Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହିମାଚଳ ପ୍ରଦେଶରରେ ଦେଶ ପାଇଁ ୩୬୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

ହିମାଚଳ ପ୍ରଦେଶରରେ ଦେଶ ପାଇଁ ୩୬୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

October 5, 2022No Comments7 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନଏଚ-୧୦୫ ର ପିଞ୍ଜୋରରୁ ନାଲାଗଡ ପର୍ଯ୍ୟନ୍ତ ଜାତୀୟ ରାଜପଥର ଚାରି ଲେନ ପାଇଁ ପ୍ରାୟ ୩୧ କିଲୋମିଟର ନିମନ୍ତେ ୧୬୯୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଦେଶକୁ, ଏମ୍‌ସ, ବିଲାସପୁରକୁ ଉତ୍ସର୍ଗୀକୃତ କରିଛନ୍ତି। ପ୍ରଧାନମନ୍ତ୍ରୀ ନାଲାଗଡରେ ମେଡିକାଲ୍ ଡିଭାଇସ୍ ପାର୍କର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ଯାହା ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ଏହା ସହିତ ପ୍ରଧାନମନ୍ତ୍ରୀ ବାନ୍ଦଲାରେ ସରକାରୀ ହାଇଡ୍ରୋ ଇଞ୍ଜିନିୟରିଂ କଲେଜକୁ ଉଦଘାଟନ କରିଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଜୟ ଦଶମୀର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ଶୁଭ ପର୍ବ ପ୍ରତ୍ୟେକ ବାଧାବିଘ୍ନକୁ ଦୂର କରିବା ବେଳେ ପ୍ରତିଶ୍ରୁତି ଦିଆଯାଇଥିବା ‘ପଞ୍ଚ ପ୍ରାଣ’ ରାସ୍ତାରେ ଚାଲିବା ପାଇଁ ସମସ୍ତଙ୍କୁ ନୂତନ ଶକ୍ତି ଦେବ। ଭବିଷ୍ୟତର ବିଜୟ ପାଇଁ ବିଜୟା ଦଶମୀ ଅବସରରେ ହିମାଚଳରେ ରହିବାର ସୁଯୋଗ ପାଇଥିବାରୁ  ସେ ନିଜକୁ ଭାଗ୍ୟବାନ ମଣିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ ବିଳାସପୁରକୁ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଦୁଇଟି ଉପହାର ମିଳିଛି। କୁଲୁ ଦଶହରାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବାରୁ ସେ କୃତଜ୍ଞତା ଜଣାଇବା ସହ ଦେଶର କଲ୍ୟାଣ ପାଇଁ ଭଗବାନ୍ ରଘୁନାଥ ଜୀଙ୍କୁ ପ୍ରାର୍ଥନା କରିବେ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ପୁରୁଣା ସମୟ ବିଷୟରେ ମନେ ପକାଇଲେ ଯେତେବେଳେ ସେ ଏବଂ ତାଙ୍କ ସହଯୋଗୀମାନେ ଏହି ଅଞ୍ଚଳରେ କାମ କରୁଥିଲେ ଏବଂ ରହୁଥିଲେ। ସେ କହିଛନ୍ତି, “ମୁଁ ଭାଗ୍ୟବାନ ଯେ ହିମାଚଳ ପ୍ରଦେଶର ବିକାଶ ଯାତ୍ରାରେ ସାମିଲ୍ ହୋଇ ପାରିଛି। ”

ହିମାଚଳ ପ୍ରଦେଶରେ ଗତ କିଛି ବର୍ଷ ମଧ୍ୟରେ ଘଟିଥିବା ଘଟଣାଗୁଡ଼ିକ ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତ ବିକାଶ ପାଇଁ କେବଳ ଲୋକଙ୍କର ଭୋଟ୍ ହିଁ ଦାୟୀ। ସମସ୍ତ ବିକାଶମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥିବା ରାଜ୍ୟ ତଥା କେନ୍ଦ୍ର ଉପରେ ଲୋକଙ୍କ ଆତ୍ମବିଶ୍ୱାସକୁ ସେ ଶ୍ରେୟ ଦେଇଛନ୍ତି।

