀଳ ମସ୍ତିଷ୍କ ମାନଙ୍କର ଏକ ବଡ ଦଳକୁ ଚୟନ କରା ଯାଇଥାଏ : ଏହାର କଳ୍ପନା କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ୨୦୨୧ରେ ଯୁବ ପ୍ରତିଭା ମାନଙ୍କୁ ଏକ ମଂଚ ପ୍ରଦାନ କରିବା ଏବଂ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ସମ୍ପର୍କିତ ଉଦ୍ୟୋଗର ଉତ୍ପାଦ ଗୁଡିକ ସହିତ ଯୋଡି ରଖିବା ପାଇଁ କରା ଯାଇଥିଲା।

ଗୋଆରେ ଏହି ସମାରୋହ ଅନୁଷ୍ଠିତ ହେବା ଅବସରରେ, ଚୟନ କରା ଯାଇଥିବା ‘ଆସନ୍ତା କାଲିର ୭୫ ସୃଜନଶୀଳ ମସ୍ତିଷ୍କ’ ମଧ୍ୟ କାର୍ଯ୍ୟଶାଳା ଏବଂ ସିନେମାର ମାଷ୍ଟର ମାନଙ୍କ ଦ୍ୱାରା ପରିଚାଳିତ ଅଧିବେଶନ ଗୁଡିକରେ ଯୋଗ ଦେବେ। ଏହା ପରେ, ପ୍ରତ୍ୟେକ ଦଳ ୫୩ ଘଂଟା ମଧ୍ୟରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଗୋଷ୍ଠୀ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ। ଏହି କ୍ଷୁଦ୍ର ଚଳଚ୍ଚିତ୍ରର ବିଷୟ ଗୁଡିକ ଆଜାଦୀର ଅମୃତ ମହୋତ୍ସବ ଭାବନା ଉପରେ ଆଧାରିତ ହେବ, ଯେଉଁଥିରେ ଦଳ ଗୁଡିକ ଭାରତ @ ୧୦୦ ନିମନ୍ତେ ସେମାନଙ୍କ ବିଚାର ପ୍ରଦର୍ଶନ କରିବେ। ଚୟନ କରା ଯାଇଥିବା ସୃଜନଶୀଳ ମସ୍ତିଷ୍କ ମାନେ ଏହି ପଦକ୍ଷେପର ପ୍ରୋଗ୍ରାମିଂ ଭାଗୀଦାର, ଶର୍ଟସ ଟିଭି ସହିତ ପରାମର୍ଶ କରି ସାତୋଟି ଦଳର ଅଂଶ ହେବେ। ସାତଟି ଦଳ ଗୁଡିକ ଦ୍ୱାରା ନିର୍ମିତ ଫିଲ୍ମ ଗୁଡିକର ୨୪ ନଭେମ୍ବର ୨୦୨୨ରେ ଆଇଏଫ୍‌ଏଫ୍‌ଆଇରେ ଥିଏଟର ସ୍କ୍ରିନିଂ ହେବ, ଯାହା ପରେ ବିଜୟୀ ଫିଲ୍ମର ଉତ୍ସବ ପାଳନ କରିବା ପାଇଁ ଏକ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କାରଣରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ମାନ୍ୟତା ପ୍ରଦାନ କରାଯିବ।

ଏହି ପଦକ୍ଷେପ ଯୁବ ପ୍ରତିଭା ମାନଙ୍କୁ ଚିହ୍ନଟ କରିବା, ପୋଷଣ କରିବା ଏବଂ ଦକ୍ଷତା ବିକାଶ କରିବା ଏବଂ ସେମାନଙ୍କୁ ଉଦ୍ୟୋଗ ଗୁଡିକ ସହିତ ଯୋଡିବା ସହିତ ପ୍ରସ୍ତୁତ କରି ଭାରତକୁ ବିଶ୍ୱ ନିମନ୍ତେ ଏକ ବିଷୟ ବସ୍ତୁ / କଣ୍ଟେଣ୍ଟ ଏବଂ ପୋଷ୍ଟ ପ୍ରଡକ୍ସନ୍ (ଫିଲ୍ମ ନିର୍ମାଣ ପରର କାର୍ଯ୍ୟ) ହବ୍ ଭାବେ ତିଆରି କରିବା ଦିଗରେ ଆଉ ଏକ ପଦକ୍ଷେପ ଅଟେ। ଏହି ପଦକ୍ଷେପ ଯୁବ ଫିଲ୍ମ ନିର୍ମାତା ମାନଙ୍କୁ ଏକ ପାରିବେଶିକ ବ୍ୟବସ୍ଥାର ନିର୍ମାଣ କରିବାକୁ ଅନୁମତି ଦେବା ସହିତ ସେମାନଙ୍କୁ ନେଟୱର୍କ ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଡିବା ପାଇଁ ସହଯୋଗ କରିବାର ଅନୁମତି ପ୍ରଦାନ କରୁଛି। ମନ୍ତ୍ରଣାଳୟ ଫଳପ୍ରଦ ହସ୍ତକ୍ଷେପ ଆରମ୍ଭ କରିବା ନିମନ୍ତେ ଯୋଜନା କରିଛି, ଯାହା ଦ୍ୱାରା ଅଂଶ ଗ୍ରହଣକାରୀ ମାନେ ଏହି ସୁଯୋଗର ବ୍ୟବହାର ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଲାଭଦାୟକ ରୋଜଗାର ନିମନ୍ତେ କରି ପାରିବେ।

ଆବେଦନ ପତ୍ର ନିମନ୍ତେ ଆମନ୍ତ୍ରଣ ୱେବ୍ ସାଇଟ୍ https://www.iffigoa.org/creativeminds  ରେ ୦୫ ସେପ୍ଟେମ୍ବରରୁ ୨୩ ସେପ୍ଟେମ୍ବର, ୨୦୨୨ ପର୍ଯ୍ୟନ୍ତ ଖୋଲା ରହିବ।

ଆବେଦନ ପତ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

September 12, 2026

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.