Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେବେ ସମ୍ଭବ ହେବ ର‌୍ୟାଗିଂ ମୁକ୍ତ ଶିକ୍ଷାନୁଷ୍ଠାନ
ବିଶେଷ ଖବର

କେବେ ସମ୍ଭବ ହେବ ର‌୍ୟାଗିଂ ମୁକ୍ତ ଶିକ୍ଷାନୁଷ୍ଠାନ

October 3, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ସୁବାସ କୁମାର ତାରଣିଆଁ

ବିଜେବି ସ୍ୱଂୟଶାସିତ କଲେଜର +୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ର‌୍ୟାଗିଂ ଜନିତ ଆତ୍ମହତ୍ୟା ଘଟଣା ରାଜ୍ୟରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କଲେଜର ତିନିଜଣ ବରିଷ୍ଠ ସହପାଠୀ ରୁଚିକାଙ୍କୁ ମାନସିକ ନିର୍ଯ୍ୟାତନା (ର‌୍ୟାଗିଂ) ଦେଉଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ଶେଷରେ ରୁଚିକା ଛାତ୍ରୀନିବାସ ଭିତରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ରୁଚିକା ଲେଖିଥିବା ଚିଠିରୁ ଏହା ର‌୍ୟାଗିଂ ଜନିତ ଆତ୍ମହତ୍ୟା ଜଣାପଡ଼ିବାରୁ ଏହି ଘଟଣା ଏବେ ସାରା ରାଜ୍ୟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଏପରିକି ବିଧାନସଭାରେ ମଧ୍ୟ ରୁଚିକାଙ୍କ ଆତ୍ମହତ୍ୟାକୁ ନେଇ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା।

ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭୁବନେଶ୍ୱରର ବିଜେବି କଲେଜରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଭାବକ ଓ ସାଧାରଣ ଜନତାଙ୍କ ମହଲରେ ଉତ୍ତେଜନା ଲାଗି ରହିଛି। ସାରା ରାଜ୍ୟରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରୁଚିକାଙ୍କ ଆତ୍ମହତ୍ୟା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କଲେଜ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି। ରାଜ୍ୟର ବିଭିନ୍ନ ସାମାଜିକ ସଂଗଠନ କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ବେଳେ ମୃତ ରୁଚିକାଙ୍କ ମା’ ଝିଅକୁ ନ୍ୟାୟ ଦାବିରେ ଧାରଣାରେ ବସି ରହିଛନ୍ତି। ଇତିମଧ୍ୟରେ ରୁଚିକାଙ୍କ ଆତ୍ମହତ୍ୟା ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତମାନେ ଚିହ୍ନଟ ହୋଇ ନଥିବାରୁ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରୁଚିକାଙ୍କ ମୃତ୍ୟୁ ପରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରହିଥିବା ଶିକ୍ଷାଦାନ ଓ ତଦାରଖ ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେବଳ ବିଜେବି କଲେଜରେ ନୁହେଁ, ଓଡ଼ିଶାର ବିଭିନ୍ନ କଲେଜରେ ଏବେ ର‌୍ୟାଗିଂ ବଢି ବଢି ଚାଲିଛି। ବରିଷ୍ଠ ଛାତ୍ରଛାତ୍ରୀମାନେ କନିଷ୍ଠ ଛାତ୍ରଛାତ୍ରୀମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଏଥିମଧ୍ୟରୁ କେତେକ କ୍ଷେତ୍ରରେ କଲେଜରେ ଆପୋଶ ବୁଝାମଣା ହୋଇ ଘଟଣାର ସମାଧାନ କରାଯାଉଥିବା ବେଳେ ଅନ୍ୟ କେତେକ କଲେଜରେ ର‌୍ୟାଗିଂ ଘଟଣା କଲେଜରେ ବୁଝାମଣା ହୋଇ ନ ପାରିବାରୁ ଲୋକଲୋଚନକୁ ଆସିପାରିଛି। ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡ଼ିକ ର‌୍ୟାଗିଂ ମୁକ୍ତ ହୋଇପାରୁ ନାହିଁ। ବରିଷ୍ଠଙ୍କ ନିର୍ଯ୍ୟାତନାରେ ବହୁ କନିଷ୍ଠ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେଉନି, ବରଂ ଅକାଳରେ ଜୀବନ ହାରୁଛନ୍ତି।