ସେ କହିଛନ୍ତି ଯେ ବହୁତ ଦିନ ଧରି ଚିନ୍ତାଧାରା ଥିଲା ଯେ ଶିକ୍ଷା, ସଡକ, ଶିଳ୍ପ, ଡାକ୍ତରଖାନା ଭଳି ସୁବିଧା କେବଳ ବଡ ସହର ପାଇଁ ଉଦ୍ଦିଷ୍ଟ। ସାଧାରଣତଃ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ଏହି ସେବା ସୁବିଧା ଶେଷର ପହଞ୍ଚୁଥିଲା।  ଏହି କାରଣୁ ଦେଶର ବିକାଶରେ ଏହା ଏକ ଅସନ୍ତୁଳନତା ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ମଧ୍ୟ କହିଛନ୍ତି ଯେ ହିମାଚଳ ପ୍ରଦେଶର ଲୋକମାନେ ଛୋଟ ସମସ୍ୟା ପାଇଁ ଚଣ୍ଡିଗଡ଼ କିମ୍ବା ଦିଲ୍ଲୀ ଯିବାକୁ ବାଧ୍ୟ ହୋଇଥିଲେ। ତେବେ, ଗତ 8 ବର୍ଷ ମଧ୍ୟରେ, ଡବଲ୍ ଇଞ୍ଜିନ ସରକାର ସେସବୁ ରେ ବହୁତ କିଛି ପରିବର୍ତ୍ତନ ଆଣିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ହିମାଚଳ ପ୍ରଦେଶ ଆଇଆଇଟି, ଆଇଆଇଏମ୍ ଏବଂ ଆଇଆଇଆଇଟି ଭଳି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହିତ ସଜ୍ଜିତ ହୋଇଛି। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଏମ୍‌ସ, ବିଲାଶପୁର ଭାରତରେ ଡାକ୍ତରୀ ଶିକ୍ଷାର ସର୍ବୋଚ୍ଚ ସ୍ଥାନ ହୋଇ ବିଳାଶପୁର ପାଇଁ ଗୌରବ ଆଣିବ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଆଠ ବର୍ଷ ମଧ୍ୟରେ ହିମାଚଳ ପ୍ରଦେଶ ବିକାଶର ନୂତନ ଶିଖରରେ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ ସରକାରରେ ପରିବର୍ତ୍ତିତ କାର୍ଯ୍ୟର ଶୈଳୀ ଉପରେ ଆଲୋକପାତ କରିଥିଲେ କାରଣ ବର୍ତ୍ତମାନ ପ୍ରକଳ୍ପଗୁଡ଼ିକର ଉତ୍ସର୍ଗର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ରାଷ୍ଟ୍ର ନିର୍ମାଣରେ ହିମାଚଳ ପ୍ରଦେଶର ଅବଦାନ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ‘ରାଷ୍ଟ୍ର ରକ୍ଷା’ ରେ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଏବଂ ବର୍ତ୍ତମାନ ବିଳାଶପୁରରେ ନୂତନ ଭାବେ ଉଦଘାଟିତ ହୋଇଥିବା ଏମ୍‌ସ ସହିତ ଏହା ‘ଜୀବନ ରକ୍ଷା’ ରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ। ମହାମାରୀର ଆହ୍ୱାନ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହିମାଚଳ ପ୍ରଦେଶର ଲୋକମାନଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ, କାରଣ ବଲ୍‌କ ଡ୍ରଗ୍ସ ପାର୍କ ପାଇଁ ମନୋନୀତ ହୋଇଥିବା ତିନୋଟି ରାଜ୍ୟ ମଧ୍ୟରୁ ଏହା ଅନ୍ୟତମ। ମେଡିକାଲ୍ ଡିଭାଇସ୍ ପାର୍କ ପାଇଁ ମନୋନୀତ ହୋଇଥିବା ଚାରିଟି ରାଜ୍ୟ ମଧ୍ୟରୁ ହିମାଚଳ ପ୍ରଦେଶ ଏବଂ ନାଲାଗଡ ମେଡିକାଲ୍ ଡିଭାଇସ୍ ପାର୍କ ଏହାର ଏକ ଅଂଶ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ସାହସୀମାନଙ୍କର ଭୂଭମି ଏବଂ ମୁଁ ଏହି ଭୂମି ନିକଟରେ ଋଣୀ ଅଟେ।

