Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିତାମାନଙ୍କ ଗତିବିଧିକୁ ନୀରିକ୍ଷଣ କରିବା ପାଇଁ ଗଠନ ହେଲା ଚିତା ଟାସ୍କ ଫୋର୍ସ
ଜାତୀୟ ଖବର

ଚିତାମାନଙ୍କ ଗତିବିଧିକୁ ନୀରିକ୍ଷଣ କରିବା ପାଇଁ ଗଠନ ହେଲା ଚିତା ଟାସ୍କ ଫୋର୍ସ

October 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିତାମାନଙ୍କ ଗତିବିଧିକୁ ନୀରିକ୍ଷଣ କରିବା ପାଇଁ ଗଠନ ହେଲା ଚିତା ଟାସ୍କ ଫୋର୍ସ ଗଠିତ

ନୂଆଦିଲ୍ଲୀ:  ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନୀରିକ୍ଷଣ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି।

ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଚିତା ଟାସ୍କ ଫୋର୍ସର କାର‌୍ୟ୍ୟାବଳୀ ସୁଗମ କରିବା ସହ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବେ। ଏହି ଟାସ୍କ ଫୋର୍ସର ଅବଧି ଦୁଇ ବର୍ଷ ରହିବ। ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ସମୟରେ ନିୟମିତ ଚିତା ପୁନର୍ବାସ ଅଞ୍ଚଳ ଗସ୍ତ କରିବା ପାଇଁ ଏକ ସବକମିଟି ଗଠନ କରା ଯାଇପାରିବ।

ଚିତାଙ୍କ ମୂଳ ବାସସ୍ଥାନ ଓ ସେମାନଙ୍କ ଜୈବ ବିବିଧତା ସଂରକ୍ଷଣ ପାଇଁ ଚିତା ପୁନର୍ବାସନ ଏକ ପ୍ରୋଟୋଟାଇପ ତଥା ମଡେଲର ଅଂଶବିଶେଷ। ଏହା ଜୈବ ବିବିଧତାର ଅବକ୍ଷୟ ଓ ତ୍ୱରିତ କ୍ଷତି ରୋକିବାରେ ସାହାଯ୍ୟ କରିବ। ଏକ ପ୍ରମୁଖ ଶିକାରୀ ଜୀବର ପୁନର୍ବାସନ ଦ୍ୱାରା ଐତିହାସିକ ବିବର୍ତ୍ତନୀୟ ଭାରସାମ୍ୟ ପୁନଃ ସ୍ଥାପିତ ହୋଇ ପରିବେଶ ପ୍ରଣାଳୀର ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଭାବ ପକାଇବ। ଚିତାକୁ ଫେରାଇ ଆଣିବା ଦ୍ୱାରା ସେମାନଙ୍କ ସଂରକ୍ଷଣ ଉଦ୍ୟମ ବେଶ ପ୍ରଭାବିତ ହେବ।

ଭାରତୀୟ ମୃଗ ଓ ସମ୍ବରଙ୍କ ମଧ୍ୟରେ ଦ୍ରୁତ ଗତି ଉପଯୋଜନ କରାଇବାରେ ଚିତା ବିବର୍ତ୍ତନୀୟ ପ୍ରାକୃତିକ ଚୟନ ଶକ୍ତି ଭାବେ କାମ କରିଥିଲା। ଚିତା ପୁନର୍ବାସନ ଦ୍ୱାରା ଆମେ କେବଳ ଏମାନଙ୍କ ଆଧାରକୁ ବଞ୍ଚାଇବାରେ ସକ୍ଷମ ହେବା ନାହିଁ ବରଂ ଚାରଣଭୂମି ବିଲୁପ୍ତ ପ୍ରାୟ ପ୍ରଜାତି ତଥା ଖୋଲା ବନ୍ୟ ପରିବେଶ ପ୍ରଣାଳୀକୁ ବଞ୍ଚାଇ ପରିବା।

ଟାସ୍କ ଫୋର୍ସର କାର୍ଯ୍ୟ-

କ) ଚିତାଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା, ଅଗ୍ରଗତି ଓ ନୀରିକ୍ଷଣ ସହ ଏକାନ୍ତବାସ ଓ ସଫ୍ଟ ରିଲିଜ ଖୁଆଡର ରକ୍ଷଣାବେକ୍ଷଣ, ସମୁଦାୟ ଅଞ୍ଚଳର ସଂରକ୍ଷଣ ସ୍ଥିତି, ବନ୍ୟ ଓ ପଶୁ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ ସୁନିଶ୍ଚିତ କରିବା ତଥା ଭାରତରେ ଚିତା ପୁନର୍ବାସନ ସମ୍ପର୍କରେ ଏନଟିସିଏ ଓ ମଧ୍ୟପ୍ରଦେଶ ବନ ବିଭାଗକୁ ଚିତାଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ, ବ୍ୟବହାର ଓ ରକ୍ଷଣାବେକ୍ଷଣ ପରାମର୍ଶ ପ୍ରଦାନ କରିବା ପାଇଁ ।