ଏକ ଆକଳନରୁ ଜଣାପଡ଼ିଛି ଯେ ର‌୍ୟାଗିଂରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ଅଛି। ଉତ୍ତର ପ୍ରଦେଶ ଶୀର୍ଷରେ ରହିଥିବା ବେଳେ ପଶ୍ଚିମବଙ୍ଗ ଦ୍ୱିତୀୟ ଓ ମଧ୍ୟ ପ୍ରଦେଶ ତୃତୀୟରେ ରହିଛି। ଦିଲ୍ଲୀ, ବିହାର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ପରି ରାଜ୍ୟ ତୁଳଳାରେ ଓଡ଼ିଶାର ସ୍ଥିତି ବହୁତ ଖରାପ। କଲେଜ କ୍ୟାମ୍ପସ ଓ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଲାଗି ଅସୁରକ୍ଷିତ ହୋଇପଡ଼ିଛି। ର‌୍ୟାଗିଂ ରୋକିବା ନିମନ୍ତେ ୨୦୦୯ ମସିହାରୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୟୁଜିସି ରେଗୁଲେସନ କାର୍ଯ୍ୟକାରୀ ହୋଇଛି। ଏହା ସତ୍ତ୍ୱେ ରାଜ୍ୟରୁ ର‌୍ୟାଗିଂର ଭୟ ଦୂର ହୋଇପାରି ନାହିଁ, ବରଂ ଗୋଟିଏ ପରେ ଗୋଟିଏ ର‌୍ୟାଗିଂ ଘଟଣା ଏବେ ସାମ୍ନାକୁ ଆସୁଛି।

ବିଜେବି କଲେଜ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ଜଣେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ବରିଷ୍ଠ ଛାତ୍ରୀ ର‌୍ୟାଗିଂ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ର‌୍ୟାଗିଂର ଶିକାର ଛାତ୍ରୀ ଜଣକ ଏ ନେଇ ଆଣ୍ଟି ର‌୍ୟାଗିଂ ସ୍କ୍ୱାର୍ଡକୁ ଫୋନ୍ ଯୋଗେ ଜଣାଇଥିଲେ। ଅପର ପକ୍ଷରେ ଘଟଣାକୁ ଚପାଇ ଦେବାକୁ ପ୍ରଶିକ୍ଷଣ କେନ୍ଦ୍ରର କର୍ତ୍ତୃପକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବା ପାଇଁ ବାଧ୍ୟ କରୁଥିବା ବେଳେ ଛାତ୍ରୀ ଜଣକ କିନ୍ତୁ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରିଣୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଥମବର୍ଷର ଛାତ୍ରୀ ସମ୍ବଲପୁର ଜିଲ୍ଲା ଭୋଜପୁର ଅଞ୍ଚଳର କଳ୍ପନା କିସାନଙ୍କ ଅଭିଯୋଗ ଅନୁସାରେ ତାଲିମ କେନ୍ଦ୍ରରେ ନାମ ଲେଖାଇବା ପରଠାରୁ ପ୍ରାୟ ୩ ମାସ ହେଲା ବରିଷ୍ଠ ଛାତ୍ରୀମାନେ ତାଙ୍କୁ ନିର୍ଯ୍ୟାତନା ଦେଇ ଆସୁଛନ୍ତି। କେତେକ ବରିଷ୍ଠ ଛାତ୍ରୀ ବିଭିନ୍ନ ସମୟରେ ବୈଠକ କରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଅଶ୍ରଭ୍ୟ ଭାଷାରେ ଗାଳିଗୁଲଜ କରନ୍ତି। ନିର୍ଯ୍ୟାତନା ବିଷୟରେ ଅଭିଭାବକ କିମ୍ବା ତାଲିମ କେନ୍ଦ୍ରର ଅଧ୍ୟକ୍ଷାଙ୍କୁ ନ ଜଣାଇବାକୁ ଧମକ ଦିଅନ୍ତି।