ଡାକ୍ତରୀ ପର୍ଯ୍ୟଟନ ଦିଗକୁ ଆଲୋକିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହିମାଚଳ ପ୍ରଦେଶର ଅସୀମ ସୁଯୋଗ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବାୟୁ, ପରିବେଶ ଏବଂ ଜଡ଼ିବୁଟି ଔଷଧ ରାଜ୍ୟ ପାଇଁ ଲାଭଦାୟକ ଉତ୍ସ ହୋଇପାରେ।

ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ସହଜ ଜୀବନଯାପନ ସୁନିଶ୍ଚିତ କରିବାକୁ ସରକାରଙ୍କ ଉଦ୍ୟମକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୂର ସ୍ଥାନଗୁଡିକରେ ଡାକ୍ତରଖାନା ଉପଲବ୍ଧ କରାଇବା ଏବଂ ଚିକିତ୍ସା ବିଲ୍ ଖର୍ଚ୍ଚ କମ୍ କରିବାକୁ ପ୍ରୟାସ କରାଯାଉଛି। ସେଥିପାଇଁ ଆମେ ଏମ୍‌ସ ରୁ ଜିଲ୍ଲା ଡାକ୍ତରଖାନା ଏବଂ ଗ୍ରାମଗୁଡିକର ସୁସ୍ଥତା କେନ୍ଦ୍ରଗୁଡିକରେ ଗୁରୁତର ଚିକିତ୍ସା ପର୍ଯ୍ୟନ୍ତ ଏକ ନିରନ୍ତର ସଂଯୋଗ ଉପରେ କାର୍ଯ୍ୟ କରୁଛୁ। ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟର ଅଧିକାଂଶ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଉଛି। ସମଗ୍ର ଦେଶରେ ୩ କୋଟିରୁ ଅଧିକ ରୋଗୀ ଏବଂ ୧.୫ ଲକ୍ଷ ହିତାଧିକାରୀ ହିମାଚଳରୁ ଆସିଛନ୍ତି। ସରକାର ସାରା ଦେଶରେ ୪୫ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି ଓ ରୋଗୀମାନଙ୍କର ପ୍ରାୟ ୯୦ ହଜାର କୋଟିରୁ ଅଧିକ ଟଙ୍କା ସଞ୍ଚୟ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ମା, ଭଉଣୀ ଏବଂ ଝିଅମାନଙ୍କୁ ସୁଖ, ସୁଗମ୍ୟତା, ସମ୍ମାନ, ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଯୋଗାଇବା ଉପରେ ଡବଲ ଇଞ୍ଜିନ ସରକାରର ମୂଳଦୁଆ ସ୍ଥାପନ କରାଯାଇଛି। ସେ ପୁନଶ୍ଚ କହିଛନ୍ତି ଯେ ଶୌଚାଳୟ ନିର୍ମାଣ, ମାଗଣା ଗ୍ୟାସ ସଂଯୋଗ, ସାନିଟାରୀ ପ୍ୟାଡ ବଣ୍ଟନ ଯୋଜନା, ମାତୃ ବନ୍ଦନା ଯୋଜନା ଏବଂ ମା’ ଓ ଭଉଣୀଙ୍କ ସଶକ୍ତିକରଣ ପାଇଁ ହର ଘର ଜଲ ଅଭିଯାନ ପରି ପଦକ୍ଷେପ ମାନ ଗ୍ରହଣ କରାଯାଉଛି।

