Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତୀୟ ଜନସଂଚାର ସଂସ୍ଥାନର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ ଆଇଜଲଠାରେ ଉଦ୍‌ଘାଟିତ
ବିଶେଷ ଖବର

ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତୀୟ ଜନସଂଚାର ସଂସ୍ଥାନର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ ଆଇଜଲଠାରେ ଉଦ୍‌ଘାଟିତ

November 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ର ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ
ଗତ ଦଶନ୍ଧିରେ ଦେଶ ଦ୍ରୁତ ପ୍ରଗତି କରିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମିଜୋରାମ ଗସ୍ତରେ ଯାଇ ଆଇଜଲଠାରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରର ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି। ଏହି କେନ୍ଦ୍ରରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟକ ଇଂରାଜୀ  ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ସହିତ ଡିଜିଟାଲ ପାଠ୍ୟକ୍ରମ  ପ୍ରଦାନ କରାଯିବ। ଏହାବ୍ୟତୀତ ଏହି କେନ୍ଦ୍ରରୁ ମଧ୍ୟ ସ୍ପଳ୍ପ ଅବଧିର ଗଣମାଧ୍ୟମ ଓ ଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନର ବ୍ୟବସ୍ଥା କରାଯାଇଛି।

ଭାରତୀୟ ଜନ ସଂଚାର ସଂସ୍ଥାନ ବା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ମାସ କମ୍ୟୁନିକେସନ (ଆଇଆଇଏମ୍‌ସି) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହା ଭାରତର ଏକ ପ୍ରମୁଖ ଓ ପ୍ରତିଷ୍ଠିତ ସାମ୍ବାଦିକତା ତଥା ଗଣଯୋଗାଯୋଗ ପ୍ରତିଷ୍ଠାନ। ଏହାର ସଦର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିଥିବାବେଳେ ଦେଶର ପାଂଚଟି ସ୍ଥାନରେ ଆଞ୍ଚଳିକ କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡିକ ହେଲା-ଓଡିଶାର ଢେଙ୍କାନାଳ, ମିଜୋରାମର ଆଇଜଲ, ଜାମ୍ମୁ କାଶ୍ମୀରର ଜାମ୍ମୁ, କେରଳର କୋଟ୍ଟାୟମ ଏବଂ ମହାରାଷ୍ଟ୍ରର ଅମରାବତୀ। ଦେଶର ବିଭିନ୍ନ ଭାଗ ଓ ଅଞ୍ଚଳର ଆବଶ୍ୟକତା ପୂରଣ କରିବାକୁ ଆଇଆଇଏମ୍‌ସିର ଆଞ୍ଚଳିକ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି। ଏହା ଫଳରେ ଗଣମାଧ୍ୟମ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶର ଅ।।ବଶ୍ୟକତା ପୂରଣ ହୋଇପାରୁଛି।

ଏହି କ୍ୟାମ୍ପସକୁ ଉଦ୍‌ଘାଟନ କରିବା ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, “ଆଇଜଲର ଏହି ନବ ଉଦ୍‌ଘାଟିତ କ୍ୟାମ୍ପସ ସମଗ୍ର ଉତ୍ତର ପୂର୍ବଞ୍ଚଳର ଆବଶ୍ୟକତା ପୂରଣ କରିବ। ଏହା ଦ୍ୱାରା ଏହି ଅଞ୍ଚଳରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏଭଳି ଏକ କ୍ୟାମ୍ପସ ଉଦ୍‌ଘାଟନ କରି ମୁଁ ବିଶେଷ ଆନନ୍ଦିତ।”

ସେ ଆହୁରି କହିଛନ୍ତି ଯେ ଆଇଆଇଏମ୍‌ସି ଭାରତର ଏକ ପ୍ରତିଷ୍ଠିତ ଓ ମର୍ଯ୍ୟାଦାଜନକ ଜନସଂଚାର ଓ ଗଣଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନକାରୀ ସଂସ୍ଥା। ଏହା ପ୍ରଗତିଶୀଳ ଶିକ୍ଷଣ ଏବଂ କାର୍ଯ୍ୟ କରିବାର ଉତ୍ତମ ପରିବେଶ ମାଧ୍ୟମରେ ନୂଆ ବିଚାର ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଗବେଷଣାର ସୁଯୋଗ ଯୋଗାଇ ଗଣମାଧ୍ୟମ ଏବଂ ଗଣଯୋଗାଯୋଗ କ୍ଷେତ୍ରରେ ନୂଆ ନେତୃତ୍ୱ ଓ ନବସୃଜନକାରୀଙ୍କୁ ସୃଷ୍ଟି କରୁଛି।

ଆଇଆଇଏମ୍‌ସିର ଉତ୍ତର-ପୂର୍ବାଞ୍ଚଳ କ୍ୟାମ୍ପସ୍ ୨୦୧୧ରୁ ଏକ ଅସ୍ଥାୟୀ ଭବନରୁ କାମ କରିଆସୁଛି। ମିଜୋରାମ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏକ ଭବନ ଯୋଗାଇ ଦିଆଯାଇଥିଲା। ଏହାର ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ୨୦୧୫ରେ ଆରମ୍ଭ ହୋଇ ୨୦୧୯ରେ ଶେଷ ହୋଇଥିଲା। ଏଥିପାଇଁ ମୋଟ ୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିନିମନ୍ତେ ଆଠ ଏକର ଜମି ମିଜୋରାମ ବିଶ୍ୱବିଦ୍ୟାଳୟ ଯୋଗାଇ ଦେଇଛି। ନୂଆ ସ୍ଥାୟୀ କ୍ୟାମ୍ପସରେ ଆଇଆଇଏମ୍‌ସିର ସ୍ୱତନ୍ତ୍ର ପ୍ରଶାସନିକ ଓ ଏକାଡେମିକ ବିଲ୍‌ଡିଂ ତିଆରି କରାଯାଇଛି। ଏହାଛଡା ହଷ୍ଟେଲ ଓ କର୍ମଚାରୀଙ୍କ ପାଇଁ କ୍ୱାଟର୍ସ ମଧ୍ୟ ତିଆରି ହୋଇଛି।

