Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»BREAKING NEWS: ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ
ଜାତୀୟ ଖବର

BREAKING NEWS: ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

September 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
BREAKING NEWS: ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ଆଜି ସଂଧ୍ୟାରେ ଓଡିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 90 ବର୍ଷ ବୟସ ହୋଇଥିଲା। ସେ ବୟସାଧିକ ରୋଗରେ ପିଡିତ ହୋଇ ପରଲୋକ ଗମନ କରିଛନ୍ତି।

ଓଡିଶା ରାଜନୀତିରେ ଜଣେ ପ୍ରତିଷ୍ଠିତ ନେତ୍ରୀ ଥିଲେ ଜୟନ୍ତୀ ପଟ୍ଟନାୟକ। ସେ କଟକ ଏବଂ ବ୍ରହ୍ମପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଜାତୀୟ ମହିଳା କମିଶନରର ପ୍ରଥମ ଅଧ୍ୟକ୍ଷା ହୋଇପାରିଥିଲେ। ୧୯୫୩ ମସିହାର ସେ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ।

ପିଲାଦିନରୁ ପିତାଙ୍କଦ୍ୱାରା ଅନୁପ୍ରାଣୀତ ହୋଇ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୪ ଥର ସାଂସଦ ଭାବେ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି । ୧୯୮୧ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୁନର୍ବାର ୧୯୮୪ ମସିହାରେ କଟକରୁ ଓ ୧୯୯୮ରେ ବ୍ରହ୍ମପୁର ଆସନରୁ ନିର୍ବାଚିତ ହୋଇଥିଲେ ।

୧୯୯୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୭ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବେ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ (୩ ଫେବୃଆରୀ ୧୯୯୨ – ୩୦ ଜାନୁଆରୀ ୧୯୯୫) ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ଭାରତୀୟ ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ଥିଲେ।

କେବଳ ରାଜନେତ୍ରୀ ନୁହଁନ୍ତି ସେ ଜଣେ ସୁସାହିତ୍ୟିକା ମଧ୍ୟ ଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ପୌରୁଷ ପତ୍ରିକାର ସମ୍ପାଦନା ସହିତ ସେ ଜଡ଼ିତ ଥିଲେ । ସେ କେ.ଏମ୍. ମୁନ୍ସୀଙ୍କ ଇଂରାଜୀରେ ରଚିତ କୃଷ୍ଣାବତାର ଏବଂ ମହାଭାରତ ପୃଷ୍ଠାରୁ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଏହା ପ୍ରଥମେ ପୌରୁଷରେ ପ୍ରକାଶ ପାଇଥିଲା । ତାଙ୍କ ଜୀବନୀ ପୁସ୍ତକ ଶୀତଳ ବହ୍ନି ନାମରେ ପ୍ରକାଶିତ ହୋଇଛି ।

ଜୟନ୍ତୀ ପଟ୍ଟନାୟକ ସର୍ବଭାରତୀୟ ସ୍ତରରେ ୧୯୯୨ ମସିହା ପାଇଁ ସର୍ବଶ୍ରେଷ୍ଠ ନାରୀ ପ୍ରତିଭା ଭାବେ ମହିଳା ଶିରୋମଣି ଉପାଧି ଓ ୧୯୯୬ ମସିହାରେ ମହିଳା ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି।ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ଜୟନ୍ତୀ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ: ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ଓ ପ୍ରଯୁକ୍ତିର ଅସ୍ତ୍ରୀକରଣ ବିଶ୍ୱ ପ୍ରଗତିରେ ଆଣିବ ବାଧା

September 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ୍ ରିପୋର୍ଟ

September 13, 2026

ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

September 13, 2026

ୟୁଏସ୍ ଓପନ୍‌ ଫାଇନାଲ୍‌: ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଜ୍ୱେରେଭ୍‌ ଏବଂ ଶେଲ୍ଟନ୍‌

September 13, 2026
Latest News

ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ: ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ଓ ପ୍ରଯୁକ୍ତିର ଅସ୍ତ୍ରୀକରଣ ବିଶ୍ୱ ପ୍ରଗତିରେ ଆଣିବ ବାଧା

September 13, 2026

ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍‌’, ପୁଲିସର ତନାଘନା ଜାରି

September 13, 2026

ରେଳବାଇର ପୋଲିସ ଦ୍ବାରା ଟ୍ରେନ ଲୁଟେରା ଗିରଫ

September 13, 2026

ଜୟଦେବ ବିହାରରେ ଲେଡିଜ୍ ହଷ୍ଟେଲ ମାଲିକାଣୀଙ୍କ ଗୁଣ୍ଡାଗର୍ଦ୍ଦି

September 13, 2026

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.