ଅତ୍ୟନ୍ତ ଉତ୍ସାହ ଓ ସକ୍ରିୟତାର ସହିତ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବା ଏବଂ ଏହାର ପରିସର ବିସ୍ତାର କରିଥିବାରୁ ପ୍ରଧାନମନ୍ତ୍ରୀ  ମୁଖ୍ୟ ମନ୍ତ୍ରୀ ଏବଂ ତାଙ୍କର ଟିମ୍‌ଙ୍କୁ  ପ୍ରଶଂସା କରିଥିଲେ। ହର୍‌ ଘର ଜଲ୍‌ ଭଳି ଯୋଜନା ଏବଂ ପେନସନ ଭଳି ସାମାଜିକ ସୁରକ୍ଷା ଯୋଜନାଗୁଡିକର କାର୍ଯ୍ୟକାରିତାକୁ ସେ ପ୍ରଶଂସା କରିଥିଲେ। ସେହିଭଳି, ହିମାଚଳର ଅନେକ ପରିବାର ୱାନ୍ ରାଙ୍କ୍ ୱାନ୍ ପେନ୍ସନ୍ ଦ୍ୱାରା ବହୁତ ଉପକୃତ ହୋଇଛନ୍ତି। ଶହେ ପ୍ରତିଶତ କରୋନା ଟୀକାକରଣରେ ପ୍ରଥମ ରାଜ୍ୟ ହୋଇଥିବାରୁ ସେ ରାଜ୍ୟକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ହିମାଚଳ ଏକ ସୁଯୋଗର ରାଜ୍ୟ’’। ସେ ସମସ୍ତଙ୍କୁ ସୂଚନା ଦେଇଛନ୍ତି ଯେ ରାଜ୍ୟ ବିଦ୍ୟୁତ୍ ଉତ୍ପାଦନ କରୁଛି, ଉର୍ବର ଜମି ଅଛି ଏବଂ ପର୍ଯ୍ୟଟନ ହେତୁ ଅନନ୍ତ ନିଯୁକ୍ତି ସୁଯୋଗ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉନ୍ନତ ସଂଯୋଗର ଅଭାବ ହିଁ ଏହି ସୁଯୋଗ ସାମ୍ନାରେ ସବୁଠାରୁ ବଡ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୪ ମସିହାରୁ ହିମାଚଳ ପ୍ରଦେଶର ଗ୍ରାମରୁ ଗ୍ରାମ ପର୍ଯ୍ୟନ୍ତ ସର୍ବୋତ୍ତମ ଭିତ୍ତିଭୂମି ପହଞ୍ଚିବା ପାଇଁ ଉଦ୍ୟମ ଚାଲିଛି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ହିମାଚଳର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ମଧ୍ୟ ବ୍ୟାପକ ଭାବରେ କରାଯାଉଛି। ସେ କହିଛନ୍ତି,  “ବର୍ତ୍ତମାନ ହିମାଚଳ ପ୍ରଦେଶରେ ସଂଯୋଗ କାର୍ଯ୍ୟ ପାଇଁ ପ୍ରାୟ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି’’। ଚଣ୍ଡିଗଡ଼ ଏବଂ ଅମ୍ବାଲା ଠାରୁ ବିଳାଶପୁର, ମଣ୍ଡି ଏବଂ ମନାଲି ଅଭିମୁଖେ ଯାଉଥିବା ଯାତ୍ରୀମାନେ ମଧ୍ୟ ଏହାର ସୁବିଧା ପାଇବେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ହିମାଚଳବାସୀଙ୍କୁ ବକ୍ରାକୃତି ରାସ୍ତାରୁ ମୁକ୍ତ କରିବା ପାଇଁ ଟନେଲର ଏକ ନେଟୱାର୍କ ମଧ୍ୟ ରଖାଯାଉଛି।

