Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶ୍ବ ନେତାଙ୍କ ଗହଣରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ
ଅନ୍ତରାଷ୍ଟ୍ରୀୟ

ବିଶ୍ବ ନେତାଙ୍କ ଗହଣରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ

September 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ବ ନେତାଙ୍କ ଗହଣରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:  ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଟୋକିଓରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଜାପାନରେ ପହଞ୍ଚିବା ପରେ ଶ୍ରୀ ମୋଦୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସମବେଦନା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ତାଙ୍କର ଫଳପ୍ରଦ ବୈଠକ ହୋଇଛି। ସେ ଅଧିକ ଦୁଃଖ ଅନୁଭବ କଲେ। କାରଣ ସେ ଗତଥର ଆବେଙ୍କ ସହ ତାଙ୍କର ବହୁତ ଲମ୍ବା ବାର୍ତ୍ତାଳାପ ହୋଇଥିଲା। ସେ କେବେ ଭାବି ନଥିଲେ ଯେ ଦେଶ ଛାଡିବା ଯିବା ପରେ ତାଙ୍କୁ ଏପରି ଖବର ଶୁଣିବାକୁ ପଡିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ନିଶ୍ଚିତ ଯେ ନୂତନ ନେତୃତ୍ୱରେ ଭାରତ-ଜାପାନ ସମ୍ପର୍କ ଆହୁରି ମଜବୁତ ହେବ ଏବଂ ଅଧିକ ଶୀର୍ଷକୁ ଛୁଇଁବ। ଶ୍ରୀ ମୋଦୀ କହିଛନ୍ତି ଯେ ସେ ଦୃଢ ଭାବରେ ବିଶ୍ବାସ କରିଛନ୍ତି ଯେ ନୂଆଦିଲ୍ଲୀ ଏବଂ ଟୋକିଓ ବିଶ୍ବର ସମସ୍ୟାର ସମାଧାନ ଖୋଜିବାରେ ଉପଯୁକ୍ତ ଭୂମିକା ଗ୍ରହଣ କରିପାରିବ।

https://thesamikhsya.com/odia/wp-content/uploads/2022/09/Modi.mp4

ଟୋକିଓରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଜାତୀୟ ଅନ୍ତିମ ସଂସ୍କାର ଚାଲିଛି। ତାଙ୍କ ଭସ୍ମକୁ ଟୋକିଓର ବୁଡୋକାନ ହଲକୁ ତାଙ୍କ ବିଧବା ପତ୍ନୀ ଆକି ଆବେ ନେଇ ଯାଇଥିଲେ ଯେଉଁଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ବିଶ୍ୱ ନେତାଙ୍କ ସହ ଏହି ଜାତୀୟ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଇଛନ୍ତି। ଭାରତ-ଜାପାନ ସହଭାଗିତାକୁ ମଜବୁତ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦୂରଦୃଷ୍ଟି ସମ୍ପନ୍ନ କରିବାରେ ପ୍ରଧାନମନ୍ତ୍ରୀ ଆବେଙ୍କ ଅବଦାନକୁ ସେ ଉଲ୍ଲେଖ କରିଛନ୍ତି।

ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜୁବୁତ କରିବା ଉପରେ ଦୁଇ ନେତାଙ୍କ ମଧ୍ୟରେ ଫଳପ୍ରଦ ମତ ବିନିମୟ ହୋଇଥିଲା। ସେମାନେ ଅନେକ ଆଞ୍ଚଳିକ ଏବଂ ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଭାରତ-ଜାପାନର ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ଏବଂ ଗ୍ଲୋବାଲ୍ ପାର୍ଟନରସିପ୍ ଉପରେ ମଧ୍ୟ ସହମତି ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ଆନ୍ତର୍ଜାତୀୟ ଗୋଷ୍ଠୀ ଏବଂ ଅନୁଷ୍ଠାନରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନେତାମାନେ ସେମାନଙ୍କର ପ୍ରତିବଦ୍ଧତାକୁ ନବୀକରଣ କରିଥିଲେ।

ଜାପାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଞ୍ଜୋ ଆବେ
Share. Facebook Twitter LinkedIn Email WhatsApp Copy Link

Related Posts

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.