ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସର ଦିଗବିଜୟ ସିଂ, ଜୟରାମ ରମେଶ

Published: Sep 17, 2022, 6:41 am IST

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ, ସାଂସଦ ଶ୍ରୀ ଦିଗ୍‌ବିଜୟ ସିଂ, ସାଂସଦ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ସହ ପ୍ରଭାରୀ ଶ୍ରୀ ଜି. ରୁଦ୍ର ରାଜୁ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ରାଜ୍ୟ ପାଇଁ ଏଆଇସିସି ସଂଯୋଜକ ଡ. ରାଗିଣୀ ନାୟକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତା କାଲି ସେପ୍ଟେମ୍ବର ୧୭ ତାରିଖ ଶନିବାର ଦିନ ସନ୍ଧ୍ୟାରେ ଭୁବନେଶ୍ୱରରେ ପଂହଚିବେ।

ଉପରୋକ୍ତ ନେତୃବୃନ୍ଦ ସେପ୍ଟେମ୍ବର ୧୮ ତାରିଖ ରବିବାର ପୂର୍ବାହ୍ନ ୯ ଘଂଟା ସମୟରେ ଭୁବନେଶ୍ୱର ରେଡକ୍ରସ ଭବନରେ ନାଗରିକ ସମାଜ ସହ ବିଚାର ବିମର୍ଷ କରିବେ।
ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଆୟୋଜିତ ବୈଠକରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ସଂକ୍ରାନ୍ତରେ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ।

ଦିନ ୧୨ଟା ସମୟରେ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ ଓ ତାପରେ ଅପରାହ୍ନରେ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି କଂଗ୍ରେସ ମିଡିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବାର୍ତାରେ ଜଣାଇଛନ୍ତି। ସମସ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହିବେ ବୋଲି ଶ୍ରୀ ବେହେରା କହିଛନ୍ତି।

Related posts