ଡିଜିଟାଲ୍ ଇଣ୍ଡିଆର ଅତ୍ୟାଧୁନିକ ବିକାଶକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ୍ ସଂଯୋଗକୁ ନେଇ ହିମାଚଳ ପ୍ରଦେଶରେ ମଧ୍ୟ ଅଦ୍ୱିତୀୟ କାର୍ଯ୍ୟ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୮ ବର୍ଷ ମଧ୍ୟରେ ମେଡ୍ ଇନ୍ ଇଣ୍ଡିଆ ମୋବାଇଲ୍ ଫୋନ୍ ମଧ୍ୟ ଶସ୍ତା ହୋଇଛି ଏବଂ ନେଟୱାର୍କକୁ ଗାଁକୁ ଆଣିଛି। ଉନ୍ନତ ୪ଜି ସଂଯୋଗ ହେତୁ ହିମାଚଳ ପ୍ରଦେଶ ମଧ୍ୟ ଡିଜିଟାଲ୍ କ୍ଷେତ୍ରରେ ବହୁତ ଦ୍ରୁତ ଗତିରେ ଆଗେଇ ଚାଲିଛି। ସେ କହିଛନ୍ତି, “ଯଦି କେହି ଡିଜିଟାଲ୍ ଇଣ୍ଡିଆରୁ ଅଧିକ ଲାଭବାନ ହେଉଛନ୍ତି, ତେବେ ସେ ହେଉଛନ୍ତି ହିମାଚଳ ପ୍ରଦେଶର ଲୋକମାନେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏହି କାରଣରୁ ବିଲ୍ ପଇଠ, ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ, ଆଡମିଶନ, ଆବେଦନ ଇତ୍ୟାଦି କାର୍ଯ୍ୟକୁ ବହୁତ କମ୍ ସମୟରେ କରାଯାଇପାରୁଛି।