ଖ) କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ଶିକାର ଦକ୍ଷତା ଓ ଉପଯୋଜନ ସ୍ଥିତି ନୀରିକ୍ଷଣ

ଗ) ଚିତାଙ୍କୁ ଏକାନ୍ତବାସରୁ ସଫ୍ଟ ରିଲିଜ ଖୁଆଡ ଏବଂ ପରେ ଚାରଣ ଭୂମି ଓ ଖୋଲା ଜଙ୍ଗଲକୁ ଛାଡିବା ନୀରିକ୍ଷଣ କରିବ

ଘ) ପରିବେଶ ପର‌୍ୟ୍ୟଟନ ପାଇଁ ଚିତା ବାସସ୍ଥଳୀ ଖୋଲିବା ଓ ଏଥିପାଇଁ ଦିଶାନିର୍ଦ୍ଦେଶ ପରାମର୍ଶ ଦେବା

ଙ) କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ସଂରକ୍ଷିତ ଅଞ୍ଚଳର ସୀମାନ୍ତ କ୍ଷେତ୍ରରେ ପର‌୍ୟ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ଉପଦେଶ ଓ ପରାମର୍ଶ

ଚ) ଚିତା ମିତ୍ର ଓ ସ୍ଥାନୀୟ ଲୋକଙ୍କ ସହ ନିୟମିତ ଆଲୋଚନା କରି ସେମାନଙ୍କ ସଚେତନତା ବୃଦ୍ଧି ସହ ସେମାନଙ୍କୁ ଅଞ୍ଚଳ ସହ ଚିତା ସଂରକ୍ଷଣରେ ସାମିଲ କରିବା

ଟାସ୍କ ଫୋର୍ସର ସଦସ୍ୟମାନଙ୍କ ମଧ୍ୟରେ ସାମିଲ ଅଛନ୍ତି:

୧. ପ୍ରମୁଖ ସଚିବ (ବନ), ମଧ୍ୟପ୍ରଦେଶ

୨. ପ୍ରମୁଖ ସଚିବ (ପର‌୍ୟ୍ୟଟନ), ମଧ୍ୟପ୍ରଦେଶ

୩. ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ଶକ୍ତି ମୁଖ୍ୟ, ମଧ୍ୟପ୍ରଦେଶ

୪. ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟାପ୍ରାଣୀ ୱାର୍ଡେନ, ମଧ୍ୟପ୍ରଦେଶ

୫. ଶ୍ରୀ ଆଲୋକ କୁମାର, ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟାପ୍ରାଣୀ ୱାର୍ଡେନ, ମଧ୍ୟପ୍ରଦେଶ

୬. ଡଃ ଅମିତ ମଲ୍ଲିକ, ମହାନୀରିକ୍ଷକ, ଏନଟିସିଏ, ନୂଆଦିଲ୍ଲୀ

୭. ଡଃ ବିଷ୍ଣୁ ପ୍ରିୟା, ବୈଜ୍ଞାନିକ, ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ, ଡେରାଡୁନ

୮. ଶ୍ରୀ ଅଭିଲାଷ ଖାଣ୍ଡେକର, ସଦସ୍ୟ, ଏମପି ଏସବିଡବ୍ଲୁଏଲ, ଭୋପାଳ

୯. ଶ୍ରୀ ଶୁଭୋରଞ୍ଜନ ସେନ, ଏପିସିସିଏଫ- ବନ୍ୟପ୍ରାଣୀ, ସଦସ୍ୟ ସଂଯୋଜକ

ଚିତା
Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ଗାଲେ ଟେଷ୍ଟରେ ଶତକ ସହିତ ଦେବଦତ୍ତ ପାଡିକ୍କଲ୍ ଭାଙ୍ଗିଲେ ୩ ଟି ପ୍ରମୁଖ ରେକର୍ଡ

August 15, 2026

SEBIର ବଡ଼ ନିଷ୍ପତ୍ତି: ଭାରତ ନଆସି ଡିଜିଟାଲ୍ KYC ପୂରଣ କରିପାରିବେ ବିଦେଶରେ ରହୁଥିବା NRI  

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026
Latest News

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026

ଗାଲେ ଟେଷ୍ଟରେ ଶତକ ସହିତ ଦେବଦତ୍ତ ପାଡିକ୍କଲ୍ ଭାଙ୍ଗିଲେ ୩ ଟି ପ୍ରମୁଖ ରେକର୍ଡ

August 15, 2026

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଉଦ୍‌ଘାଟନ 

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.