ସେହିପରି ମଞ୍ଚେଶ୍ୱର ଥାନା ଅଧୀନ ଏକ ଘରୋଇ ଡ଼ାକ୍ତରୀ ମହାବିଦ୍ୟାଳୟର ଦୁଇଜଣ ପ୍ରସୂତୀ ବିଭାଗର ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରଧ୍ୟାପକଙ୍କ ମାତ୍ରାଧିକ ନିର୍ଯ୍ୟାତନା ସହି ନ ପାରିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା ଏକ ଚିଠିରେ ଉଲ୍ଲେଖ କରିଥିଲେ। ରାଜଧାନୀରେ ର‌୍ୟାଗିଂକୁ ନେଇ ଜଣେ ଯୁକ୍ତ ତିନି ଛାତ୍ରୀ ଓ ଅନ୍ୟ ଜଣେ ଏମ୍‌ସିଏ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ଦୁଇ ଡ଼ାକ୍ତରୀ ପିଜି ଛାତ୍ରୀ ଏଭଳି ପଦକ୍ଷେପ ନେବା ଅତ୍ୟନ୍ତ ପରିତାପର ବିଷୟ। ଜଣେ ଛାତ୍ରୀଙ୍କ ଘର କଟକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଯାଜୁପରରେ। ସେମାନେ ପ୍ରସୂତୀ ବିଭାଗର ଶେଷ ବର୍ଷର ପିଜି ଛାତ୍ରୀ। ବିଭାଗର ଜଣେ ପ୍ରଧ୍ୟାପକ ପାଠପଢାକୁ ନେଇ ସେମାନଙ୍କୁ ମାନସିକସ୍ତରରେ ନିର୍ଯ୍ୟାତନା ଦେଉଥିଲେ। ପ୍ରଧ୍ୟାପକଙ୍କ ମାନସିକ ନିର୍ଯ୍ୟାତନା ଅସହ୍ୟ ହେବାରୁ ଏପିର ପଦକ୍ଷେପ ନେଇଥିଲେ ବୋଲି ପୁଲିସ୍ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ।

ୟୁଜିସି ତଥ୍ୟ ଅନୁସାରେ ୨୦୧୧ରୁ ୨୦୨୧ ମଧ୍ୟରେ ଦେଶରେ ୬୭୯୦ଟି ର‌୍ୟାଗିଂ ଅଭିଯୋଗ ପଞ୍ଜିକୃତ ହୋଇଛି। ୨୦୧୧-୨୦୧୬ ମସିହା ପର୍ଯ୍ୟନ୍ତ ର‌୍ୟାଗିଂ ଅଭିଯୋଗ କମ୍ ଥିଲା। ହେଲେ ୨୦୧୭ରେ ର‌୍ୟାଗିଂ ଅଭିଯୋଗ ବୃଦ୍ଧି ପାଇ୯୦୧ରେ ପହଞ୍ôଚଥିଲା ବେଳେ ୨୦୧୮ରେ ଏହା ୧୦୦୦ ଅତିକ୍ରମ କରିଥିଲା। ୨୦୧୮ ଅପେକ୍ଷା ୨୦୧୯ରେ ଅଧିକ ସଂଖ୍ୟକ ଅଭିଯୋଗ ଲୋକଲୋଚନକୁ ଆସିଥିଲା ଯାହା ୧୦୭୦କୁ ଅତିକ୍ରମ କରିଥିଲା। ୨୦୨୦ରେ କରୋନା ସଂକ୍ରମଣ ଯୋଗୁ ପାଠପଢାରେ ବ୍ୟାଘାତ ଜନିତ କାରଣରୁ ର‌୍ୟାଗିଂ ଏକ ପ୍ରକାର ବନ୍ଦ ଥିଲା। କାରଣ ୨୦୨୦ରେ ମାତ୍ର ୨୧୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ୨୦୨୧ରେ ମଧ୍ୟ କରୋନାର ଦ୍ୱିତୀୟ ଲହର ଯୋଗୁ ଏହା ହ୍ରାସ ପାଇଥିଲା। ପ୍ରକାଶଥାଉ କି, ୨୦୧୯ରୁ ୨୦୨୧ ମଧ୍ୟରେ ୫୭୯ଟି ଅଭିଯୋଗ ହୋଇଛି। ଏହି ସମୟ ମଧ୍ୟରେ ଉତ୍ତର ପ୍ରଦେଶରେ ୧୩୦୦, ପଶ୍ଚିମବଙ୍ଗରେ ୮୪୧, ମଧ୍ୟପ୍ରଦେଶରେ ୭୮୮, ମହାରାଷ୍ଟ୍ରରେ ୪୦୨, ତାମିଲନାଡୁରେ ୩୯୮, ରାଜସ୍ଥାନରେ ୩୫୪, କେରଳରେ ୩୫୦ ଓ କର୍ଣ୍ଣାଟକରେ ୩୦୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା।

