Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତର ସବୁଠୁ ଦ୍ରୁତ ଧାବିକା ଦୁତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆମର ଏତେ ମୁଣ୍ଡ ବିନ୍ଧୁଛି କାହିଁକି ?
ବିଶେଷ ଖବର

ଭାରତର ସବୁଠୁ ଦ୍ରୁତ ଧାବିକା ଦୁତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆମର ଏତେ ମୁଣ୍ଡ ବିନ୍ଧୁଛି କାହିଁକି ?

May 21, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Conflict on Personal life of Dutee Chand
Conflict on Personal life of Dutee Chand

କେଦାର ମିଶ୍ର

ଦୁତୀ ଚାନ୍ଦଙ୍କ ସହିତ ଆମର ପରିଚୟ କଣ? ଜଣେ ନିହାତି ସାଧାରଣ ପରିବାରର ଝିଅ ଯେତେବେଳେ ପୃଥିବୀର ବହୁ ଆଥଲେଟିକ୍ସ ମିଟରେ ଭାରତ ଲାଗି ପଦକ ଜିତିଛନ୍ତି, ସେଥିରେ ଆମେ ଗର୍ବିତ ହୋଇଛୁ। ତାଙ୍କର ପ୍ରତିଭା ଆମକୁ ଗୌରବ ଆଣି ଦେଇଛି। ବିଭିନ୍ନ ପ୍ରକାର ସଂଘର୍ଷ ଦେଇ ଦୁତୀଙ୍କ ଜୀବନ ଗତିଶୀଳ ହୋଇଛି। କ୍ରୀଡା ଜଗତର ବହୁ ଉଦ୍ଭଟ ରାଜନୀତିର ଶିକାର ହେବାପରେ ମଧ୍ୟ ଦୁତୀ ନିଜର ସାଧନା ଜାରି ରଖିଛନ୍ତି। ୨୦୧୩ ରୁ ୧୯ ମାତ୍ର ୬ ବର୍ଷର ଆଥଲେଟିକ ଜୀବନରେ ବହୁ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ଦୁତୀ ଦେଶ ଲାଗି ପଦକ ଜିଣିଛନ୍ତି। ତେଣୁ ତାଙ୍କ ସହିତ ଜେନ ସାଧାରଣ ଓଡିଆ ଭାବରେ ଆମର ସମ୍ପର୍କ ହେଉଛି ଗୌରବବୋଧର। ଦୁତୀଙ୍କ ବ୍ୟକ୍ତିଗତ ଜୀବନ ଅପେକ୍ଷା ତାଙ୍କର ପ୍ରତିଭା କୁ ଆମେ ବେଶୀ ଜାଣିଛୁ। ବାସ୍ତବରେ ଆମ ଲାଗି ତାହା ହିଁ ଗୁରୁତ୍ୱପୂର୍ଣ୍ଣ।