ଦେଶରେ ୫ଜି ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ବର୍ତ୍ତମାନ ଦେଶରେ ପ୍ରଥମ ଥର ପାଇଁ ମେଡ୍ ଇନ୍ ଇଣ୍ଡିଆ ୫ଜି ସେବା ମଧ୍ୟ ଆରମ୍ଭ ହୋଇଛି ଏବଂ ଏହାର ଲାଭ ଖୁବ ଶୀଘ୍ର ହିମାଚଳ ପାଇଁ ଉପଲବ୍ଧ ହେବ।” ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଭାରତରେ ଡ୍ରୋନ୍ ନିୟମର ପରିବର୍ତ୍ତନ ପରେ ପରିବହନ ପାଇଁ ସେମାନଙ୍କର ବ୍ୟବହାର ବହୁଗୁଣିତ ହେବାକୁ ଥିବାବେଳେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏବଂ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଏଥିରୁ ବହୁତ ଲାଭ ମିଳି ପାରିବ। ଡ୍ରୋନ୍ ନୀତି ନେଇ ପ୍ରଥମ ରାଜ୍ୟ ହୋଇଥିବାରୁ ସେ ହିମାଚଳ ପ୍ରଦେଶକୁ ପ୍ରଶଂସା କରିଛନ୍ତି। “ଆମେ ଏକ ପ୍ରକାର ବିକାଶ ପାଇଁ ଚେଷ୍ଟା କରୁଛୁ ଯାହା ପ୍ରତ୍ୟେକ ନାଗରିକଙ୍କ ସୁବିଧା ବଢ଼ାଇଥାଏ ଏବଂ ପ୍ରତ୍ୟେକ ନାଗରିକ ସମୃଦ୍ଧତା ସହିତ ଜଡିତ ଅଟନ୍ତି। ଏହା ଏକ ବିକଶିତ ଭାରତର ସଂକଳ୍ପ ଏବଂ ଏକ ବିକଶିତ ହିମାଚଳ ପ୍ରଦେଶର ପ୍ରମାଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ପ୍ରକାଶ ନାଡା ଏବଂ ସାଂସଦ ତଥା ବିଜେପି ରାଜ୍ୟ ସଭାପତି ସୁରେଶ କୁମାର କଶ୍ୟପ ଏହି ଅବସରରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ହିମାଚଳ ପ୍ରଦେଶରେ ଏକାଧିକ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ଏନଏଚ-୧୦୫ ରେ ପିଞ୍ଜୋରରୁ ନାଲାଗଡ ପର୍ଯ୍ୟନ୍ତ ଜାତୀୟ ରାଜପଥର ଚାରି ଲେନ ପାଇଁ ପ୍ରାୟ ୩୧ କିଲୋମିଟର ଲମ୍ବା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୧୬୯୦ କୋଟି ପ୍ରକଳ୍ପ ରାସ୍ତା ହେଉଛି ଅମ୍ବାଲା, ଚଣ୍ଡିଗଡ଼, ପଞ୍ଚକୁଲା ଏବଂ ସୋଲାନ / ଶିମଲା ଠାରୁ ବିଲାସପୁର, ମଣ୍ଡି ଏବଂ ମନାଲି ଆଡକୁ ଯାଉଥିବା ଟ୍ରାଫିକ ପାଇଁ ଏକ ପ୍ରମୁଖ ସଂଯୋଗକାରୀ ଲିଙ୍କ। ଏହି ଚାରି ଲେନ ବିଶିଷ୍ଟ ଜାତୀୟ ରାଜପଥର ପ୍ରାୟ ୧୮ କିଲୋମିଟର ହିମାଚଳ ପ୍ରଦେଶ ଅଧୀନରେ ଏବଂ ଅବଶିଷ୍ଟ ଅଂଶ ହରିୟାନାରେ ରହିଛି। ଏହି ରାଜପଥ ହିମାଚଳ ପ୍ରଦେଶର ଇଣ୍ଡଷ୍ଟ୍ରିଆଲ୍ ହବ୍ ନାଲାଗଡ-ବାଡିରେ ଉନ୍ନତ ପରିବହନ ସୁବିଧା ସୁନିଶ୍ଚିତ କରିବ ଏବଂ ଏହି ଅଞ୍ଚଳର ଶିଳ୍ପ ବିକାଶ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ମଧ୍ୟ ରାଜ୍ୟରେ ପର୍ଯ୍ୟଟନକୁ ବୃଦ୍ଧି କରିବ।

ଏମ୍‌ସ ବିଳାଶପୁର

ସାରା ଦେଶରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ପ୍ରତିବଦ୍ଧତା ଏମ୍‌ସ ବିଲାଶପୁରର ଉଦଘାଟନ ମାଧ୍ୟମରେ ପୁନର୍ବାର ପ୍ରଦର୍ଶିତ ହେଉଛି । ଅକ୍ଟୋବର ୨୧୦୭ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ କରାଯାଇଥିବା ଏହି ଡାକ୍ତରଖାନା ସେଣ୍ଟ୍ରାଲ ସେକ୍ଟର ସ୍କିମ୍ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରତିଷ୍ଠା କରାଯାଉଛି।

