Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ବିଗ ବି ଙ୍କ ଜନ୍ମ ଦିନରେ ଆସନ୍ତୁ ଦେଖିବା ‘ଅମିତାଭ ବଚ୍ଚନ ମନ୍ଦିର’, ମିଛ ନୁହେଁ ସତ
ଜାତୀୟ ଖବର

ଆଜି ବିଗ ବି ଙ୍କ ଜନ୍ମ ଦିନରେ ଆସନ୍ତୁ ଦେଖିବା ‘ଅମିତାଭ ବଚ୍ଚନ ମନ୍ଦିର’, ମିଛ ନୁହେଁ ସତ

October 11, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Big B turns 80: Amitabh Bachchan temple hosts virtual meet for 'Guru' with his EF

Happy Birthday Amitabh Bachchan: ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କୋଲକାତାରେ ଅମିତାଭ ବଚନଙ୍କର ରହିଛି ଏକ ମନ୍ଦିର। ଆଉ ସେହି ମନ୍ଦିରରେ ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ପୂଜାପାଠ କରାଯାଏ। ଜନ୍ମଦିନକୁ ଧୂମଧାମରେ ପାଳନ କରାଯାଇଥାଏ।

ତେବେ କରୋନା ପାଇଁ ଗତବର୍ଷ ଅମିତାଭଙ୍କ ଜନ୍ମଦିନ ଧୂମଧାମରେ ପାଳନ କରାଯାଇପାରି ନ ଥିଲା। ଏଥର ମଧ୍ୟ ସେହିପରି କମ ଲୋକଙ୍କୁ ନେଇ ଏହି ପୂଜାପାଠ କରାଯାଇଛି। ଏହି ମନ୍ଦିରର ମୁଖ୍ୟ ପ୍ରତିଷ୍ଠାତା ଏକାକୀ ଯାଇ ଅମିତାଭ ବଚନଙ୍କ ପ୍ରତିମୂର୍ତ୍ତି ଆଗରେ ଆଳତି କରି ଫେରିଛନ୍ତି। ଏହି ଆଳତିଙ୍କୁ ସେହି ମନ୍ଦିର ସହିତ ଜଡିତ ଥିବା ଭକ୍ତମାନେ ସୋସିଆଲ ମିଡିଆରେ ଲାଇଭ ଦେଖିଛନ୍ତି।

ଦକ୍ଷିଣ କୋଲକାତାର ବଲ୍ୟାଗୁଂଗି ଫାରି ନିକଟସ୍ଥ ଏକ ସ୍ଥାନରେ ନିର୍ମାଣ ହୋଇଛି ଏହି “ଅମିତାଭ ବଚ୍ଚନ ମନ୍ଦିର”। ଅମିତାଭଙ୍କ ବହୁ ପ୍ରଶଂସକଙ୍କ ବଦାନ୍ୟରେ ଏହି ମନ୍ଦିର ୨୦୦୧ ମସିହାରେ ନିର୍ମାଣ କରାଯାଇଛି। ଏହି ମନ୍ଦିରରେ ଅମିତାଭ ବଚ୍ଚନଙ୍କ ଏକ ଷ୍ଚାଇଲିସ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେହି ମୂର୍ତ୍ତିଙ୍କୁ ସମସ୍ତେ ଗୁରୁ ବୋଲି ସମ୍ବୋଧନ କରୁଛନ୍ତି।

ଏହି ମନ୍ଦିରରେ ପ୍ରତ୍ୟେକ ଦିନ ପୂଜା ଅର୍ଚ୍ଚନା କରାଯାଇଥାଏ। ମନ୍ଦିର ପରି ଏଠାରେ ମଧ୍ୟ ଭକ୍ତମାନ ଏକଜୁଟ ହୋଇଥାନ୍ତି। ତେବେ ଏହି ଭକ୍ତଙ୍କ ସଂଖ୍ୟା ସୀମିତ। ପ୍ରତ୍ୟେକ ଦିନ ପୂଜା ସହିତ ବିଶେଷ ଦିନରେ ମଧ୍ୟ ବିଶେଷ ପୂଜା ହୋଇଥାଏ। ମୁଖ୍ୟତଃ ତାଙ୍କ ଜନ୍ମ ଦିନଟି ଏହି ମନ୍ଦିରରେ ବେଶ ଧୂମଧାମରେ ପାଳନ କରାଯାଇଥାଏ।

ପ୍ରତିବର୍ଷ ଜନ୍ମଦିନରେ ଏହି ଅମିତାଭ ବଚନ ମନ୍ଦିରରେ ଅନ୍ନ ପୂଜା ମଧ୍ୟ କରାଯାଇଥାଏ। ଏହା ପୂଜା ହେବା ପରେ ଭକ୍ତମାନଙ୍କୁ ଖାଇବା ପାଇଁ ଦିଆଯାଇଥାଏ। ଏହାକୁ ସେମାନେ ପ୍ରସାଦ ବୋଲି କହିଥାନ୍ତି। ବିଗବିଙ୍କ ଜନ୍ମଦିନରେ ସକାଳୁ ପୂଜା ଅର୍ଚ୍ଚନା ସହିତ କେକ କଟା ମଧ୍ୟ ହୋଇଥାଏ। ଏଥିପାଇଁ ମନ୍ଦିରର ସଦସ୍ୟଗଣ ପୂର୍ବରୁ ସବୁ କିଛି ପ୍ରସ୍ତୁତ କରିଥାନ୍ତି। ଏହି କେକ କଟା ମୂର୍ହୁର୍ତ୍ତ ସେମାନଙ୍କ ପାଇଁ ମୁଖ୍ୟ। ସମସ୍ତେ ଏକାଠି ହେବା ପରେ କେକ କଟା ଆରମ୍ଭ ହୋଇଥାଏ। ସମସ୍ତେ ହାପି ବାର୍ଥ ଡେ ଟୁ ଗୁରୁ ବୋଲି କହି ମନ୍ଦିର ପ୍ରକମ୍ପିତ କରିଦିଅନ୍ତି।

ଜନ୍ମଦିନ ସହିତ ଅମିତାଭଙ୍କ କେତେବେଳେ କଣ ହେଲେ ମଧ୍ୟ ଏଠାରେ ପୂଜା ଅର୍ଚ୍ଚନା କରାଯାଇଥାଏ। ତେବେ ଚଳିତ ବର୍ଷ କରୋନା ଯୋଗୁଁ ମନ୍ଦିରରେ ପୂଜା ଅର୍ଚ୍ଚାନକୁ କାଣ୍ଟଛାଣ୍ଟ କରାଯାଇଛି। ନଚେତ ମନ୍ଦିର ପ୍ରତିଷ୍ଠାଠାରୁ ସବୁ ବର୍ଷ ଅକ୍ଟୋବର ୧୧ ତାରିଖ ବେଶ୍ ଧୂମଧାମରେ ପାଳନ କରାଯାଇଥାଏ।

ଅମିତାଭ ବଚ୍ଚନଙ୍କ ଜନ୍ମ ଦିନ
Share. Facebook Twitter LinkedIn Email WhatsApp Copy Link

Related Posts

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ଆଜି ଫେବୃୟାରୀ ୨୫ ତାରିଖ ବୁଧବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

February 25, 2026

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026
Latest News

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.