Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରୋଜଗାର ମେଳା ଶୁଭାରମ୍ଭ: ୨୨ ଅକ୍ଟୋବରରେ ୧୦ ଲକ୍ଷ ବ୍ୟକ୍ତିଙ୍କ ପାଇଁ ନିୟୋଜନ ଅଭିଯାନ
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରୋଜଗାର ମେଳା ଶୁଭାରମ୍ଭ: ୨୨ ଅକ୍ଟୋବରରେ ୧୦ ଲକ୍ଷ ବ୍ୟକ୍ତିଙ୍କ ପାଇଁ ନିୟୋଜନ ଅଭିଯାନ

October 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ ଅକ୍ଟୋବର ଦିନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳା ମାଧ୍ୟମରେ ୧୦ ଲକ୍ଷ କର୍ମଚାରୀଙ୍କ ପାଇଁ ନିଯୁକ୍ତି ଅଭିଯାନ ଆରମ୍ଭ କରୁଛନ୍ତି। ଏହି ସମାରୋହରେ ୭୫,୦୦୦ ନୂତନ ନିଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନିଯୁକ୍ତ ଲୋକଙ୍କୁ ସମ୍ବୋଧିତ କରିବେ।

ଯୁବକମାନଙ୍କ ପାଇଁ ଚାକିରି ସୁଯୋଗ ଯୋଗାଇବା ଏବଂ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରତିବଦ୍ଧତା ପୂରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଏହି ଲକ୍ଷ୍ୟ ନେଇ ଅନୁମୋଦିତ ଖାଲିଥିବା ପଦବୀ ପଦବୀ ପୂରଣ ପାଇଁ କାର୍ଯ୍ୟ କରୁଛନ୍ତି।

ଏହି ନୂତନ ନିଯୁକ୍ତିରେ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଭାରତ ସରକାରଙ୍କ ୩୮ ଟି ମନ୍ତ୍ରଣାଳୟ/ବିଭାଗରେ ଯୋଗଦେବେ। ନିଯୁକ୍ତ ବ୍ୟକ୍ତିମାନେ ବିଭିନ୍ନ ସ୍ତରରେ ସରକାରରେ ଯୋଗଦେବେ। ଗ୍ରୁପ୍ – ଏ, ଗ୍ରୁପ୍ – ବି (ଗେଜେଟେଡ୍), ଗ୍ରୁପ୍ – ବି (ଅଣ-ଗେଜେଟେଡ୍) ଏବଂ ଗ୍ରୁପ୍ – ସି ଇତ୍ୟାଦି। ଯେଉଁ ପଦବୀରେ ନିଯୁକ୍ତି ଦିଆଯାଉଛି ସେଥିରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ କର୍ମଚାରୀ, ସବ୍ ଇନ୍ସପେକ୍ଟର, କନଷ୍ଟେବଲ୍, ଏଲଡିସି, ଷ୍ଟେନୋ, ପିଏ, ଆୟକର କର୍ମଚାରୀ, ଟ୍ୟାକ୍ସ ଇନ୍ସପେକ୍ଟର, ଏମଟିଏସ, ଅନ୍ତର୍ଭୁକ୍ତ।

ଏହି ନିଯୁକ୍ତି ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ୱାରା ନିଜସ୍ୱ ନିୟୋଜନ ପ୍ରଣାଳୀ କିମ୍ବା ୟୁପିଏସସି, ଏସଏସସି, ରରେଳବାଇ ନିଯୁକ୍ତି ବୋର୍ଡ ଭଳି ନିଯୁକ୍ତି ଏଜେନ୍ସି ମାଧ୍ୟମରେ ମିସନ୍ ମୋଡ୍ ରେ ନିଯୁକ୍ତି ପ୍ରଣାଳୀ କରାଯାଉଛି। ଶୀଘ୍ର ନିଯୁକ୍ତି ପାଇଁ, ଚୟନ ପ୍ରକ୍ରିୟାଗୁଡ଼ିକୁ ସରଳୀକୃତ କରାଯାଇଛି ଏବଂ ଟେକ୍ ସକ୍ଷମ ମଧ୍ୟ କରାଯାଇଛି।

