Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସେତେବେଳେ ପ୍ରିନସ ଚାର୍ଲସ ଓଡିଶାର ଗାଁ ବୁଲିଥିଲେ ଆଉ ନଡିଆଗଛ ଚଢା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ
ଜାତୀୟ ଖବର

ସେତେବେଳେ ପ୍ରିନସ ଚାର୍ଲସ ଓଡିଶାର ଗାଁ ବୁଲିଥିଲେ ଆଉ ନଡିଆଗଛ ଚଢା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ

September 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରିଟେନର ରାଜା ହେଲେ ପ୍ରିନସ ଚାର୍ଲସ, ଓଡିଶା ପାଇଁ କାହିଁକି ହେବ ଏକ ସ୍ମରଣୀୟ ଦିନ ?

ଭୁବନେଶ୍ବର: ଆଜି ବିଧବଧ ଭାବେ ବ୍ରିଟେନର ରାଜା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରିନସ ଚାର୍ଲସ। ଏବେ ସେ କିଙ୍ଗ୍ ଚାର୍ଲସ। ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ତାଙ୍କୁ ଏହି ଦାୟିତ୍ବ ମିଳିଛି। ଏ ନେଇ ବ୍ରିଟେନରେ ବେଶ ଖୁସିର ଲହର ଖେଳିଯାଇଛି। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହା ମଧ୍ୟ ଓଡିଶା ପାଇଁ ଏକ ସ୍ମରଣୀୟ ଦିନ। କାରଣ ସେ ଏକଦା ଓଡିଶା ଗସ୍ତରେ ଆସିଥିଲେ।

ବିଶ୍ବ ପ୍ରସିଦ୍ଧ ଏହି ରାଜକୁମାର ଚାର୍ଲସ, ୧୯୮୦ ମସିହା ଡିସେମ୍ବର ୪ ତାରିଖରେ ଓଡିଶା ଗସ୍ତରେ ଆସିଥିଲେ। ସେତେବେଳେ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା। ସେ  ଭୁବନେଶ୍ବରରେ ପହଞ୍ଚି ରାଜଭବନରେ ଅତିଥୀ ଭାବେ ରହିଥିଲେ। ସେତେବେଳେ ଓଡିଶାର ରାଜ୍ୟପାଳ ଥିଲେ ସିଏମ ପୁନାଚା ଏବଂ ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ।

ପ୍ରିନସ ଚାର୍ଲସଙ୍କୁ ସ୍ବାଗତ କରୁଛନ୍ତି ତତକାଳିନ ଓଡିଶାର ଲେଡି ଗର୍ଭଣ୍ଣର ଏବଂ ଗଭର୍ଣ୍ଣର ସିଏମ ପୁନାଚା

ଏ ସଂପର୍କରେ ବିସ୍ତୁତ ତଥ୍ୟ ରଖିଛନ୍ତି ସିଏମ ପୁନାଚାଙ୍କ ପୁତ୍ର ଦେଶର ପ୍ରତିଷ୍ଠିତ ଲେଖକ ସି.ପି ବାଲିଆପ୍ପା। ସେ ସମୟର କେତେକ ଫଟୋ ମଧ୍ୟ ସେ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ମୋ ବାପା ଓଡିଶାର ରାଜ୍ୟପାଳ ଥିବା ବେଳେ ପ୍ରିନସ ଚାର୍ଲସ ଓଡିଶା ଆସିଥିଲେ। ରାଜଭବନରେ ସେ ରାଜ୍ୟ ଅତିଥୀ ଭାବେ ରହିଥିଲେ। ମୋ ବାପା ଓ ମାଆ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ।

ଚାର୍ଲସଙ୍କର ଓଡିଶା ଗସ୍ତ ଥିଲା ସଂପୂର୍ଣ୍ଣ ସରକାରୀ ଗସ୍ତ। ସେଥିପାଇଁ ତାଙ୍କର ସୁରକ୍ଷା ସେତେବେଳେ କେନ୍ଦ୍ର ସରକାର ଦେଖୁଥିଲେ। ଚାର୍ଲସ ଭୁବନେଶ୍ବର ରହଣି ସମୟରେ ସେ ପିପିଲି ନିକଟସ୍ଥ ହରିପୁର ଗାଁକୁ ବୁଲିବାକୁ ଯାଇଥିଲେ। ସେତେବେଳେ ତାଙ୍କର ଗାଁ ପରିବେଶ ଦେଖିବା ପାଇଁ ବେଶ ଆଗ୍ରହ ଥିଲା। ସେଥିପାଇଁ ବ୍ୟାପକ ସୁରକ୍ଷା ଯୋଗାଇ ଦେଇ ତାଙ୍କୁ ସେହି ଗାଁକୁ ନିଆଯାଇଥିଲା। ସେତେବେଳେ ଗାଁ ର ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ନୁଆଁଣିଆ ଚାଳ ଘର ସବୁ ଥିଲା।

ରାଜଭବନରେ ପ୍ରିନସ ଚାର୍ଲସ ରାଜ୍ୟପାଳ ସିଏମ ପୁନାଚାଙ୍କଠାରୁ ଉପହାର ଗ୍ରହଣ କରୁଛନ୍ତି। ପାଖରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ

ଚାର୍ଲସ ସେତେବେଳେ ଗାଁ ର ଘର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗାଁ ରେ ଥିବା ନଡିଆ ଗଛ ଦେଖି ସେ ବେଶ ଖୁସି ମଧ୍ୟ ହୋଇ ଯାଇଥିଲେ। ସେତେବେଳେ ଗାଁ ରେ ହେଉଥିବା ନଡିଆ ତୋଳା ପ୍ରତିଯୋଗୀତା ମଧ୍ୟ ଦେଖିଥିଲେ। ଲୋକମାନେ ଏତେ ବଡ ଗଛ ଉପରକୁ କିପରି ଶିଘ୍ର ଚଢିଯାଉଛନ୍ତି ତାହା ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା। ସେ ସେତେବେଳେ ଏକ ପଇଡ ମଧ୍ୟ ପିଇଥିଲେ। ଏଥିସହିତ ସେହି ଗାଁରେ ହେଉଥିବା ବେଙ୍ଗଳା ପକା ମଧ୍ୟ ଦେଖିଥିଲେ। ଏପରିକି ଜଣେ ପଖାଳ ଭାତ ଖାଉଥିବାର ଦେଖି ତାହା କେମିତି ହୁଏ ବୋଲି ସେ ସେତେବେଳେ ପାଖରେ ଥିବା ଅଫିସରଙ୍କୁ ପଚାରିଥିଲେ।

ହିରାପୁର ଗାଁରେ ପଇଡ ପିଉଛନ୍ତି ପିର୍ନସ ଚାର୍ଲସ

ବର୍ତ୍ତମାନ ସେ ବ୍ରିଟେନର ରାଜା ଭାବେ ଦାୟିତ୍ବ ନେଇଥିବାରୁ ଓଡିଶାର ସେହି ସ୍ମରଣୀୟ ମୂହୁର୍ତ୍ତକୁ କେବଳ ହରିପୁର ଗାଁ କାହିଁକି ସେତେବେଳର ଅନେକ ବ୍ୟକ୍ତିଙ୍କର ସ୍ମୃତି ପୁଣି ଥରେ ଉଦଜୀବିତ ହୋଇପଡିଛି।

କିଙ୍ଗ ଚାର୍ଲସ ଜାନକୀ ବଲ୍ଲଭ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026
Latest News

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.