Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୭୫ ଟି ବିଆର୍‌ଓ ଭିତ୍ତିଭୂମି ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରତିରକ୍ଷା ମନ୍ତ୍ରୀ
ବିଶେଷ ଖବର

୭୫ ଟି ବିଆର୍‌ଓ ଭିତ୍ତିଭୂମି ପ୍ରକଳ୍ପ ଗୁଡିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରତିରକ୍ଷା ମନ୍ତ୍ରୀ

October 28, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅକ୍ଟୋବର ୨୮, ୨୦୨୨ ରେ ଲଦାଖର ଡି – ଏସ୍ – ଡିବିଓ ରୋଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୀମା ସଡକ ସଂଗଠନ (ବିଆର୍‌ଓ) ଦ୍ୱାରା ନିର୍ମିତ ହୋଇଥିବା ୭୫ ଟି  ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ୭୫ ଟି ପ୍ରକଳ୍ପ ଗୁଡିକ ମଧ୍ୟରେ ୪୫ ଟି ସେତୁ, ୨୭ ଟି ରାସ୍ତା, ଦୁଇଟି ହେଲିପ୍ୟାଡ୍ ଏବଂ ଗୋଟିଏ ଅଙ୍ଗାରକ ନିରପେକ୍ଷ ବାସସ୍ଥାନ ରହିଛି, ଯାହା ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ (ୟୁଟି) ରେ ରହିଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ କୋଡିଏ (୨୦)ଟି ଜାମ୍ମୁ କାଶ୍ମୀରରେ ରହିଥିବା ବେଳେ ଲଦାଖ  ଏବଂ ଅରୁଣାଚଳ ପ୍ରଦେଶରେ ପ୍ରତ୍ୟେକ ୧୮ଟି ଲେଖାଏଁ ରହିଛି। ଉତ୍ତରାଖଣ୍ଡ ରାଜ୍ୟରେ ପାଂଚଟି  ପ୍ରକଳ୍ପ ଏବଂ ଅନ୍ୟ ସୀମାନ୍ତ ରାଜ୍ୟ ଗୁଡିକରେ, ଯଥା: ସିକ୍କିମ୍‌, ହିମାଚଳ ପ୍ରଦେଶ, ପଞ୍ଜାବ  ଏବଂ ରାଜସ୍ଥାନରେ ୧୪ ଟି ପ୍ରକଳ୍ପ ରହିଛି।

ଏହି ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକ ରେକର୍ଡ ସମୟ ମଧ୍ୟରେ ବିଆର୍‌ଓ ଦ୍ୱାରା ମୋଟ ୨,୧୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି, ଯାହା ମଧ୍ୟରୁ ଅନେକ ପ୍ରକଳ୍ପ କାର୍ଯ୍ୟ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଗୋଟିଏ କାର୍ଯ୍ୟ ଋତୁରେ ସମ୍ପୂର୍ଣ୍ଣ କରା ଯାଇଛିି। ଆହ୍ୱାନପୂର୍ଣ୍ଣ ଜଳବାୟୁ ସ୍ଥିତି ସତ୍ତ୍ୱେ ଏହି ସଫଳତା ହାସଲ କରିବା ପାଇଁ  ବିଆର୍‌ଓର ଧୈର୍ଯ୍ୟ ଏବଂ ଦୃଢ଼ ସଙ୍କଳ୍ପକୁ ଭୁରି ଭୁରି ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ ଦର୍ଶାଇ ଥିଲେ ଯେ , ଏହି ପ୍ରକଳ୍ପ ଗୁଡିକ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବ ଏବଂ ସୀମା ଅଂଚଳର ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା, ୧୪,୦୦୦ ଫୁଟ ଉଚ୍ଚତାରେ ଡି – ଏସ୍ – ଡିବିଓ ରୋଡ୍‌ରେ ରହିଥିବା ୧୨୦ ମିଟର ଲମ୍ବ କ୍ଲାସ୍ ୭୦ ଶ୍ୟୋକ ସେତୁର ଅନସାଇଟ୍ ଉଦ୍‌ଘାଟନ। ଏହି ସେତୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ,  କାରଣ ଏହା ସଶସ୍ତ୍ର ସେବା ବାହିନୀର ଲଜିଷ୍ଟିକ୍ ଗତିବିଧିକୁ ସହଜ କରିବ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ଭାବେ ଉଦ୍‌ଘାଟିତ ହୋଇଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ ଦୁଇଟି ହେଲିପ୍ୟାଡ୍ ଅନ୍ତର୍ଭୁକ୍ତ, ସେଥିରୁ ଗୋଟିଏ ପୂର୍ବ ଲଦାଖର ହାନଲେ ଠାରେ ରହିଥିବା ବେଳେ ଅନ୍ୟଟି ଠାକୁଙ୍ଗରେ ରହିଛି। ଏହି ହେଲିପ୍ୟାଡ୍ ଗୁଡିକ ଏହି ଅଂଚଳରେ ଭାରତୀୟ ବାୟୁସେନାର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବ।