ପୂର୍ବ ତଟ ରେଳପଥ ପରିସୀମା ରେଳବାଇର ବିଭିନ୍ନ ପଦପଦବୀରେ ୪୯୩ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ, ଯେଉଁଥିରେ ୨୧୮ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ (ଏଏଲପି); ୮୮ କମ୍ପାସନେଟ ଗ୍ରାଉଣ୍ଡ ନିଯୁକ୍ତି (ସିଜିଏ); ଷ୍ଟାଫ୍ ଆଣ୍ଡ ୱେଲଫେୟାର ଇନ୍ସପେକ୍ଟର (ଏସ ଆଣ୍ଡ ଡବ୍ଲୁଆଇ), କନିଷ୍ଠ କିରାଣୀ,ବରିଷ୍ଠ କିରାଣୀ, ମୁଖ୍ୟ ଆଇନ ସହାୟକ ପଦବୀରେ ଜଣେ ଲେଖା; ଜୁନିଅର ହିନ୍ଦୀ ଅନୁବାଦକ, ଜୁନିଅର ଷ୍ଟେନୋଗ୍ରାଫର, କ୍ରୀଡ଼ା ଏବଂ ପାରା ମେଡିକାଲ ଷ୍ଟାଫ୍ ପଦବୀରେ ପ୍ରତ୍ୟକ ଛଟି ଲେଖା; ୨୪ ଜୁନିୟର ଇଞ୍ଜିନିୟର; ୪୧ ଟେକ୍ନିସିଆନ୍ ଏବଂ ୯୪ ଟି ଲେଭେଲ-୧ ପଦବୀ ଗୁଡିକ ଅନ୍ତର୍ଭୁକ୍ତ।

କଟକ ସହର ସ୍ଥିତ ନନ୍ଦିସହି ଅନ୍ତର୍ଗତ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟାଳୟ ନିକଟରେ ଥିବା ସହିଦ ଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନିଯୁକ୍ତି ପାଇବାକୁଥିବା ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ଯେଉଁଠାରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଠାରୁ ଏବଂ ରେଳ ମନ୍ତ୍ରୀ ଗୁଜୁରାଟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦାନ କରିବେ।

ଭାରତ ସରକାରଙ୍କ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ ବିଶେଶ୍ୱର ଟୁଡୁ କଟକ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏହା ବ୍ୟତୀତ, ଅନ୍ୟାନ୍ୟ କେନ୍ଦ୍ର ସରକାରୀ ପ୍ରତିଷ୍ଠାନ ମଧ୍ୟ ଏହି କାର୍ଯ୍ୟରେ ଯୋଗଦେବେ ଯେଉଁଥିରେ ନିଯୁକ୍ତି ଅଭିଯାନରେ ବିଭିନ୍ନ ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ରୋଜଗାର ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026

ଇଗ୍ନୋର ନାମଲେଖା ଅବଧି ଚଳିତ ମାର୍ଚ୍ଚ ୩୦ କୁ ବୃଦ୍ଧି

March 17, 2026

ବିକାଶ ଓ ସଶକ୍ତୀକରଣ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱ ନେଇ ସୋଆ ବଦ୍ଧପରିକର: ଉପସଭାପତି ଶ୍ରୀମତି ଦାସ

March 17, 2026

ଭୁବନେଶ୍ୱରରେ ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ୪ ଦିନିଆ ଦକ୍ଷତା ବିକାଶ ତାଲିମ ଓ କର୍ମଶାଳା ଶୁଭାରମ୍ଭ

March 17, 2026

ଖଡ଼ଗପୁର-ଟାଙ୍ଗୀ-ବିଶାଖାପାଟଣା-ବିଜୟୱାଡ଼ା ହାଇସ୍ପିଡ୍‌ କରିଡ଼ର ନେଇ ଉଚ୍ଚସ୍ତରୀୟ ବୈଠକ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.