ଆଇଜଲ ଆଇଆଇଏମ୍‌ସି ଆଞ୍ଚଳିକ କେନ୍ଦ୍ର ତାହାର ପ୍ରତିଷ୍ଠା କାଳରୁ ଇଂରାଜୀ ସାମ୍ବାଦିକତାର ପିଜି ଡିପ୍ଲୋମା ପାଠ୍ୟକ୍ରମ ପ୍ରଚଳନ କରି ଆସୁଛି। ଉତ୍ତର ପୂର୍ବାଞ୍ଚଳ ସମେତ ଦେଶର ବିଭିନ୍ନ ଭାଗରୁ ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ରକୁ ପାଠ ପଢିବାକୁ ଆସିଥାନ୍ତି। ଚଳିତବର୍ଷ ଏହି କେନ୍ଦ୍ରର ଜଣେ ଛାତ୍ର ଇଂରାଜୀ ସାମ୍ବାଦିକା ପାଠ୍ୟକ୍ରମରେ ସବୁ ଆଇଆଇଏମ୍‌ସି ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ପୂର୍ବରୁ ଆଉ ଜଣେ ଛାତ୍ର ଏହି କେନ୍ଦ୍ରରୁ ମଧ୍ୟ ସର୍ବଭାରତୀୟ ସ୍ତରରେ ଆଇଆଇଏମ୍‌ସିର ଇଂରାଜୀ ସାମ୍ବାଦିକତାର ଟପ୍‌ର ହୋଇଥିଲେ।

ଆଇଆଇଏମ୍‌ସିର ଆଇଜଲ କେନ୍ଦ୍ରରେ ଶିକ୍ଷାର୍ଥୀମାନଙ୍କୁ ପାଠ ଶେଷ ପରେ ନିଯୁକ୍ତି ଦେବାର କ୍ୟାମ୍ପସ୍ ପ୍ଲେସମେଣ୍ଟ ବ୍ୟବସ୍ଥା ରହିଛି। ପ୍ରତିବର୍ଷ ଦୂରଦର୍ଶନ, ଆକାଶବାଣୀ, ପିଟିଆଇ ସମେତ ବିଭିନ୍ନ ପ୍ରତିଷ୍ଠିତ ସରକାରୀ ଓ ବେସରକାରୀ ଗଣମାଧ୍ୟମରେ ସେମାନେ ନିଯୁକ୍ତି ପାଉଛନ୍ତି।

ନୂଆଦିଲ୍ଲୀର ଭାରତୀୟ ଜନସଂଚାର ସଂସ୍ଥାନ ୧୯୬୫ରେ ଉଦ୍‌ଘାଟିତ ହୋଇଥିଲା। ଦେଶ ଓ ବିଦେଶର ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ  ତାଲିମ ଏବଂ ପ୍ରଶିକ୍ଷଣ ଆବଶ୍ୟକତା ପୂରଣ କରିବାକୁ ଏହା ପ୍ରତିଷ୍ଠା କରାଯାଇଥିଲା। ଏହା ମଧ୍ୟ ଭାରତୀୟ ସୂଚନା ସେବାର ଅଧିକାରୀମାନଙ୍କର ଏକ ତାଲିମ ପ୍ରତିଷ୍ଠାନ ଭାବେ ସେବେଠାରୁ କାର୍ଯ୍ୟ କରିଆସୁଛି।

ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଭାରତୀୟ ଜନସଂଚାର ସଂସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ଏଲପିଜି ସଂଯୋଗ ଉପରେ ଆଉ କେତେ ଦିନ ପ୍ରତିବନ୍ଧକ?: ଜାଣନ୍ତୁ

August 27, 2026

ପର୍ଯ୍ୟାପ୍ତ ପିଆଜ ଉପଲବ୍ଧତା ଏବଂ ଋତୁକାଳୀନ ଦରବୃଦ୍ଧି ନିୟନ୍ତ୍ରଣ ଲାଗି ସରକାରଙ୍କ ସକ୍ରିୟ ପଦକ୍ଷେପ

August 27, 2026

ନେପାଳରେ ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 27, 2026

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026
Latest News

ନୂତନ ଏଲପିଜି ସଂଯୋଗ ଉପରେ ଆଉ କେତେ ଦିନ ପ୍ରତିବନ୍ଧକ?: ଜାଣନ୍ତୁ

August 27, 2026

ବରଫ ତଳେ ବିପଦର ବିସ୍ଫୋରଣ: GLOF ନେଇ ବଢୁଛି ଚିନ୍ତା

August 27, 2026

ଆଜି ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 27, 2026

ପର୍ଯ୍ୟାପ୍ତ ପିଆଜ ଉପଲବ୍ଧତା ଏବଂ ଋତୁକାଳୀନ ଦରବୃଦ୍ଧି ନିୟନ୍ତ୍ରଣ ଲାଗି ସରକାରଙ୍କ ସକ୍ରିୟ ପଦକ୍ଷେପ

August 27, 2026

ନେପାଳରେ ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.