ବିଆର୍‌ଓ କର୍ମଚାରୀଙ୍କ ପାଇଁ ୧୯,୦୦୦ ଫୁଟ ଉଚ୍ଚରେ ଥିବା ପ୍ରଥମ ଅଙ୍ଗାରକ ନିରପେକ୍ଷ ବାସସ୍ଥାନ ମଧ୍ୟ ହାନଲେ ଠାରେ ଉଦ୍‌ଘାଟିତ ହୋଇଥିଲା। ଦେଶର ପ୍ରଥମ ଅଙ୍ଗାରକ ନିରପେକ୍ଷ କେନ୍ଦ୍ରଶାସିତ ଅଂଚଳ ହେବା ନିମନ୍ତେ ଲଦାଖର ସଂକଳ୍ପରେ ଅବଦାନ ନିମନ୍ତେ ଏହା ହେଉଛି ବିଆର୍‌ଓର ପ୍ରୟାସ। ଏହି କମ୍ପେକ୍ଲର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ଭିତରେ ୫୭ କର୍ମଚାରୀଙ୍କ ରହିବା ନିମନ୍ତେ ସୁବିଧା ଏବଂ ଅତ୍ୟଧିକ ଥଣ୍ଡା ପାଗ ସମୟରେ ତାପଜ ଆରାମ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହା ଶୀତ ଋତୁର ଅଧିକାଂଶ ସମୟରେ ବିଆର୍‌ଓକୁ ଦକ୍ଷତାର ସହିତ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ କରିବ।

ଏହି ଅବସରରେ ଯୋଗ ଦେଇ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ସୁରକ୍ଷା ଆବଶ୍ୟକତା ପୂରଣ କରିବା ପାଇଁ ଦୂରଦୂରାନ୍ତ ଅଂଚଳର ଅଗ୍ରଗତିକୁ ସୁନିଶ୍ଚିତ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ପ୍ରମାଣିତ କରି କହିଥିଲେ ଯେ, ସଶସ୍ତ୍ର ବାହିନୀର ବୀରତ୍ୱ ସହିତ ଭିତ୍ତିଭୂମି ସରଂଚନାର ବିକାଶ କରିବା ଭାରତର ଉତ୍ତର କ୍ଷେତ୍ରରେ ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟ କାରଣ ଅଟେ। ସେ ଏହି ୭୫ଟି ନୂତନ ପ୍ରକଳ୍ପ ଗୁଡିକ ଏହାର ପ୍ରମାଣ ବୋଲି କହିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଏହି ସେତୁ, ସଡକ ଏବଂ ହେଲିପ୍ୟାଡ୍ ଗୁଡିକ ଦେଶର ପଶ୍ଚିମ, ଉତ୍ତର ଏବଂ ଉତ୍ତର – ପୂର୍ବ କ୍ଷେତ୍ରର ଦୂରଦୂରାନ୍ତ ଅଂଚଳରେ ସାମରିକ ତଥା ନାଗରିକ ପରିବହନକୁ ସୁଗମ କରିବ। ସେ ସୀମାବର୍ତ୍ତୀ  ଅଂଚଳ ସହ ସଂଯୋଗ ଦେଶର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ଏକ ପ୍ରମୁଖ କ୍ଷେତ୍ର ବୋଲି ବର୍ଣ୍ଣନା କରିଥିଲେ।

“ସ୍ୱାଧୀନତା ପରେ ଅନେକ ଦଶନ୍ଧି ଧରି ଜାମ୍ମୁ କାଶ୍ମୀରରେ ଭିତ୍ତିଭୂମି କ୍ଷେତ୍ରରେ ବିକାଶର ଅଭାବ ଏହି କେନ୍ଦ୍ର ଶାସିତ ଅଂଚଳରେ ଆତଙ୍କବାଦ ବୃଦ୍ଧି ହେବାର ଅନ୍ୟତମ କାରଣ ଥିଲା। ଏହି ଆଭ୍ୟନ୍ତରୀଣ ବିଶୃଙ୍ଖଳା ଗୁଡିକ ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଥିଲା, ଯାହା ଲଦାଖକୁ ତଥା ସମଗ୍ର ଦେଶକୁ ମଧ୍ୟ ପ୍ରଭାବିତ କରିଥିଲା। ବର୍ତ୍ତମାନ, ସରକାରଙ୍କ ବିଭିନ୍ନ ଉଦ୍ୟମ ଯୋଗୁଁ, ଏହି ଅଂଚଳରେ ଶାନ୍ତି ଏବଂ ପ୍ରଗତିର ଏକ ନୂଆ ସକାଳ ଦେଖିବାକୁ ମିଳୁଛି। ଆମର ଲକ୍ଷ୍ୟ ହେଉଛି ଦେଶର ସମସ୍ତ ରାଜ୍ୟ ଗୁଡିକର ତଥା କେନ୍ଦ୍ର ଶାସିତ ଅଂଚଳ ଗୁଡିକର ବିକାଶକୁ ଜାରି ରଖିବା। ଖୁବ୍ ଶୀଘ୍ର, ସମସ୍ତ ଦୁର୍ଗମ ଅଂଚଳ ଦେଶର ବାକି ଅଂଚଳ ସହିତ ସଂଯୁକ୍ତ ହେବ ଏବଂ ମିଳିତ ଭାବରେ ଆମେ ଦେଶକୁ ପ୍ରଗତିର ନୂତନ ଶିଖରକୁ ନେଇଯିବା। ଏହି ଲକ୍ଷ୍ୟ ହାସଲ କରିବାରେ ବିଆର୍‌ଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି” ବୋଲି ରାଜନାଥ ସିଂହ କହିଥିଲେ।