୧୪୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏମ୍‌ସ ବିଳାଶପୁର ହେଉଛି ଏକ ଅତ୍ୟାଧୁନିକ ଡାକ୍ତରଖାନା ଯାହାକି ୧୮ ଟି ସ୍ପେସିଆଲିଟି ଏବଂ ୧୭ ଟି ସୁପର ସ୍ପେସିଆଲିଟି ବିଭାଗ, ୧୮ ଟି ମଡ୍ୟୁଲାର୍ ଅପରେସନ୍ ଥିଏଟର, ୬୪ ଟି ଆଇସିୟୁ ବେଡ୍ ସହିତ ୭୫୦ ଶଯ୍ୟା ବିଶିଷ୍ଟ ଅଟେ। ୨୪୭ ଏକରରୁ ଅଧିକ ସ୍ଥାନରେ ପରିବ୍ୟାପ୍ତ ଏହି ହସ୍ପିଟାଲରେ 24 ଘଣ୍ଟା ଜରୁରୀକାଳୀନ ଏବଂ ଡାଏଲିସିସ୍ ସୁବିଧା, ଅଲଟ୍ରାସୋନୋଗ୍ରାଫି, ସିଟି ସ୍କାନ୍, ଏମଆରଆଇ ଇତ୍ୟାଦି ଆଧୁନିକ ଡାଇଗ୍ନୋଷ୍ଟିକ୍ ମେସିନ୍, ଅମୃତ ଫାର୍ମାସି ଏବଂ ଜନ ଔଷଧୀ କେନ୍ଦ୍ର ଏବଂ ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ୍ ସହିତ ରହିଛି। ହିମାଚଳ ପ୍ରଦେଶର ଆଦିବାସୀ ତଥା ଅପହଞ୍ଚ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ହସ୍‌ପିଟାଲ୍‌ ଡିଜିଟାଲ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ସ୍ଥାପନ କରିଛି। ଏଥିସହ କାଜା, ସାଲୁନି, ଏବଂ କେଲଙ୍ଗ ଭଳି ଦୁର୍ଗମ ଆଦିବାସୀ ତଥା ଉଚ୍ଚ ହିମାଳୟ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ହସ୍‌ପିଟାଲ୍‌ ଦ୍ୱାରା ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ହସ୍‌ପିଟାଲ୍‌  ପ୍ରତିବର୍ଷ ଏମବିବିଏସ୍ ପାଠ୍ୟକ୍ରମ ପାଇଁ ୧୦୦ ଛାତ୍ର ଏବଂ ନର୍ସିଂ ପାଠ୍ୟକ୍ରମ ପାଇଁ ୬୦ ଜଣ ଛାତ୍ରଙ୍କୁ ଗ୍ରହଣ କରିବ।

ସରକାରୀ ହାଇଡ୍ରୋ ଇଞ୍ଜିନିୟରିଂ କଲେଜ୍‌, ବାନ୍ଦଲା

ପ୍ରଧାନମନ୍ତ୍ରୀ ବନ୍ଦଲାରେ ସରକାରୀ ହାଇଡ୍ରୋ ଇଞ୍ଜିନିୟରିଂ କଲେଜକୁ ମଧ୍ୟ ଉଦଘାଟନ କରିବେ। ପ୍ରାୟ ୧୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି କଲେଜ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ତାଲିମପ୍ରାପ୍ତ ମାନବ ସମ୍ବଳ ଉପଲବ୍ଧ କରାଇବାରେ ସାହାଯ୍ୟ କରିବ, ଯେଉଁଥିରେ ହିମାଚଳ ପ୍ରଦେଶ ଏକ ଅଗ୍ରଣୀ ରାଜ୍ୟ ଅଟେ। ଏହା ଯୁବକମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ଏବଂ ଜଳ ବିଦ୍ୟୁତ୍ କ୍ଷେତ୍ରରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ପ୍ରଦାନ କରିବାରେ ସାହାଯ୍ୟ କରିବ।

ମେଡିକାଲ୍ ଡିଭାଇସ୍ ପାର୍କ, ନାଲାଗଡ଼

ପ୍ରଧାନମନ୍ତ୍ରୀ ନାଲାଗଡରେ ମେଡିକାଲ ଡିଭାଇସ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଯାହା ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ଏହି ମେଡିକାଲ୍ ଡିଭାଇସ୍ ପାର୍କରେ ଟ.୮୦୦ କୋଟିରୁ ଅଧିକ ମୂଲ୍ୟର ଏମଓୟୁ ଶିଳ୍ପ ପ୍ରତିଷ୍ଠା ପାଇଁ ପୂର୍ବରୁ ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଏହି ଅଞ୍ଚଳରେ ନିଯୁକ୍ତି ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିବ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ହିମାଚଳ ପ୍ରଦେଶର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.