Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ, ଡିସେମ୍ବର ୮ ରେ ଘୋଷଣା ହେବ ଫଳାଫଳ
ବିଶେଷ ଖବର

ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ହେବ ମତଦାନ, ଡିସେମ୍ବର ୮ ରେ ଘୋଷଣା ହେବ ଫଳାଫଳ

November 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ରାଜ୍ୟର ୧୮୨ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଡିସେମ୍ବର ୧ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବ। ଡିସେମ୍ବର ୮ ତାରିଖ ରେ ଭୋଟ୍ ଗଣନା କରାଯିବ। ଗୁଜୁରାଟରେ ବର୍ତ୍ତମାନ ଚାରି କୋଟି ୯୦ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟର ଅଛନ୍ତି। ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ଏଥର ୫୧ ହଜାର ୭୮୨ ହଜାର ମତଦାନ କେନ୍ଦ୍ର ନିର୍ମାଣ କରାଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗୁଜୁରାଟ ବିଧାନସଭା ନିର୍ବାଚନରେ ତିନି ଲକ୍ଷ ୨୪ ହଜାର ୪୨୨ ନୂତନ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ। ରାଜ୍ୟରେ ସ୍ଥାପିତ ମତଦାନ କେନ୍ଦ୍ରଗୁଡ଼ିକର ଅତିକମରେ ୫୦ ପ୍ରତିଶତ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା ହେବ।

ଗୁଜୁରାଟରେ ବର୍ତ୍ତମାନ ଚାରି କୋଟି ୯୦ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟର ଅଛନ୍ତି। ପ୍ରତ୍ୟେକ ବୁଥରେ ହାରାହାରି ୯୪୮ ଭୋଟର ଅଛନ୍ତି। ଏଥିମଧ୍ୟରୁ ୧୦ ହଜାର ୪୬୦ ଭୋଟରଙ୍କ ବୟସ ୧୦୦ ବର୍ଷରୁ ଅଧିକ। ଏଥି ସହିତ, ନଅ ଲକ୍ଷ ୮୭ ହଜାର ଭୋଟରଙ୍କ ବୟସ ୮୦ ବର୍ଷରୁ ଅଧିକ। ସେହିଭଳି ଚାରି ଲକ୍ଷ ୬୧ ହଜାରରୁ ଅଧିକ ଯୁବକ ଭୋଟର ଅଛନ୍ତି। କେବଳ ମହିଳାମାନଙ୍କ ପାଇଁ ୧୨୭୪ ମତଦାନ ବୁଥ ସ୍ଥାପନ କରାଯିବ।

ଗୁଜୁରାଟ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ମତଦାନ
Share. Facebook Twitter LinkedIn Email WhatsApp Copy Link

Related Posts

ବିମାନ ସେବା କ୍ଷେତ୍ରରେ ଏକ ରେକର୍ଡ, ଗୋଟିଏ ମାସରେ ୧.୫ କୋଟି ଘରୋଇ ଯାତ୍ରୀଙ୍କ ବିମାନ ଯାତ୍ରା

October 20, 2026

ମକ୍କା ମସଜିଦ୍ ଘଟଣା: ୨ ବାଂଲାଦେଶୀଙ୍କୁ ମୃତ୍ୟୁଦଣ୍ଡ

October 20, 2026

Low Pressure News: ଆସିଲା ବଡ ଖବର, ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

October 20, 2026

No DJ at Bhashani: ଭସାଣୀ ବେଳେ ବାଜିପାରିବ ନାହିଁ ଡିଜେ, କମିଶନରେଟ ପୋଲିସର କଡା ନିର୍ଦ୍ଦେଶ

October 20, 2026
Latest News

ଜାଣନ୍ତୁ ଅକ୍ଟୋବର ୨୧ ତାରିଖ ବୁଧବାରର ରାଶିଫଳ, କଣ ରହିଛି ଆଜିର ଭାଗ୍ୟଫଳ

October 21, 2026

ପୁରୀ-ବାଦାମପାହାଡ଼ ମଧ୍ୟରେ ଗଡ଼ିବ ସିଧା ଟ୍ରେନ୍, ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହେବ ସାକାର

October 21, 2026

ବିମାନ ସେବା କ୍ଷେତ୍ରରେ ଏକ ରେକର୍ଡ, ଗୋଟିଏ ମାସରେ ୧.୫ କୋଟି ଘରୋଇ ଯାତ୍ରୀଙ୍କ ବିମାନ ଯାତ୍ରା

October 20, 2026

iPhone ବ୍ୟବହାରକାରୀଙ୍କ ପାଇଁ ଆସିପାରେ ନୂଆ ପେମେଣ୍ଟ ବିକଳ୍ପ, Apple Payକୁ ମିଳିବ ଚ୍ୟାଲେଞ୍ଜ!

October 20, 2026

CJP ପ୍ରସଙ୍ଗରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ : ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା

October 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.