ଏହି ଅବସରରେ ରାଜନାଥ ସିଂହ ଚଣ୍ଡିଗଡ଼ରେ ନିର୍ମିତ ହିମାଙ୍କ ଏୟାର ଡେସପ୍ୟାଚ୍ କମ୍ପେ୍ଲକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଲେହ ଠାରେ ଏକ ବିଆର୍‌ଓ ସଂଗ୍ରହାଳୟର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଶୀତଦିନ ଆରମ୍ଭ ହେବା ପରେ, ପ୍ରବଳ ତୁଷାରପାତ ହେତୁ ପାସ୍ ବନ୍ଦ ହୋଇଗଲେ, ବିଆର୍‌ଓ କର୍ମଚାରୀ ମାନଙ୍କୁ, ଯନ୍ତ୍ରପାତି ଗୁଡିକୁ ଏବଂ ସାମଗ୍ରୀ ଗୁଡିକୁ ଦୂର ସ୍ଥାନକୁ ନେଇ ଯିବା ପାଇଁ ଆକାଶ ପଥକୁ ବହୁଳ ଭାବରେ ବ୍ୟବହାର କରିଥାଏ। ଚଣ୍ଡିଗଡ଼ରେ ଅବସ୍ଥିତ ଏୟାର ଡେସପ୍ୟାଚ୍ ସବ୍ ୟୁନିଟ୍‌ରେ ସୈନ୍ୟ ପରିବହନ ପାଇଁ ଏବଂ ଭୂମିରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକ ଷ୍ଟୋର ଏବଂ ଯନ୍ତ୍ରପାତିର କୁଶଳତାପୂର୍ଣ୍ଣ ତଥା ନିରବଚ୍ଛିନ୍ନ ବିତରଣକୁ ସୁନିଶ୍ଚିତ କରିବା ପାଇଁ ନବୀକରଣ କରା ଯାଉଛି। ଅତ୍ୟାଧୁନିକ ଥ୍ରୀ – ଡି ପ୍ରିଂଟିଂ ଟେକ୍ନୋଲୋଜିକୁ ବ୍ୟବହାର କରି ଚଣ୍ଡିଗଡ଼ରେ ନୂତନ କମ୍ପେ୍ଲକ୍ସର ନିର୍ମାଣ କାର୍ଯ୍ୟ ବିଆର୍‌ଓ କରିବ ଏବଂ ଥରେ ନିର୍ମାଣ ହେବା ପରେ ଏହି ସୌଧ ବିଶ୍ୱର ସର୍ବବୃହତ ଥ୍ରୀ – ଡି ପ୍ରିଂଟେଡ୍ କମ୍ପେ୍ଲକ୍ସ ହେବାର ସୌଭାଗ୍ୟ ଲାଭ କରିବ।

ବିଆର୍‌ଓର କର୍ମଚାରୀଙ୍କ ବଳିଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏବଂ ସଫଳତା ଗୁଡିକୁ ଅନୁଷ୍ଠାନିକ କରିବା ନିମନ୍ତେ ଏବଂ ରେକର୍ଡ କରିବା ପାଇଁ ଲେହରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରା ଯାଉଛି, ଯାହା ସୂଚନା ଏବଂ ପ୍ରେରଣାର ଉତ୍ସ ହେବ। ଏହି ସଂଗ୍ରହାଳୟ ସୌଧ  ଥ୍ରୀ – ଡି ପ୍ରିଂଟିଂ ଟେକ୍ନୋଲୋଜି ବ୍ୟବହାର କରି ନିର୍ମାଣ କରାଯିବ ଏବଂ ସମ୍ପୂର୍ଣ୍ଣ ହେବା ପରେ ଏହା ବିଶ୍ୱର ସର୍ବୋଚ୍ଚ ଥ୍ରୀ – ଡି ପ୍ରିଂଟେଡ୍ ସୌଧ ହେବ।

ଅରୁଣାଚଳ ପ୍ରଦେଶ ଜାମ୍ମୁ କାଶ୍ମୀର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖ ସୀମା ସଡକ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.