ତେବେ କ୍ରୀଡା ଜଗତରେ ତାଙ୍କର ସଫଳତା ସହିତ କିଛି ବିବାଦ ଓ ବିସମ୍ବାଦ ମଧ୍ୟ ଚର୍ଚ୍ଚାରେ ରହିଛି। ହାଇପର ଆଣ୍ଡ୍ରୋଜେନିଜମ ବା ଲିଙ୍ଗଗତ ପ୍ରଶ୍ନକୁ ନେଇ ଏକଦା ରାଜ୍ୟ ଗୋଷ୍ଠୀ କ୍ରୀଡାରୁ ଦୁତୀଙ୍କୁ ବାଦ ଦିଆ ଯାଇଥିଲା। ଏ କ୍ଷେତ୍ରରେ ଦୁତୀଙ୍କର ସଂଘର୍ଷ ଓ କ୍ରୀଡାବିତ ଭାବରେ ବିଜର ଅଧିକାର ଫେରି ପାଇବା ଲାଗି ତାଙ୍କର ଲଢେଇ ଏକ ଉଦାହରଣ ପାଲଟିଥିଲା। ବିଭିନ୍ନ କ୍ଷେତ୍ରରେ ସଙ୍ଗର୍ଷ କରି ଦୁତୀ ପୁଣିଥରେ ଟ୍ରାକ କୁ ଫେରିଥିଲେ ଓ ଅଲିମ୍ପିକ ଖେଳିବାର ସୁଯୋଗ ପାଇଥିଲେ। ନିଜର ଗତ ୬ ବର୍ଷର ସଙ୍ଘର୍ଷପୂର୍ଣ୍ଣ ଜୀବନରେ ଦୁତୀ ଜାକର୍ତ୍ତା ରେ ଅନୁଷ୍ଠିତ ୨୦୧୮ ଏସିଆଡ ଗେମ୍ସ ରେ ଦୁଇଟି ରୌପ୍ୟ ପଦକ, ଏସିଆନ ଚମ୍ପିୟାନସିପ, ଭୁବନେଶ୍ୱର, ୨୦୧୭ରେ ଦୁଇଟି କାଂସ୍ୟ ପଦକ,  ଏସିଆନ ଚମ୍ପିୟାନସିପ, ଦୋହା, ୨୦୧୯ରେ କାଂସ୍ୟ ପଦକ, ଏସିଆନ ଜୁନିଅର ଆଠଲେଟିକସ ଚମ୍ପିୟାନସିପ, ତାଇପେଇରେ ଦୁଇଟି ସ୍ଵର୍ଣ୍ଣ ପଦକ ପାଇଛନ୍ତି। ଦୁତୀଙ୍କ ପରିଚୟ ଲାଗି ଏହା ହିଁ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ।

ତେବେ ଗତ କିଛିଦିନ ହେଲା ଦୁତୀ ଚାନ୍ଦଙ୍କୁ ନେଇ ଆମର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଗୋଟେ ଅବାଞ୍ଛିତ ଚର୍ଚ୍ଚା ବଢି ଚାଲିଛି। ଇଣ୍ଡିଆନ ଏକ୍ସପ୍ରେସ ଖବର କାଗଜକୁ ଏକ ସାକ୍ଷତକାର ଦେଇ ଦୁତୀ କହିଥିଲେ ଯେ ସେ ସମଲିଙ୍ଗି ବିବାହ କରିବାକୁ ଚାହୁଁଛନ୍ତି। ସେପ୍ଟେମ୍ବର ୨୦୧୮ରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଭାରତୀୟ ପିଙ୍ଗଳ କୋଡର ଦଫା ୩୭୭ କୁ ଅସାମ୍ବିଧାନିକ ଘୋଷଣା କଲାପରେ ଜଣେ ଭାରତୀୟ ନାଗରିକ ଭାବରେ ଦୁତୀ ନିଜର ନିଷ୍ପତ୍ତି ନେବା ଲାଗି ସ୍ଵାଧୀନ। ସେ କାହାକୁ ବିବାହ କରିବେ ବା କାହା ସଙ୍ଗେ ରହିବେ ସେଟା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ସେଥିରେ ଆମର, ଗଣମାଧ୍ୟମ ବା ତଥାକଥିତ ସମାଜର କିଛି କହିବାର ନାହିଁ। ଏ ସମ୍ପର୍କିତ ରାୟ ଲେଖିଲା ବେଳେ ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ଜଷ୍ଟିସ ଖାଂବାଲିକର ବିଶିଷ୍ଟ ଜର୍ମାନ ଦାର୍ଶନିକ ଓ କବି ଗେଟେଙ୍କ ଉକ୍ତି ଉଦ୍ଧାର କରି ଲେଖିଥିଲେ- “I am what I am, so take me as I am” । ନାଗରିକକୁ ନିଜର ଯୌନ ଜୀବନ ବାଛିବାର ସ୍ଵାଧୀନତା ମିଳିଛି। ତେଣୁ ଦୁତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଯେଉଁ ପ୍ରକାର ଅପଚର୍ଚ୍ଚା ବର୍ତ୍ତମାନ ଗଣମାଧ୍ୟମରେ ଚାଲିଛି, ଏହା କେବଳ ଅରୁଚିକର ନୁହେଁ, ମାନବ ଅଧିକାରର ବିରୋଧୀ ମଧ୍ୟ।