ଓଡ଼ିଆରେ ଗୋଟେ ଢଗ ଅଛି ଚୋର ଗଲା ପରେ ବୁଦ୍ଧି ଦିଶଇ। ଯେପର୍ଯ୍ୟନ୍ତ ଏକ ଦୁର୍ଘଟଣା ନ ଘଟିଛି ସେପର୍ଯ୍ୟନ୍ତ କୌଣସି ଅଭିଯୋଗ ହୁଏନାହିଁ। ଯେପର୍ଯ୍ୟନ୍ତ ରାସ୍ତାରେ ଦୁର୍ଘଟଣା ଘଟି କିଛି ଲୋକ ମୃତ୍ୟୁବରଣ ନ କରିଛନ୍ତି, ସେପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ଅଭିଯୋଗ ହୁଏନାହିଁ। ଯେପର୍ଯ୍ୟନ୍ତ ମୁକୁଳା ଡ୍ରେନରେ ପଡ଼ି କିଛି ଛାତ୍ରଛାତ୍ରୀ ମୃତ୍ୟୁବରଣ ନ କରିଛନ୍ତି, ସେପର୍ଯ୍ୟନ୍ତ ଡ୍ରେନ୍ ମରାମତି ଓ ମୃତ୍ୟୁବାବଦ କ୍ଷତିପୂରଣ ପାଇଁ ଆନ୍ଦୋଳନ ବା ଅଭିଯୋଗ ହୁଏନାହିଁ। ଯେପର୍ଯ୍ୟନ୍ତ ଦୁର୍ନୀତି ଅଭିଯୋଗରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ନ ହୋଇଛି, ସେପର୍ଯ୍ୟନ୍ତ ଦୁର୍ନୀତି ବିରୋଧରେ କେହି ସ୍ୱର ଉତ୍ତୋଳନ କରନ୍ତି ନାହିଁ। ବିଜେବି କଲେଜରେ ର‌୍ୟାଗିଂ ଘଟଣା ଲୋକଲୋଚନକୁ ଆସିଲା ପରେ ଏବେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ ର‌୍ୟାଗିଂ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏବେ ର‌୍ୟାଗିଂମୁକ୍ତ ଶିକ୍ଷାନୁଷ୍ଠାନ ଓ ର‌୍ୟାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ରୁଚିକାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତିବିଶେଷ କିଛିଦିନ ଧରି ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି ଓ ଧାରଣାରେ ବସିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆନ୍ଦୋଳନ, ଅନଶନ ବା ଧାରଣାରେ ବସିଲେ ର‌୍ୟାଗିଂମୁକ୍ତ ଶିକ୍ଷାନୁଷ୍ଠାନ ସମ୍ଭବ ହୋଇପାରିବ ନାହିଁ। ବରଂ ର‌୍ୟାଗିଂ ନିୟନ୍ତ୍ରଣ ପାଇଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଭଳି ଓଡ଼ିଶାରେ ର‌୍ୟାଗିଂ ନିରୋଧ କଠୋର ଆଇନ୍ କାର୍ଯ୍ୟକାରୀ କରିବା, ମାନସିକ ନିର୍ଯ୍ୟାତନା ଦେଉଥିବା ବରିଷ୍ଠ ସହପାଠୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବା ଓ ଏଥିପାଇଁ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା, ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ହଷ୍ଟେଲରେ ର‌୍ୟାଗିଂ ବନ୍ଦ ପାଇଁ ସମ୍ପୃକ୍ତ ହଷ୍ଟେଲରେ ଅନ୍ତେବାସୀ, ନିର୍ବାଚିତ ଛାତ୍ର ପ୍ରତିନିଧି, ୱାର୍ଡ଼େନ, ସୁପରିନଟେଣ୍ଡେଣ୍ଟ ଓ ଅଧ୍ୟକ୍ଷକଙ୍କୁ ନେଇ ଏକ କମିଟି ଗଠନ କରିବା, ପ୍ରତ୍ୟେକ ମାସରେ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରି ର‌୍ୟାଗିଂ ଏକ ଦଣ୍ଡନୀୟ ଅପରାଧ ବୋଲି ସଚେତନ କରିବା, ମାନବାଧିକାର କମିଶନଙ୍କ ତତ୍ତ୍ୱାବଧାନରେ ପୋଲିସ୍ ଦ୍ୱାରା ୨୪ ଘଣ୍ଟିଆ ଟୋଲ୍ ଫ୍ରି ର‌୍ୟାଗିଂ ନିରୋଧ ସେବା ଯୋଗାଇ ଦେବା ଏବଂ ବିଧାନସଭା ଅଧିବେଶନରେ ର‌୍ୟାଗିଂ ବନ୍ଦ ପାଇଁ କଠୋର ଆଇନ୍ ପ୍ରଣୟନ କରାଗଲେ, ତେବେ ଯାଇ ର‌୍ୟାଗିଂମୁକ୍ତ ଶିକ୍ଷାନୁଷ୍ଠାନ ସମ୍ଭବ ହୋଇପାରିବ।

ମୋ : ୮୩୨୮୮୪୦୨୧୪, କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ଆତ୍ମହତ୍ୟା ବିଜେବି ସ୍ୱଂୟଶାସିତ କଲେଜ ମାନସିକ ନିର୍ଯ୍ୟାତନା
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.