ସମଲିଙ୍ଗି ବିବାହକୁ ହୁଏତ ଦୁତୀଙ୍କ ରକ୍ଷଣଶୀଳ ପରିବାର ଗ୍ରହଣ କରୁନଥିବେ। ପରିବାର ଭିତରେ ଏମିତି ନୈତିକ ପ୍ରସଙ୍ଗକୁ ନେଇ ବହୁ ବାଦ ବିବାଦ ହୋଇଥାଏ। ଏଥିରେ ଦୁତୀଙ୍କ ମା ଓ ଭଉଣୀ ହୁଏତ ଆହତ ହୋଇଛନ୍ତି। ତେବେ ଏହା ଦୁତୀଙ୍କ ପାରିବାରିକ ସମସ୍ୟା ଓ ସମୟକ୍ରମେ ଏହାର ସମାଧାନ ପରିବାର ଭିତରେ ହିଁ ହେବ। ସେଥିରେ ଆମର ମୁଣ୍ଡ ବିନ୍ଧୁଛି କାହିଁକି? ଦୁତୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏତେ ଖବର ଓ ସ୍ଵତନ୍ତ୍ର ପ୍ୟାକେଜର ମାନେ କଣ? ପାରିବାରିକ କଳହକୁ ଗୋଟେ ପ୍ରକାର ନାଟକ ଭଳି ପରିବେଷଣ କରି ଆମେ ଦୁତୀଙ୍କ ମର୍ଯାଦାର ସହିତ ବଞ୍ଚିବାର ଅଧିକାରକୁ କ୍ଷୁଣ୍ଣ କରୁନାହୁଁ କି? ଗୋଟେ ପକ୍ଷରେ ଦୁତୀଙ୍କ ପାରିବାରିକ ଜୀବନକୁ ନେଇ ରୋଚକ ଖବର ମୁଖ୍ୟଧାରାର ଗଣମାଧ୍ୟମରେ ଚାଲିଥିବା ବେଳେ ସୋସିଆଲ ମିଡିଆରେ ଦୁତୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ଦିଆ ଚାଲିଛି।

ବ୍ୟକ୍ତଗତ ଜୀବନର ସ୍ଵାଧୀନତା ଲାଗି ଯେଉଁ ସମାଜ ସମ୍ମାନଜନକ ପରିବେଶ ସୃଷ୍ଟି କରିପାରେ ନାହିଁ, ସେ ସମାଜ କେବେହେଲେ ମାନବୀୟ ହୋଇ ପାରିବ ନାହିଁ। ଯେଉଁ ମହାପୁରୁଷମାନେ ଦୁତୀଙ୍କୁ ମନ ଇଚ୍ଛା ସୋସିଆଲ ମିଡିଆରେ ଗାଳି କରୁଛନ୍ତି, ସେମାନେ ଆଜି  ବି ବୋଧହୁଏ  ମଧ୍ୟଯୁଗରେ ବସବାସ କରୁଛନ୍ତି। କେହି କେହି ତ ଦୁତୀଙ୍କୁ ସରକାର ଦେଇଥିବା ପୁରଷ୍କାର ରାଶି ଫେରାଇ ଆଣିବାକୁ ଦାବି କଲେଣି। ଦୁତୀଙ୍କୁ ତାଙ୍କ ପ୍ରତିଭା ଲାଗି ପୁରଷ୍କାର ମିଳିଛି। ତାଙ୍କ ବ୍ୟକ୍ତିଗତ ଜୀବନ ଦେଖି ଯଦି କାହାର ମୁଣ୍ଡ ବିନ୍ଧୁଛି, ସେ ଆରମରେ ଔଷଧ ଖାଇ ଘରେ ରୁହନ୍ତୁ। ଅଯଥା ବ୍ୟକ୍ତିଗତ ଚର୍ଚ୍ଚାରୁ ଓ ଜଣେ ପ୍ରତିଭାମୟୀ କ୍ରୀଡାବିତଙ୍କ ବ୍ୟକ୍ତିଗତ ସ୍ଵାଧୀନତା ଅପହରଣ କରିବାର ଷଡଯନ୍ତ୍ରରୁ ବିରତ ରହିବା ଗଣମାଧ୍ୟମର କର୍ତ୍ତବ୍ୟ ହେବା ଉଚିତ।

duteechand kedarmishra କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.